Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Aravinda Das

Inspirational Others

2  

Aravinda Das

Inspirational Others

ଶୀତ ସକାଳ ଗୋଲାପ ଫୁଲ ଓ ସେଇ ଝିଅ

ଶୀତ ସକାଳ ଗୋଲାପ ଫୁଲ ଓ ସେଇ ଝିଅ

2 mins
606



ଅଳସୁଆ ଶୀତ ସକାଳ।

ହାଲକା କୁହୁଡିର ଆସ୍ତର ଭିତରୁ ଉଙ୍କି ମାରିଲେଣି ସୂର୍ଯ୍ୟ ଦେବତା। ସକାଳର ସୂର୍ଯ୍ୟ କିରଣ, ଲାଲ ରଙ୍ଗର ସେଇ ଗୋଲାପ ଫୁଲରେ ଜମା ହୋଇଥିବା କାକର ବିନ୍ଦୁ ଉପରେ ପଡି ଚିକ୍ ଚିକ୍ କରୁଥିଲା ;ସୋ କେସରେ ଥିବା ନୂଆ ସୁନା,ହୀରା ଗହଣା ଭଳି।

ବାଟରେ ଯାଉଥିବା ଝିଅଟା ହାଠାତ୍ ଅଟକି ଗଲା ତାଜା ଗୋଲାପ ଫୁଲଟିକୁ ଦେଖି। ଗୋଲାପ ଫୁଲ ହସିଦେଲା ଝିଅକୁ ଅନାଇ। ସତେ ଯେମିତି ଅନୁରୋଧ କରୁଥିଲା ,

"ମୋତେ ତୋ ପାଖକୁ ନେଇଯା।"

କୁନି ଝିଅ ମୁହଁରେ ଖେଳିଗଲା ଧାରେ ହସ।ହାତ ବଢ଼ାଇଦେଲା ସେ ଗୋଲାପ ଆଡ଼କୁ। ଡେମ୍ଫସହ ଥିବା ଗୋଲାପଟିକୁ ଭାଵ ବିହ୍ଵଳ ହୋଇ ସେ ଦେଖୁଥାଏ।

- ଏ ଝିଅ,ଗୋଲାପ ଫୁଲ ର ଦାମ କେତେ ?"


ବର୍ତ୍ତମାନ ଝିଅଟିର ସାମ୍ନାରେ ଜଣେ ଯୁବତୀ ଠିଆ ହୋଇ ପ୍ରଶ୍ନ କରୁଥିଲା।


କୁନି ଝିଅର ହାଠାତ୍ ତାର ମନେପଡ଼ିଲା; ଗତକାଲି ରାତିରୁ ସେ କିଛି ଖାଇନି।ଧୀର ସ୍ୱରରେ କହିଲା,

-କୋଡିଏ ଟଙ୍କା।"

- ଏତେ ଦାମ ?

- ପାଞ୍ଚ ଟଙ୍କା ଦେବି।ଦବୁ ?

ଫୁଲଟି ବଢ଼ାଇ ଦେଲା କୁନି ଝିଅ,ପାଞ୍ଚ ଟଙ୍କା ନେଇ।ଅନ୍ତତଃ ଜଳଖିଆ ଖାଇପାରିବ ସେ।

 ଯୁବତୀ ଜଣକ , ଗୋଲାପ ଫୁଲଟିକୁ ମୁଣ୍ଡରେ ଲଗାଇ ମୋବାଇଲରେ ନିଜ ସେଲ୍ଫି ଉଠାଇ ପ୍ରେମିକ ପାଖକୁ ଫଟ ପଠାଇ ମେସେଜ କଲା।

- କେମିତି ଦିଶୁଛି ?

- ଛିଃ, ପୁରା ଗାଉଁଲିଆ।ଏ ଫୁଲ କିଏ ଦେଲା ?ଆଉ କାହା ସାଙ୍ଗରେ ଚକ୍କର ଚାଲିଛି ବୋଧେ ? ରକି ନା ବଣ୍ଟି ? କାହା ସାଙ୍ଗରେ ଅଛ ?" ରାଗିଯାଇ ମୁଣ୍ଡରୁ ଫୁଲଟି କାଢି ତଳେ ପକାଇ ଚାଲିଗଲା ଯୁବତୀ।


   କୁନି ଝିଅ ପୁଣି ଗୋଲାପଟିକୁ ଗୋଟାଇ ଆଣି ନିଜ ଫ୍ରକରେ ପୋଛି ସଫା କରି ଗେଲ କଲା।

- ଫୁଲ ବିକୁଛୁ କି ଝିଅ ?"

   

ପୂଜାଥାଳି ହାତରେ ଧରି ଜଣେ ମହିଳା ପଚାରୁଥିଲେ। ମନ୍ଦିରକୁ ଯାଉଥିଲେ ବୋଧେ। ଦଶ ଟଙ୍କା ହାତକୁ ବଢ଼ାଇଦେଇ ଫୁଲଟି ନେଇଗଲେ।ଝିଅଟି ପୁଣି ହସିଦେଲା।ଖରାବେଳଟା ଓପାସରେ କଟିବନି।


ଝିଅଟି ଚାଲି ଯାଉ ଯାଉ କିଛି ଯୁକ୍ତି ତର୍କ ଶୁଣି ବୁଲିପଡ଼ିଲା।  ଗାଡ଼ି ପାର୍କ କରି ସେଇ ମହିଳାଙ୍କ ସ୍ୱାମୀ ଆସିଯାଇଥିଲେ।

- ସେଇ ଝିଅଠୁ ଫୁଲ ଆଣିଛ? ତା ବେଶଭୁଷା ଦେଖିଛ ?ଅଗାଧୁଆ ଅସନା ଛୁଆ; କି ଜାତି ହୋଇଥିବ କେଜାଣି ?ଏଇ ଫୁଲ ଠାକୁରଙ୍କୁ ଦେବ ?ଫୋପାଡ଼ ତାକୁ।"

    

 ଅପ୍ରସ୍ତୁତ ହୋଇଯାଉଥିଲେ ମହିଳା; ଝିଅଟି ସାମ୍ନାରେ ଫୁଲ ଫୋପାଡିବା ପାଇଁ।


 ସେମାନେ ମନ୍ଦିରକୁ ଚାଲିଗଲା ପରେ,ତଳୁ ସେଇ ଗୋଲାପ ଫୁଲଟି ଗୋଟାଇ, ପୁଣି ନିଜ ଡ୍ରେସରେ ପୋଛି ବିପରୀତ ଦିଗକୁ ଆଗେଇଲା ଝିଅଟି ।


  କିଛି ବାଟ ଚାଲିଲାପରେ ତା କାନରେ ବାଜିଲା,"ରାମ ନାମ ସତ୍ୟ ହେ.."


 ଏକ ଶବଯାତ୍ରା ।ଝିଅଟି,ଶଵ ସହିତ ମନ ଦୁଃଖରେ ଅନ୍ୟମନସ୍କ ଭାବେ ଚାଲୁଥିବା ଜଣେ ବ୍ୟକ୍ତିଙ୍କ ହାତକୁ ଗୋଲାପ ଫୁଲଟି ବଢ଼ାଇଦେଲା।


  କ୍ଷଣେ ରହିଗଲେ ସେ ବ୍ୟକ୍ତିଜଣଙ୍କ।ଫୁଲଟି ଝିଅ ହାତରୁ ନେଇ ଶବ ଉପରକୁ ପକାଇଦେଲେ। ଖଇ, କଉଡି ଓ ପଇସା ଫିଙ୍ଗି ଫିଙ୍ଗି ଯାଉଥିଲେ ସେ ବ୍ୟକ୍ତି।

 

କୁନି ଝିଅଟି ନଇଁ ପଡି ରାସ୍ତାରୁ ଗୋଟାଇବାକୁ ଲାଗିଲା ଏକ ଟଙ୍କା,ଦୁଇ ଟଙ୍କିଆ କଏନ।ଶଵଯାତ୍ରା ଆଗକୁ ଚାଲିଗଲା।


 ଝିଅ ଆଖିରେ ପଡ଼ିଲା ରାସ୍ତାରେ ଗଳି ପଡିଥିବା ସେଇ ଗୋଲାପ ଫୁଲଟି ଉପରେ,ଯାହାକୁ କିଛି ସମୟ ଆଗରୁ ଶବ ଉପରେ ପଡ଼ିଥିଲା।


- ତୁ,ବାରମ୍ବାର ମୋ ପାଖକୁ କାହିଁକି ଫେରି ଆସୁଛୁ ?"ପଚାରୁଥିଲା ଝିଅଟି।


 ହସି ଦେଇ ଗୋଲାପ ଫୁଲ ଯେମିତି କହୁଥିଲା,"ମଉଳିବା ଆଗରୁ ତୋ ଭଳି ନିଶ୍ପାପ ଶିଶୁ ମୁହଁରେ ହସ ଟିକେ ଦେଖିବା ପାଇଁ।"

 

 ଝିଅଟି ପହଂଚିଲା ଇଟିଲି,ଘୁଗୁନି ବିକୁଥିବା ଠେଲାଗାଡି ପାଖରେ।କାନରେ ପଡ଼ିଲା କାହାର କାନ୍ଦ।ତା ଠାରୁ ବୟସରେ ସାନ ଝିଅଟେ କିଛି ଖାଇବା ପାଇଁ ତା ମାଆକୁ ପଇସା ମାଗୁଥିଲା। ଅଧିକ ଭୋକିଲା ଦିଶୁଥିଲା ଝିଅଟା। ଭୋକର କଷ୍ଟ ତା ଠାରୁ ଅଧିକ କିଏ ଜାଣେ ?ତା ପାଖରେ ଥିବା ପନ୍ଦର ଟଙ୍କା ଓ ଗୋଟାଇଥିବା ଖୁଚୁରା ପଇସାତକ ଠେବାଲାକୁ ଦେଇ ,ଦୁଇ ପ୍ୟାକେଟ ଇଟିଲି ଆଣିଲା।ଗୋଟାଏ ବଡ଼ ପ୍ୟାକେଟ ସେଇ ମା ଝିଅଙ୍କୁ ଦେଇ,ନିଜେ ସାନ ପ୍ୟାକେଟରୁ ଖାଇଲା।


 ମା,ଝିଅଙ୍କ ମୁହଁରେ ଏକ ପରିତୃପ୍ତିର ଭାଵ ଫୁଟିଉଠୁଥିଲା। ମନେମନେ କୁନି ଝିଅକୁ ଧନ୍ୟବାଦ ଦେଉଥିଲେ ସେମାନେ। ଚାଲିଗଲା ପୂର୍ବରୁ କୁନି ଝିଅ ,ଗୋଲାପ ଫୁଲଟି ଧରାଇଦେଲା ଅନ୍ୟ ଝିଅକୁ। ସେଇ ଝିଅ ମୁହଁରେ ଧାରେ ଅନାବିଳ ସ୍ମିତ ହସ।


 ଗୋଲାପ ଫୁଲଟି ଖିଲ ଖିଲ ହୋଇ ହସୁଥିଲା।ତା ସହ ତାଳ ଦେଇ ହସୁଥିଲା ଶୀତୁଆ ସକାଳ।


Rate this content
Log in

More oriya story from Aravinda Das

Similar oriya story from Inspirational