ସଫଳତା ପଛରେ ସେହି ନାରୀ
ସଫଳତା ପଛରେ ସେହି ନାରୀ
''ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ
କର୍ମେ ଯିଏ ନର କର୍ମ ଏକା ତା'ର ଜୀବନର ମାନଦଣ୍ଡ।''
ସଂସାରରେ ଈଶ୍ୱରଙ୍କ ସୃଷ୍ଟି ବଡ଼ ବିଚିତ୍ରମୟ। ତେଣୁ ଏ ସୃଷ୍ଟିରେ ମାନବ ଜୀବନ ହେଉଛି ଅତ୍ୟନ୍ତ ମୂଲ୍ୟବାନ ।କାରଣ ମାନବ ହେଉଛି ପୃଥିବୀ ସର୍ବ ଶ୍ରେଷ୍ଠ ପ୍ରାଣୀ।ମାନବ ତା'ଜନ୍ମର ସାର୍ଥକତା ଉପଲବ୍ଧି କରି କର୍ତ୍ତବ୍ୟ କରିବା ଉଚିତ୍।ଆଉ ପ୍ରତ୍ୟେକ କର୍ତ୍ତବ୍ୟ ଶେଷରେ ଫଳାଫଳ ମଧ୍ୟ ରହିଥାଏ,ତାହା ହେଉଛି ସଫଳତା ଆଉ ବିଫଳତା।
"ବିଫଳତା ହିଁ ସଫଳତାର ମୂଳମନ୍ତ୍ର।" ଅର୍ଥାତ୍ ବହୁ ବାଧାବିଘ୍ନ ସମସ୍ୟା ପରେ ହିଁ ଜଣେ ଅସୀମ ଧର୍ଯ୍ୟ,ସାଧନା,ପ୍ରଚେଷ୍ଟା ବଳରେ ସଫଳତାର ଶୀର୍ଷରେ ପହଞ୍ଚିଥାଏ।ଆଉ ସେହି ସଫଳତା କାହାର ନାଁ କାହାର ହାତ ରହିଥାଏ। ଠିକ୍ ସେହପରି ମୋ ଜୀବନର ସଫଳତା ପଛରେ ଗୋଟେ ନାରୀର ହାତ ରହିଛି, ଯିଏ କି ସର୍ଵଂସହା ଜନନୀ ତ କେବେ ସ୍ନେହମୟୀ ଭଗିନୀ,କେବେ ଜାୟା ତ କେବେ ଗୃହଲକ୍ଷ୍ମୀ ସାଜି କନ୍ୟା ରତ୍ନଟିଏର ରୂପ ନେଇଥାଏ।ପ୍ରତ୍ୟେକ ଅଳୀ ଅର୍ଦ୍ଦଳି ଦୁଃଖ କଷ୍ଟ ସହି ମୋ ମଥା ଉପରେ ସଦା ଆଶୀର୍ବାଦ ଦେଇ ମଙ୍ଗଳ କାମନା କରିଥାଏ।ଜୀବନର ପ୍ରତ୍ୟେକ ବାଧା ବିଘ୍ନକୁ ଏଡାଇ ଦେଇ ଜୀବନ ପଥରେ ପୁଷ୍ପ ଭରିଦେବା ପାଇଁ ସଦ ସର୍ବଦା ଚେଷ୍ଟା କରି ଜୀବନ୍ତ ଦେଵୀଟିଏ । ମାଆ ଯିଏ କି ମୋ ଭଳି ଜଣେ ନାରୀ କିନ୍ତୁ ତା'ର ତୁଳନା ନାହିଁ ସେ ଅତୁଳନୀୟ,ତା'ର ବର୍ଣ୍ଣନା ନାହିଁ ସେ ଅବର୍ଣ୍ଣନୀୟ।ସେହି ନାରୀ ଯିଏ ସ୍ନେହ ମମତାର ଗନ୍ତାଘର, ତ୍ୟାଗ ସହିଷ୍ଣୁତାର ମୂର୍ତ୍ତିମନ୍ତ ପ୍ରତୀକ।
କୁହାଯାଇଛି ଯେ ନାରୀ ହିଁ ଜଣେ ନାରୀର ଶତ୍ରୁ। ଯଦି ଜଣେ ନାରୀ ମୋର ଶତ୍ରୁ ହୋଇଥାଏ,ତଥାପି କହିବି ଯେ ସେରି ନାରୀ ପାଇଁ ବି ମୁଁ କିଛି ଶିଖି ପାରିଛି କାରଣ ଜଣେ କାହାର ଶିକାର ହେଲା ପରେ ହିଁ କିଛି ଉଚିତ୍ ଶିକ୍ଷା ପାଇଥାଏ ଆଉ ଯେଉଁଥିପାଇଁ କି ମୁଁ ମୋ ଜୀବନର ସରାଲଟକୁ ଦୂର କରି ବର୍ତ୍ତମାନ ସମାଜରେ ଚାଲିବା ଶିଖି ପାରିଛି।ଜଣେ ନାରୀ କେତେବେଳେ କନ୍ୟା ଭଗିନୀ ତ କେତେେଳେ ଜାୟା ଜନନୀ ତ ଆଉ କେତବେଳେ ଶକ୍ତି ସ୍ୱରୁପିିଣୀ ଏବଂ ସଂହାରିଣୀ ସାଜିଥାଏ । ପୁରାଣରେ ସତୀ ସୀତା,ଦ୍ରୌପଦୀ, ମନ୍ଦୋଦରୀ ପ୍ରଭୂତିଙ୍କ ଯୁଗ ଯୁଗ ପାଇଁ ଉଦାହରଣ ହେଇ ରହିଛି।
ଯାହା ବି ହେଉ ମୋ ମାଆ ମୋ ପାଇଁ ସବୁକିଛି।ତା ପାଇଁ ଆଜି ମୁ ଦୁନିଆ ଆଲୋକ ଦେଖିବାକୁ ସମର୍ଥ ହୋଇପାରିଛି,ଆଜି ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ସମର୍ଥ ହୋଇପାରିଛି।ତେଣୁ ମୁଁ ମୋ ସେହି ମହିୟସୀ ମହିଳା ମାଆଙ୍କ ନିକଟରେ ଚୀର ଋଣୀ କୃତଜ୍ଞ ଆଉ ନମସ୍ୟ।
