ବଳରାମ ବାରିକ

Tragedy Inspirational

4.5  

ବଳରାମ ବାରିକ

Tragedy Inspirational

ସେହି ବାଇଗଣି ରଙ୍ଗର ବ୍ଲାଉଜ୍

ସେହି ବାଇଗଣି ରଙ୍ଗର ବ୍ଲାଉଜ୍

4 mins
565


ବିନ୍ଦିଆ ଜନ୍ମହେବା ପରେ ସତେ ଯେମିତି ରତନର ଦୁଃଖ ଦୂର ହୋଇଯାଇଥିଲା।ତାକୁ ସେ ମା ଲକ୍ଷ୍ମୀ ରୂପରେ ଦେଖୁଥିଲା। ୪ ବର୍ଷ ବୟସରୁ ରତନର କାମ ସମ୍ଭାଳିଛି ।

ରତନ ବି କୋଉ ଆଉ କାମକୁ ଯାଇ ପାରୁଛି।ଗଞ୍ଜେଇ ଟାଣି ଟାଣି ଦେହଟାକୁ ନଷ୍ଟ କରି ସାରିଲାଣି।କେତେବେଳେ କେମିତି ମାଡିଯାଏ ।ତାପରେ ଆସି ଖୁଁ ଖୁଁ କରି କଫ ଗୁଡା ଗଦା କରି ପକାଏ ଦୁଆର ମୁହଁରେ।

-ବାପୁ ତତେ କେତେ ଥର ମନା କରିଛି ତୁ କାମକୁ ଯାଆନି ବୋଲି।

ହେଲେ ତୁ କଣ ମୋ କଥା ମାନୁଛୁ।

-ଆଲୋ ତୁ ଏକା କେତେ ଖଟିବୁ?

-ଯେଉଁ ପର୍ଯ୍ୟନ୍ତ ଏ ଦେହରେ ଜୀବନ ଅଛି।

-ଆଲୋ ତୁ ଶାଶୁଘରକୁ ଯିବୁନି କି ??

-(ମୁରୁକି ହସି) ହେ....ତୁ ସେମିତି କହନି ବାପୁ।

 ମାଇ ଦେଖିଲୁ ବାପୁ କୁ

-ଆଲୋ ତୋ ବାପୁ ତ ଠିକ୍ କହୁଛି

-ନାଇଁ ମୁଁ କୁଆଡେ ଯିବି ନାହିଁ।

-ଦେଖିଲୁ ଦେଖିଲୁ ପାଞ୍ଚ ଜଣ ଯାକ ଆସିଲେଣି କି ନାହିଁ?

-ହଁ ମାଇ ଦେଖୁଛି।


ଆବେ ଏତେ କମ୍ ମାଲ୍ କଣ ଆଣିଛ ?

ଦିନ ସାରା ବୁଲିଲ ପାଞ୍ଚଟା ବୋରା ଭରି ପାରିଲ ନାହିଁ।

ତୁମକୁ ମୁଁ କେତେଥର କହିଛି।ପାଞ୍ଚଟା ଯାକ ଅଲଗା ଅଲଗା ଇଲାକା ଯିବା ପାଇଁ ଭଲ କଲେକ୍ସନ ହେବ।ହେଲେ ମୋ କଥା କିଏ ଶୁଣୁଛି।

ଏ ଡୋନା,......ତୋତେ ପରା ଏତେ ବୁଝାଇ କହିଥିଲି ଲୋ ।

ତୁ ଆଉ ଟିପୁ ସେ ବ୍ରିଜ ତଳକୁ ଯିବ।ସେଠି ବହୁତ ମାଲ୍ ଜମା ହେଲାଣି।ଆଉ କୋଉ ପାର୍ଟି ଆସିଯିବ ଯେ ଉପରକୁ ଅନାଇ ଥିବ।

 

ଆଉ ,ଧମୁ ତୁ ....

କାମ ଚୋର କୋଉଠିକାର ।ଏଡୁଟେ ହେଲୁଣି ଗୋଟିଏ ଅଖା ବି ଟେକି ପାରୁନୁ।ତୁ ଯେମିତି କୋଢି଼ଆ ଧରିଲୁଣି ତୋ ଦେଖାଦେଖି ,ରାଣା ଆଉ କିଟ୍ କାଟ୍ ବି ଠକିବା ଆରମ୍ଭ କଲେଣି।


ଆରେ ତୁମକୁ କେତେ ଥର କହିଛି।ଆମର ଏବେ ବିଜିନେସ୍ ଭଲ ଚାଲିଛି ।ଚାରି ପାଞ୍ଚଟା ଖରିଦ୍ଦାର ଆମକୁ ମିଳିଛି।ଆଉ ଆମ ଠାରୁ ସେ ମାଲ୍ କିଣୁଛି।ଆଉ ତୁମେ ମାନେ ...ମୋ ଭରଷାକୁ ମାଟିରେ ମିଶାଇଦେବ ଲାଗୁଛି।

ଗେଫିଲା ବେଳକୁ ତ ଗେଫି ଦେଉଛ!!!ଦେଖି ପାରୁନା ବାପୁ ଆଉ ମାଇ ଦୁଇ ଜଣତ ବେମାରୀ ରେ ସଢ଼ୁଛନ୍ତି।

ତାଙ୍କ ପିଛା କେତେ ଖର୍ଚ୍ଚ ହେଉଛି।ହଉ ଚାଲ ...

କିଛି ଅସୁବିଧା ନାହିଁ।କାଲି ଠୁ ବେଶୀ ମାଲ୍ ଆଣିବ।

ହାତ ମୁହଁ ଧୋଇ ଆସ ମୁଁ ଖାଇବା ବାଢୁଛି।


କିଟ୍ କାଟ୍ -ଦିଦି, ଆମେ କଣ ଏମିତି ସବୁଦିନ ଏଇ କାମ କରୁଥିବା ?


ଟିପୁ -ଦିଦି ,ଆମେ କଣ ଏମିତି ସବୁଦିନ ଚିରାଫଟା ପିନ୍ଧୁଥିବା ?


ବିନ୍ଦିଆ -ଆବେ କିଟ୍ କାଟ୍ ,ଏଇଟା ଆମ ଭାଗ୍ୟରେ।ତା ଛଡା କାମ କରିବାରେ ଦୁଃଖ କଣ ?କାମ ପରା ଭଗବାନ।


ଡୋନା -ଦିଦି ,ଆମେ କଣ କେବେ ସ୍କୁଲ ଯାଇପାରିବୁ ନାହିଁ ?


ବିନ୍ଦିଆ -ମୁଁ ଦେଖୁଛି ତୋର ପାଠ ପଢିବାରେ ବହୁତ ଆଗ୍ରହ ।ପାଠ ପଢି କରିବୁ କଣ ??ଶିକ୍ଷିତ ହେବୁ।ହାକିମ ହେବୁ।ଟଙ୍କା ରୋଜଗାର କରିବୁ।ଆଉ ନିଜ ଜନ୍ମ କଲା ବାପା ମା କୁ ଘରୁ ତଡିଦେବୁ।ଏଇତା ଆଜିକାଲି ଶିଖା ଯାଉଛି।ତୁମେ ମାନେ ବହୁତ ଗପୁଛ କାମରେ ଜମା ଧ୍ୟାନ ନାହିଁ।ଯାଅ ପାଞ୍ଚ ଜଣ ଯାକ ଜଲ୍ଦି ଖାଇ ଶୋଇପଡ଼।ମୋର ତେଣେ ବହୁତ କାମ।ଦଶଟା ବସ୍ତାରୁ ମାଲ ବାଛିବାରେ ଅଛି।ତୁମ ମାନଙ୍କ କମ୍ପ୍ଲେନ ଆଉ କେବେ ଶୁଣିଦେବି।


ବିନ୍ଦିଆର ସକାଳୁ, ଶୋଇବା ପର୍ଯ୍ୟନ୍ତ ଖାଲି କାମ କାମ କାମ।ବିନ୍ଦିଆ କେବେ ଥକେ ନାହିଁ।ମଝିରେ ମଝିରେ ମାଠିଆରୁ ମୁନ୍ଦିଏ ମୁନ୍ଦିଏ ପାଣି ପିଇ ପୁଣି କାମରେ ଲାଗିଯାଏ।


ମା କୁ ଶ୍ୱାସ ବେମାରୀ।ମାଳା ତା ସମୟରେ ଖଟଣୀରେ ଏକ ନମ୍ବର ଥିଲା।ଦିନ ରାତି ଖଟୁଥିଲା।ବିନ୍ଦିଆ ଦେଖିଛି ମାଳା କେମିତି ହାଡ଼ ଭଙ୍ଗା ପରିଶ୍ରମ କରେ।ଯେତେ ସମ୍ଭବ ବିନ୍ଦିଆ ସଞ୍ଚୟ କରିଚାଲିଛି।ଭାଇ ଭଉଣୀଙ୍କୁ ସିନା ମୁହଁରେ ମନା କରିଦେଲା କିନ୍ତୁ ତାର ବହୁତ ଇଚ୍ଛା ପାଞ୍ଚଟା ଯାକ ଏ କାମ ନକରି ସ୍କୁଲ ଯାଆନ୍ତୁ।ଦି ଅକ୍ଷର ପାଠ ପଢନ୍ତୁ।ତାଙ୍କ ପଛରେ ପ୍ଲାଷ୍ଟିକ ଓ ଆବର୍ଜନା ଗୋଟାଳିର ର ବିଶେଷଣ ନଲାଗୁ।ସେଇଥିପାଇଁ ତ ତାଙ୍କ ସାହି କୁ ଫିଲ୍ଡ୍ ୱାର୍କରେ ଆସୁଥିବା ଏନ:ଜି:ଓ ଏମ୍:ଏସ୍:ଡବ୍ଲୁ ପିଲାଙ୍କୁ ସେ କେତେଥର ଅନୁରୋଧ କରିଛି ତାଙ୍କ ସାହିରେ ଗୋଟେ ସ୍କୁଲ ଖୋଲିବା ପାଇଁ।ସମସ୍ତେ ବିନ୍ଦିଆଠାରୁ ଡାଟା ନେଇ ନିଜ ପ୍ରୋଜେକ୍ଟକୁ ପୁରା ସକ୍ସେସ୍ଫୁଲ କରାଇଛନ୍ତି କିନ୍ତୁ ବିନ୍ଦିଆ କଥାକୁ ଭୁଲି ଯାଇଛନ୍ତି।ଦେଖାଇ ହେବାପାଇଁ ସନ୍ଧ୍ୟାବେଳେ ମାଗଣା ଟିଉସନ୍ କରନ୍ତି କିନ୍ତୁ ନିଜର କାମ ସରିଲେ ସବୁ ପଳେଇ ଯାଆନ୍ତି।ବିନ୍ଦିଆ ତ ସେଦିନ ବହୁତ ରାଗିଯାଇଥିଲା ଯେତେବେଳେ ତାର ନଜର ପଡିଲା ଦୁଇ -ଚାରି ଜଣ ଝିଅ ଓ ପୁଅ ମିଶି ତାର ଭାଇ ଭଉଣୀଙ୍କୁ ବିସ୍କୁଟ ଆଉ ମିନେରାଲ ୱାଟର ବଟଲ ଦେଇ ତାଙ୍କ ଡି :ଏସ୍:ଏଲ୍ :ଆର୍ କ୍ୟାମେରାରେ ବଡ଼ ଆନନ୍ଦରେ ଫଟୋ ଉଠାଉଛନ୍ତି।ବିନ୍ଦିଆ ବୁଝିଗଲା ଏମାନେ ନିଜର ପ୍ରସଂଶା ପାଇଁ ଏ ଫଟୋ ଗୁଡ଼ିକୁ ଫେସବୁକ ଓ ଅନ୍ୟ ସୋସିଆଲ ମିଡ଼ିଆରେ ଛାଡିବେ।ରାଗିଯାଇ ସେମାନଙ୍କୁ ଦୁଇପଦ ଶୁଣାଇଦେଲା।


ଆଠ ଜଣ ପ୍ରାଣୀଙ୍କ ପାଇଁ ଦାନା ସଂଗହ କରିବା କଣ ସହଜ କଥା।ରତନ କେବେ ବି କାହାକୁ ଉପାସ ରହିବାକୁ ଦେଇନି।ଏବେ ସିନା ଖଟି ପାରୁନି।କୋଚିଆ ,ଗେଣ୍ଡା ,ବେଙ୍ଗ,ଝରିପୋକ,କଙ୍କଡା ଯେତେବେଳେ ଯାହା ମିଳିଲା ଆଣି ଦେଇଛି।କେବେ ବି ଭିକ ମାଗିନି।ଆଉ ବିନ୍ଦିଆ ବି ବାପାର ଆଦର୍ଶରେ ବଢିଛି।ନିଜ ସାନ ଭାଇ ଭଉଣୀଙ୍କୁ ବି ସେୟା ଶିଖାଇଛି।ହେଲେ ସେମାନେ କଣ ସେ ଆଦର୍ଶକୁ ବୁଝିବେ।ଛୋଟ ଛୁଆ ଗୁଡାକ ନେଡି ଭାଙ୍ଗି ଠିଆ ହୋଇଯାନ୍ତି ଯେଉଁଠି ଭୋଜି ବଣ୍ଟା ହେଉଥାଏ।

ଥରେ ଦୁଇଥର ବିନ୍ଦିଆର ନଜରରେ ପଡିଛନ୍ତି।କାନ ମୋଡା ଖାଇଛନ୍ତି।ବିନ୍ଦିଆ ଜମା ବଦଖର୍ଚ୍ଚ କରେ ନାହିଁ।ନିଜ ପାଇଁ ତାର କିଛି ସଉକ ନାହିଁ।ସେଥିପାଇଁ ତ ମାଇ ପିନ୍ଧୁଥିବା ଭେଲ୍ ଭେଟ୍ କପଡାର୍ ସେଇ ବାଇଗଣି ରଙ୍ଗର ବ୍ଲାଉଜ ଟାକୁ ଦରଜୀ ପାଖରେ ଛୋଟ କରିଦେଇ ପିନ୍ଧୁଛି।ସେଇଟା ହେଉଛି ତାର ପ୍ରିୟ ଡ୍ରେସ।ସେଇ ବାଇଗଣି ରଙ୍ଗର ବ୍ଲାଉଜରେ ବିନ୍ଦିଆ ସବୁବେଳେ ଝଟକୁଥାଏ।ତାର ସାଲିସ୍ ବିହୀନ ହସ କୁ ବାଇଗଣି ରଙ୍ଗଟି ବହୁତ ମେଳଖାଏ।ଦୂରରୁ କେହି ବି ଦେଖିଲେ ଜାଣି ପାରନ୍ତି ସେ ବିନ୍ଦିଆ ବୋଲି।ହେଲେ ସାନ ଭଉଣୀ ଡୋନାକୁ ସେ ସବୁବେଳେ ରଙ୍ଗୀନ ଡ୍ରେସରେ ସଯାଏ।ବେଳେବେଳେ ଫୁଟପାଥ୍ କୁ ଯାଇ ଡୋନା ପାଇଁ ଭଲ ଫ୍ରକ କିଣିଆଣେ।

ବାପା- ମା କହନ୍ତି ,ଆଲୋ ବିନ୍ଦି ତୁ ନିଜେ ତ ସେଇ ଗୋଟେ ହଳକୁ ଧୋଇ ଶୁଖାଇ ପିନ୍ଧୁଛୁ।ହେଲେ ଅନ୍ୟମାନଙ୍କ ପାଇଁ କାହିଁକି ଏତେ ଡ୍ରେସ କିଣୁଛୁ?

ବିନ୍ଦିଆ କହେ, ମାଇ ...ଡୋନା ଆମର ରାଜକୁମାରୀ ଟା ତାକୁ ମୁଁ ଗୋଟେ ସୁନ୍ଦର ରାଜକୁମାର ସାଙ୍ଗେ ବାହା କରାଇବି।

-ଆଉ ତୁ !!!

-ଧେତ୍ !!କେତଥର କହିଛି।ମୋ ବିଷୟରେ ଚିନ୍ତା ତୁମେ ଦୁହେଁ ଛାଡ଼।

ବିନ୍ଦିଆ ଭଳି ସ୍ୱାଭିମାନି ମୁଁ ମଧୂସୁଧନ ଦାସଙ୍କ ପରେ ଦ୍ଵିତୀୟ ଏ ଓଡିଶା ମାଟିରେ ଦେଖିଲି।ସାଲିଆ ସାହିର ସେ ଗର୍ଵ ଓ ଗୌରବ।ତା ଆଖିରେ ଆଖିଏ ସ୍ୱପ୍ନ ।ସମୟ ତ ନିଶ୍ଚୟ ଲାଗିବ।କେବେ ପୁରାହେବ ଦେଖିବା ବାକି ରହିଲା




Rate this content
Log in

Similar oriya story from Tragedy