The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

3  

Satyabati Swain

Tragedy

ଶେଷ ପୃଷ୍ଠା

ଶେଷ ପୃଷ୍ଠା

6 mins
155


ଅପର୍ଯ୍ୟାପ୍ତ ଭିଡ଼ । ଠେଲା ପେଲା । ଅଣନିଃଶ୍ଵାସୀ ଅବସ୍ଥା । ତା ଭିତରେ କିନ୍ତୁ ଯିବାର ଅଛି । ଭିଡ଼ ଶେଷରେ ଇପ୍ସିତ ବସିଛନ୍ତି । ପରୀକ୍ଷା କରୁଛନ୍ତି ବୋଧେ । ଦେଖା ଯାଉ କେତେ ଜଣ ଏ ଅକଳନ ଭିଡ଼ ପାରି ହୋଇ ତା ପାଖେ ପହଞ୍ଚି ପାରୁଛନ୍ତି । ତୁ କଣ ଏକା ଚାଲାକ ନା କଣ!!ଭିଡ଼ ହେଲେ ବି କେହି କଣ ତୋ ପାଖେ ପହଂଚିବାର ଲକ୍ଷ୍ୟ ପରିହାର କରୁଛନ୍ତି । ଦେଖ୍ ଦେଖ୍ କି ପେଲା ତେବେ ଯିବା ଜାରି ରହିଛି । କାହାରି ମୁହଁରୁ ବିଶ୍ୱାସ ମଉଳି ନାହିଁ । ସମସ୍ତେ ଅପେକ୍ଷା ରତ ତୋ ପାଖେ ପହଞ୍ଚିବାକୁ । ଯାହା ବି ହୋଇ ଯାଉନା କାହିଁକି ଆସିଛି ଯେତେବେଳେ ତୋ ପାଖ ଯାଏ ଯିବାର ଅଛିତ ନିଶ୍ଚୟ ।


ଏଇ ବିଶ୍ୱାସର ନାଁ କି ଜଗନ୍ନାଥ!!


ଏଇ ଠେଲା ପେଲା ଭିତରେ ବି ଯିବାର ଅଦମ୍ୟ ଇପ୍ସା କି ଜଗନ୍ନାଥ!!


ଏମିତି ଭାବର ପାଗଳାମୀ ମଲେ ପଛେ ମରିବି ତୋତେ ଆସିଛି ଦେଖିବାକୁ ତ ଦେଖିବି ସେ ଠେଲା କି ପେଲା କି ଯାହା ହେଉ ଉତ୍କଣ୍ଠା,ମନୋଭାବର ନାଁ କି ଜଗନ୍ନାଥ!!


ବୋଧେ ଏଇ ବିଶ୍ୱାସ,ଲକ୍ଷ୍ୟ,ଇପ୍ସା ହିଁ ଜଗନ୍ନାଥ ।


କାଲି ମୁଁ ବି ସେମାନଙ୍କ ମଧ୍ୟରେ ସାମିଲି ଥିଲି । ବର୍ଷ ସରି ଯାଉଛି ଟିକେ ଜଗନ୍ନାଥ ଦର୍ଶନ କରିବି । କେତେ କଣ ଭାବି କି ଯାଇଥାଏ । କିନ୍ତୁ ସେଠିକୁ ଗଲେ କିଛି ଭାବି ପାରେ ନାହିଁ । କେବଳ ଠେଲା ପେଲା ଭିତରେ ସେ ଦିଟା ଗୋଲ ଗୋଲ ଆଖି ଖୋଜେ ଦେଖିବାକୁ ହୃଦୟ । ଜନ ସମୁଦ୍ର ଭିତରେ ଟିପ ଉପରେ ଠିଆ ହୋଇ ଦେଖିବାକୁ ଚେଷ୍ଟା ଚାଲେ ସେ ଆଖି । କଣ ଅଛି କେଜାଣି ସେ ଆଖିରେ ତାକୁ ଦେଖିବାର କି ଦୁର୍ବାର ଆକର୍ଷଣ,ମୋହ!!

ଥରେ ଗଲି ଗୋଟିଏ ଆଖି ମାତ୍ର ଦେଖିବାରେ ସମର୍ଥ ହେଲି । ମନ ଗୁଡୁ ପୁଡୁ ହେଲା । ଯାତ୍ରା ମୋ ଦେଇ ସମ୍ଭବ ହୁଏ ନାହିଁ । କାରଣ ଗନ୍ଧ ଆର୍ଲାଜି ମୋର । ଯେ କୌଣସି ଗାଡ଼ିରେ ବସିଲା ମାତ୍ରେ ବାନ୍ତି ଓ ମୁଣ୍ଡ କଣ ହୁଏ । ଖୁବ୍ ଅସୁସ୍ଥ ହୋଇ ପଡେ । ଏପରିକି ମୋତେ ଚିକିତ୍ସାର ଆବଶ୍ୟକ ପଡେ ।


ଏଣୁ ବହୁ କିଛି ଦେଖିବାର ମୋହ ଭିତରେ ଖୁଜୁ ବୁଜୁ ହେଲେବି ଡରିକି କୁଆଡେ ଯାଏନି । ତା ବୋଲି ତୋତେ ଦେଖିବାକୁ ଟିକେ ବର୍ଷେ ଥରେ ଅଧେ ଯିବିନି କେମିତି । ସାହସ ବାନ୍ଧି ଡାକ୍ତର ସଙ୍ଗେ ପରାମର୍ଶ କରି ଔଷଧ ଖାଇ ପୁରୀ ଗଲି । ଯେତେ ଯାହା କଲେ ମୋର ବାନ୍ତି ହେବା ଥୟ,ମୁଁ ଅସୁସ୍ଥ ହେବା ପକ୍କା । ଫେରି ଆସି ସେମିତି ଅଖିଆ ଅପିଆ ଶୋଇବା ନିଧାର୍ଯ୍ୟ ।


ମନ ବୁଝିଲା ନାହିଁ ଏତେ କଷ୍ଟ ପୁଣି ବାନ୍ତି କରି ବେହାଲ ହେଉଛି,ଯଦି ଦିଟା ଯାକ ଆଖି ନ ଦେଖିବି ଅଶାନ୍ତି ଲାଗିବ,ମନ କଷ୍ଟ ହେବ । ଏଣୁ ପୁଣି ମୋ ମିଷ୍ଟରଙ୍କ ସହ ଧାଡ଼ିରେ ଠିଆ ହେଲି । ପହଡ ପଡିଥିଲା । ମନ ଗୁଡୁ ପୁଡୁ ହେଲା । ମୋ ଭାଗ୍ୟରେ ଦୁଇ ଆଖି ଦେଖିବା ନାହିଁ ନା କଣ?ଆକୁଳ ହୋଇଗଲା ମନ । ମନେ ମନେ ଜଣାଇଁଲି ହେ ଠାକୁରେ ତୋ ପାଖକୁ ଆସିବାକୁ ମନ ଦେଇଛୁ ସିନା ଶରୀର ଦେଇନୁ କି ପ୍ରକୃତି ବି । ଏମିତି କିଏ ବାନ୍ତି କରେ କହିଲୁ?ଏତେ କଷ୍ଟ କରି ଆସିଛି,ଫେରି ଯିବି ତୋତେ ଭଲରେ ନଦେଖି...କି!


ଭିଡ ଭିତରେ ମୋର ଏକା ନୁହେଁ ଅନେକଙ୍କର ଅବସ୍ଥା ପୁରା ଟାଇଟି ହୋଇଗଲାଣି । ଆଉ କିଛି କ୍ଷଣ ଭିଡ଼ ଭିତରେ ରହିଲେ ନିଃଶ୍ୱାସ ବନ୍ଦ ହୋଇଯିବା କିଛି ବିଚିତ୍ର ନୁହେଁ । ମୋ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପହଡ଼ ଖୋଲିଲା । ବିଦ୍ୟୁତ ବେଗରେ ମାଡି ଚାଲିଲେ ଲୋକେ ଦର୍ଶନ ଅଭିଲାଷୀ ହୋଇ । ମୁଁ ବି ପାରୁ ପର୍ଯ୍ୟନ୍ତ ସେଇ ଭିଡରେ ଚାଲିଲି । ନିଶ୍ଚିନ୍ତ ସେ ଅନ୍ତର୍ଯ୍ୟାମୀ ଏଥିରେ ଦ୍ଵିରୁକ୍ତି ନାହିଁ । ମୋ ମନ ପଢିଲେ କି କଣ ଖୁବ୍ ସୁନ୍ଦର ଭାବେ ଦେଖି ପାରିଲି ତାକୁ । ଟିକେ ଅଟକି ଯିବାକୁ ମନ କହୁଥିଲା । ହେଲେ ପଛ ପେଲାରେ ମୁଁ ଆଗକୁ ପେଲି ହୋଇ ଗଲି । ଏତିକି ନ ହୋଇଥିଲେ ମୁଁ ଅଶାନ୍ତ ମନ ନେଇ ଫେରିଥାନ୍ତି ପୁରୀରୁ ।


ଏଇ ଜଣ ଗହଳି ଭିତରେ ମୋ ଆଖିରେ ପଡିଲା ଅଦ୍ଭୁତ ଦୃଶ୍ୟ । ଦେଖିଲି କିଛି ଲୋକ ଟେକି ଟେକି ଆଣୁଛନ୍ତି ଦୁଇ ତିନି ଜଣ ବୃଦ୍ଧ ଓ ବୃଦ୍ଧାଙ୍କୁ । ହେବେ ବୋଧେ ଆତ୍ମୀୟ ସ୍ଵଜନ । ମୁଁ ଚକିତ ହେଲି ଏ ବର୍ଷ ଶେଷ ଭିଡରେ ଏ କେମିତି ତୋତେ ଦେଖିବେରେ କାଳିଆ!!ମୁଁ ଏତେ କମ୍ ବୟସ୍କ ହୋଇ ଛାନିଆଁ ହେଉଥିଲି ଭିଡ଼ ଦେଖି । କିନ୍ତୁ ସେ ଅତି ବୟସ୍କ ଓ ବୟସ୍କା ମାନଙ୍କ ମୁହଁରେ ଲାଖି ରହିଥିଲା କି ତୃପ୍ତି,ଆନନ୍ଦ!!! ତୋତେ ଦେଖିବାରେ ଏ କି ଆସକ୍ତି, କେମିତିକା ଅନୁରାଗ,ଭକ୍ତି...!


ଇଏ ତୋର କି ଖେଳାରେ କାଳିଆ!!ପାଦେ ଚାଲିବାର ସାମର୍ଥ୍ୟ ନାହିଁ,ଶ୍ରୁତି ଓ ସ୍ମୃତି ଶକ୍ତି ବି କାମ କରୁନାହିଁ । ଆଖି କୁଆଡେ ପଶିଛି ଯେପରି । ଗୋଡ଼ ହାତ ଭୁଜ ଗର ପରି ଫୁଲିଛି । ଟୋକେଇ ପରି ହୋଇଯାଇଛନ୍ତି । ତଥାପି ତୋତେ ଦେଖିବାର ମୋହ କି ଅଜବ!!!ଜୀବନର "ଶେଷ ପୃଷ୍ଠା"ରେ ତୋର ଦସ୍ତଖତ ତାଙ୍କର ଲୋଡ଼ା । କଣ ଜଣେଇଁ ଥିବେ ସେମାନେ!!ମୁକ୍ତି,ଶାନ୍ତି ନା ଆଉ କିଛି ଦିନ ତୋ ପୃଥୀବୀରେ ତାଙ୍କ ସ୍ଥିତି!!


ତୋତେ ଦର୍ଶନ କରି ଆସିଲା ପରେ ଏ ଦୃଶ୍ୟ ମୋତେ ଚହଲାଇ ଦେଲା । ଉତ୍ତର ପଟ ଦ୍ୱାର ରେ ରିକ୍ସାରୁ ଟେକି ଟେକି ନେଉଥିଲେ ସେମାନଙ୍କୁ କେହି ତାଙ୍କ ଆତ୍ମୀୟ । ସେଇଟି ଅଟକି ଗଲି କିଛି କ୍ଷଣ । ବୟସ ସତର୍କ ଘଣ୍ଟି ବଜେଇ ସାରିଛି । ଏ ବୋଧେ ଶେଷ ପୃଷ୍ଠା ଲେଖିବାକୁ ଆସିଛନ୍ତି କାଳିଆ ପଖାରେ । ସେଇ ମାନଙ୍କୁ ଭାବୁ ଭାବୁ ମୋ ଉଣେଇଶ ମସିହା ଡାଇରୀର ଶେଷ ପୃଷ୍ଠା ବି ପୁରିଗଲା ।


ସେଇ ବୃଦ୍ଧ ବୃଦ୍ଧାଙ୍କୁ ଦେଖି ମୋ ଭାବନ୍ତରର ଶେଷ କି ଆରମ୍ଭ ରହିଲା ନାହିଁ । ଜୀବନ ଯଦି ଏଇଆ ଏମିତିରେ ଶେଷ କଣ; ପାଇଁ ମଣିଷ ଅପରାଧୀ ସାଜୁଛି!!କାହିଁକି ଦୁଷ୍କର୍ମ କରୁଛି!!କାହିଁକି ଏତେ ହଣା କଟା । ଭାରି ଅସହାୟ ଲାଗିଲା ମୋତେ


ମୁଁ ସେ ଅତି ବୟସ୍କ ମଣିଷଙ୍କୁ ନେଇ ଆସିଥିବା ଲୋକଙ୍କୁ ପଚାରିଲି ସାର୍ ଟିକେ ଶୁଣିବେ । ଏତେ ଭିଡରେ ଆପଣ ଏମାନଙ୍କୁ କାଳିଆ ଦର୍ଶନ କରେଇ ପାରିବେ ତ....!


କଣ କରିବୁ ଝିଅ.....ଏମାନଙ୍କ ଏକା ଜିଦ୍ "ନେ ମୋତେ ପୁରୀ । କାଳିଆକୁ ଶେଷଦର୍ଶନ କରି ଆସିବୁ । "ବୟାନବେ

ବର୍ଷ ହେଲାଣି ଏମାନଙ୍କୁ । ଖୁବ୍ ଜିଦି କରୁଛନ୍ତି ସବୁ କଥାରେ । ଛୁଆଙ୍କ ପରି ହେଉଛନ୍ତି । ଜିଦି ପୁରଣ ନ କଲେ ଋଷୁଛନ୍ତି । ଖାଉ ନାହାନ୍ତି । କିଏ ଜାଣେ ଆରବର୍ଷ ଏମାନେ ଥିବେ କି ନା । ମନ ଯେତେବେଳେ ତାଙ୍କର କହୁଛି ନେଇ ଆସିଲୁ ତ । ଜାଣିଛନ୍ତି ଏ କିଏ?ଏ ବୃଦ୍ଧ ବ୍ୟକ୍ତି ଜଣଙ୍କ ଜଣେ ରିଟାୟର୍ଡ ପୋଲିସ ଡିଜି । ପ୍ରବଳ ପ୍ରତାପୀ । ଆଉ ଜଣେ ଥିଲେ ସଚୋଟ ଆଇ ଏ ଏସ୍ ଅଫିସର୍ । ଜୀବନ କାଳ କେବଳ ସେ ଦେଶର ସେବା କରି ଆସିଛନ୍ତି ।


ଆଉ ଆପଣଙ୍କ ସାର୍ ଅନ୍ୟ ଜଣଙ୍କୁ ଆଙ୍ଗୁଠି ଦେଖାଇ ମୁଁ ପଚାରିଲି । ସେ ଜଣେ କୁଖ୍ୟାତ ଗୁଣ୍ଡା । ଜୀବନ ସାରା ଖାଲି ମାରିଛନ୍ତି,ଲୁଟୁ ଛନ୍ତି । ନାଁ ଏବେ ବି ଶୁଣିଲେ ଲୋକଙ୍କ ଛାତି ଥରେ । ସେ ମାମ୍ ମୁଁ ପଚାରିଲି । ସେ ଜଣେ ଡାକ୍ତରାଣୀ । କେତେ ଲୋକଙ୍କୁ ଜୀବନ ଦାନ ଦେଇଛନ୍ତି । ହାର୍ଟ ସର୍ଜନ ଥିଲେ । ଏବେ କିନ୍ତୁ ଅସହାୟ । କିଛି ବୁଝି ପାରୁ ନାହାନ୍ତି । କେବଳ ଜିଦ୍ ।


ତୁମେ ସବୁ ତାଙ୍କର କଣ ହୁଅ??ମୁଁ ପୁଣି କୌତୁହଳି ହୋଇ ପଚାରିଲି ।


ଆମେ......ଏମାନଙ୍କର ଆତ୍ମୀୟ କେହି ନୁହଁ । ପଇସା ନେଉ,ସେବା ଦେଉ । ମୋଟା ଅଙ୍କର ଦରମା ଦିଅନ୍ତି ଏମାନେ ଆମକୁ । ଯେତେକ ପେନ୍ସନ ପାଆନ୍ତି ସବୁ ଆମର । ବଦଳରେ ଦେଖା ଶୁଣା କରୁ । ୟାଙ୍କରୀ ଘରେ ପିଲା ଛୁଆ ଧରି ରହିଛୁ । ଲାଗି ଯାଇଛି ଗୋଟେ ମାୟା ଏମାନଙ୍କ ଠାରେ । ଏମାନେ ଅଛନ୍ତି ବୋଲି ଆମେ ଭଲ ଦି ପଇସା ରୋଜଗାର କରି ପାରୁଛୁ । ନଲେ ଏଇ ସାଧାରଣ କାମ ପାଇଁ ମାସିକ ଜଣେ କହିଲେ ତିରିଶି ହଜାର,ଆଉ ଜଣେ କହିଲେ ପଚିଶି ହଜାର ଆଉ ଜଣେ କହିଲେ ୟାଙ୍କ ଘର ଭଡା ବି ମୁଁ ଖର୍ଚ୍ଚ କରେ । ପେନ୍ସନ ବି ମୁଁ ଆଣେ । କହିବାକୁ ଗଲେ ଏ ମୋ ବାପା ,ଆଉ ମୁଁ ତାଙ୍କ ପୁଅ ଅଟେ ।


ଏମାନଙ୍କର କଣ ପୁଅଝିଅ କେହି ନାହାନ୍ତି??ମୋର ବିସ୍ମୟ ଓ ଜିଜ୍ଞାସାର ପ୍ରଶ୍ନ ।


ହଁ ଅଛନ୍ତି ଝିଅ । ପୁଅଝିଅ,ନାତିନାତୁଣୀ ସମସ୍ତେ । କିନ୍ତୁ ବିଦେଶରେ । ବିଦେଶ ଚାକିରି ଯେମିତି ପଇସା ସେମିତି ଖଟଣି । ଆମ ଭାରତ ଭଳି ଏତେ ଛୁଟି ନାହିଁ । ଆସନ୍ତି କେବେ କଦବା । ଆମରି ଜିମା ଦେଇ ଯାଇଛନ୍ତି । ଆମେ ତାଙ୍କ ପୁଅ ଝିଅ । ଦେହ ମୁଣ୍ଡ । ଖରାପ ହେଲେ ଖବର ଦେଲେ ଏମାନଙ୍କ ପୁଅ ଝିଅ ଆସନ୍ତି ଦୁଇ ଚାରି ଦିନ ରହି ଫେରି ଯାଆନ୍ତି । ପ୍ରକୃତରେ ଏମାନଙ୍କ ପିଲା ମାନେ ଭାରି ଭଲ । ଅକାତରେ ପାଣି ପରି ପଇସା ଖର୍ଚ୍ଚ କରନ୍ତି ଏମାନଙ୍କ ପାଇଁ । ପୁଅ ବୋହୁ ଉଭୟେ ଚାକିରିଆ ହେଲେ,ପୁଣି ବିଦେଶରେ । କଣ କରନ୍ତେ ସେମାନେ । ଏଇ ବାପା ମା ସେମାନଙ୍କୁ ଏମିତି ହେବାକୁ ବାଧ୍ୟ କରିଛନ୍ତି । ବିଦେଶରେ ପଠାଇଲେ,ସେଠାରେ ଚାକିରି କର ଚାହିଁଲେ । ଏଥିରେ ପିଲା ମାନେ କରନ୍ତେ କଣ?


କାଲିଠାରୁ ପୁରୀରୁ ଫେରି ମୋ ମାନସିକ ଅବସ୍ଥା ଆଦୌ ଭଲ ନାହିଁ । ମୁଁ କେବଳ ଭାବୁଛି ମଣିଷ ଯେତେ ପ୍ରଭାବଶାଳୀ,ପ୍ରତିଷ୍ଠିତ ହେଉ ନା କାହିଁକି ତାର ଶେଷ ପୃଷ୍ଠା ଏମିତି ହିଁ ହେବ,ଯେମିତି ଦେଖିଲି ସେଇ ବୁଦ୍ଧ ଓ ବୃଦ୍ଧାଙ୍କୁ ।


ସବୁ ମଣିଷ କଣ ଜାଣି ନାହାନ୍ତି ତାଙ୍କ ଜୀବନର ଶେଷ ପୃଷ୍ଠା ଏମିତି ଶ୍ରୁତି,ସ୍ମୃତି,ଶକ୍ତି ରହିତ ହେବ!!!କାହିଁକି ତେବେ ବର୍ବରତା!!!କାହିଁକି ମଣିଷ ପାଳଟୁଛି ପଶୁ,ଚଣ୍ଡାଳ.....



Rate this content
Log in

More oriya story from Satyabati Swain

Similar oriya story from Tragedy