STORYMIRROR

Kalpana Kumari Pradhan

Tragedy Inspirational

3  

Kalpana Kumari Pradhan

Tragedy Inspirational

ଶେଷ ବାର୍ତ୍ତା

ଶେଷ ବାର୍ତ୍ତା

2 mins
327

ରାକେଶ ଜଣେ ପ୍ରତିଷ୍ଠିତ ଶିଳ୍ପ ପତି l ବୟସ ମାତ୍ର ବତିଶ ବର୍ଷ l ନିଜର ଅଧ୍ୟାବ୍ୟବସାୟ ରେ ବଂଶନୁକ୍ରମିକ ରେ ମିଳିଥିବା ସମ୍ପତି କୁ ଦଶଗୁଣ କରିସାରିଲାଣି l ବାପା ମା ଦିହେଁ ଗୋଟିଏ ଏକ୍ସିଡେଣ୍ଟ ରେ ଚାଲିଯାଇଛନ୍ତି ଆର ପାରିକୁ l ତାର ନିଜର କହିଲେ ଜଣେ ପିଲା ଦିନର ସାଙ୍ଗ ସାହିଲ l ବ୍ୟବସାୟ ବାଣିଜ୍ୟ ରେ ନିଜକୁ ଏମିତି ମଜ୍ଜାଇ ଦେଇଥିଲା ନିଜ ଜୀବନ ବିଷୟ ଭାବିବାପାଇଁ ତାର ଯେପରି ସମୟ ହିଁ ନାହିଁ l

ବର୍ତ୍ତମାନ ସେ ସହରର ବଡ ହସ୍ପିଟାଲ ର ଏକ ଶଯ୍ୟା ରେ କରୋନା ସହ ଲଢ଼ୁଛି l ଦେହ ହାତ ସବୁ ଅବଶ ହେଲା ଭଳି ଲାଗିଲାଣି ତାକୁ l ମରଣ ଯେପରି ସନ୍ନିକଟ l ବହୁ କଷ୍ଟ   ରେ ନର୍ସ ସହାୟତା  ରେ ଟିକେ ସଳଖି ବସିଲା l ମାଗିଲା ଲେପଟପ ଟି ସେ ଚାହୁଁଥିଲା ତା ଶେଷ   କଥା ଟିକୁ Email ରେ ପହଞ୍ଚାଇବ  ସାଙ୍ଗ ନିକଟରେ l ଧାର ଧାର ହୋଇ ଲୁହ ବହିଯାଉଥାଏ ଆଖିରୁ 


ବାର୍ତ୍ତା ଟି ଥିଲା ଏପରି....


ସାଙ୍ଗ

    ଜାଣିବୁ ମୁଁ ଏବେ କୋରନା ରେ ପୀଡିତ ହୋଇ ଚିକିତ୍ସା ଧୀନ l ତତେ    ଜଣେଇ ନାହିଁ କାରଣ ତୁ ବ୍ୟସ୍ତ ହେବୁ l ଭାବିଥିଲି ସହରର ଭଲ ହସ୍ପିଟାଲ ରେ ଚିକିତ୍ସା କରି ଆରୋଗ୍ୟ ହୋଇଯିବି l ଧନ ଖର୍ଚ୍ଚ କଲେ କଣ ଅସମ୍ଭବ!କିନ୍ତୁ ଏ ଧାରଣା ମୋର ଭୁଲ ଥିଲା l ଆଜି ମୋର ସବୁ ବିତ୍ତ ଏ ରୋଗ ଆଗରେ ନିରର୍ଥକ l ଶରୀର ରୂପକ ସମ୍ପତି ଆଗରେ ଅଚଳାଚଳ ଧନ ଅତି ନଗଣ୍ୟ l କାରଣ ଏହା   ବିନିମୟ ରେ ମୋର ଅତି ଭଲପାଉଥିବା ଶରୀର କୁ ରକ୍ଷା କରିପାରୁନି l ଯାହା ମାଧ୍ୟମରେ ଭୋଗ କରିଥାନ୍ତି ସର୍ବ ସୁଖ l ତତେ ମୋର ଛୋଟିଆ ଅନୁରୋଧ ମୁଁ ଯଦି ନ ରୁହେ ତୁ ମୋର ସମସ୍ତ ଗଛିତ ଟଙ୍କା   ସହର ର ମୁଖ୍ୟ ରାସ୍ତା ରେ ଉଡାଇ ଦେବୁ l କଣ ଭାବୁଛୁ ସାଙ୍ଗ ର ମୁଣ୍ଡ ଖରାପ ବୋଲି ( ଟିକେ ହସି )

     ଏହା ଦ୍ୱାରା ମୁଁ  ଏଇ ବାର୍ତ୍ତା ଦେବାକୁ ଚାଁହୁଛି ଯାହା ପାଇଁ ମୁଁ   ସବୁ ଭୁଲି ଜୀବନ ରେ ଅନ୍ଧ ପରି ଧାବିତ ଥିଲି ସେ ସବୁ ମୋର ଅତିଆପଣାର ଶରୀର କୁ....... Send  button ଟିକୁ click କରିଛିକିନାହିଁ ନିଶ୍ୱାସ ନେବାରେ ପ୍ରବଳ ଯନ୍ତ୍ରଣା 

ଅନୁଭବ କରି ଟଳି ପଡିଲାସେ l

ସୌଭାଗ୍ୟ ବଶତଃ ସନ୍ଦେଶ ପହଞ୍ଚିଥିଲା ସାଙ୍ଗ   ନିକଟରେ l ଖବରଟି ପାଇ   ଦୁଃଖ ରେ ଭାଙ୍ଗି ପଡିଲା ସାହିଲ l ନିଜକୁ ସମ୍ଭାଳି ପହଁଚିଲା ସାଙ୍ଗ ଘରେ l ତା କହିବା ଅନୁସାରେ   ସହରର ମଝି ରାସ୍ତା ରେ ଉଡାଇ ଦେଥିଲା ସାଙ୍ଗ ର ସମଗ୍ର ଜୀବନ ର ସଂଚୟ l ଲୋକମାନେ ଉତ୍କଣ୍ଠା ର ସହ ତାକୁ ସାଉଁଟି ବାରେ ଲାଗିଲେ ଏବଂ ମଝିରେ ମଝିରେ ଧସ୍ତା ଧସ୍ତି ବି ହୋଉଥିଲେ l ଏ ସବୁ  ଦେଖି ମୋତେ   ଆଶ୍ଚର୍ଯ୍ୟ ଲାଗୁଥିଲା -"ମନୁଷ୍ୟ ସବୁ କଥା ଆଖି ଆଗରେ ଦେଖି ମଧ୍ୟ ପ୍ରକୃସ୍ଥିତ ନ ହୋଇ ଧାବିତ ହୋଉଛି ଧନ ରୂପକ ମାୟା ମୃଗ ପଛରେ l"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy