STORYMIRROR

pranati Mahapatra

Tragedy Inspirational

4  

pranati Mahapatra

Tragedy Inspirational

ସେ ପରା ବାଳମୁକୁନ୍ଦ

ସେ ପରା ବାଳମୁକୁନ୍ଦ

3 mins
159


ମାଲକାନଗିରିରୁ କାରରେ କଟକ ଚାଲି ଆସିଛନ୍ତି ୬୨ ବର୍ଷ ବୟସର ରାଧାମୋହନ ମିଶ୍ର । କଟକରେ ଥିବା ଘର ଗୁଡିକ ଫାଙ୍କା ହୋଇ ଯାଇଛି । ବୁଝାବୁଝି କରି ଭଡ଼ା ଲଗେଇ ପୁଣି ଫେରିଯିବେ । କଟକରେ ପହଞ୍ଚି ଦୀର୍ଘ ସତର ଦିନ ଧରି ଘରସବୁ ସଫାକରିବା, ମରାମତି କରିବା ଓ ରଙ୍ଗ ଦେବା କାମ କରିଲେ ଲୋକ ଲଗେଇ । ପାଣି ମାଣି ହୋଇ ଟିକେ ଥଣ୍ଡା ଧରିନେଲା । ଘରକୁ ଫେରିବା ପାଇଁ ସାହସ ହେଲା ନାହିଁ । କଟକରେ ରହିଗଲେ ସତ, ହେଲେ ଖାଇବା ପିଇବା, ଔଷଧ ପତ୍ର ଆଣିବା ପାଇଁ ଟିକେ ହଇରାଣ ହେଲେ । ତଥାପି ଦେହ ଟିକେ ଭଲ ଲାଗିଲେ ଫେରିବେ ବୋଲି ସ୍ତ୍ରୀ, ଝିଅକୁ ଫୋନ କରି ଜଣେଇ ଦେଲେ । 


ପୁଅ ଝିଅକୁ ଧରି ସ୍ତ୍ରୀକୁ କଟକ ଆସିବା ପାଇଁ କହିଲାରୁ, ଏବେ ଯେଉଁ ଭୟାବହ ପରିସ୍ଥିତି ଚାଲିଛି କିଏ କୁଆଡ଼େ କେମିତି ବା ଯିବେ କହିଲେ ସ୍ତ୍ରୀ । ତୁମେ ରଙ୍ଗମିସ୍ତ୍ରୀ ଜଣକୁ ଡାକ । ସେ ଟିକେ ବୋଲହାକ କରିଦେବ । ଆମେ ଆଦୌ ଯାଇ ପାରିବୁନି । 


   ଏଣେ ଧୀରେ ଧୀରେ ଦେହ ଅଧିକ ଦୁର୍ବଳ ହେଲା । ବିଛଣାରୁ ଉଠି ବିସ୍କୁଟ ପାଉଁରୁଟି ବି ଆଣିବା ସମ୍ଭବ ହେଲାନାହିଁ । ରଙ୍ଗମିସ୍ତ୍ରୀ,ସିମେଣ୍ଟ ମିସ୍ତ୍ରୀଙ୍କ କହି ଯାହା ଯେମିତି ମଗେଇ ଦେଲେ । 


ଧୀରେ ଧୀରେ ଦେହ ଏତେ ଖରାପ ହୋଇଗଲା ଯେ ବିଛଣାରୁ ଉଠି ପାଇଖାନା ବି ଯାଇ ପାରିଲେ ନାହିଁ । ପାଣି ବୋତଲ ହାତରେ ଆଣି ପିଇ ପାରିଲେ ନାହିଁ । ନିଦରେ ବାଉଳି ଚାଉଳି ହୋଇ ଝିଅ ମାନୀ,ପୁଅ ରାମ,ସ୍ତ୍ରୀ କନକ ବୋଲି ଡାକ ଛାଡନ୍ତି । ବଡ଼ ବିକଳରେ ଅସହାୟ ହୋଇ ରାଧାମାଧବକୁ ସ୍ମରଣ କରନ୍ତି । ମନେ ମନେ ଏ ସ୍ଵାର୍ଥପର ମଣିଷ କଥା ଭଗବାନଙ୍କ ସହ କଥା ହୁଅନ୍ତି । କେତେ କଷ୍ଟ ଏମାନଙ୍କ ପାଇଁ ମୁଁ ନ କରିଛି । ହେଲେ ମୋ ଏଭଳି ଅସୁବିଧା ସମୟରେ କେହି ବି ପାଖରେ ନାହାନ୍ତି । ବହୁତ କାନ୍ଦୁଥାନ୍ତି ସେ । କାନ୍ଦି କାନ୍ଦି କେତେବେଳେ ଶୋଇ ଯାଆନ୍ତି ନିଜେ ଜାଣି ପାରନ୍ତି ନାହିଁ । ଭୋକ କଲେ କି ଝାଡା ପରିସ୍ରା ବେଳେ ନିଦ ଭାଙ୍ଗେ । ସେତେବେଳେ ଲୋଡ଼ା ହୁଅନ୍ତି କେହି । ହେଲେ କିଏ ବା ପାଖରେ ଅଛି । 


  ଦିନେ ରାତିରେ ପାଇଖାନା ଯିବା ପାଇଁ ଜୋରରେ ଜୋରରେ ଡାକ ପକେଲେ । ବଜାର ଟାଉନ ଜାଗା । ରାତି ଅଧରେ କିଏ ବା ଶୁଣିବ । କିନ୍ତୁ ସତକୁ ସତ ପିଲାଟିଏ ଆସିଲା । ଆଉ ତାଙ୍କ ହାତ ଧରି ପାଇଖାନା ନେଲା ଆଉ ଆଣିଲା । ଗୋଡ଼ ହାତ ପୋଛାପୋଛି କରି ବିଛଣାରେ ଶୋଇ ଦେଲା । ଭୋକ ଲାଗୁଛି କହିଲାରୁ ପାଉଁରୁଟି ପାଣି ଦେଲା । ତାଙ୍କ ପାଖ ଖଟରେ ବି ସେ ପିଲାଟି ଶୋଇଲା । 


 ଏମିତି ଏମିତି ୯/୧୦ ଦିନ ଧରି ସେ ପିଲାଟି ରାଧାମୋହନ ବାବୁଙ୍କର ସବୁ କାମ ଦିନରେ ରାତିରେ କରେ । ଗୋଡ଼ହାତ ଘଷା ଆଉଁସା କରେ । ରୋଷେଇ କରି ଖୋଇଦିଏ । ରାଧାମୋହନ ତାକୁ ତାର ପରିଚୟ ମାଗନ୍ତେ, ପାଖ ପଡିଶାଘରର ଚାକର ବୋଲି ପିଲାଟି କହେ । 


ଧୀରେ ଧୀରେ ରାଧାମୋହନ ସୁସ୍ଥ ହେବାକୁ ଲାଗିଲେ । ପିଲାଟିର ସେବା ଶୁଶ୍ରୁଷାରେ ସୁସ୍ଥ ଅନୁଭବ କରନ୍ତି ରାଧାମୋହନ । ପିଲାଟିକୁ ଡାକି କହିଲେ , ତୋର ନାମ କଣରେ । ପିଲାଟି କହିଲା, ବାବୁ ମୁଁ 

ହରିଆ । ସମସ୍ତେ ହରି ବୋଲି ଡାକନ୍ତି । ଆପଣ ପରା ମୋତେ ହରି ହରି ବୋଲି ଡାକୁଛନ୍ତି । ଭୁଲି ଯାଉଛନ୍ତି କେମିତି ।  


ବାବୁଙ୍କର ସୁସ୍ଥତା ଦେଖି ହରିଆ କହିଲା, ବାବୁ ଆପଣ ତ ସୁସ୍ଥ ହୋଇଗଲେଣି । ଏଥର ମାଲକାନଗିରି ପଳେଇ ଯାଆନ୍ତୁ । ମୋତେ କହିଲେ ମୁଁ ଜଣେ ଡ୍ରାଇଭର ଠିକ କରିଦେବି । ଆପଣ ଫେରିଯାଆନ୍ତୁ । ଏ ଯେଉଁ ସମୟ ବର୍ତ୍ତମାନ । ଏଠାରେ ରହି କାହିଁକି କଷ୍ଟ ପାଇବେ । 



ବାବୁ ବି ହରିଆ କଥାରେ ଏକମତ ହେଲେ । ଆଉ କହିଲେ କି ହରିଆ, ତୁ ମୋର ଏତେ ସେବା 

କଲୁ । କେମିତି କଣ କରି ତୋର ଏ ଋଣ ଶୁଝିବି । ତୁ ମୋତେ ବଞ୍ଚେଇ ଦେଲୁ । ନେ ଏଇ ଦଶ ହଜାର ରଖିଥା । ତୋ ଘର କାମରେ ଲାଗିବ । 


ନାହିଁ ନାହିଁ ବାବୁ, ମୋର ଏତେ ଗୁଡାଏ ଟଙ୍କା ମୋର କଣ ହେବ କହି ପଳେଇଲା ହରିଆ । ରାଧାମୋହନ ବାବୁ ଭାବିଲେ, ଠିକ ଅଛି । ମୁଁ ତା ଘରକୁ ଯାଇ ଟଙ୍କା ଦେଇ ଆସିବି । ତହିଁ ପର ଦିନ ରାଧାମୋହନ ସେ ଆଖପାଖ ପଡିଶା ଘରେ ଯେତେ ଯାହାକୁ ହରିଆ କଥା ପଚାରିଲେ । ହେଲେ ସେଭଳି କେହି ସେଠାରେ ରୁହନ୍ତି ନାହିଁ । ସଫାସଫା ସେଠାରେ ଥିବା ପଡୋଶୀ କହିଲେ । 

ଘରକୁ ଫେରି ଦେଖିଲେ ହରିଆର ଗାମୁଛା ଖଣ୍ଡକ ପଡିଛି ଉଲୁଗୁଣିରେ । ରାଧାମୋହନ ଗାମୁଛା ଧରୁ ଧରୁ ସେଥିରୁ ଅପୂର୍ବ ବାସ୍ନା ବାହାରୁଛି । ଯେଉଁ ଥିରେ ଚନ୍ଦନ ଲାଗିଛି, କର୍ପୁର ଅଗରୁର ମହମହ ବାସ୍ନା । 

ଗାମୁଛାରୁ ଝଡି ପଡିଲା ଦୁଇ ତିନିଗୋଟି ତୁଳସୀ ପତ୍ର । ମହମହ ବାସ୍ନାରେ ଚାରିଆଡ଼େ ବେଶ ଖେଳିଗଲା । 

ରାଧାମୋହନ ଚିନ୍ତା କଲେ, ଏ କଣ । ଯିଏ ମୋର ଏତେ ଦିନ ସେବା ଶୁଶ୍ରୁଷା କରୁଥିଲା ,ସେ କିଏ ସେ । ସେ କଣ ଭକ୍ତର ଭଗବାନ । ବାଳ ମୁକୁନ୍ଦ ...




Rate this content
Log in

Similar oriya story from Tragedy