Shaktiprava Mishra

Tragedy Others

4.5  

Shaktiprava Mishra

Tragedy Others

ସେଇ ଝିଅଟି

ସେଇ ଝିଅଟି

3 mins
711





   ମୋର ଘର ସାମନା ଲାଇନରେ ଦୁଇଟି ଘର ଛାଡି ରହୁଥିଲା ଝିଅଟିଏ । ଦୀର୍ଘ ପାଞ୍ଚ ବର୍ଷ ଧରି ଏଠି ତା ସ୍ୱାମୀ ସହିତ ଭଡା ରହୁଥିଲା । ଯେତେବେଳେ ମୁଁ ଭୁବନେଶ୍ୱର ଆସୁଥିଲି ମୋ ବାଲକୋନୀରେ ବସି ଅନେକ ବାର ଦୂରରୁ ମୁଁ ଝିଅଟିକୁ ଅନୁଧ୍ୟାନ କରୁଥିଲି । ଛାତ ଉପରେ ଘୁରି ଘୁରି ଗୋଟି ଗୋଟି ଲୁଗା ଶୁଖେଇବା ବେଳେ ଦେଖିଥିଲି ପରିଷ୍କାର ପରିଚ୍ଛନ୍ନତା ପ୍ରତି ତା'ର ମାତ୍ରାଧିକ ରୁଚିକୁ । କାରଣ ପ୍ରତିଦିନ ଘରର ପାପୋଛ ସଫା କରିବା ବୋଧହୁଏ ମୁଁ ପ୍ରଥମଥର ପାଇଁ ତା ପାଖରେ ହିଁ ଦେଖିଥିଲି ।


   ଘର ଓଳାଇବା, ଅଳନ୍ଧୁ ଝାଡିବା, ପ୍ରତି ମାସରେ ଲୋକ ଲଗେଇ ବାଡି ସଫା କରିବା ଆଉ ଘରର ଯାବତୀୟ କାମ ନିଜ ହାତରେ କରୁଥିବା ସତ୍ୱେ ବେଳକୁ ବେଳ ସେ ଆହୁରି ମୋଟା ହୋଇଯାଉଥିଲା । ଏଇଥିପାଇଁ ମଝିରେ ମଝିରେ ମୁଁ ତାକୁ ଦୁଇଓଳି ଭ୍ରମଣ (ୱାକ୍) ରେ ଯାଉଥିବା ବି ଲକ୍ଷ୍ୟ କରିଥିଲି ।


ଏଥର ଗାଡିରୁ ଓହ୍ଲାଇ ମୋ ଘରକୁ ପଶିବା ବେଳେ ତାଙ୍କ ଘର ଭିତରୁ ଯୀଶୁଙ୍କର ଗୀତ ଭାସି ଆସୁଥିବା ଶୁଣିଲି । ଗତଥର ବି ସବୁ ଶୁକ୍ରବାର ଦିନ ଦଳବଦ୍ଧ ହୋଇ କିଛି ପିଲା ତା ଘରେ ଗୀତ ଗାଉଥିଲେ । ମନେପଡିଗଲା ଆଜି ବି ଶୁକ୍ରବାର ଥିଲା । ମୋ ତଳଘର ଭଡାଟିଆ ସ୍ତ୍ରୀ ଆଗରୁ ଦିନେ ମୋତେ କହୁଥିଲେ, ରବିବାର ସେମାନେ ସମସ୍ତେ ଚର୍ଚ୍ଚ ଯାଆନ୍ତି । ବାକି ଛଅଦିନ କାହା କାହା ଘରେ ପ୍ରାର୍ଥନା ହୁଏ ।


   ପରଦିନ ବାଲ୍ଟିଏ ଲୁଗାପଟା ଧରି ଝିଅଟି ସବୁବେଳ ପରି ଲୁଗା ଶୁଖେଇବା ଆରମ୍ଭ କଲା । ପ୍ରାୟ ଦଶମାସ ପରେ ମୁଁ ଏଥର ଘରକୁ ଆସିଥିଲି । ଝିଅଟିର ହାତରେ କୁନି ଛୁଆଙ୍କ ଡ୍ରେସ ଦେଖି ପ୍ରଥମେ ମୁଁ ଟିକେ ଆଶ୍ଚର୍ଯ୍ୟ ହେଲି । ପରେ ଖୁସିହୋଇ କହିଲି ଯା' ହେଉ ୟା ଭିତରେ ମା' ବନିସାରିଛି ଝିଅଟି । ଦୁନିଆର ବଢ଼ନ୍ତା ସ୍ରୋତକୁ ଆଗକୁ ବାହିନେବା ପାଇଁ ଏ ଝିଅଟିର ବି ତ କିଛି ଅବଦାନ ରହିବା ଦରକାର ଥିଲା ।

ମଣିଷ ଯେତେବେଳେ ନିରାଶ ହୋଇଯାଏ ସେ ଭଗବାନଙ୍କର ଚରଣାଶ୍ରୀତ ହୁଏ । ଆଗରୁ ଝିଅଟି ମୋତେ ତାର ମା' ନ ହୋଇପାରୁଥିବାର ଦୁଃଖ କହିନି କି ମୁଁ ତା କଟା ଘା'ରେ ଚୁନଦେଇ ତାକୁ କଷ୍ଟ ଦେବାକୁ ଚାହିଁନି । କେବଳ ତାକୁ ଦେଖି ଦୂରରୁ ଦେଖି ଜାଣିପାରୁଥିଲି ବାହାଘରର ଦୀର୍ଘ ପାଞ୍ଚବର୍ଷ ଭିତରେ ସେ ବିଜ୍ଞାନ ଆଉ ତା ଚାରିପାଖର ମଣିଷ ମାନଙ୍କ ପାଖରୁ ଆଶା ଛାଡି ସାରିଲାଣି । କେବଳ ଯୀଶୁ ତା ପାଇଁ ଭରସା ଏ କଥାକୁ ମନେମନେ ଗ୍ରହଣ କରିନେଇଛି ସିଏ ।


   ଛୋଟ ଛୋଟ ଜାମାପ୍ୟାଣ୍ଟ, ମୋଜା, ଟୋପି ସବୁ କ୍ଲିପ୍ ତଳେ ଝୁଲୁଥାନ୍ତି ବଡ ଖୁସିରେ । ଦୂରରୁ ମୋର ମନେ ହେଉଥାଏ ଯେମିତି ଖୁସିର ରଙ୍ଗବେରଙ୍ଗୀ ଚଢ଼େଇମାନେ କୁଆଡୁ ଉଡିଆସି ଝିଅଟିର ମନ ତାରରେ ବସିଯାଇଛନ୍ତି ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ । ପାପୋଛର ଏତେ ଯତ୍ନ ନେଉଥିବା ଝିଅଟି ତା ଗଣ୍ଠିଧନର ପିନ୍ଧାଲୁଗାକୁ କେତେ ଯତ୍ନରେ ଶୁଖାଇଥିବା ତାହା ତ ବର୍ଣ୍ଣନା କରିବା କଷ୍ଟ ।ମୁଁ କେଵଳ ଅନୁଭବ କରୁଥିଲି ତା ଅନ୍ତରର ଖୁସିକୁ, ଆତ୍ମଶାନ୍ତିକୁ ।


ଏଥର ଶୁକ୍ରବାର ଦିନ ଝିଅଟିର ଘରୁ ଆଉ ପ୍ରାର୍ଥନା ଶୁଣାଗଲା ନାହିଁ । ଭାବିଲି ଯାହାପାଇଁ ଏତେସବୁ ଆୟୋଜନରେ ସେ ମାତିଥିଲା ଏବେ ସେଇ ଇପ୍ସିତ ବସ୍ତୁ ତା ହାତମୁଠାରେ । ଏବେ ତା ମୁଣ୍ଡରେ ଅନେକ ଜଞ୍ଜାଳ ।


   ସାତ ଆଠ ଦିନ ପରେ ଥରେ ତଳକୁ କିଛି କାମରେ ଯିବାବେଳେ ଝିଅଟିକୁ ତାଙ୍କ ଦୁଆର ମୁହଁରେ ଦେଖି ମୁଁ ପଚାରିଥିଲି, ଛୁଆ କେବେ ହେଲା ? ହସିଦେଇ ସେ କହିଲା ଦୁଇମାସ ହେବ । ତୁମ ଘରେ ପ୍ରତି ଶୁକ୍ରବାର ଯେଉଁ ପ୍ରାର୍ଥନା ହେଉଥିଲା ଏବେ କାହିଁକି ଆଉ ଶୁଣିବାକୁ ପାଉନି ? ଝିଅଟି ଉତର ଦେଲା, "ନାଇଁ ଆଣ୍ଟି, ଭଲରେ ଛୁଆ ଜନ୍ମ ହୋଇଯିବା ପାଇଁ ଶାଶୁଙ୍କ କହିବାନୁସାରେ ପ୍ରତି ଶୁକ୍ରବାର ଘରେ ବାଇବେଲ୍ ପଢ଼ା ଯାଉଥିଲା । ଆପଣ ଯେଉଁଦିନ ଆସିଲେ ସେଦିନ ଶେଷ ଶୁକ୍ରବାର ଥିଲା ।ଆଚ୍ଛା, ଭଲ, ଯା ହେଉ ଭଲରେ ଭଲରେ ଛୁଆ ଜନ୍ମ ହୋଇଗଲା ଏହା ବହୁତ ଖୁସିର କଥା । କନ୍ଗ୍ରାଚୁଲେସନସ୍ ଆଣ୍ଡ ଗଡ଼୍ ବ୍ଲେଶ ଇଓର ଚାଇଲ୍ଡ କହି ମୁଁ ଆଗକୁ ପାଦ ପକେଇଲି । ଝିଅଟି ଥ୍ୟାଙ୍କ ଇଉ ଆଣ୍ଟି କହି ମୋତେ ପ୍ରଶ୍ନ କଲା , "ଏମିତି ବାହାରୁ ବାହାରୁ ଆଶୀର୍ବାଦ କଲେ ଚଳିବନି । ମୋ ପୁଅକୁ ଦେଖିବେନି ଆପଣ ?'


   ହଁ କହି ଝିଅଟି ସହିତ ମୁଁ ତା ଘର ଭିତରକୁ ଗଲି । ଯେଉଁ କୋଠରୀ ଭିତରକୁ ସେ ମୋତେ ନେଇଗଲା ସେଠି ଖଟ ଉପରେ ଆଉ ଗୋଟିଏ ନାରୀର ସ୍ତନରୁ ଦୁଧ ଚୁଚୁମୁଥିଲା କଅଁଳ ଛୁଆଟିଏ । ଝିଅଟିର ଶାଶୁ ତଳକୁ ଓହ୍ଲେଇ ଆସି ମୋତେ ବସିବାକୁ ନିର୍ଦ୍ଦେଶ ଦେଲେ । ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ଝିଅଟିର ମୁହଁକୁ ଚାହିଁବା ବେଳେ ମୋତେ ସେ କହିଲା, "ଇଏ ମୋର ସାନ ଜା' । ଆଉ ଏ ଛୋଟା ଯିଶୁ ପାଇଁ ତ ଏତେ ଲୀଳା ଚାଲିଥିଲା ଘରେ । ପୁଅଟା ଛୋଟ ଅଛି ତ ମା'କୁ ଆଦୌ ଛାଡୁନି । ତାକୁ ଆଶୀର୍ବାଦ କରନ୍ତୁ ଯେମିତି ବଡ ହୋଇ ସେ ଆମ ଘର ପରିବାରର ନାଁ ରଖିବ ।


   ମୁଁ ଆଉ କାହା କଥା ଭାବିପାରୁ ନଥିଲି ସେ ବେଳରେ । ଖାଲି ଅଟକି ଯାଇଥିଲି ସେଇ ଝିଅଟି ପାଖରେ ।



Rate this content
Log in

Similar oriya story from Tragedy