Usharani Sahoo

Tragedy Others

2.8  

Usharani Sahoo

Tragedy Others

ଧନ ଓ ଧର୍ମ

ଧନ ଓ ଧର୍ମ

2 mins
131


ରାମ ଓ ଶ୍ୟାମ ଦୁଇ ସାଙ୍ଗ।ପିଲାଟି ବେଳରୁ ବହୁତ ଭଲ ସାଙ୍ଗ ହୁଅନ୍ତି।ରାମ ଟିକିଏ ସାଦାସିଧା ସରଳ ପ୍ରକୃତିର କିନ୍ତୁ ଶ୍ୟାମ ବହୁତ ରାଗି, ଦୁଷ୍ଟ ପ୍ରକୃତିର। ଟିକିଏ ଟିକିଏ କଥାରେ ରାଗିଯାଇ ଯାହାକୁ ମନ ତାହାକୁ କେତେ କଥା କହିଯାଏ। ଦିନ ପରେ ଦିନ ଗଡି ଚାଲିଲା । ଦୁହେଁ ବଡ଼ ହେଵାରେ ଲାଗିଲେ ହେଲେ ଶ୍ୟାମର ପ୍ରକୃତି ବଦଳିଲା ନାହିଁ। ରାମ ଭଲ ପାଠ ପଢ଼େ କିନ୍ତୁ ଆର୍ଥିକ ସମସ୍ୟା ହେତୁ ଅଧିକ ପାଠ ପଢିପାରିଲା ନାହିଁ କି କୌଣସି କର୍ମରେ ନିଯୁକ୍ତି ହୋଇ ପାରିଲା ନାହିଁ। ତେଣୁ ବାପାଙ୍କ କୂଳ ବେଉସା ଅନୁସାରେ ଚାଷ କାର୍ଯ୍ୟ କରି ଘର ଚଳାଏ।ଏପଟେ ଶ୍ୟାମ ଭଲ ପାଠ ନ ପଢ଼ିବା ହେତୁ କୈାଣସି କାର୍ଯ୍ୟରେ ନିଯୁକ୍ତ ହୋଇ ପାରିଲା ନାହିଁ।ଏଣେ ସେ ବହୁତ ଆଳସ୍ୟପରାଯଣ ହୋଇ ଘରେ ବସି ରହିଲା। ଘର ଚଳିବା ଅସମ୍ଭବ ହୋଇ ପଡ଼ିଲା।ତେଣୁ ସମସ୍ତେ ଶ୍ୟାମ ଉପରେ ବିରକ୍ତ ହୁଅନ୍ତି। ତେଣୁ କୈାଣସି ଉପାୟ ନ ପାଇ ଶେଷରେ ଶ୍ୟାମ ଖଳ ପ୍ରକୃତିର ଲୋକଙ୍କ ସହ ମିଶି ବିଭିନ୍ନ ଅପରାଧ କଲା । ଚୋରି ଡକାୟତି କଲା, ଜବରଦସ୍ତ ଟଙ୍କା ଆଦାୟ କଲା।ଘର ଲୋକଙ୍କ ସମସ୍ତ ଇଚ୍ଛା ପୂରଣ କଲା। କିନ୍ତୁ କି କାମ କରି ସେ ଟଙ୍କା ଆଣୁଛି ଘରେ କେହି ଜାଣିଲେ ନାହିଁ।

   ଶ୍ୟାମ ସିନା ଟଙ୍କା ଆଣୁଥିଲା।ହେଲେ ତା ମନରେ ଖୁସି ନ ଥିଲା, ସବୁବେଳେ ଭୟ ରହୁଥିଲା।ସେ ସର୍ବଦା ଚିନ୍ତା କରୁଥାଏ ଯେ ସକାଳ ହେଲେ କେଉଁଠାକୁ ଯାଇ ଟଙ୍କା ଲୁଟିବ। କିନ୍ତୁ ରାମ ଅଳ୍ପ ହେଉ ପଛେ ଚାଷ କରି ପରିଶ୍ରମ କରି ଗୋଟିଏ ଛୋଟ ବ୍ୟବସାୟ ଦ୍ଵାରା ଘର ଚଳାଉଥାଏ।ସେଥିରେ ସେ ନିଜେ ଆଉ ତା ପରିବାର ଲୋକ ଖୁସିରେ ଚଳି ଯାଉଥିଲେ। ରାମ ମଧ୍ୟ ସଚ୍ଚୋଟ ପରାୟଣ ଥିବାରୁ ଧର୍ମ ପଥରେ ଯାଇ ଗାଁ ଲୋକ ସମସ୍ତଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରେ। ତେଣୁ ଗାଁ ଲୋକ ମଧ୍ୟ ସମସ୍ତେ ରାମ ଉପରେ ସନ୍ତୁଷ୍ଟ ଥାଆନ୍ତି। ଆହୁରି ମଧ୍ୟ ରାମର ପୂଜା ପଦ୍ଧତି ଧର୍ମ କାର୍ଯ୍ୟରେ ବହୁତ ବିଶ୍ୱାସ ଥିଲା। ତେଣୁ ସେ ସବୁବେଳେ ଅବସର ସମୟରେ ଧର୍ମ ଚର୍ଚ୍ଚା କରେ। ତେଣୁ ତା'ର କୈାଣସି ଅସୁବିଧା ହେଉ ନଥିଲା। କିନ୍ତୁ ରାମର ସାଙ୍ଗ ଶ୍ୟାମ ଦିନକୁ ଦିନ ଅପରାଧ କରି ଅଧର୍ମ ବାଟରେ ଧନ ରୋଜଗାର କରୁଥାଏ। ଏହିଭଳି ଭାବରେ ସେ ବଡ ଡକାୟତିରେ ପରିଣତ ହେଲା। ଶେଷରେ ସେ ଡ୍ରଗସ୍ ଲୁଚାରେ ବିକ୍ରି କଲା।ହେଲେ ସବୁବେଳେ ତ ମଣିଷର ଭାଗ୍ୟ ସାଥ୍ ଦେବନି ନାଁ। ତେଣୁ ଏମିତି ଏକ ଦିନ ଡ୍ରଗସ୍ ବ୍ୟବସାୟ ସମୟରେ ପୋଲିସ ହାତରେ ଧରା ପଡି ଜେଲ୍ ଗଲା। ଆଉ ତା' ଘର ଚଢ଼ାଉ କରି ଘରେ ଲୁଚାଇ ରଖିଥିବା ସମସ୍ତ ଧନ ନିଜ ଅଧୀନକୁ ନେଇଗଲେ।ଘର ଲୋକ ଏ କଥା ଜାଣିପାରି ଶ୍ୟାମକୁ ବହୁତ ଧିକ୍କାର କଲେ ଓ ମୁହଁ ଫେରାଇ ନେଲେ। ଶ୍ୟାମ ଯେତେ ଯାହା ବାହାନା କଲେ ମଧ୍ୟ କେହି ତା କଥା ଶୁଣିଲେ ନାହିଁ କି ବିଶ୍ୱାସ କଲେ ନାହିଁ। ବର୍ତ୍ତମାନ ଶ୍ୟାମ ଏକା ଏକା ଜେଲ୍ ଭିତରେ ସମସ୍ତଙ୍କୁ ହରାଇ ଲୁହ ଗଡ଼ାଇ ଅନୁତାପ କରୁଛି। ଆଉ ନିନ୍ଦୁଛି ନିଜ ଭାଗ୍ୟକୁ।  


Rate this content
Log in

Similar oriya story from Tragedy