STORYMIRROR

Sunanda Mohanty

Abstract Drama Inspirational

3  

Sunanda Mohanty

Abstract Drama Inspirational

ଶାଢ଼ୀ କଥା

ଶାଢ଼ୀ କଥା

1 min
271


     ପୁଅ କଲିକତାରୁ କଟକ ଫେରିବା ବେଳେ ଯେତେସବୁ ଶାଢ଼ୀ ଆଣିଥିଲା, ତା ଭିତରୁ ମୋ ପସନ୍ଦର ଶାଢ଼ୀ ଖଣ୍ଡେ ରଖି ନେଇଥିଲି. ବୋହୁ ଶାଢ଼ୀ ଖୋଜି ହେଉଥିଲା ତ ସେଇ ଶାଢ଼ିଟି ଦେଖାଇବା ପରେ କହିଥିଲା ହଁ ଏଇ ଶାଢ଼ୀଟା ସେ ପସନ୍ଦ କରିଥିଲା, ତାକୁ ଦେବାପରେ ସେ ନାହିଁ ଆପଣ ପିନ୍ଧନ୍ତୁ କହିଥିଲା କିନ୍ତୁ ଜୋର କରି ଦେଇଦେବା ପରେ ଶାଢ଼ୀଟି ଏଯାଏଁ ଗଡ଼ରେଜ ରେ ପଡ଼ିରହିଛି l

     ପ୍ରତିବର୍ଷ ପ୍ରଥମାଷ୍ଟମୀ ରେ ଆଈ ମୋ ପାଇଁ ଆଣି ଆସୁଥିବା ଶାଢ଼ୀ ଗୁଡିକ ମୁଁ ସାଇତି ଦେଇଥିଲି ସ୍ମୃତିର ସନ୍ତକ ରୂପେ. ଝିଅର ଝିଅଟିଏ ହେବା ପରେ ତା ପାଇଁ ବ୍ୟବହୃତ ହେବାକୁ ରଖିଥିବା ଶାଢ଼ୀଗୁଡିକ ଝିଅର ପସନ୍ଦ ହେଲାନାହିଁ କିନ୍ତୁ ମୋ ଆଈ ଦେଇଥିବା ଶାଢୀସବୁ ନେଇ ଚାଲିଗଲା ତ ମୁଁ ମନା କରିପାରିନଥିଲି, ସେହି ଶାଢ଼ୀ ସହ ନାତୁଣୀକୁ କୋଳ କୁ ନେଇ ଆଈ ର ଉସ୍ମତା ସବୁ ପାଇଗଲି l

     ଝିଅ ବାହାଘର ବେଳେ ନୂଆ ଶାଢ଼ୀ ସହ ମାଆ ମାନଙ୍କ ପୁରୁଣା ଶାଢ଼ୀ ଵି ଦିଆଯାଏ ତ ମତେ ଵି ଦୁଇଖଣ୍ଡ ମିଳିଥିଲା. ଗୋଟିକୁ ସମ୍ପର୍କୀୟ ଜଣେ ମାଗିନେଲେ କିନ୍ତୁ କିଛିଦିନ ପରେ ତାଙ୍କ ଘରେ ସେଇଟି ସ୍କ୍ରିନ ହୋଇଥିବାର ଦେଖି ଯେତିକି କଷ୍ଟ ଲାଗିଥିଲା, ଅନ୍ୟଟିକୁ ବୋହୁ ପିନ୍ଧି ଠାକୁର ପୂଜା କରୁଥିଲା ତ ସନ୍ତୁଷ୍ଟିରେ ଦେଖୁଥିଲି ମୋ ବାପା ମୋ ବୋଉ ପାଇଁ ଆଣିଦେଇଥିବା ପ୍ରଥମ ଓ ଶେଷ ଶାଢୀରେ ମୋ ବୋହୁ କେତେ ସୁନ୍ଦର ଦିଶୁଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract