Usharani Sahoo

Others

3.5  

Usharani Sahoo

Others

ପ୍ରିୟତମା

ପ୍ରିୟତମା

2 mins
63


  ରାଜା ରୋଜି ଦୁଇ ସାଙ୍ଗ ଥିଲେ । ଗୋଟିଏ ଶ୍ରେଣୀରେ ମଧ୍ୟ ପଢୁଥିଲେ । ରୋଜି ତୁଳନାରେ ରାଜା ଭଲ ପାଠ ପଢ଼େ,ଶ୍ରେଣୀରେ ପ୍ରଥମ ହୁଏ । କିନ୍ତୁ ରାଜା ଗରିବ ଘରର ପୁଅ । ରୋଜି କିନ୍ତୁ ଉଚ୍ଚ ସମ୍ଭ୍ରାନ୍ତ ପରିବାରର । ତେଣୁ ରାଜା ରୋଜି ର ସବୁଠାରୁ ଅତି ଘନିଷ୍ଠ ଓ ପ୍ରିୟ ହେତୁ ପ୍ରତ୍ୟେକ ସୁବିଧା ଅସୁବିଧା ସମୟରେ ରୋଜି ରାଜାକୁ ସାହାଯ୍ୟ କରେ । ଏମିତିକି ରାଜା ଘରେ ଅଭାବ ଅସୁବିଧା ଯୋଗୁଁ ବେଳେବେଳେ ସେ ନ ଖାଇ ନ ପିଇ ଉପାସ ଆସିଥାଏ ଓ ଟିଫିନ୍ ବି ନେଇକି ଆସେ ନାହିଁ । କିନ୍ତୁ ରୋଜି ଜାଣିପାରି ନିଜ ଟିଫିନରୁ ରାଜାକୁ ଖାଇବାକୁ ଦିଏ । ଏହିଭଳି ଭାବରେ ପରସ୍ପର ଅତି ନିକଟତର ହୋଇଯାଇଥାଆନ୍ତି । 

  ଦିନ ପରେ ଦିନ ଗଡି ଚାଲିଲା । ରୋଜି ଆଉ ରାଜା ଉଭୟ ସମୟ ସୁଅରେ ବଡ଼ ହୋଇ ଚାଲିଲେ । ପରସ୍ପର ପ୍ରତି ଅନାବିଳ ସ୍ନେହ ଭଲପାଇବାରେ ପରିଣତ ହେଲା । ଦୁହେଁ ଦୁହିଁଙ୍କୁ ଗୋଟିଏ ମୁହୂର୍ତ୍ତ ଛାଡି ରହିପାରୁ ନ ଥିଲେ । ଯୁଆଡ଼େ ଯାଉଥିଲେ ଏକାଠି ସାଙ୍ଗ ହୋଇ ଯାଉଥିଲେ, ଏକାଠି ସାଙ୍ଗ ହୋଇ କାମ ମଧ୍ୟ କରୁଥିଲେ । ପରସ୍ପରର ସବୁଦିନ ପାଇଁ ଜୀବନ ସାଥୀ ହୋଇ ବଞ୍ଚିଲେ ବୋଲି ପ୍ରତିଶ୍ରୁତି ଦେଲେ ଓ ବିବାହ ଵନ୍ଧନରେ 

  ରାଜା ଓ ରୋଜିର ଏ ପ୍ରେମ କାହାଣୀ ଚାରିଆଡ଼େ ବିଚ୍ଛୁରିତ ହେଲା । ଉଭୟଙ୍କର ଘର ଲୋକ ମଧ୍ୟ ଖବର ପାଇଲେ । ରାଜାର ବାପାମାଆ ଅତି ଗରିବ ହେତୁ ଏହି ପ୍ରସ୍ତାବରେ ରାଜି ହେଉନଥାନ୍ତି । ଏଣେ ରୋଜିର ବାପା ମାଆ ଯେତେ ବିରୋଧ କଲେ ବି ଦୁହେଁ ଦୁହିଁଙ୍କର ପ୍ରିୟତମା ଓ ପ୍ରିୟତମ ହୋଇ ରହିବେ ବୋଲି ଶପଥ କରିଥିଲେ । ଏଣେ ରୋଜିର ଘର ଲୋକ ପରସ୍ପର ଠାରୁ ଅଲଗା କରିବା ପାଇଁ ରୋଜିକୁ ବିଦେଶକୁ ପଠେଇ ଦେଲେ । କିନ୍ତୁ ସେଇଠି ମଧ୍ୟ ରୋଜି କାନ୍ଦି କାନ୍ଦି କିଛି ନ ଖାଇ ନ ପିଇ ଲୁଚି ଲୁଚି ରାଜା ନିକଟକୁ ଚାଲି ଆସିଲା । କାହାକୁ କିଛି ନ କହି କୋର୍ଟକୁ ଯାଇ ଵିଵାହ କରିଦେଲେ । ସେହି ଦିନଠାରୁ ପରସ୍ପରର ପତିପତ୍ନୀ ବା ପ୍ରିୟତମ ପ୍ରିୟତମା ହୋଇ ରହିଲେ । 



Rate this content
Log in