STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ସେଦିନ ଶୀତରାତିରେ

ସେଦିନ ଶୀତରାତିରେ

2 mins
112


    ହଷ୍ଟେଲରେ ଛାଡ଼ିବା ଦିନ ବାପା କହିଥିଲେ, ମନ ଦେଇ ପଢ଼ିବୁ, ଏଠି ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ. ନିଜ ଉପରେ ବିଶ୍ୱାସ ଓ ଭରସା ରଖି ପାଠ ପଢ଼ିବୁ କହି ବାପା ଫେରିଗଲା ପରେ ଅନୁଷ୍କା ଭାବୁଥିଲା ଏ କଲେଜରେ ତ ରାଗିଙ୍ଗ ନାହିଁ ତ ସେଇଥିପାଇଁ ଏ କଲେଜ ଓ ହଷ୍ଟେଲକୁ ସାଙ୍ଗମାନଙ୍କ ସହ ବାଛି ଥିଲା ସେ ନିଜେ. ବାପା ମଧ୍ୟ ରାଜି ହେଲେ ତାହେଲେ କୋଉ ପ୍ରକାର ଅଗ୍ନି ପରୀକ୍ଷା ଦେବାକୁ ବାପା ତାକୁ କହିଗଲେ.

   କାଳକ୍ରମେ ଅନୁଷ୍କା ବୁଝିପାରିଲା କିଛି କିଛି.ତା ସାଙ୍ଗମାନେ ବଦଳି ଗଲେଣି. ସିନେମା ଦେଖିବା ପୁଅ ପିଲା ସାଙ୍ଗ କରି ଏଣେତେଣେ ବୁଲିବାକୁ ଯିବା, ନିଜେ ନୋଟ ପ୍ରସ୍ତୁତ ନକରି ଅନ୍ୟର ଅର୍ଥାତ ତା ନୋଟ ମାଗିନେଇ ତାକୁ ଠିକ ସମୟରେ ନ ଫେରେଇବା, ରାତି ରାତି ଫୋନ କରି ଗପିବା ଇତ୍ୟାଦି ଗୁଣ ଗୁଡିକ ଅନୁଷ୍କା ପସନ୍ଦ କରୁନଥିଲା କିନ୍ତୁ ଏକା ସଙ୍ଗେ ଗୋଟିଏ ରୁମରେ ରହିବା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଲା ବେଳେ ବାପାଙ୍କ ନୀତିବାଣୀ ସବୁ ମନେ ପଡେ. ଦେଖା କଲା ସୁପାରିଟେଣ୍ଡାଣ୍ଟଙ୍କୁ. ସେମିଷ୍ଟାରରେ ଭଲ ନମ୍ବର ରଖିଥିବାରୁ ତାକୁ ଅନ୍ୟରୁମକୁ ସିଫ୍ଟ କରିଦିଆଗଲା କିନ୍ତୁ ସେଠାରେ ମଧ୍ୟ ଅନୁଷ୍କା ଅଣନିଶ୍ୱାସୀ ହୋଇଯାଏ ଧନୀକ ଶ୍ରେଣୀର ସାଙ୍ଗ ମାନଙ୍କ ବ୍ୟବହାରରେ ଏତିକି ଆଶ୍ବସ୍ତି ଥିଲା ସେମାନେ ଯେତେ ଆତ୍ମଗର୍ବ କରନ୍ତୁ ନା କାହିଁକି ପାଠ ପଢୁଥିଲେ.

   ଶୀତ ଋତୁ ଆସି ମଧ୍ୟଭାଗରେ ପହଞ୍ଚି ସାରିଥିଲା. ବାପା ଆଣିଦେଇଥିବା କମଳ ଘୋଡ଼ି ହୋଇ ଉଷୁମ ମାରି ନୋଟ ଲେଖୁଥିଲା ସେଦିନ ଶୀତ ରାତିରେ. ଏତିକି ବେଳେ ମୋବାଇଲରେ କେହି ଜଣେ ବାରମ୍ବାର ମେସେଜ ଦେଉଥିଲା ତ ବାଧ୍ୟ ହୋଇ ଦେଖିଲା ଅନୁଷ୍କା. ସେ ଡିପିରେ ରଖିଥିବା ଫଟୋଟି ବହୁତ ଭଲ ଠିକ ସ୍ୱର୍ଗ ଅପସରି ଭଳି. ତୁମକୁ ଦେଖିବାକୁ ଇଛା ହେଉଛି ଇତ୍ୟାଦି କମେଣ୍ଟ ଦେଖି ସେ ନମ୍ବରକୁ ଡିଲିଟ କଲେ ମଧ୍ୟ ଅନ୍ୟ ନମ୍ବରରୁ ସେମିତି ମେସେଜ ଓ ଲାଉନ୍ସ ରିଫ୍ରେଶମେଣ୍ଟ ପାଇଁ ନିମନ୍ତ୍ରଣ ଦେଖି ତାର ନିଜ ରୁମ ସାଙ୍ଗମାନଙ୍କୁ ସନ୍ଦେହ ହେଉଥିଲା. କାହାକୁ କିଛି ନକହି ଫୋନ ସାଇଲେଣ୍ଟ କରି ଅଫରେ ରଖିନେଲା ଅନୁଷ୍କା. କୌଣସି କଥାକୁ ମାଜିଲେ ମୋଟ ବୋଲି ସେ ବାପାଙ୍କ ଠାରୁ ଶିଖିଥିଲା.

   ଏଥର ବାପା ଯେବେ ବଡ଼ ମୋଟା କମଳ ନେଇ ହଷ୍ଟେଲ ଆସିଥିଲେ ଅନୁଷ୍କା ତାଙ୍କୁ ଆଣ୍ଡ୍ରଏଡ ଫୋନ ଫେରାଇ ଦେଇଥିଲା କିନ୍ତୁ ସେଦିନ ଶୀତ ରାତିରେ ତାକୁ କେହି ହଇରାଣ କରିବା କଥା କହିନଥିଲା. ଛୋଟ ମୋଟ କଥାକୁ ଗୁରୁତ୍ୱ ଦେଲେ ସେ ଆଗକୁ ବଢିପାରିବ ନାହିଁ ବୋଲି ବୁଝିଥିଲା. ବାପା ଯେବେ ତାର ସବୁ କୁଶଳ ସହ ଭଲ ମନ୍ଦ ପଚାରି ବୁଝୁଥିଲେ ସେ ଖୁବ ଭଲ ଅଛି ଏଠି ସବୁ ଭଲ ବୋଲି ବୁଝାଇଦେବ ବୋଉକୁ କହୁଥିଲା ବେଳେ ସେଦିନ ଶୀତ ରାତିରେ ତା ରୁମମେଟ କ୍ଲାସୀ ତାକୁ ମିଡିଲ କ୍ଲାସ ମେଣ୍ଟାଲିଟି କହିଥିବା କଥା ଭୁଲି ଯିବାକୁ ଚେଷ୍ଟା କରୁଥିଲା.ବାପା ମଧ୍ୟ ଝିଅକୁ ଠିକ ସଂସ୍କାର ଦେଇ ଚିହ୍ନି ଥିଲେ ତ ତାକୁ କିଛି ଅଧିକା ପଚାରି ନଥିଲେ.



Rate this content
Log in

Similar oriya story from Abstract