Satyabati Swain

Tragedy Inspirational

4  

Satyabati Swain

Tragedy Inspirational

ଫାଶୀ

ଫାଶୀ

4 mins
20


   ସମାଜର ଯେତେ ନିୟମ କାନୁନୁ ସବୁ କଣ ମୋ ମାଆ ପାଇଁ  ? 


    ମୋ ମାଆଙ୍କୁ ଗୋଟେ ଝିଅ ପାଇଁ ମୋ ନିଷ୍ଠୁର ବାବା ଛାଡ଼ିଦେଇ ସୁଖରେ ସଂସାର କଲେ। ଏଥିରେ ସମାଜ ତାଙ୍କୁ କିଛି କହିଲା ନାହିଁ। ଓଲଟି ମୋ ମାଆ ଦେହରେ ଡ଼ିଭୋର୍ସି ଷ୍ଟାମ୍ପ ବାଡେଇ ସମାଜ ତିରସ୍କାର କଲା। ବାଜେ କହିଲା। ମୁଁ ଏକ ଜଘନ୍ୟ ଅପରାଧି ଯେହେତୁ ଜଣେ ଡ଼ିଭୋର୍ସିର ଝିଅ। ଯେଉଁଥିପାଇଁ ଆମେ ମାଆ ଝିଅ ପ୍ରତକ୍ଷଣେ ମରି ମରି ବଞ୍ଚୁଛୁ ?

ନୀରବରେ କିଛି ସମୟ କଟି ଗଲାପରେ-

ଓଦା ଭାରି କଣ୍ଠରେ ସେ ପଟୁ ଶୁଭିଲା ମୁଁ ...ମୁଁ ଉଁ ଅଗସ୍ତ୍ୟ ପାକି।

   ଅଗସ୍ତ୍ୟ !କେଉଁ ଅଗସ୍ତ୍ୟ??ପୁଣି ମୋର ! ମୁଁ ଯେଉଁ ଅଗସ୍ତ୍ୟକୁ ଜାଣିଥିଲି ସେ ଲୋକଟା ତ ବିଶ୍ୱାସଘାତକତାର ସୁଅରେ ଭାସି ଯାଇଛି କେବେଠୁ।ହଜି ଯାଇଛି ସ୍ୱାର୍ଥପରତାର ଜଙ୍ଗଲରେ।

   ତୁ ଠିକ୍ କହିଛୁ ପାକି।କାଲି ମୋ ଝିଅ ରେଭେନ୍ସାରେ ନାମ ଲେଖାଇଲା।ଫେରିଲା ବେଳେ ତୋତେ ଦେଖିଲି,ଦୋ ଦୋ ଚିହ୍ନା ହେଲି।ତୁ ଭୁବନେଶ୍ୱରରେ ମୋରି ଏତେ ପାଖରେ ଅଛୁ ଅଥଚ ଆମର ଦେଖା ହେଉନି କେବେ ବି ! ତୋ କଲେଜଅଫିସ ଯାଇ ତୋ ବିଷୟରେ ସବୁ ବୁଝିଲି। ମୁଁ ତ ଆଶ୍ଚର୍ୟ୍ଯ ହେଉଛି,ତୁ କେତେ ସ୍ମାର୍ଟ,ସୁନ୍ଦର ଓ ରିଜର୍ଭ ହେଇ ଯାଇଛୁ ୟା ଭିତରେ!!ତୁ କଣ ସେଇ ନାକ କାନ୍ଦୁରି,ଗପୁଡି,

ସରଳ ଗାଉଁଲି ଝିଅ ! ତୋ କଥା ଜାଣିବାକୁ,ତୋ ସ୍ୱର ଶୁଣିବାକୁ ଭାରି ମନ ହେଲା।।ପାକି ମୋ କଥା ଶୁଣୁଛୁ ତ...

   ହୁ ହୁ ହୋଇ ଅନେକ ଦିନ ତଳୁ ଲିଭିଥିବା ଶିଖାଟା ହଠାତ୍ ଜଳି ଉଠିଲା ଯେପରି।ଏତେ ଆର୍ଦ୍ର ...ଭାରି କଣ୍ଠର କଥା ! କଣ କହିବି ଗୋଟେ ଭୀରୁ,ପାଳୟନପନ୍ଥୀକୁ!କେଜାଣି ଅସୁସ୍ଥ ହେଇ ପଡିଲି କିଛି ସମୟ।ଏଇ ମୋର ପ୍ରଥମ ପୁରୁଷ ବନ୍ଧୁ,ଅଗସ୍ତ୍ୟ।ଯେ ଦିନେ "ମୁଁ ନିରୁପାୟ କହି " ମୋତେ ଗୋଡ଼ରେ ଆଡେଇ ଦେଇ ଥିଲା।କାରଣ ମୁଁ ଜଣେ ଡିଭୋର୍ସିର ଝିଅ ଥିଲି। ମାଆ ଦ୍ଵିତୀୟ ବିବାହ କରିଥିଲା।।ଯେଉଁ ବାବା ମୋତେ ସେହ୍ନ ମମତା ଦେଇ ମଣିଷ କରିଛନ୍ତି ମୁଁ ତାଙ୍କର ପ୍ରକୃତ ଝିଅ ନୁହେଁ।ଏତକ ଜାଣିଲା ପରେ ଅଗସ୍ତ୍ୟ ଆଗ ପରି ଆଗର ପ୍ରଗଳ୍ଭ ବ୍ୟବହାର କି ପ୍ରେମ ପ୍ରବଣତା ତାଙ୍କ ପାଖେ ମୋତେ ଅନୁଭବ ଦେଲା ନାହିଁ।

   କଣ ହୋଇଛି ଅଗସ୍ତ୍ୟ ? ତୁମେ ମୋ ପାଖେ ଥାଇ ବି ନଥିଲା ଅନୁଭବ ହେଉଛି ?


କାଇଁ ନାଇଁ ତ ସେମିତି କିଛି ନାହିଁ।


   ନାହିଁ ! ପ୍ରେମ ଏକ ଅନୁଭବ ଅଗସ୍ତ୍ୟ।ତୁମେ ଆଗରୁ ଯେପରି ମୋତେ ଭଲ ପାଉଥିଲ ଦିନେ ନ ଦେଖିଲେ ପାଗଳ ହୋଇ ଯାଉଥିଲ, ଏବେ ସେ ସବୁ ନାହିଁ ! କୁହତ କେତେ ଦିନ ତଳେ ଆମେ ଏକାଠି ଏମିତି ବସି ଗପିଥିଲେ ?


କାମରେ ବ୍ୟସ୍ତ ଥିଲି।

    କାମ ! ତୁମ ମାଆଙ୍କ ଦେହ ଅତି ଅସୁସ୍ଥ ସତ୍ତ୍ୱେ ବି ତୁମେ ପାଞ୍ଚ ମିନିଟ ପାଇଁ ତାଙ୍କୁ ଛାଡି ମୋତେ ଦେଖା କରିବାକୁ ଆସିଥିଲ ,ମନେ ଅଛି ? ଗୁଡାଏ ଗାଳି ଦେଇଥିଲି ତୁମକୁ ସେଦିନ।

    କାହିଁକି ରାଗୁଛୁ କଣ କରିବି ତୋତେ ଦିନେ ନ ଦେଖିଲେ ମୋ ଆଖି ,ମନ ସର୍ବୋପରି ସେ ଦିନଟି ଅଶାନ୍ତ ହେଉଛନ୍ତି। ଆଜି ତୁମେ ଦୁଇ ମାସ ପରେ ଆସିଛ ଅଗସ୍ତ୍ୟ। ବୁଝି ପାରୁଛ ଦୁ..ଇ . ମାସ। ମୋତେ ଗୋଟେ ଜନ୍ମ ଲାଗିଛି। ତୁମେ ଏଇଟା ବି ଜାଣିଥିବ ସେଇ ଦେଵଦାରୁ ଗଛ ତଳେ ତୁମ ସହ ବସି ଟିକେ ଗପସପ ନ ହେଲେ ମୋ ଅବସ୍ଥା କଣ ହୁଏ ? ଜାଣିଛ ନା ? ସେଥିରେ ପୁଣି ତୁମ ସହ ମୋର ନିର୍ବନ୍ଧ ସରି ଯାଇଛି। ଲାଷ୍ଟ ସେମିଷ୍ଟାର ପରୀକ୍ଷାଟା ସରିଗଲେ ଆମ ବିବାହ।ସ୍ୱୀକୃତି ମିଳି ନ ଥିଲା ବେଳେ ପ୍ରତିଦିନ ଆମେ ଦେଖା ହେଉଥିଲେ,କଥା ହେଉଥିଲେ ଅଥଚ ସ୍ୱୀକୃତି ମିଳି ସାରିବା ପରେ ତୁମ ପରି ରସିକ ପ୍ରେମିକ ଓ ଭାବି ପତି ଦୁଇ ମାସ ହେବ ମୋତେ ଦେଖା ନ କରିବା କେମିତି ଲାଗୁ ନାହିଁ ? 

   କଣ ହୋଇଛି କୁହ ଅଗସ୍ତ୍ୟ ? ଆମେ ପ୍ରଥମେ ବନ୍ଧୁ ତାପରେ ପ୍ରେମିକ ପ୍ରେମିକା କି ଅନ୍ୟ କିଛି।

  କାହାର ସ୍ୱୀକୃତି ନାହିଁ ତୁମକୁ ବିବାହ କରିବାକୁ।


 କାହିଁକି ?


     ଛି ଗୋଟେ ସ୍ୱାମୀ ପରିତ୍ୟକ୍ତା ଝିଅ ହେବ ଶତପଥୀ ଘର ବୋହୁ? ଡ଼ିଭୋର୍ସି ମାଆ ପୁଣି ଦ୍ଵିତୀୟ ବିବାହ କରିଛି ? ବାଜେ ମାଆର ବାଜେ ଝିଅ। ଅନ୍ୟ ମାନଙ୍କ କଥା ଛାଡ ମାଆ ବି ଏଇଆ କହୁଛି।

 ଆଉ ତୁମେ କଣ କହୁଛ ?

 

ନିରୁପାୟ ପାକି। ସରି।

    ମୁଁ ବୁଝି ପାରିଲି ନାହିଁ ଏଇ ଦୋଷଟା ପାଇଁ ମୋ ବିବାହ ଭାଙ୍ଗିଯିବ ! ଏଇଟା ମୋର କି ଅପରାଧ ! ମୋ ପ୍ରକୃତ ବାବା ଆଉ ଗୋଟିଏ ଝିଅ ପାଇଁ ମୋ ମାଆକୁ ଛାଡ଼ ପତ୍ର ଦେଇ ଖୁସିରେ ବାହା ହେଇଗଲା ବେଳେ ମୋ ମାଆ ଓ ମୁଁ ଏ ଦୁନିଆଁ ଆଖିରେ ଏତେ ଅସହାୟ ଏଡେ ଅପରାଧୀ କାହିଁକି??

   ଅନେକ କାହିଁକିର ପ୍ରଶ୍ନ ଏବେ ବି ମୋ ଭିତରେ ରାହା ତୋଳନ୍ତି।ପୁରୁଷଟିଏ ସ୍ତ୍ରୀ କୁ ଛାଡପତ୍ର ଦେଇ ଅନାୟାସରେ ଗୋଟିଏ ପରେ ଗୋଟିଏ ବାହା ହେଇ ପାରିବ;ନାରୀଟିଏ ବେଳକୁ ବେଦ ଅଶୁଦ୍ଧ!!ଯେତେ ସବୁ କାଇଦା କଟକଣା ନାରୀ ବେଳକୁ ଦୋଷ ନଥାଇବି।ସଂସ୍କାରି ହେବ ନାରୀ!ଚରିତ୍ରବାନ ହେବ ନାରୀ!ବିଶ୍ୱସ୍ତ ହେ ବି ସେଇ।ସମାଜର ସବୁ ଲକ୍ଷ୍ମଣ ରେଖା ନାରୀଟିଏ ପାଇଁ।କିନ୍ତୁ ପୁରୁଷ ଗୋଟାସୁଦ୍ଧା ଧୁଆ ମୁଗ !ବିଚିତ୍ର ବିଧି ବିଧାନ ସମ୍ବିଧାନ ଆମ ସମାଜର !

   ଭାବନାରେ ପୂର୍ଣ୍ଣଛେଦ ଟାଣି ସେପଟୁ ଶୁଭିଲା ମୋ ସଂଗେ କଥା ହେବୁନି ବୋଲି ପଣ କରିଛୁ ନା କଣ ପାକି?ଆଛା କହତ ତୁ କେମିତି ଅଛୁ ?

   କାହିଁକି ତୁମେ କଣ ଭାବିଥିଲ;ପହଁରା ଶିଖାଉଥିବା ବେଳେ ଅଧା ନଈରେ ହାତ ଛାଡି ଦେଲ ବୋଲି ମୁଁ ବୁଡି ଯାଇଥିବି? ନା ତୁମ ସହ ବିବାହ ଭାଙ୍ଗିଗଲା ,ବାହା ହୋଇ ପାରିଲିନି ବୋଲି ଆତ୍ମହତ୍ୟା କରିଥିବି ଅବା ହତାଶରେ ଅବିବାହିତ ରହିଥିବି? ସ୍ୱାମୀ ମୋର ଲବ୍ଧ ପ୍ରତିଷ୍ଠ ପୋଲିସ ଅଫିସର ବଶିଷ୍ଠ ମିଶ୍ର।ପୁଅଟିଏ,ପଢୁଛି ଦିଲ୍ଲୀରେ,ଝିଅ ଧାନବାଦରେ।ସୁଖର ସୁସ୍ଥର ହସିଲା ସଂସାର ଟିଏ ମୋର। ନିମନ୍ତ୍ରଣ ରହିଲା ଆସିବ ଘରକୁ। ଭାବୁଥିବ ତୁମକୁ ମୁଁ ଭଲ ପାଉଥିଲି,ତୁମ ସହ ମୋ ବାହା ଘର ଭାଙ୍ଗି ଯାଇଥିଲା ମୁଁ ଜଣେ ସ୍ୱାମୀ ପରିତ୍ୟକ୍ତାର ଝିଅ ଜାଣିବି ବଶିଷ୍ଠ ମୋତେ କେମିତି ବିବାହ କଲେ ? ତୁମ ଗୋଚରାର୍ଥେ ଜନାଇଁ ଦେଉଛି କି ଟିକିନିକି ସବୁ ଜାଣିଲା ପରେ ମୋତେ ଖୁସି କରିବା ପାଇଁ ତୁମ ସହ ଯେଉଁ ଦିନ ବିବାହ ହେବା କଥା ଠିକ ସେଇଦିନ ବଶିଷ୍ଠ ମୋତେ ବିବାହ କରିଛନ୍ତି।ସେ ଜଣେ ସୁପୁରୁଷ,ଅଗସ୍ତ୍ୟ। କାହା କଥାକୁ ଶୁଣି ହୃଦୟ ସହ ଖେଳିବା ବ୍ୟକ୍ତି ନୁହଁନ୍ତି। ସେ ମଣିଷକୁ ଭଲ ପାଆନ୍ତି ତାର ଅତୀତକୁ ନୁହେଁ।

   କଣ ଭାବି ଥିଲ ପଲକ(ପାକି) ଦାଶ ତୁମକୁ ହୃଦୟରେ ଏବେବି ସାଇତି ଥିବ? ତୁମେ ବସିଥିବା ଜାଗାଟି କ୍ୟାନ୍ସର ହେବା ବହୁତ ଆଗରୁ କାଟି ଫିଙ୍ଗି ଦେଇଛି।ଏବେ ମୋ ହୃଦୟ ମୋ ସ୍ୱାମୀ ବଶିଷ୍ଠମୟ।

   ରାତି ଅନେକ ହେଲାଣି ,ରହୁଛି,ଶୁଭରାତ୍ରୀ ଏକା ନିଃଶ୍ୱାସକେ ଏତକ କହି ଦୁଲ୍ କରି ପଡି ଗଲି।ଆଖି ଏରୁଣ୍ଡି ଡେଇଁ ଅଭିମାନର ମେଘ ବରଷି ଓଦା କରୁଥିଲା ମୋ ମନ ଓ ହୃଦୟ କାନ୍ଥକୁ। ବତୁରି ଯାଉଥିଲା ମୋ ଆତ୍ମା ।

  ମୋ ଭୁଲ୍ ମୁଁ ବୁଝି ପାରିଛି ପାକି। ମୋତେ କ୍ଷମା କରି ଦେ।

    କରିଦେଲି । ଯାଅ ସବୁଦିନ ପାଇଁ ତୁମେ ମୋ ଜୀବନରୁ ଚାଲିଯାଅ। ଆଉ କୌଣସି ଦିନ ମୋ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବନି।

   ପାକି ! ଏ ଦଣ୍ଡ ତ ମରଣଠାରୁ ବଳି। ଏତେ କଠୋର ତୁ କେବେଠୁ ହେଲୁ?

    ଯେବେଠାରୁ ଏ ଦୁନିଆ ମୋତେ ଡ଼ିଭୋର୍ସି ଝିଅ ବୋଲି ଅପରାଧୀ ସଜାଇ ଫାଶୀ ଦେଲା।

ପାକି !

   ଫୋନ୍ ବନ୍ଦ କରି ଦେଲି। ବିବାହିତ ହୋଇ ବି ଅନ୍ୟ ସ୍ତ୍ରୀ ପ୍ରତି ପ୍ରେମ ଉଛୁଳୁଛି ! ତୁମମାନଙ୍କ ପରି ଭୀରୁ ପୁରୁଷଙ୍କ ପାଇଁ ମୋ ପରି ପାକି ମାନେ  ପ୍ରତି ଦିନ ଫାଶୀ ପାଆନ୍ତି। କେବେ ଭାବିଛି କେହି !



రచనకు రేటింగ్ ఇవ్వండి
లాగిన్

Similar oriya story from Tragedy