Usharani Sahoo

Others

3  

Usharani Sahoo

Others

ବୃକ୍ଷ ରୋପଣ

ବୃକ୍ଷ ରୋପଣ

2 mins
192


ରାକେଶ ଓ ରାହୁଲ୍ ଦୁଇ ଜଣ ବହୁତ ଭଲ ସାଙ୍ଗ।ଏକା ସାଥିରେ ଖାଇବା ପିଇବା ଖେଳିବା ଆଦି ପ୍ରତ୍ୟେକ କାମ କରନ୍ତି। ପରସ୍ପର ମଧ୍ୟ ଭଲ ପାଠ ପଢନ୍ତି। ଗୁରୁଜନଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି।

    ଦିନେ ସେମାନେ ଖେଳୁଥିବା ସମୟରେ ହଠାତ୍ ତାଙ୍କର ନଜର ପଡିଲା ଗୋଟିଏ କାଠୁରିଆ ଉପରେ ।କାଠୁରିଆ ଜଣକ ତାଙ୍କ ବିଦ୍ୟାଳୟ ପଛପଟେ ଥିବା ଏକ ବିଶାଳ ବୃକ୍ଷକୁ ହାଣିଵାରେ ଲାଗିଛି।ଏହା ଦେଖି ରାକେଶ ଓ ରାହୁଲ୍ ଦୁଇ ଜଣ ଧାଇଁ ଗଲେ କାଠୁରିଆ ନିକଟକୁ ‌ଆଉ ଗଛ ନ ହାଣିବା ପାଇଁ ବାରଣ କଲେ ଆଉ କହିଲେ ଯେ ହେ କାଠୁରିଆ ଭାଇ ତୁମେ ଏ ଗଛ ହାଣ ନାହିଁ।କାରଣ କେଉଁ ପୂର୍ବ ପୁରୁଷରୁ ରହିଆସିଅଛି ଆମର ବହୁତ ଉପକାର ମଧ୍ୟ କରିଛି। ଏହି ଗାଆଁରେ ହେଉଥିବା କେତେ ଯାନି ଯାତ୍ରା ଦେଖିଛି। ଆହୁରି ମଧ୍ୟ ଏହି ଗଛ ତଳେ ବସି ଆମେ ସବୁ ସାଙ୍ଗମାନଙ୍କ ସହିତ ଖେଳ ଖେଳୁ,ପାଠ ପଢୁ।ଗଛ ମଧ୍ୟ ଖରାଦିନେ ଆମକୁ ଛାଇ ଦେଇଥାଏ।ଗଛ ଥିଲେ ବର୍ଷା ହୁଏ। ଶାନ୍ତ ଶୀତଳ ପବନ ମଧ୍ୟ ଦେଇଥାଏ।

    ବିଜ୍ଞାନ ବଳରେ ଆଜି ବ୍ୟକ୍ତି ଅନ୍ଧ ହୋଇଯାଇଛି।ସେ ଜାଣି ପାରୁନାହିଁ ଯେ ସେ କେତେଵଡ ଭୁଲ୍ କରୁଛି।ଏହି ଗଛ ହାଣିଵା ଦ୍ୱାରା ନିଜର ବିନାଶକୁ ନିମନ୍ତ୍ରଣ କରୁଛି। ରାକେଶ ଓ ରାହୁଲ୍ କ'ଣ କହୁଥାନ୍ତି କାଠୁରିଆ ଜଣକ କିଛି ବୁଝି ପାରୁନଥାଏ।ସେ ପିଲା ଦୁଇଟିଙ୍କୁ ପଚାରିଲା ବିନାଶ କେମିତି? ରାକେଶ ବୁଝାଇ ଦେଲା ,କହିଲା ଭାଇ ଆମେ ଆମର ସୁଖ ସ୍ୱଚ୍ଛନ୍ଦରେ ରହିବା ପାଇଁ ମନ ଇଚ୍ଛା ଅବିଚାର ଭାବେ ଗଛ ହାଣି ଜଙ୍ଗଲ ସଫା କରିଦେଉଛେ। ଏହି ଗଛ ଥିଲେ ବର୍ଷା ହୁଏ । ଅଧିକ ପରିମାଣରେ କଳକାରଖାନା ହେତୁ ସେଥିରୁ ବାହାରୁଥିବା ବିଷାକ୍ତ ଧୂଆଁ ବାୟୁମଣ୍ଡଳରେ ମିଶି ବାୟୁମଣ୍ଡଳକୁ ଦୂଷିତ କରୁଛି। ଅଙ୍ଗାରକାମ୍ଳର ପରିମାଣ ବଢିବା ହେତୁ ଅମ୍ଳଜାନ କମିଯାଉଛି।ଯାହା ଦ୍ଵାରା କି ଆମ ଜୀବନ ବର୍ତ୍ତମାନ ବିପଦ ଆଡ଼କୁ ଗତି କରିବାରେ ଲାଗୁଛି। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବଢିବା ହେତୁ ଓଜନ ସ୍ତରରେ ରନ୍ଦ୍ର ସୃଷ୍ଟି ହେଵା ଫଳରେ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣି ରଶ୍ମି ସିଧାସଳଖ ଆମ ଶରୀରରେ ପଡ଼ିଲେ ଚର୍ମ କର୍କଟ ରୋଗ ହେବାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ବର୍ଷାର ପରିମାଣ କମିଯିବା ହେତୁ ମରୁଡ଼ି ମଧ୍ୟ ହୋଇଥାଏ।

    ତେଣୁ ସରକାର ଗଛହାଣିଵା ପାଇଁ ବିରୋଧ କରିଛନ୍ତି ଓ ସାମାଜିକ ବନୀକରଣର ବ୍ୟବସ୍ଥା କରିଛନ୍ତି। ତେଣୁ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଉଛି। ଏହି କଥା ଶୁଣି କାଠୁରିଆ କହିଲା ପିଲାମାନେ ତୁମେ ସିନା ପାଠ ପଢୁଛ ବୋଲି ଏତେ କଥା ଜାଣିଛ। ହେଲେ ମୁଁ ତ ମୁରୁଖ ଲୋକ, ମୁଁ ବା କେମିତି ଜାଣିବି? ତୁମେମାନେ ମୋ ଆଖି ଖୋଲିଦେଲ।ହଉ ଚାଲ,ଆମେ ସମସ୍ତେ ମିଶିକି ଏ ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ଓ ସମସ୍ତେ ମିଶି ସବୁଦିନ ଗୋଟିଏ ଲେଖାଏଁ ଚାରା ରୋପଣ କରିବା ।


Rate this content
Log in