jyotsna mayee panda

Tragedy

3  

jyotsna mayee panda

Tragedy

ଶେଷ ଇଚ୍ଛା

ଶେଷ ଇଚ୍ଛା

4 mins
170


ଏଇ ତ ଏବେ ଏବେ ଆସିଛି ସେ ବସନ୍ତ l ସେଇ କୋଇଲି ଆଜି ବି ସୁମଧୁର ଗାନ କରୁଛି l ସେଇ ଶୀତଳ ସ୍ବର୍ଶ ରେ ଫୁଲ ର କୋମଳ ତନୁ ଦୋହଲି ଯାଉଛି l ଆମ୍ବ ବଉଳ ର ମଧୁର ବାସ୍ନା ରେ ଚତୁଃର୍ଦିଗ ମହକି ଯାଉଛି l ଧାରା ର ସବୁଜ ସ୍ବର୍ଶ ରେ ଯେମିତି ବୃକ୍ଷ ଳତା ଜୀବନ୍ତ ହୋଇ ଉଠୁଛନ୍ତି l ପୁଣି ଥରେ ବିରହୀ ମନ ରେ ଆଶା ର ଧାରେ କିରଣ ବୁଣିଦେବା ପାଇଁ, l ଖୁବ ଭଲ ପାଏ ସିପ୍ରା ଏ ବସନ୍ତ କୁ..ଦିନେ ଅଖିଳ ସହିତ ମିଶି ଖୁବ ଉପଭୋଗ କରୁଥିଲା ଏ ବସନ୍ତ ର ସବୁ ମୁହୁର୍ତ୍ତ କୁ l କିନ୍ତୁ ଆଜି ସବୁ ଯେମିତି ଅଲଗା ହୋଇ ଯାଇଛି l ପରିସ୍ଥିତି ର ଚାପ ରେ ସମୟ ମିଳୁନି ଏ ସବୁ କୁ ଉପଭୋଗ କରିବାକୁ l ତା ଛଡା ଅଖିଳ ଙ୍କ ବିନା ଏ ସବୁ ଯେମିତି ତାକୁ ଆଉ ସୁଖ ଦେଉନି ବରଂ ବିରହ ନିଆଁ ରେ ଜଳିବାକୁ ବାଧ୍ୟ୍ୟ ଜରୁଛି l ସେଇ ପୁରୁଣା ସ୍ମୃତି ରେ ଯେମିତି ବଂଚିବା ଶିଖି ଯାଇଛି l କେତେଟା ପ୍ରତିଶ୍ରୁତି ର ସାହାରା ରେ ଆଉ ଅଖିଳ ଙ୍କ ଅପେକ୍ଷା ରେ ଯେମିତି ନିଜକୁ ବଂଚେଇ ରଖିଛି l ତାଙ୍କୁ କଥା ଦେଇଛି ତାଙ୍କ ଆସିବା ଯାଏ ଶାଶୁ ଶଶୁର ଙ୍କୁ କେବେ ଅବହେଳାକରିବ ନି l ହେଲେ ବେଳେ ବେଳେ ଏକାକୀତ୍ୱ ବୋଧ ର ଭାବନା ରେ ହଜେଇ ଦେଉଛି ନିଜ କୁ.... ପୁଣି ଅଖିଳ ଙ୍କ ଫୋନ କଲ ଆସିଲେ ଯେମିତି ସତେଜ ହୋଇ ସବୁ କାମ କରିବାର କ୍ଷମତା ଆସିଯାଉଛି l ହେଲେ ଆଜି ସବୁକିଛି ଯେମିତି ପରବର୍ତ୍ତୀତ ସମୟ ସହିତ ବଦଳି ଯାଇଛି l ସେ ମନ ରେ ପ୍ରେମ ର ଆବେଗ ବି ମରି ଯାଇଛି l ବଂଚିଛି କେଇଟା ଚେହେରା ପାଇଁ l ନିଷ୍ଠୁର ନିୟତି ଯେମିତି ସବୁ ଦୁଃଖ କୁ ସାଉଁଟି ସିପ୍ରା ର ଆଞ୍ଜୁଳି ରେ ଭରି ଦେଇଛି l l ଛ ମାସ ର କୁନି ଝିଅ ର ନିରୀହ ଚାହାଁଣି ଯେମିତି ତାକୁ ଅନେକ କିଛି କହିବାକୁ ଚାହୁଁଚି lଘରେ ମସ୍ତିଷ୍କ ବିକୃତ ଶଶୁର....

ଯେ ପ୍ରତ୍ୟେକ ସମୟ ରେ ଅଖିଳ ର କୁ ମନେ କରି ଆସିବା ବାଟ କୁ ଜଗି ବସିଛନ୍ତି l ସ୍ୱାମୀ ଆର୍ମି ରେ ଚାକିରୀ ଜରନ୍ତି l ଶାଶୁ କେନ୍ସର ରୋଗୀ l କେମୋ ଥେରାପି ଚାଲିଛି l ଆଉ ଅଳ୍ପ ଦିନ ର ଅତିଥି ସେ l

ବାରମ୍ବାର ପୁଅ କଥା ପଚାରୁଛନ୍ତି l କେବେ ପୁଣି ଛୁଟି ରେ ଆସିବ ବୋଲି l କେମିତି କାହାକୁ ବୁଝେଇବ ସିପ୍ରା ଯେ ତାଙ୍କ ଚାକିରୀ କେତେ ବିପଦ l ସବୁବେଳେ ଛୁଟି ନେଇ ଆସି ପାରିବେ ନି l ସବୁ ପରିସ୍ଥିତି ରେ ସାଲିସ କରି ଚାଲିଛି l ବିରହ ର ନିଆଁ ରେ ସେ ଅହରହ ଜଳୁଛି l

ହେଲେ ତା କଥା କାହାକୁ କହିବ l ପରିବାର ର ସମସ୍ତ ବୋଝ ତାରି ଉପରେ ସମ୍ପର୍ପି ଦେଇ ଅଖିଳ ଦେଶ ସେବା ରେ ନିଜ କୁ ସମର୍ପି ଦେଇଛନ୍ତି l

କେତେ ସୁନ୍ଦର ଥିଲା ତା ପୁରୁଣା ଅତୀତ l ସେତେବେଳେ ଶାଶୁ ଶଶୁର ଖୁବ ଭଲ ଥିଲେ l ଶଶୁର ଥିଲେ ଜଣେ ଆଦର୍ଶ ଶିକ୍ଷକ l ବାପା ଙ୍କ ସହିତ ତାଙ୍କର ଖୁବ ଭଲ ବନ୍ଧୁତା ଥିଲା ସେଥିପାଇଁ ସେ ସିପ୍ରା କୁ ବୋହୂ କରି ଆଣି ଥିଲେ ଏ ଘର କୁ l ହେଲେ ଆଜି ବାପା ବି ନାହାନ୍ତି..

ମା ଆଗରୁ ଚାଲି ଯାଇଥିଲେ l ଭାଇ ଭାଉଜ କେତେବେଳେ ମନେ ପଡିଲେ ଟିକେ ଫୋନ କରନ୍ତି l ଏ ସବୁ ଜଂଜାଳ ରୁ ମୁକ୍ତି ପାଇଲେ ତ ମା ଘର ଯିବ l ଯେତେବେଳେ ଶାଶୁ ଠିକ ଥିଲେ ସେ ଅଖିଳ ଙ୍କ ସହିତ ସବୁ ଜାଗା କୁ ବୁଲିବା ପାଇଁ ଯାଉଥିଲା l ଅଖିଳ କହୁଥିଲେ... ମା ସେ ନୁଆଁ ଜାଗା ଟା ସିପ୍ରା ବୁଲିଆସିବ l ତୁ ଏକା ବାପା ସହିତ ରହିପାରିବୁ ତ l ହସି ଦେଇ ଶାଶୁ କହୁଥିଲେ... "ଆରେ ମୁଁ କଣ ମନା କରୁଛି... ଏ ବୟସ ରେ ନ ବୁଲିବ ତ କେବେ ବୁଲିବ l ଆମର କଣ ଶୁଖିଲା ପତ୍ର ଆଜି ଅଛୁ କାଲି ନ ଥିବୁ l ହେଲେ ଆଜି ପରିସ୍ଥିତି ପୁରା ଅଲଗା ହୋଇ ଯାଇଛି l ଶାଶୁ ମୃତ୍ୟୁ ର ଶେଷ ସୋପାନ ରେ l ଶଶୁର ଙ୍କୁ କଣ ବୁଝେଇ ବ.... ସେ ତ ଛୁଆ ଙ୍କ ଭଳି ପ୍ରଶ୍ନ କରୁଛନ୍ତି l ମୁଣ୍ଡ ରେ କିଛି ନାହିଁ l କେତେବେଳେ କୁଆଡେ ଯାଉଛନ୍ତି ସେ ନିଜେ ବି ଜାଣି ପାରୁନାହାନ୍ତି l ସବୁବେଳେ ତାକୁ ବି ଜଗିବାକୁ ପଡୁଛି l ସେଦିନ ପ୍ରଥମାଷ୍ଟମୀ ଥିଲା...ଶାଶୁ ଯେତେବେଳେ ଭଲ ଥିଲେ ଦି ଜଣ ଙ୍କ ପାଇଁ ନୁଆଁ ଲୁଗା ଆଣିଦେଉଥିଲେ l ଆଜି ସେଥିପାଇଁ ପୁଅ କୁ ଫୋନ କରି ବୋହେ କାନ୍ଦିଲେ l ଦିନେ ଆଗରୁ ଅଖିଳ ସମସ୍ତ ଙ୍କ ପାଇଁ ନୁଆଁ ଲୁଗା ପଠେଇ ଦେଇଥିଲା l ଆଜି ଝିଅ କୁ ସଜ କରି ସିପ୍ରା ବନ୍ଦାଣ କଲା l ଶାଶୁ ଙ୍କୁ ମୁଣ୍ଡିଆ ଟେ ମାରି ଅହ୍ୟ ସୁଲକ୍ଷଣୀ ର ଆଶୀର୍ବାଦ ଟା ସବୁଦିନ ପରି ନେଇଗଲା l ଶାଶୁ ଶଯ୍ୟାଶାୟୀ ହୋଇ ବି ପୁଅ ର ଦୀର୍ଘ ଆୟୁଷ ଭଗବାନ ପାଖରେ କାମନା କରୁଥିଲେ l ଏମିତି ସେଦିନ ବିତିଗଲା l ଶାଶୁ ଙ୍କୁ ଖୁଆଇ... ଶଶୁର ଙ୍କ କଥା ବୁଝି ନିଜେ କିଛି ଖାଇ ବିଛଣା କୁ ଯାଉଥିଲା ସିପ୍ରା l ହେଲେ ଫୋନ ରିଙ୍ଗ ହେଲା l ଏତେ ରାତିରେ ଅଖିଳ କାହିଁକି ଫୋନ କଲେ??? ମନ ଟା ବ୍ୟସ୍ତ ହୋଇଗଲା ତାର l ସେ ପଟ ରୁ ଭାସିଆସିଲା ଏକ ଭିନ୍ନ ସ୍ୱର.... ସେ କହିଲେ ହେଲୋ ଆପଣ କିଏ କହୁଛନ୍ତି....ସିପ୍ରା କହିଲା ମୁଁ ଅଖିଳ ଙ୍କ ସ୍ତ୍ରୀ l

ସେ ପୁଣି କହିଲେ ମାଡାମ ଅଖିଳ sir is no more.... ସେ ରାତିରେ ପାକିସ୍ତାନୀ ଆତଙ୍କବାଦୀ ଙ୍କ ଗୁଳି ରେ..... ଆଉ କିଛି ଶୁଣି ପାରିଲାନି ସିପ୍ରା l ପୁରା ମୂକ ପାଲଟି ଗଲା l ରାତିରେ ସେ ବହୁତ କାନ୍ଦିଲା l ଶେଷରେ ସେ ନିଜ ଶାଶୁ ଶଶୁର ଙ୍କୁ ଏ ବିଷୟରେ କିଛି ନ କହିବା ପାଇଁ ନିଜ ମନ କୁ ଦୃଢ କଲା l ସକାଳ ହେଲା l ସେମାନଙ୍କ ସେବା ସାରି ବାହାରି ପଡିଲା ଅଖିଳ ଙ୍କ ପୋଷ୍ଟିଙ୍ଗ ଜାଗା କୁ l ନିଜେ ଶବ ସଂସ୍କାର କରି ପୁଣି ଫେରି ଆସିଲା ଶାଶୁ ଶଶୁର ପାଖକୁ l କାହାକୁ କିଛି ନ କହି ଯେମିତି ରହୁଥିଲା ସେମିତି ରହିଲା l ଅଖିଳ ଙ୍କ ଦେଇଥିବା ଶଙ୍ଖା ସିନ୍ଦୁର ନେଇ l କିଛି ଦିନ ପରେ ଶାଶୁ ଚାଲିଗଲେ ଆରପାରିକୁ l ସେ କହି ଗଲେ.... ମୁଁ ମରିଗଲେ ପୁଅ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ... ସେ ମୋ ମୁଖାଗ୍ନି ଦେବ l ସବୁ ନିରବ ହୋଇ ଶୁଣିବା ଛଡା ଆଉ କିଛି ଉପାୟ ନ ଥିଲା ସିପ୍ରା ପାଖରେ..... କିଛି ଦିନ ପରେ ନିଜେ ଚାକିରୀ ରେ ଯୋଗ ଦେଲା ସିପ୍ରା... ସାଙ୍ଗରେ ଶଶୁର ଙ୍କୁ ବି ନେଇଗଲା l ଆଜି ବି ଶଶୁର ପଚାରନ୍ତି.... ପୁଅ କେବେ ଆସିବ??? ସିପ୍ରା କହେ ଛୁଟି ହେଲେ ସେ ନିଶ୍ଚେ ଆସିବେ l ନିୟତି ର ନିଷ୍ଠୁର ନିୟମ ପାଖରେ ସେ ବି ହାରିଯାଏ...କେବଳ ନିରବ ରେ ସହି ଯାଏ ସବୁ କୁ....ବେଳେ ବେଳେ କୋହ ଲୁହକୁ ଚାପି ଧରି ଉପରେ ନିର୍ଲଜ ପରି ହସୁଥାଏ... ସେ...



Rate this content
Log in

Similar oriya story from Tragedy