ଶାଶୁଘର
ଶାଶୁଘର
ବିଧିର ବିଧାନ କେ କରିବ ଆନ। ଝିଅଟିଏ ଜନ୍ମ ହେଲେ ତା ପାଇଁ ନିଶ୍ଚିତ ଭାବରେ ଭଗବାନ ଶାଶୁଘର ଖଞ୍ଜି ରଖିଥାନ୍ତି।ଝିଅ ଜନମ ତ ପରଘରକୁ ଅର୍ଥାତ୍ ଶାଶୁଘରକୁ। ଝିଅଟିଏ ତା'ର ବାପଘରେ ଲାଳନପାଳନ ହୋଇ ବଡ଼ ହୁଏ।ଅତି ଆଦରରେ ଗେହ୍ଲଵସରରେ ଅତି ଯତ୍ନର ସହ ଛୋଟରୁ ବଡ଼ ହୋଇଥାଏ। କିନ୍ତୁ ବୟସ ଆସିଲେ ବାପଘର ସମସ୍ତ ଲୋକଙ୍କୁ ଛାଡ଼ି ଦେଇ ଶାଶୁଘର ଚାଲିଯାଏ।ଆଉ ଶାଶୁଘର ଲୋକଙ୍କୁ ନିଜର କରିନିଏ।
ଠିକ୍ ସେହିପରି ସୀମା ଅତି ଗେହ୍ଲଵସରର ଝିଅଟିଏ।ତିନୋଟି ଭାଇରେ ଗୋଟିଏ ଝିଅ।ଭାଇମାନେ ଓ ମାଆ ବାପା ମଧ୍ୟ ସୀମାର ପସନ୍ଦ ଅନୁସାରେ ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି।ତାକୁ ଗଳାର ମାଳି କରିଥାନ୍ତି। ଧୀରେ ଧୀରେ ସୀମା ବଡ଼ ହେବାକୁ ଲାଗିଲା। ବାହାଘର ବୟସ ହୋଇଯିବା ହେତୁ ବାପାମାଆ ଭାଇମାନେ ଗୋଟିଏ ଉପଯୁକ୍ତ ପାତ୍ର ଠିକ୍ କଲେ। ବାହାଘର ପାଇଁ ପ୍ରସ୍ତୁତି ଆୟୋଜନ କରାଗଲା। ହେଲେ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି। ବାପାମାଆ ଭାଇ ଭଉଣୀ କାହାର ଆଖିରେ ନିଦ ନ ଥାଏ,କି ଭୋକ ବି ନ ଥାଏ। ସୀମା କେମିତି ଶାଶୁଘର ଯିବ, କେମିତି ସମସ୍ତଙ୍କ ସହ ମିଶି ଗୋଟିଏ ମନ ପ୍ରାଣ ହୋଇ ଚଳିବ, କେମିତି ସମସ୍ତଙ୍କୁ ନିଜର କରିବ, ଗୋଟିଏ ଉପଯୁକ୍ତ ସୁଗୃହିଣୀ ହେବ ଏ କଥା ଭାବି ଭାବି ସମସ୍ତଙ୍କ ମନ ଖାଲି ଆନ୍ଦୋଳିତ ହେଉଥାଏ। ପୁଣି ଅତି ଗେହ୍ଲାରେ ଵଢିଥିବାରୁ ସୀମାର ବାହାଘର ଧୁମ୍ ଧାମରେ କରିବାକୁ ଚାହୁଁଥିଲେ। ଏଣେ ସୀମା ଭାଇମାନଙ୍କ ସହ ବିତାଇଥିବା ସମୟକୁ ମନେ ପକାଇ ଵାହୁନି ବାହୁନି କାନ୍ଦୁଥାଏ। ସତେ ଯେମିତି ସୀମା ଶାଶୁଘର ଯାଉନି ତ ସମସ୍ତଙ୍କ ସ୍ନେହରୁ ତାକୁ ବଞ୍ଚିତ କରାଯାଉଛି।
ଏମିତି ଦିନ ଅତିକ୍ରମ କରୁ କରୁ ସୀମାର ବାହାଘର ସମୟ ଆସି ପହଞ୍ଚି ଯାଇଛି। ବାହାଘର ମଧ୍ୟ ଧୁମ୍ ଧାମରେ ଆୟୋଜନ ହୋଇଥାଏ। ବାହାଘରର ଶଙ୍ଖ ମହୁରୀ, ହୁଳହୁଳି ଶବ୍ଦରେ ମନ୍ତ୍ର ଉଚ୍ଚାରଣ ଶଦ୍ଦରେ ଚାରିଆଡ଼ ପ୍ରକମ୍ପିତ ହେଉଥାଏ।ଝିଅ ବିଦା ସମୟ ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ। ଝିଅ ଶାଶୁଘର ଯିବ, ଘର ସଂସାର କରିବ। ଶାଶୁଘରେ ସେ ଅତୁଟ ଵନ୍ଧନରେ ବାନ୍ଧି ହୋଇଯିବ। ବାପଘର ସମସ୍ତଙ୍କୁ ଦୂର କରି ଚାଲିଯିବ।ଏହି କଥା ଭାବି ଭାବି ସୀମାର ତିନି ଭାଇ, ବାପାମାଆ ସମସ୍ତଙ୍କ ହୃଦୟକୁ ଆଘାତ ଦେଉଥିଲା। ସତେ ଯେମିତି ଶରୀରରୁ ଆତ୍ମା ଅଲଗା ହୋଇଯାଉଛି। ଏମିତି ଭାବୁ ଭାବୁ ସୀମା ଶାଶୁଘର ଚାଲିଗଲା।
ଶାଶୁଘରେ ସମସ୍ତଙ୍କୁ ନିଜର କରି ଶାଶୁ ଶ୍ୱଶୁର ତଥା ଗୁରୁଜନଙ୍କୁ ସମ୍ମାନ କରି ଏବଂ ସାନ ମାନଙ୍କୁ ସ୍ନେହ ପ୍ରେମ ଶ୍ରଦ୍ଧା ଅତୁଟ ଵନ୍ଧନରେ ବାନ୍ଧି ପାରିଲେ ଏବଂ ସ୍ୱାମୀଙ୍କର ମନୋଭାବକୁ ବୁଝି ସୁଖରେ ଦୁଃଖରେ ସହଯୋଗ କରି ନିଜର କର୍ତ୍ତବ୍ୟ ସମ୍ପାଦନ କଲେ ଶାଶୁଘର ସ୍ୱର୍ଗପୁର ହୋଇଥାଏ।