Aravinda Das

Tragedy

5.0  

Aravinda Das

Tragedy

ଶହୀଦ

ଶହୀଦ

3 mins
654



କିଛି ସମୟ ବ୍ୟବଧାନରେ ଗାଁ ରେ ଦୁଇଟି ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା ; ଦୁଃଖ ଓ ଆନନ୍ଦ'ର ପରିସ୍ଥିତି ।

ବିସ୍ଫୋରଣରେ ଶହୀଦ ହୋଇଥିବା ତାଲିକାରେ ଗଗନ ନାଁ ଥିବା ଖବର ଶୁଣି କାନ୍ଦ ବୋବାଳି ପଡିଯାଇଥିଲା ଗାଁ ରେ ।

ଗାଁ ର ଦୁଇ ଯୁବକ,ଗଗନ ଓ ଶରତ, ସେଇ ଏକା ରେଜିମେଣ୍ଟରେ ସୈନିକ ଭାବେ କାମ କରୁଥିଲେ ।

ଏଇ ନିକଟରେ ଦୁହେଁ ଛୁଟି କଟାଇ ଫେରିଥିଲେ ନିଜ କର୍ମସ୍ଥଳକୁ ।

ଟିଭିରେ ଦେଖାଉଥିବା ଚିତ୍ର ଭୟଙ୍କର ଥିଲା । ଏତେ କ୍ରୁର କେମିତି ହୋଇପାରନ୍ତି ଏଇ ଆତଙ୍କବାଦୀମାନେ !


- ମୋ ସଂସାର ସରିଗଲାରେ ....ମୋ ଧନକୁ କିଏ ମାଇଲାରେ...କାହାକୁ ଦେଖି ମୁଁ ବଞ୍ଚିବି ରେ..କିଏ ମୋତେ ବୋଉ ବୋଲି ଆଉ ଡାକିବରେ ...ମୋ ଗଲାମାଳି ରେ...ମୋ ଗଗନାରେ... ବାହୁନୁ ଥିଲା ଗଗନ ବୋଉ ।

 ବାରମ୍ବାର ମୁର୍ଛା ଯାଉଥାଏ ଗଗନର ସ୍ତ୍ରୀ ନନ୍ଦିନୀ । ଗାମୁଛାରେ ନିଜ ଆଖିକୁ ପୋଛି କୋହ ସମ୍ଭାଳିବାର ମିଛ ପ୍ରଚେଷ୍ଟା କରୁଥାନ୍ତି ଗଗନ ବାପା । ଆବାକାବା ହୋଇ ବୋକାଙ୍କ ଭଳି ସବୁ ଦେଖୁଥାଏ ମିକୁ, ଗଗନର ତିନି ବର୍ଷ ପୁଅ ।

- ଗଗନ ଆମ ଦେଶପାଇଁ ଜୀବନ ଦେଇ ଶହୀଦ ହେଲା । କାଳ କାଳକୁ ଆମ ଗାଁ ନାଁ ରଖିଲା । ଆମେ ସମସ୍ତେ ତା ପାଇଁ ଗର୍ବ କରିବା କଥା । ସେନାବାହିନୀରେ ଯୋଗ ଦେଲାବେଳେ ଆମେ ପରା ସେମାନଙ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥାଉ । ସେମାନେ ତମ ପୁଅ କି ସ୍ୱାମୀ ନୁହଁନ୍ତି, ସେମାନେ ଦେଶର ପୁଅ । "କିଏ ଜଣେ ପ୍ରବୋଧନା ଦେଉଥିଲା ।


ଗୋଟାଏ ମୁହୂର୍ତ୍ତରେ ଛାରଖାର ହୋଇଗଲା ସବୁଯେମିତି ।

 ଶରତ ଘରେ ବି ଅବସ୍ଥା ବି ଅଭାବନୀୟ ଥିଲା । ବାରମ୍ବାର ସମସ୍ତେ ଦେଖୁଥାନ୍ତି ଟିଭି ସ୍କ୍ରିନକୁ । ସମସ୍ତେ ଭୟଭୀତ ହୋଇ ଅନାଇଥାନ୍ତି କାଳେ କେତେବେଳେ ଦୁଃସମ୍ବାଦ ଆସିବ କି ?

- ଏମିତି ଜୋରରେ ବୋମା ଫୁଟିଛି ମାନେ ଶରତ କଣ ଆଉ ବଞ୍ଚିଥିବ ?ଚାନ୍ସ ବହୁତ କମ । ଗଗନର ହେଲେ ପୁଅଟେ ଅଛି, ଶରତ ର ପିଲା ଛୁଆ ବି ନାହିଁ । ବଡ଼ ଅଭାଗିନୀ ଏଇ ଲିପି । ଶରତର ମା ବି ଗଲା ବର୍ଷ ମରିଯାଇଛି । "ଫୁସୁରୁଫାସର ହେଉଥିଲେ ଲୋକେ ।

 ଠାକୁର ଘରେ ଅଧିଆ ପଡ଼ିଥିଲା ଲିପି,ଶରତ ର ସ୍ତ୍ରୀ । ଆଖିରୁ ଲୁହ ଶୁଖୁନଥାଏ । କାନରେ ତାର ପଡିସାରିଥିଲା ଗଗନ କଥା । ମନେ ମନେ ଭାବୁଥିଲା ନନ୍ଦିନୀ କଥା । କିଏ ଜାଣେ ଆଉ କିଛି ମୁହୂର୍ତ୍ତରେ ହୁଏତ ତା ଅବସ୍ଥା ବି ନନ୍ଦିନୀ ଭଳି ହୋଇଯିବ । କିନ୍ତୁ ନାହାକ ତ ବାହାଘର ପୂର୍ବରୁ କହିଥିଲା ରାଜଯୋଟକ ଓ ଝିଅ ଅହିସୁଲକ୍ଷଣି ହେବ ବୋଲି ।

- ଶରତ ଆହାତ ହୋଇ ହସ୍ପିଟାଲରେ ଅଛି । ବଞ୍ଚିଛି । "

ଖବରଟା ଶୁଣି ଖୁସିର ଲହର ଖେଳିଗଲା ।

"ଆରେ ଶରତ ଭାଇ ବଞ୍ଚିଛି ରେ । "ପାଟିକରି କମ୍ପାଉଥିଲେ କିଛି ଟୋକା ।

 ମୁହଁରେ ଧାରେ ହସ ଖେଳିଗଲା ଲିପି ଓ ଶରତ ବାପାଙ୍କ ମୁହଁରେ ।

 

 ସରକାର ଘୋଷଣା କରିଥିଲେ ଶହୀଦଙ୍କ ପାଇଁ କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରୀର ଘୋଷଣା । ପିଲାଙ୍କ ପାଇଁ ସମ୍ପୁର୍ଣ୍ଣ ମାଗଣାରେ ପଢ଼ିବା ବ୍ୟବସ୍ଥା ବି । ଗୁରୁତର ଆହାତ ଶରତର ମାଗଣା ଚିକିତ୍ସା ସହ କିଛି ସାହାଯ୍ୟ ରାଶି ବି ଘୋଷଣା କରିଥିଲେ ସରକାର ।

  ଗଗନର ମୃତ ଶରୀର ଜାତୀୟ ପତକା ଗୁଡା କଫିନରେ ଆସି ପହଞ୍ଚିଥିଲା ଗାଁ ରେ ଓ ଏକୋଇଶି ତୋପ ସଲାମରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା ।

- ତୁ ଭାରି ଭାଗ୍ୟବତୀ ଲୋ ଲିପି । ଶଙ୍ଖା ସିନ୍ଦୂର ତୋର ବଜ୍ର ହୋଇଥାଉ । ଗଗନ ଶହୀଦ ସିନା ହେଲା, ହେଲେ ବିଚାରୀ ନନ୍ଦିନୀ ତ ବିଧବା ହେଲା । ଟଙ୍କା,ଚାକିରୀ କଣ ପୁଅ,ସ୍ୱାମୀକୁ ଫେରାଇ ଆଣିପାରିବ ?ଗଗନ ଫଟକୁ ଅନାଇ ଜୀବନ ସାରା କାନ୍ଦି କାନ୍ଦି ବଞ୍ଚିବ ନନ୍ଦିନୀ । "


   ତେବେ ଶରତ ଚିକିତ୍ସିତ ହେଉଥିବା ମିଲିଟାରୀ ହସ୍ପିଟାଲରେ ପହଁଚି ଲିପିର ହୋସ ଉଡ଼ିଗଲା । ଶରତର ଦୁଇ ଗୋଡ଼ ଓ ଗୋଟାଏ ହାତ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । କଥାବାର୍ତ୍ତା କରିବା ଶକ୍ତି ହରାଇଥିଲା ଶରତ । ଆଠ ମାସ ପରେ, ପ୍ରୋସ୍ଥେଟିକ ହାତ,ଗୋଡ଼ ଲଗାଇ ଘରକୁ ଫେରିଥିଲା ଶରତ, ଲିପି ସାଙ୍ଗରେ ହୁଇଲ ଚେୟାରରେ ବସି । ପଙ୍ଗୁ ସ୍ୱାମୀକୁ ନେଇ ଏକୁଟିଆ ଫେରିଲା ବେଳେ ଲିପି ଦେଖୁଥିଲା , ଶରତକୁ ସ୍ବାଗତ କରିବାକୁ ଏୟାରପୋର୍ଟରେ କେହି ନେତା,ସାମ୍ବାଦିକ ବା ଲୋକଙ୍କ ଭିଡ଼ ବି ନଥିଲା ।

- ବଞ୍ଚିଲା ସିନା,ହେଲେ ଏମିତି ଜୀବନରେ କି ଲାଭ ? ହାତ,ଗୋଡ଼ ତ କାମ କରୁନି,କଥା ବି କହୁନି । ବୋଝ ହୋଇ ରହିଲା ଜୀବନ ସାରା । "ପଡିଶା ଲୋକେ କୁହାକୁହି ହେଉଥିଲେ ।


ଉଭୟ ନନ୍ଦିନୀ ଓ ଲିପିଙ୍କୁ ଚାକିରୀରେ ଯୋଗ ଦେଇଥିଲେ ସେଇ ପାଖ ସହରରେ ।


  ଗଗନ ସ୍ତ୍ରୀ, ନନ୍ଦିନୀ ପୁଣିଥରେ ବାହା ହୋଇସାରିଥିଲା ନିଜ ଦିଅରକୁ । ଲୋକେ କୁହାକୁହି ହେଉଥିଲେ,କ୍ଷତି ପୁରଣ ଟଙ୍କା ଓ ପେନ୍ସନ ଘରେ ରହିବ ବୋଲି କାଳେ ଏମିତିଟି କରିଛନ୍ତି ଘର ଲୋକେ । ନହେଲେ ଗଗନ ଭାଇଟା ତ ମଦୁଆ । ଗଗନ ପୁଅ ଭବନେଶ୍ଵରରେ ଗୋଟେ ବଡ଼ ସ୍କୁଲରେ ହଷ୍ଟେଲରେ ରହି ପଢୁଛି । ଦୁଇ ମହଲା କୋଠା ତିଆରି କରିସାରିଲେଣି ଗଗନ ଘର । ଟ୍ରକ ଗୋଟେ କିଣି ବିଜିନେସ କରୁଛି ଗଗନର ଭାଇ ।


 ସନ୍ଧ୍ୟାରେ ଘରକୁ ଫେରିଲା ବେଳେ ଲିପି, ଗାଁ ଛକ ଉପରେ ଥିବା ଗଗନର ପ୍ରତିମୂର୍ତ୍ତିକୁ ଦେଖି ଗୋଟେ ଦୀର୍ଘ ନିଶ୍ବାସ ଛାଡି ଭାବେ,"ଶରତ ହେଲେ ଶହୀଦ ହୋଇଯାଇଥାନ୍ତା !



Rate this content
Log in

Similar oriya story from Tragedy