Usharani Sahoo

Tragedy

4  

Usharani Sahoo

Tragedy

ଭୃଣ ହତ୍ୟା

ଭୃଣ ହତ୍ୟା

2 mins
408



      କ'ଣ ଆଉ କରିପାରିବ ରୁବି ? ତା'ର କିଛି ଉପାୟ ନାହିଁ।ଭାବି ଭାବି ମୁଣ୍ଡ ଘୂରାଇ ଦେଉଛି ତ କେତେବେଳେ ତୁହାକୁ ତୁହା ମୁର୍ଚ୍ଛା ହୋଇ ପଡ଼ୁଛି।ମାଆର ମମତା । କେତେ ଆଉ ରୋକି ପାରିବ? ଅସ୍ଥିର ହୋଇ ପଡ଼ୁଛି। ଗୋଟିଏ ପରେ ଗୋଟିଏ ସନ୍ତାନ ଗର୍ଭରେ ଧାରଣ କରୁଛି। ହେଲେ ମାତୃତ୍ଵ କୋଳ ଶୂନ୍ୟ। ଗୋଟିଏ ହେଲେ ବି ସନ୍ତାନକୁ ଜନ୍ମ ଦେଇ ପାରୁନି। ଯେତେ ଚେଷ୍ଟା କଲେ ମଧ୍ୟ ଶାଶୁ ରୁଵିକୁ ଡାକ୍ତର ଖାନା ନେଇ ଲିଙ୍ଗ ନିରୂପଣ କରି ସବୁ ନଷ୍ଟ କରି ଦେଉଛନ୍ତି।ଝିଅ ହେଉ ପଛେ ,ସେ ଜନ୍ମ ଦେଵ, କୋଳେଇ କାଖେଇ ବଡ଼ କରିବ ଏ କଥା ଯେତେ ନେହୁରା ହେଲେ ବି ରୁଵିର ଶାଶୁ ଶୁଣିବାକୁ ନାରାଜ।

      ରୁବି ଗୋଟିଏ ଅତି ଗରିବ ଘରର ଝିଅ। ବ୍ୟବହାର ଯେମିତି କଥାବାର୍ତ୍ତା ଚାଲିଚଳନ ବି ସେମିତି।ଅତି ସରଳ ନିରିହ ପ୍ରକୃତିର। ଗୋଟିଏ ଭଲ ଘର ଦେଖି ରୁଵିର ବାପା ରୁଵିକୁ ବିବାହ ଦେଇଥିଲେ।ରୁଧିର ସ୍ୱାମୀ ବହୁତ ଭଲ, ଶ୍ୱଶୁର ମଧ୍ୟ। ହେଲେ ଶାଶୁ ଖରଖରୀ,ଉଗ୍ର ଚଣ୍ଡୀ। ଶାଶୁଙ୍କ ଜ୍ୱଳା ସହିଵା କାଠିକର ପାଠ। ତେଣୁ ରୁବି ଶାଶୁ ଦ୍ଵାରା ନିର୍ଯ୍ୟାତିତ ହୁଏ।ସବୁ ଦିନ ଗାଳି ମାଡ଼ ଖାଏ। ହେଲେ କେବେ ବି ଆପତ୍ତି କରେନି। ମୁଣ୍ଡ ପାଣି ସହିଯାଏ। ସ୍ୱାମୀ , ଶ୍ୱଶୁର ଭଲ ହେଲେ ମଧ୍ୟ ଶାଶୁଙ୍କର ଏହି ଉଗ୍ର ରୂପ ଆଗରେ ସାର୍ ମାନି ଯାଆନ୍ତି। ରୁବି ମନ କଥା ମନରେ ରଖି ଆଖି ଲୁହ ଆଖିରେ ଶୁଖିଯାଏ। ଓଢ଼ଣୀ ତଳେ ମୁହଁ ଲୁଚାଇ କାନ୍ଦେ। ହେଲେ ତା'ର ଏହି ଦୁଃଖକୁ ଭୁଲି ଯିବା ପାଇଁ ସେ ମାଧ୍ୟମ ଚାହୁଁଥିଲା।ଛୁଆଟିଏ ହେଲେ ତା'ର ସେବା କରି କରି ସବୁ ଦୁଃଖ କଷ୍ଟକୁ ଭୁଲିଯିବ ସେ। ହେଲେ ହେଉଛି କୋଉଠି। ଯେତେ ଥର ସେ ଗର୍ଭବତୀ ହେଉଛି ତା'ମନରେ ସତେ ଯେମିତି ନୂତନ ଚେତନା ସୃଷ୍ଟି ହେଉଛି।ଉନ୍ମାଦନା ଭରି ଯାଉଛି। କିନ୍ତୁ ପ୍ରତି ଥର ତା'ର ଆଶା ଦୁଃଖରେ ପାଲଟି ଯାଉଛି। ଶାଶୁ ବାରମ୍ବାର ତାଗିଦ କରୁଥାଏ ଯେ ମୋର ନାତି ଦରକାର,ନାତୁଣୀ ନୁହେଁ।ଆଉ ଯଦି ନାତୁଣୀ ହୁଏ ତେବେ ତୁ ଏହି ଘରୁ ବାହାରି ଯିବୁ। ତେଣୁ କ'ଣ କରିବ ରୁଵି। ଗୋଟିଏ ପଟେ ତା'ର ମାତୃତ୍ଵ ଭରା ମମତା ଅନ୍ୟ ପଟେ ଶାଶୁଙ୍କ ରଗଡ। ଦୋଛକିରେ ପଡିଯାଇଥାଏ ରୁବି ।ଥରେ ନୁହଁ, ଦ୍ୱିତୀୟ ଥର ନୁହଁ, ଏଥରକୁ ମିଶାଇ ଚତୁର୍ଥ ଥର ହେଲାଣି। ଯେତେଥର ରୁବି ଗର୍ଭଵତୀ ହେଉଛି ଶାଶୁ ସବୁ ଡାକ୍ତରଙ୍କୁ ଲାଞ୍ଚ ଦେଇ ଲିଙ୍ଗ ନିରୂପଣ କରି କନ୍ୟା ଅଛି ବୋଲି ଜାଣିପାରି ସବୁ ପେଟରୁ ହିଁ ମାରି ଦେଉଛି।

      ତେଣୁ ରୁବି ବହୁତ ବ୍ୟସ୍ତ ହୁଏ।ଏଣେ ଗୋଟିଏ ପରେ ଗୋଟିଏ ଭୃଣ ହତ୍ୟା କରିବା ହେତୁ ରୁଵିର ଶରୀର କ୍ଷୀଣ ହେବାରେ ଲାଗିଛି। କିନ୍ତୁ ଆଉ ନୁହେଁ, କେତେ ସହିବ? ଶେଷରେ ବାଧ୍ୟ ହୋଇ ମହିଳା କମିଶନର ଏବଂ ପୋଲିସର ସାହାଯ୍ୟ ନେଲା। ପୋଲିସ ଠାରୁ ସବୁ କଥା ଶୁଣି ଜାଣିଲା ଯେ କନ୍ୟା ଭୃଣ ହତ୍ୟା ହେଉଛି ଗୋଟିଏ ଆଇନ୍ଗତ ଦଣ୍ଡନୀୟ ଅପରାଧ। ଲିଙ୍ଗ ନିରୂପଣ କରିବା ଦ୍ୱାରା ଜେଲ୍ ଦଣ୍ଡ ସହ ଜୋରିମାନା ଦେବାକୁ ପଡ଼ିଥାଏ। ଝିଅମାନେ ଗୃହର ଲକ୍ଷ୍ମୀ। ସେମାନେ ହେଉଛନ୍ତି ସୃଷ୍ଟି କର୍ତ୍ତା ପରବର୍ତ୍ତୀ ବଂଶଧର ବୃଦ୍ଧିରେ ସହାୟକ ଯାହାଦ୍ଵାରା କି ସମାଜ ସଭ୍ୟତା ସୃଷ୍ଟିର ଜନନୀ।ତା ପରେ ବି ଆଜିକାଲି ଯୁଗରେ ଝିଅମାନେ ବି ପୁଅଠାରୁ କୈାଣସି ଗୁଣରେ କମ୍ ନୁହନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଝିଅ ସବୁଠାରେ ଆଗୁଆ। ଉଭୟ ପୁଅଝିଅ ସମସ୍ତେ ସମାନ, ପ୍ରତ୍ୟେକ କ୍ଷେତ୍ରରେ ଉଭୟଙ୍କର ସମାନ ଅଧିକାର ଅଛି। ପୋଲିସ ଠାରୁ ଏସବୁ ଶୁଣି ରୁବି ଶାଶୁର ଆଖି ଖୋଲିଗଲା।ସେ ନିଜର ଭୁଲ ବୁଝିପାରିଲା।ଆଉ କହିଲା ଚାଲ,ଆମେ ସମସ୍ତେ ମିଶି ମୋ ଭଳି ଅଜ୍ଞାନୀ ବ୍ୟକ୍ତିଙ୍କୁ ଏହି ବିଷୟରେ ଜଣାଇବା ଆଉ ସଚେତନ କରାଇବା।


Rate this content
Log in

Similar oriya story from Tragedy