Aminilu Ray

Tragedy

2  

Aminilu Ray

Tragedy

ଶେଷଯାତ୍ରା

ଶେଷଯାତ୍ରା

1 min
371


ଜଜ୍ଞର ଶେଷ ଦିନରେ ଅର୍ଥାତ୍ ପୂର୍ଣ୍ଣାହୁତି ଦିନ ବୁଢାବୁଢୀ ଦୁହେଁ ପ୍ରସାଦ ସେବନ କରି ମହା ଆନନ୍ଦରେ ଅତିଥିଶାଳାରେ ବିଶ୍ରାମ ନେଉଥିବା ସମୟରେ ହଠାତ୍ କରୁଣାର ଆଖି ପଡିଲା ତା’ର ପିଲାଦିନର ସାଙ୍ଗ କେଶବ ଓ ତା ସ୍ତ୍ରୀ ସୁଲି ଉପରେ । ସେ ଅତି ଖୁସିରେ ନିଜକୁ ଆଉ ସମ୍ଭାଳି ନପାରି ଦୈାଡି ଆସି, କେଶବକୁ ପଛପଟୁ ଧରିପକାଇ, ଭାବବିହ୍ୱଳର ସହ କହିଲା –

-ତୁ କେଶବ ନା ? ମୋତେ ଚିହ୍ନି ପାରୁଛୁ ?

-ଆରେ କି କଥା କହୁଛୁ ? ମୋ ପିଲାଦିନର ସାଙ୍ଗକୁ ପୁ’ଣି ମୁଁ ଚିହ୍ନି ପାରିବିନି ?

-ଯାହାହେଉ ଏତେ ଦିନ ପରେ ଆମର ଏଇଠି ଭେଟ ହେବ ବୋଲି ମୁଁ କେବେ ବିଶ୍ୱାସ କରିନଥିଲି । ହଉ କେମିତି ଅଛୁ, କ’ଣ କରୁଛୁ, ତୋ ବିଷୟରେ କିଛି କହ ?

-ହଁ, ସବୁ ଭଲ । ଆଉ ତୋ ଖବର କ’ଣ ?

  କେଶବ ମୁହଁରୁ ଏଇ କେଇପଦ କଥା ଶୁଣି ତା ଆଖିରୁ ଠକ୍ ଠକ୍ ଲୁହ ଝରିପଡିଲା । ନିଜର ଘର କଥା ଖୋଲି କହିବାକୁ ଖରାପ ଲାଗୁଥିଲେ ବି ସେ ବାଧ୍ୟ ହୋଇ ଆମୂଳଚୂଳ ସବୁ ବର୍ଣ୍ଣନା କଲା ତା ପାଖରେ । ସବୁ ଶୁଣିସାରିବା ପରେ କେଶବ ଲୁହ ଛଳଛଳ ଆଖିରେ କହିଲା – “ଜାଣିଛୁ, ଆଜିକୁ ୫ବର୍ଷ ପୂର୍ବରୁ ମୋ ଅବସ୍ଥା ଠିକ୍ ତୋ ପରି ଥିଲା । ମୁଁ ଆଉ ମୋ ସ୍ତ୍ରୀ ଶେଷରେ ବାଧ୍ୟ ହୋଇ “ଜରା ନିବାସ” ଚାଲି ଆସିଲୁ । ଏବେ ସେଇଠି ଭଲରେ ଅଛୁ ।”

 ଯାହାହେଉ, ଏତେ ଦିନ ପରେ ଟିକେ ଶାନ୍ତିରେ ମୃତ୍ୟୁ ପର୍ଯ୍ୟନ୍ତ ବଂଚିବାର ମାଧ୍ୟମ ତା ଆଖି ସାମ୍ନାରେ ଝଲ୍ସି ଉଠିବାରୁ, ସେ ଖୁସିରେ ଭାବବିହ୍ୱଳ ହୋଇ କେଶବକୁ ଆଲିଙ୍ଗନ କରି ଅନୁରୋଧ ପୂର୍ବକ କହିଲା - ଆମେ ବି ତୋ ସହ ଯିବାକୁ ରାଜି ଅଛୁ ।

           ତହିଁ ଆରଦିନ ସୂର୍ଯ୍ୟୋଦୟ ପୂର୍ବରୁ ସେମାନେ ଖୁସିରେ ଜରା ନିବାସ ଅଭିମୁଖେ ଯାତ୍ରା କରୁଥିଲେ ।



Rate this content
Log in

Similar oriya story from Tragedy