STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

କୃଷକ

କୃଷକ

2 mins
134

କ'ଣ ଅବା କରିବ କାଳିଆ ଭାବି ଭାବି ମୁଣ୍ଡ କିଛି କାମ କରୁ ନଥାଏ। କେତେ ଆଶା କରିଥିଲା ହେଲେ ସବୁ ଆଶା ପାଣି ଫୋଟକା ପରି ମିଳେଇଗଲା। କେତେ କଷ୍ଟ କରିଥିଲା ସେ, ଦିନରାତି ଭୋକ ଶୋଷରେ ରହି ସାରା ଜୀବନ ସେହି ଜମିରେ ଲାଗିଥିଲା।ମନରେ ଅନେକ ଆଶା। ସୁନାର ଫସଲ ହେବ , ଆଉ ସେହି ଫସଲ ଅମଳ ପରେ ସେ ସେଥିରୁ ଉପଯୁକ୍ତ ଅର୍ଥ ରୋଜଗାର କରି ନିଜର ସମସ୍ତ ସ୍ୱପ୍ନ ପୂରା କରିବ। ହେଲେ ଫଟା କପାଳ। ଯେଉଁ ଡାଳ ଧରୁଛି ସେହି ଡାଳ ଛିଡି ପଡୁଛି। ତେଣୁ ମନେ ମନେ ଭଗବାନଙ୍କୁ ଦୋଷ ଦିଏ।

   କାଳିଆ ଗୋଟିଏ ଗରିବ ପରିବାରର ସାଦାସିଧା ସରଳ ପ୍ରକୃତିର ଲୋକ। ସାଙ୍ଗରେ ଦୁଇଟି ଝିଅ ଓ ଗୋଟିଏ ପୁଅ ଏବଂ ବୁଢ଼ା ବାପା ମାଆ ଅଛନ୍ତି। ସେହି ପରିବାରରେ କାଳିଆ ମାତ୍ର ଜଣେ ରୋଜଗାରିଆ ପୁଅ। ପେଷାରେ କାଳିଆ ଜଣେ କୃଷକ।କୃଷି କାମ କରି ଯାହା ଅର୍ଥ ରୋଜଗାର କରେ ସେଥିରେ ସେ ତା'ର ଏହି ପରିବାରକୁ ଚଳାଏ। ହେଲେ ପିଲାମାନେ ବଡ଼ ହେବାରୁ ଦିନକୁ ଦିନ ଖର୍ଚ୍ଚ ବଢ଼ିଵାକୁ ଲାଗିଲା।ଏଣେ ପିଲାମାନଙ୍କ ପଢା ଖର୍ଚ୍ଚ,ଖାଇବା ପିଇବା, ବାପାମାଆଙ୍କ ରୁଚି ଅନୁସାରେ ତାଙ୍କ ଇଚ୍ଛା ପୂରଣ କରିବା ଆଦି ଦାୟିତ୍ଵ କାଳିଆ ଉପରେ ନିର୍ଭର କରୁଥିଲା। ତେଣୁ ଏକମାତ୍ର ସାହାରା ଏହି ଜମି ଖଣ୍ଡକ।

   କାଳିଆ ବହୁତ ପରିଶ୍ରମ କରେ।ସେ ସେହି ଜମିକୁ କଠିନ ପରିଶ୍ରମ କରି ଚାଷ କରି ଫସଲ ଅମଳ କରେ।ମାଟି ସହ ମାଟି ହୋଇ ଭୋକ ଉପାସରେ ରହି ଦିନ ସାରା ସେହି ଜମିରେ ଲାଗିଥାଏ। ଟିକିଏ ଖରାପ ଦେଖିଲେ ସଙ୍ଗେ ସଙ୍ଗେ ଔଷଧ ପକାଏ। ମୁଣ୍ଡ ଝାଳ ତୁଣ୍ଡେ ମାରି କଠିନ ପରିଶ୍ରମ କରେ। ତେଣୁ କର୍ମ ଅନୁଯାୟୀ ଫଳ। କାଳିଆ କଠିନ ପରିଶ୍ରମ ହେତୁ ଜମିରେ ଫସଲ ମଧ୍ୟ ଭଲ ହେଲା। ଫସଲରେ ଜମି ପୁରା ଶସ୍ୟଶ୍ୟାମଳାପୂର୍ଣ୍ଣ ଦେଖାଯାଉଥାଏ।ଏହା ଦେଖି କାଳିଆର ଖୁସି କହିଲେ ନ ସରେ!ଯାହା ହେଉ କାଳିଆର ଏତେ ଦିନର ପରିଶ୍ରମ ସତେ ଯେମିତି ସଫଳ ହୋଇଛି।ଖାଲି ଫସଲ ଅମଳ ହେବ।ଫସଲ ଅମଳ ହେବାକୁ ମାତ୍ର ଅଳ୍ପ କେତେ ଦିନ ବାକି ଅଛି।ସତେଢ଼ ଯେମିତି କାଳିଆର ଫସଲ ଉପରେ କାହା ନଜର ଲାଗିଗଲା। କାଳିଆ ସେହି ଫସଲ କଥା ଭାବି ଭାବି ଖୁସି ହୋଇ ଜମିଆଡକୁ ଆସି ଯାହା ଦେଖିଲା କିଛି ଜଙ୍ଗଲି ହାତୀ ଆସି ସବୁ ଫସଲ କୁଦାକୁଦି କରି ଫସଲ ଖାଇ ସବୁ ନଷ୍ଟ କରିଦେଇଛନ୍ତି। ତେଣୁ କାଳିଆ ମୁଣ୍ଡରେ ହାତ ବାଡ଼େଇ ଯେତେ କାନ୍ଦିଲେ ବି କ'ଣ ହେବ? ଉପାୟ କିଛି ନାହିଁ।ସବୁ ପରିଶ୍ରମ ବୃଥା ହେଲା। ତେଣୁ ସେ ମନଦୁଃଖରେ ଘରକୁ ଫେରି ଆସିଲା। ତା ପାଟିକୁ ଭୋକ ଶୋଷ ଆଉ ରୁଚୁ ନଥାଏ। ପୁଣି ଦୈବ ଦୁଵିର୍ପାକ ଯୋଗୁଁ ଅଦିନିଆ ସୁନାମି ଆସି ସବୁ ଫସଲ ଧୋଇ ହୋଇଗଲା। ତେଣୁ କାଳିଆର ହୃଦୟ ଫାଟି ପଢୁଥାଏ।

   କେତେ ଆଶା କରିଥିଲା ଫସଲ ଅମଳ କରି ତାହାକୁ ବିକ୍ରି କରି ପୂର୍ବରୁ ହୋଇଥିବା ସମସ୍ତ ବାକି ସୁଝିଦେଵ।ଆଉ ଝିଅର ବାହାଘର କରାଇଦେଵ। ଏବଂ ପୁଅର ମଧ୍ୟ ଗୋଟିଏ ଉଚ୍ଚ ଶିକ୍ଷା ପାଇଁ ଭଲ କଲେଜରେ ନାମ ଲେଖାଇବ। ହେଲେ ହେଲା କ'ଣ ।ସବୁ ଆଶା ଧୂଳିସାତ ହୋଇଗଲା।ସେ ଏତେ କରଜ ହୋଇଥିଲା ଯେ ଖାଇବାକୁ ମୁଠାଏ ଦାନା ବି ମିଳିଲା ନାହିଁ। ତେଣୁ ସେ ପରିବାରର ସମସ୍ତ ସଦସ୍ୟଙ୍କ ଇଚ୍ଛାକୁ ପୂରଣ କରିପାରିଲା ନାହିଁ। ତେଣୁ ସେ ନିଜକୁ ଅସହାୟ ମନେ କରି ସମ୍ଭାଳି ନ ପାରି ଶେଷରେ ଜୀବନ ହାରିଦେଲା । 


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya story from Tragedy