STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ଶୀତ

ଶୀତ

1 min
374

ଗୋ ବିଜ୍ଞାନରେ ପ୍ରତ୍ୟେକ ଭୂତାଣୁର ସମାଧାନ ରହିଛି l ଯେମିତି ଗୋଚିନା ମିଳିମିଳା ଭୂତାଣୁ ପାଇଁ ଅଵ୍ୟର୍ଥ ଔଷଧ ସେହିଭଳି ପଞ୍ଚଗବ୍ୟ ଭିତରେ ଯେଉଁ ୫ଟା ଜିନିଷ ରହିଛି ସବୁ ଜିନିଷ ରୋଗ ନଷ୍ଟକାରୀ ଏବଂ ପ୍ରତିରୋଧଶକ୍ତି ବର୍ଦ୍ଧନକାରୀ ତତ୍ତ୍ୱ ରହିଛି l ଗୋବର ଭସ୍ମକୁ ପାଣିରେ ଗୋଲେଇ ପିଇଲେ ଶରୀରରେ ଶୀଘ୍ର ଅମ୍ଳଜାନ ବଢ଼ାଉଛି l ଗୋମୂତ୍ର ଶରୀରରେ ଯେଉଁଠିବି ବ୍ଳକେଜ ଥିବ ଠିକ କରୁଛି l କୌଣସି ଅନିଷ୍ଟକାରୀ ପରଜୀବିକୁ ଶରୀରରୁ ବାହାର କରୁଛି l ଘିଅ ପାଚନ ଶକ୍ତିକୁ ଠିକ ରଖୁଚି ଏବଂ ନସ୍ୟ କଲେ ଫୁସଫୁସ ଶକ୍ତିଶାଳୀ ହେଉଛି l ସହଜ ଶ୍ୱାସକ୍ରିୟା ପାଇଁ ଘିଅର ବ୍ୟବହାର ହେଉଛି l ସୁନ୍ଦର ନିଦ କରାଉଛି ଏଇ ଘିଅ l ଦହି ଇନଫେକ୍ସନ ବା ସଂକ୍ରମଣକୁ ଠିକ କରୁଛି l କ୍ଷୀର ଶରୀରର ଅଭାବ ବା କ୍ଷତିପୂରଣକୁ ମେଣ୍ଟାଇବା ଏବଂ ବୀର୍ଯ୍ୟବାନ ଶକ୍ତିମାନ ବନେଇବା ସହିତ ରୋଗ ପ୍ରତିରୋଧ ଶକ୍ତି ପ୍ରଦାନ କରୁଛି l


ଗାୟତ୍ରୀ ମନ୍ତ୍ରକୁ ସୂର୍ଯ୍ୟ ମନ୍ତ୍ର କୁହାଯାଏ ଏହା ପ୍ରତିରୋଧ ଶକ୍ତି ବଢାଏ ଏବଂ କୌଣସି ପ୍ରକାରର କଫ ବାତ ଜନିତ ସମସ୍ୟାର ସୁନ୍ଦର ସମାଧାନ ଅଟେ l

    ସେଦିନ ଗାୟତ୍ରୀ ମନ୍ତ୍ର ପାଠ କରୁଥିଲି, ଶୀତ ସକାଳର ସୂର୍ଯ୍ୟଙ୍କ ପ୍ରତିଫଳନରେ ଗୁହାଳ ଓ ଗୁହାଳ ଭିତରେ ଥିବା ଗାଇ ଗୁଡିକ ଅତୀବ ମନୋହର ଦେଖା ଯାଉଥିବା ବେଳେ ଗାଈମାନଙ୍କ ଲାଞ୍ଜ ବାଡେଇବା ଫଳରେ ଯେଉଁ ଡଷ୍ଟ ସବୁ ଉଡୁଥାଏ ତାହା ଖାଲି ସାତ ରଂଗ ନୁହେଁ ବରଂ ଆଖିଝଲସା ଅନେକ ରଙ୍ଗର ସମାହାର ଥିଲା, ଗଉଡ଼ ପଚାରୁଥିଲା କଣ ଦେଖୁଛ ମାଆ, ଗାଈ ଗୁଡିଙ୍କୁ ଆଉଁସି ଦେଇ ମ୍ୟାଜିକ ଡଷ୍ଟ ଦେଖୁଛି କହିବାରେ ସେ ବି ଆସି ଶୀତକୁ ଖାତିର ନକରି, ଖୋଲା ଶରୀରରେ ସେଗୁଡିକ ଦେହରେ ବୋଳି ହୋଇ ଗୋ ବିଜ୍ଞାନର ମଜ୍ଜା ନେବା ସହ ସୂର୍ଯ୍ୟ ନମସ୍କାର କରି କହୁଥିଲା, ଏଥିରେ ବି କିଛି ସ୍ୱାତନ୍ତ୍ର୍ୟ ନିଶ୍ଚୟ ଥିବ ନା ମାଆ, ନିଶ୍ଚୟ କହି ମୁଁ ପୁଣି ସୂର୍ଯ୍ୟଙ୍କ ଉଦେଶ୍ୟ ରେ ପାଣି ଦେଉଥିଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract