STORYMIRROR

pratap nayak

Tragedy

2  

pratap nayak

Tragedy

ଶେଷ ବେଲାଳସେନ

ଶେଷ ବେଲାଳସେନ

2 mins
3.8K


(ଏକ ଅନ୍ତରାତ୍ମାର ଗଳ୍ପ)

ଶେଷ ବେଲାଳସେନ. ପ୍ରତାପ ନାୟକ

,,,,,,,,,,,,,,,,,,,,,,,,,,,,,,,,, ୭୦୦୮୦୫୪୨୮୨

ଶେଷ ପାହାଚରେ ଉପନୀତ ଆବରଣ ହୀନ ହସ।ଧୁସର ଚାନ୍ଦୁଆ ପବନରେ ଦୋଳି ଖେଳେ ଝୁଲିଝୁଲି ଉତ୍ତରଣ ବୟସ ।ପାକୁଆ ପାଟିର ପାନ ଚିହ୍ନ ଦେହ ସାରା ଚିଟ ସୃଷ୍ଟି କରେ।ବଳହୀନ ବିବସ ଶରୀର କାନ୍ଦି କୁନ୍ଥେଇ ବଂଚି ଥାଏ ଶେଷ ପ୍ରଶ୍ୱାସ ଯାଏ।ପଥର ଚୁରୁ ଥିବା ହାତ,ଧସେଇ ପଶୁଥିବା ପାଦ,ହୃଦୁମା ମନନେଇ ବଂଚିଥିବା ସାରା ଜୀବନ ଲୁଚକାଳି ଖେଳି ହାର୍ ମାନିସାରିଥାଏ କେଉଁ କାଳୁ।

ଆଗପରି ସେହି ପାହାଡ ମୁଣ୍ଡିଆ ଟାଙ୍ଗର ଦିଶେ ଉଦୁଉଦିଆ ଖରାବେଳେ।ନିଆଁ ଝୁଲ ସତେକି ଦୋଳି ମାଙ୍କୁଡି ଖେଳୁଥାଏ ସେଠି।ଅଜବ ଅଜବ ଖବର ଆସେ,ଛେଳିକି ଗିଳିଛି ଅଜଗର ଅବା ସମ୍ବର ଆସି ଗାଁରେ ଧସେଇ ପସିଛି ଭୁଲରେ।ଆସିଲେ ବର୍ଷାଦିନ,ଫୁଲେଇ ହୁଅନ୍ତି ବନସ୍ପତି,ସତେକି ନୀଳଚାଦର ଘୋଡେଇ ହୁଏ ସେହି ପାହାଡ ମୁଣ୍ଡିଆ ବୋହୁ ସାଜେ,ଦେଖେଇବେନି ମୁକୁଳା ଦେହ ଭସା ବଉଦକୁ କାନ୍ଦୁ ଯେତେ ଛିଗୁଲେଇ ହୋଇ।ଏବେ ପରା ଜନ୍ମକଲା ମାସ ତା'ର....।

ସମ୍ଭାବନାର ଦିଗ ଚିର ଭାସ୍ୱର। ଚାଲିଛି ଚାଲୁଥିବ ଅନନ୍ତ କାଳକୁ।ସରିବନି ତା ସମୟ।ଆଉଟି ପାଉଟି ହେଉଥିବା ସୂର୍ଯ୍ୟ ନିତି ଡେଉଁଥାଏ ସେହି ପାହାଡ ମୁଣ୍ଡିଆ ପୂର୍ବ ରୁ ପଶ୍ଚିମ।

କାହିଁକି ଏପରି ହୁଏ,ମୁଣ୍ଡିଆ ତଳେ ଝରଣା କୂଳରେ ନାଇ କଟା ମୋର,ଝାଟିଆ ଚାଳିରେ ମାଣ୍ଡିଆ ଜାଉରେ ଗଢା ମୋ ଶୈଶବ।ଦନ୍ତୁରିତ ପାହାଡି ରାସ୍ତାରେ ସାଇକେଲ ଚକା ଗଡେଇଛି କଳମ ଡାଙ୍ଗରେ ,ଫୁଙ୍ଗୁଳା ଦେହ ଆଉ କାନମୋଡା ପେଣ୍ଟରେ।କରିଛି ଦିଭାଗ ଡେଇଁ ଝରଣା ପାଣିକି।ମାଛ ଧରିଛି ଜୋରରେ,ମାରିଛି କେତେ ଥର ସିଙ୍ଗିମାଛ ମୋତେ,ଜାମୁକୋଳି ମୋର କେତେ ଗାୁମୁଛାକୁ ବେରଙ୍ଗ କରିଛି,ଖାଇଛି ମାଡ ବାପାର ମୋ ଅମାନିଆଁ ପଣରୁ।ଅଠାଫଳରେ କାଗଜ ଚିରି ଗୁଡି ଉଡେଇଛି କାହିଁ କେତେ ଦୁରେ।ଗାଈ ନେଇ ଯାଇଛି ମୁଣ୍ଡିଆ ଉପର,ଥିର ହେଇ ଶୋଇଛି ବି ଚାହିଁ ଅନନ୍ତ ଆକାଶ।କିଚିରି ମିଚିରି କାକଳି ହସେଇଛି ମୋତେ।ଏଡାଳରୁ ସେ ଡାଳ ଉଡି ବୁଲେ ଭଦଭଦଳିଆ ଅବା ହଳଦୀ ବସନ୍ତ।କଣ୍ଟେଇ କୋଳି ଖାଉ ଖାଉ ବେଳ ଗଡିଯାଏ।

କି ମଧୁର ସେ ସ୍ମୃତି ଅସ୍ତବ୍ୟସ୍ତ କରେ ମୋତେ ଏବେ.......।

ଆଖିକି ଦିଶୁ ନଥିବା ବଙ୍କୁଲି ବାଡିରେ ମୋ ସଂସାର ଉଣ୍ଡୁଛି ସେହିଦିନ,ଫେରିବନି ଯେତେହେଲେ କାକୁତି ମିନତି।ମୁଣ୍ଡିଆଟା ଶୁନସାନ ନଜର ପଡିଲା ଦିନୁ ବିଦେଶୀ ବଣିକ।ଢେଲା ଢିମା ରାସ୍ତା ପାଲଟିଛି ଚକ୍ ଚକ୍ କଳା ନାଗୁଣୀର ପିଠି ପରି ପଡି ରହି ଗିଳୁଛି ସେ ଧୁଷର ମୁଣ୍ଡିଆ।ଟ୍ରକ ଡ୍ରୋଜର ପ୍ରୋକଲିନର ତୁହା ତୁହା ଗର୍ଜନ ଉଚ୍ଛନ କରୁଛି ଦେଇ ପ୍ରତିଧ୍ୱନୀ।ଗାଈ ନାହିଁ ,ନାହିଁ ବନସ୍ପତି।ପ୍ରତିଷେଧକ ଅଞ୍ଚଳ ହେଇଛି ବିବର୍ଣ୍ଣ ମୁଣ୍ଡିଆ।କମ୍ପାନୀର ନାଲି ଶୋଷ ପିଇଛି ଝରଣା,ଜଳସ୍ତର ହଟିଲାଣି ସର୍ଭେର ରିପୋର୍ଟ।ନାହିଁ ଅଜଗର ଗିଳୁନି ଛେଳିକି।ନାହିଁ ସେ ସମ୍ବର ,ଗଡୁନି ଗାଁକୁ ବି ଆଉ ଭୁଲରେ ଅବା ଖାଦ୍ୟ ଅଭାବରେ।

ଶେଷରାତି ଅାସୁଛି କେବେ ମୋର ଯଣାନାହିଁ ମୋତେ ,ମୋତେ ବି ଯଣାନାହିଁ କମ୍ପାନି କେବେ ଯିବ ଏଠୁ,କିନ୍ତୁ ଜଣା ଅଛି ମୁଣ୍ଡିଆ ସରିବ କାଲି ସାଜିବ କା ପକେଟର ଟଂକା ଆଉ ଟଂକା।ଗିଲାସ ଗିଲାସ ସାମ୍ପେନରେ ହସୁଥିବ ସେମାନଙ୍କ ସମୟ ଆଉ ହଜି ହଜି ଯାଉଥିବ ଆମ ବଂଶ ଭବିଷ୍ୟତ।ଯେମିତି ଦେଖୁଛି ମୁଁ 'ଶେଷ ବେଲାଳସେନ ମହାଭାରତର....'।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy