STORYMIRROR

Sunanda Mohanty

Abstract Children Stories Inspirational

3  

Sunanda Mohanty

Abstract Children Stories Inspirational

ଶିକ୍ଷା

ଶିକ୍ଷା

1 min
177

   ଭଡା ଥିବା ଝିଅ ଗୁଡାକ ସୁବିଧା ପାଇ ସିଙ୍କ ରେ ପେଜ ସହ ପାଣି ଚଳେଇ ସେଠି ଗାଳିଦିଅନ୍ତି ଲୁଚେଇ ହେଲେ ସେକଥା ଯେବେ ଆଖିରେ ପଡିଲା ଅନୁପମା ବାରଣ ଲେ, ପରିତ୍ୟକ୍ତ ବାଲଟି ଟିଏ ଦେଲେ ସେଥିରେ ରଖି ବାହାରେ ଥିବା କୁଣ୍ଡରେ ରଖିବା ପାଇଁ ତ ବୁଲା ଗୋରୁ ଗାଇ ଷଣ୍ଢ ଖାଇପାରନ୍ତେ, ହେଲେ ଫଳ ଓଲଟା ହେଲା, ଏକରେ ସେହି ତଥାକଥିତ ଝିଅ ମାନେ ଶୁଣିଲେ ନାହିଁ ଦୁଇରେ ପେଜ ପାଇପ ରେ ଜମିରହି ଜାମ ହୋଇ ତିଆରି କରିବାକୁ ପଡିଲା ତ ଅନୁପମା ସେହି ଝିଅମାନଙ୍କ ଦିଦି ସାଜିଥିବା ଝିଅ ଟିକୁ ସଙ୍ଗରେ ନେଇ ଗଲେ ସ୍କୁଲ ଯୋଉଠି ଷଣ୍ଢ ଟିଏ ଶୋଇରହିଥିଲା 

   ଝିଅଟି ମୋ ମୁଁହକୁ ଆଶ୍ଚର୍ଯ୍ୟରେ ଚାହିଁଲା ତ ଷଣ୍ଢକୁ ରୁଟି ଦେଇ ଛିଡା କରେଇଲେ ଅନୁପମା, ଯାହାର ଗୋଟେ ଗୋଡ ଅଧାରୁ ନଥିଲା, କଷ୍ଟେ ମଷ୍ଟେ ଯାହା ଘାସ ଖାଇ ଦୁର୍ବଳ ହୋଇ ବଂଚିଥିଲା, ଯିଏ କି ବଡହେଲେ ଏ ସ୍କୁଲ ପରିସର ଛାଡି ଗଲେ ପ୍ରତିଦ୍ବନ୍ଦୀତା ପୂର୍ଣ୍ଣ ସଂସାର ରେ ଚଳି ପାରିବନି ଆଉ ଏଠି ତୋରାଣି ମୁନ୍ଦେ ପାଇପାରିବ ବି ନାହିଁ l

  ସେଇଦିନ ଠୁ ଦେଖାଗଲା ଝିଅ ମାନେ ଆଉ ସିଙ୍କ ରେ ପେଜ ନଗାଳି ବାଲଟି ରେ ରଖି ତାକୁ ଦାଣ୍ଡରେ ଥିବା ପଥର କୁଣ୍ଡ ରେ ଢାଲୁଛନ୍ତି, ଯେ କୌଣସି ଗୋରୁ ଗାଇ ବା ବୁଲା ଷଣ୍ଢ ପେଜସହ ତୋରାଣି ମୁନ୍ଦେ ଖରା ଗରମ ଦିନେ ପିଇ ପାରୁଛନ୍ତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract