The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sriman Bapu

Tragedy Inspirational Others

4.1  

Sriman Bapu

Tragedy Inspirational Others

ସବୁଠୁ କଷ୍ଟ ପୋର୍ଟରେଟ୍

ସବୁଠୁ କଷ୍ଟ ପୋର୍ଟରେଟ୍

6 mins
478


     


କଳା ଇତିହାସର ମହାନ ଅଦ୍ୱିତୀୟ ଚିତ୍ରଶିଳ୍ପୀ ଆଉ Portraiture ରେମ୍ବରାଣ୍ଟ୍ ବି ସେ ଲୋକଟିର ମୁହଁଟିକୁ ସଠିକ୍ ଭାବେ ଆଙ୍କିପାରିବେ କି ନାହିଁ ସନ୍ଦେହ ହୁଏ । ବାହ୍ୟ ରୂପଟିକୁ ତ ଯେକୋୖଣସି ଚିତ୍ରଶିଳ୍ପୀଟିଏ ଧରିଦେଇ ପାରେ ଆଉ ସାଧାରଣ ଆଖିରେ ଦେଖିଲେ ଯିଏ କହିବ ଅବିକଳ ହୋଇଛି କିନ୍ତୁ ଲୋକଟିକୁ ବୁଝି ତା'ର ଆତ୍ମାରେ ନିଜକୁ ତଲ୍ଲୀନ କରି ବାହାର ଆବରଣର ପରସ୍ତ ପରସ୍ତ ତଳକୁ ଯାଇ ପ୍ରକୃତ ଗୁଣଟିକୁ ଧରିବାର ରହସ୍ୟ ଆଉ ଯାଦୁ କେବଳ ଯୋଗଜନ୍ମା ମହାନ ଚିତ୍ରଶିଳ୍ପୀ ଭିନସେଣ୍ଟ୍ ଭେନଗଗ୍ ଙ୍କୁ ଜଣାଥିଲା । ଆଜିକା ସମୟରେ ଭେନଗଗ୍ ଙ୍କୁ ଜୀବନ୍ତ ଦେଖିଥିବା ଲୋକମାନଙ୍କ ମଧ୍ୟରୁ କେହି ନାହାନ୍ତି । ଭେନଗଗ୍ ଙ୍କ ମାନବୀୟ , ଭାବପ୍ରବଣ , ଆବେଗଭରା , କରୁଣାର୍ଦ , ସମ୍ବେଦନଶୀଳ ଆଉ ସ୍ପର୍ଶକାତର ହୃଦୟର ଝଲକ କିଛି କିଛି ମିଳେ ତାଙ୍କର ଅଗଣିତ ଛବି ଡାଏରୀ ଆଉ ସାନ ଭାଇ ଥିଓକୁ ଲେଖିଥିବା ହୃଦୟବିଦାରକ ଚିଠି ମାନଙ୍କରୁ ।  


ଭେନଗଗ୍ ଙ୍କ ମର୍ମନ୍ତୁଦ ଜୀବନ କାହାଣୀ ଚିତ୍ର ଆଉ ଚିଠିସବୁ ଜଗତ ପ୍ରସିଦ୍ଧ । ହେଲେ ବଞ୍ଚିଥିବା ସମୟରେ ସେ ଥିଲେ ଜଣେ ସାମାଜିକ ବାସନ୍ଦ ଗୋଠଛଡା ନିତ୍ୟାନ୍ତ ନିଃସଙ୍ଗ ମଣିଷଟିଏ । ତାଙ୍କ ସମୟର ମହାଜ୍ଞାନୀ , ଗୁଣୀ ଆଉ ତାଙ୍କର ଘନିଷ୍ଠ ଚିତ୍ରକର ବନ୍ଧୁ ବି ତାଙ୍କୁ ଆଉ ତାଙ୍କ ଚିତ୍ରକୁ ବୁଝି ଆଦରି ପାରି ନଥିଲେ । ଭେନଗଗ୍ ଙ୍କ ସହ କାହାକୁ ତୁଳନା କରିବା କି ସମକକ୍ଷୀ କହିବା ଏକ ଚରମ ହାସ୍ୟାସ୍ପଦ ଆଉ ମୂର୍ଖାମୀ ହେବ କିନ୍ତୁ ବରୋଦାରେ ଯେଉଁ ଯୁବ ଚିତ୍ରକାରଙ୍କ ସଂସ୍ପର୍ଶରେ ଆସିଥିଲି ସେ ମୋତେ ଭ୍ଯାନଗନଙ୍କ ଏକ ଭାରତୀୟ ସଂସ୍କରଣ ଭଳି ପ୍ରତୀତ ହୋଇଥିଲେ । ମୁଖ୍ୟତଃ ତାଙ୍କର ଚିତ୍ର ପ୍ରତି , ଉତ୍ସର୍ଗୀକୃତ ଭାବ , ଗଭୀର ଅନୁରାଗ , ଆବେଗ ଆଉ ସର୍ବ ଉପରେ ତାଙ୍କର ଅତୀବ ସମ୍ବେଦନଶୀଳ ଦୟାଶୀଳ କରୁଣାଭରା ହୃଦୟ । ଏମିତି ମଣିଷଟିଏ ଜୀବନରେ ଆଜିଯାଏଁ ଭେଟି ନାହିଁ ।


ବରୋଦାରେ ତଥାକଥିତ ଜ୍ଞାନୀ ଗୁଣୀ ଆଉ ନାମୀଦାମୀ କଳାକାର ତ ବହୁତ ଥିଲେ ଯେଉଁମାନଙ୍କ ତଥାକଥିତ ଜ୍ଞାନ ଆଉ ଗୁଣର ଅହଂକାର ଦୂରରୁ ଝଲସୁଥିଲା । ଯେମିତି ଅଦ୍ୱିତୀୟ ମହାନ କଳାକାର ସବୁ ଧରାପୃଷ୍ଠକୁ ଅବତରଣ କରିଛନ୍ତି କଳାରୂପି ଦୀନଦୁଃଖୀକୁ ପରିତ୍ରାଣ କରିବା ପାଇଁ ।  ଅର୍ଥ , ଯଶ ଆଉ କ୍ଷମତା ପ୍ରତି ଅହେତୁକ ଲୋଭ ହେତୁ ସବୁ ମାନବୀୟ ଗୁଣ ହରାଇଥିବାର ପ୍ରମାଣ ମିଳି ଯିବ ଯଦି ସେମାନଙ୍କୁ ଟିକିଏ ପାଖରୁ ଦେଖିବେ । କଳା ଆଉ ମଣିଷତ୍ୱକୁ ନେଇ କେବଳ ମୃତ ଆଲୋଚନା , ଶୁଷ୍କ ସମୀକ୍ଷା ଆଉ ଅସାର ବୃଥା ଦର୍ଶନ  । ବାସ୍ତବରେ ଅର୍ଥ ଆଉ ଯଶଃ ଲୋଭରେ ହିଁ ସେମାନେ କଳାକୃତି ନିର୍ମାଣ କରନ୍ତି । ସେମାନଙ୍କର ମପାଚୁପା ମାନବୀୟତା ସେତିକି ଭିତରେ ସୀମିତ ଥାଏ ।


ଏହି କପଟାଚାରୀ ଗୋଷ୍ଠୀରୁ ବହୁ ଦୂରରେ ସେହି କଳାକାରଟି ସାଧାନରତ ଥିଲେ ବଞ୍ଚିରହିବାକୁ ଆଉ କଳାରେ ମାନବୀୟତାକୁ ଧରି ରଖିବାକୁ । କଳାକାରଟିର ନାମ ନେବାପାଇଁ ଏ ଲେଖକ କୁଣ୍ଠିତ କାରଣ ନାମଟି ଗୁରୁତ୍ୱପୂର୍ଣ୍ଣ ନୁହେଁ । ନାମଟି ଜାଣିଲେ ଆମେ କ'ଣ କରିପିରିବା ? ତାଙ୍କୁ ନାମ , ଯଶ ଆଉ ଅର୍ଥ ଦେଇ ତାଙ୍କର ମାନବୀୟତାକୁ କିଣି ଶ୍ମଶାନ ତୁଲ୍ଯ ସଂଗ୍ରାହାଳୟରେ ଆଉ ଆର୍ଟ ଗ୍ୟାଲେରୀରେ ଝୁଲେଇବାକୁ ଚେଷ୍ଟା କରିବା ? ଥାଉ ସେ ବଞ୍ଚିଛନ୍ତି ଆଉ ତାଙ୍କ ଦୁନିଆରେ ତାଙ୍କୁ ବଞ୍ଚିବାକୁ ଦେବା ହିଁ ଠିକ୍ ହେବ କାରଣ ଆମର ତଥାକଥିତ ମାନ , ଯଶ ଆଉ ପୁରସ୍କାର ଠାରୁ ବହୁ ଉର୍ଦ୍ଧ୍ବରେ ସେ ।


ଆଖି ଦେଖା ଅନୁଭବରୁ ଯେତିକି ଜାଣିଛି କଳାକାରଟିର ଅତ୍ୟଧିକ ନରମ ଆଚରଣ ଯୋଗୁଁ ତାଙ୍କ ଘର ମାଲିକଠୁଁ ଆରମ୍ଭ କରି ପରିବାବାଲା , ତେଜରାତି ଦୋକାନୀ , ଅଟୋବାଲା , ସାଙ୍ଗସାଥୀ ସମସ୍ତେ ତାଙ୍କୁ ଠକନ୍ତି ଏମିତି କି ଛୋଟ ପିଲାଟିଏ ବି ତାଙ୍କୁ ଅଚିରେ ଠକିଦେଇ ଚାଲିଯାଏ । ଠକିହେବାରେ କୌଣସି ଅନୁଶୋଚନା ତାଙ୍କ ମୁହଁରେ ତିଳେ ହେଲେ କେବେ ଦେଖିନାହିଁ । ପଚାରିଲେ କହିବେ , ସାଧାରଣ ମଣିଷଟିଏ ବଞ୍ଚିବା ପାଇଁ ଛୋଟମୋଟ ଠକାମିର ସାହାରା ନିଏ କାରଣ ଜୀବନସାରା ସେ ବହୁତ ଠକାମିରେ ଶିକାର ହୋଇଥାଏ । ମୋତେ ଠକିଦେଇ ସେମାନେ ଯଦି ଖୁସି ହୁଅନ୍ତି ଏଇଆ ଭାବି କି ତାଙ୍କଠୁ ବଡ଼ ଓଲା ବି ଏ ସଂସାରରେ ଅଛନ୍ତି ତେବେ ଏଥିରେ କ୍ଷତି କ'ଣ ? ହେ ହେ ହେ ! ପୁଣି କହିବେ , ଏମାନଙ୍କୁ ନାଲି ଆଖି ଦେଖାଇ , ଦଣ୍ଡିତ କରି କି ବିଦ୍ୟାଳୟରେ ନୈତିକତା ଶିକ୍ଷା ଦେଇ କିଛି ଲାଭ ନାହିଁ । ଏ ଠକାମିର ଚେର ବହୁତ ଲମ୍ବା ! ଏ ଦୁନିଆଟିକୁ ଚଳାଉଥିବା ଆମର ନେତା , ଅଭିନେତା , ଧର୍ମଗୁରୁ , ଶିକ୍ଷାବିତ୍ ଯେଉଁମାନେ ଆମର ଆଦର୍ଶ ସେମାନେ ନ ବଦଳିଲେ ଆମେ ଯେତେ ମୁଣ୍ଡ ବାଡ଼େଇଲେ ବି କିଛି ହେବନି । ଏମିତିକା ସରଳ ସାରଗର୍ଭକ ବକ୍ତବ୍ୟ ଶୁଣି ମୁଁ ହତଚକିତ ଆଉ ନିରୁତ୍ତର ରହେ !


ସମାଜ ଦୃଷ୍ଟିରୁ ସେ ଥିଲେ ଜଣେ ଅଛୁତ , ଦୁର୍ବଳ , ନିପଟ ବୋକା ଆଉ ବଡ଼ ପାଗଳ‌ ତେଣୁ କେହି ତାଙ୍କ ସହ ଭଲରେ ପଦେ କଥାହେବାକୁ ଲାଭଦାୟକ ବୋଲି ଭାବନ୍ତି ନାହିଁ । କେବଳ କାମ ପଡ଼ିଲେ ବ୍ୟବହାର କରି ପରେ ଭୁଲି ଯାଆନ୍ତି । ସେ ସବୁ ଜାଣି ବି କିଏ ସାହାଯ୍ୟ ମାଗିଲେ କେବେ ମନା କରି ପାରନ୍ତି ନାହିଁ । ତେଣୁ ସମସ୍ତଙ୍କ ପାଇଁ ସେ ଥିଲେ ଆରାମ ସେ ମିଳିଯାଉଥିବା ଅତି ନଗଣ୍ୟ ବସ୍ତୁଟିଏ ମାତ୍ର । ମୋତେ ଆଶ୍ଚର୍ଯ୍ୟ ଲାଗେ ଲୋକଟି କେଉଁ ଉପାଦାନରେ ଗଢ଼ା ହୋଇଛି ! କେମିତି ସିଏ ଏତେ ଅତ୍ୟାଚାର ସହିପାରନ୍ତି ଆଉ ଅଚିରେ ସମସ୍ତଙ୍କୁ କ୍ଷମା କରି ଦିଅନ୍ତି ? ରାଗ ତାଙ୍କର ଛୋଟ ପିଲାଟିଏ ଭଳି , ରାଗିଗଲେ ସେ ଦିନଟି କଥା ହେବେନି , ଫୋନ୍ ଉଠେଇବେନି  କିନ୍ତୁ ତା' ଆର ଦିନ ନିଜ ଆଡ଼ୁ କହିବେ, ରାଗିଛ କି ? ହେ ହେ ହେ ! କି ବିଚିତ୍ର ମଣିଷ ଏ !


ଏ ବସ୍ତୁବାଦୀ ସାମାଜିକ ଦୃଷ୍ଟିରେ ସେ ସବୁ ଦିଗରୁ ଜଣେ ଅସଫଳ ବ୍ୟକ୍ତି । ଲକ୍ଷ୍ମୀଙ୍କ ଏଭଳି ଲୋକ ଉପରେ କୃପା ଦୃଷ୍ଟି ରହେ ନାହିଁ ବରଂ କୋପ ଦୃଷ୍ଟି ଥାଏ । ଆର୍ଥିକ ଅନଟନ ସବୁବେଳେ ଲାଗି ରହେ । ଏହାର ଫାଇଦା ଉଠାଇ ବେପାରୀ ତାଙ୍କର ବହୁମୂଲ୍ୟ ପେଣ୍ଟିଂକୁ ଶାଗ ମାଛ ଦରରେ ଲୁଟିନିଅନ୍ତି । ପେଣ୍ଟିଂ ବିକ୍ରି ହୋଇଥିବାର ସୂଚନା ପାଇ କିଛି ସାଙ୍ଗ ତାଙ୍କର ଆସି ତାଙ୍କ ଘରେ ଡେରା ପକାନ୍ତି , ସେ ବି ମାଛ ମାଂସ ଖୁଆଇ ଖୁବ୍ ଅତିଥି ଦେବତାର ସେବା କରନ୍ତି । ପଇସା ନେଇ କେବେ ନ ଫେରେଇବା ସାଙ୍ଗ ପୁଣି ଧାର ମାଗନ୍ତି କାରଣ ସେମାନେ ଜାଣନ୍ତି ପଇସା ଥିବା ଯାଏଁ ସେ କାହିରିକୁ ନାଁ କରନ୍ତି ନାହିଁ । ପଇସା ସରିଗଲେ ସମସ୍ତେ ଯେଝା ଯେଝା ବାଟରେ ଆଉ ସେ ଫେରି ଆସନ୍ତି ନିଜ ପୂର୍ବାବସ୍ଥାକୁ । ପୁଣି ସେଇ ନିଃସଙ୍ଗ ଆଉ ଅଭାବଗ୍ରସ୍ତ ଜୀବନକୁ ହେଲେ କାହାରିକୁ ସେ ଦିନେ ହେଲେ ବି ହାତ ପତେଇ ସାହାଯ୍ୟ ମାଗିବାର ମୁଁ ଦେଖିନାହିଁ ।


ପ୍ରେମ ମାମଲାରେ ତାଙ୍କର ସବୁ ଭଲପାଇବା ବାହାରୁ ଏକତରଫା ଭଳି ଦିଶେ । କେଉଁ ଝିଅ କେବେ ଯଦି ତାଙ୍କୁ ଭଲ ପାଇଥିବ ତେବେ ସେ ଝିଅଟିକୁ ହିଁ ଜଣା ଥିବ । ମନ ପସନ୍ଦର ଝିଅଟିକୁ ଦୂରରୁ ଦେଖିଦେଇ ନିଜ କଳ୍ପନା ରାଜ୍ୟରେ ବୁଡ଼ି ରହିବେ । ସାଙ୍ଗସାଥୀଙ୍କ ଠାରୁ ଅଗଣିତ ଉପଦେଶ ନେବେ ଆଉ ଶେଷରେ ଏମିତିକା କାଣ୍ଡ ଗୋଟିଏ କରିବେ ଯେ ତାହା ତାଙ୍କ ବୟସର ଲୋକଙ୍କଠାରୁ କେହି କେବେ ଆଶା କରି ନଥିବେ । ଝିଅଟିର ଗାଡ଼ିରେ ଗୋଲାପ ଫୁଲଟିଏ ରଖି ତା'ତଳେ " ମୁଁ ତୁମକୁ ଭଲ ପାଏ " ଚିଠିଟି ପକେଇ ଦେଇ ଦୂରରୁ ଲୁଚି ଦେଖିବେ । ଫେସବୁକରୁ ଝିଅଟିର ଫୋଟୋ ସବୁ ଛପେଇ ଆଣି ଘରର ଛାତରେ କାନ୍ଥରେ ଲଗେଇ ଦେଇ ଦିନ ଦିନ ଘରେ ଭିତରେ ନିଜକୁ ବନ୍ଦୀ କରି ନିଜ ସ୍ୱପ୍ନ ଦୁନିଆରେ ନିଜ ପ୍ରେମିକା ସହ ଘର କରିବେ । କେବେ କେବେ ଅତି ବାଜ୍ଯ କବିତା ଖଣ୍ଡେ ଲେଖି , ଝିଅଟିକୁ ଫେସବୁକରେ ପ୍ରେରଣ କରିବେ । ତା'ପରେ ବ୍ଲକ୍ ପୁଣି ଏକ ନୂଆ ଫେସବୁକ ଆକାଉଣ୍ଟ ପୁଣି ବ୍ଲକ୍ । ଝିଅଟିକୁ ଯଦି ଆଉ କେଉଁ ପୁଅ ସହ ଦେଖିଦେଲେ ତେବେ ଗଲା ! କିଛି ଦିନ ବାଳ ଫୁର୍ ଫୁର୍ କରି , ନିଶ ଦାଢ଼ି ଲମ୍ବାଇ ହତାଶିଆ ପ୍ରେମିକ ହୋଇ ବୁଲିବେ ।


ଅଗଣିତ ଚିତ୍ର , କାନଭାସ୍ , ଷ୍ଟ୍ରେଚର୍ , ଫ୍ରେମ୍ , ରଙ୍ଗ ତୂଳୀରେ ତାଙ୍କ ଘର ସବୁବେଳେ ଭର୍ତ୍ତି ଥାଏ । ଏହା ସହ ଖାଇବା ବାସନ , ଫଳ ପନିପରିବା , ଡାଲି ଚାଉଳ ସବୁ ଏକାକାର ହୋଇ ରହିଥିବେ । ପାଦ ରଖିବାକୁ ଘର ଭିତରେ ଯାଗା ଟିକିଏ କେଉଁଠି ନଥିବ , ଏମିତିକି ଟଏଲେଟ୍ ଆଉ ଖଟ ବିଛଣାର ବି ତଦ୍ରୁପ ଅବସ୍ଥା । ଚିତ୍ରରେ ପଡ଼ିଥିବା ଧୂଳିକୁ ଝାଡ଼ିବା ପାଇଁ କି ରଙ୍ଗ ପୋଛିବା ପାଇଁ କପଡ଼ା ନପାଇଲେ ଉଠେଇ ନେବେ ନିଜର ସଦ୍ୟ କିଣା ଯାଇଥିବା ମହଙ୍ଗା ସାର୍ଟ ଖଣ୍ଡିକୁ । ଖାଇବା ବାସନ , ଚା କପ୍ ସବୁଥିରେ ରଙ୍ଗ । କୌଣସି ବସ୍ତୁ ପ୍ରତି ତାଙ୍କର ଟିକିଏ ବି ଯତ୍ନ କି ଲୋଭ ନଥାଏ । 


ବରୋଦା ଫାଇନ୍ ଆର୍ଟରୁ ଉଚ୍ଚ ଶିକ୍ଷା ସାରିବା ପରେ ଦୀର୍ଘ ବାର ବର୍ଷ କାଳ ଏମିତିକା ସେ ଜୀବନ ବଞ୍ଚିଲେ । ତାଙ୍କର ସଫଳ ଚିତ୍ରକର ବନ୍ଧୁ କି ଜାଣିଥିବା କେହି ବି କେବେ ତାଙ୍କୁ କେବେ ସାହାଯ୍ୟର ହାତ ବଢ଼ାଇବା ମୁଁ ଶୁଣିନି । କଳାକାରଙ୍କ ଗୋଷ୍ଠୀରେ ଏଇମିତି ସେ ଗୋଷ୍ଠୀ ଛଡ଼ା ହୋଇ , ଅଭାବଗ୍ରସ୍ତ ଆଉ ନିଃସଙ୍ଗ ଜୀବନ ବଞ୍ଚି ବଞ୍ଚି ଶେଷରେ ସମାଜ ଦୃଷ୍ଟିରେ ହାର ମାନିଲେ । ନିଜର ସମସ୍ତ ବ୍ୟବହାର୍ଯ୍ୟ ବସ୍ତୁ ଯଥା :- ବାଇକ୍ , ଡେସ୍କଟପ୍ , ଗ୍ୟାସ ଟାଙ୍କି ସହ ଚୁଲା , ବେଡ଼ , ବାସନକୁସନ , ଫ୍ରେମ୍ , ଷ୍ଟେଚର ଆହୁରି କେତେ କ'ଣ ସାଙ୍ଗ ମାନଙ୍କୁ ଧରେଇ ଦେଇ , ଗୁଡ଼ାଏ ଜିନିଷ ଫିଙ୍ଗିଦେଇ ନିଜ ମାତୃଭୂମିକୁ ପଳେଇ ଗଲେ ବୃଦ୍ଧ ପିତାମାତାଙ୍କ ସେବା କରିବା ପାଇଁ । 


ଏବେ ବୟସ ତାଙ୍କର ଚାଳିଶି ଛୁଇଁଲାଣି , ବିବାହ କରି ଘର ସଂସାର କରିବାର ସମ୍ଭାବନା ଦେଖାଯାଉନି । ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ କି ଦୂର ଭବିଷ୍ୟତରେ ତା'ର ସମ୍ଭାବନା ବି କ୍ଷୀଣ । କାରଣ ତାଙ୍କର ମାନବୀୟ ଗୁଣଗୁଡିକୁ ବା ଲୋକ ଦୃଷ୍ଟିରେ ମୁର୍ଖାମୀକୁ ସେ ଟିକିଏ ବି ଛାଡ଼ି ପାରୁନାହାନ୍ତି । ମୁଁ ତାଙ୍କୁ ଯେତିକି ଜାଣେ , ସେ କେବେ ଛାଡ଼ି ପାରିବେ ଆଉ ବଦଳି ଯିବେ ତା'ର ବି କୌଣସି ସମ୍ଭାବନା ନାହିଁ । ଯଦି ଭଗବାନ ଅଛନ୍ତି ତେବେ ଏତିକି ଗୁହାରି, ହେ ପ୍ରଭୂ ! ତାଙ୍କ ଭିତରେ ବଞ୍ଚିଥିବା ଦୁର୍ଲଭ ମଣିଷ ପଣିଆକୁ ଘଣ୍ଟ ଘୋଡ଼ାଇ ରଖ । ତାଙ୍କୁ ଆଉ ତାଙ୍କ ପରିବାରକୁ ସଦା ସୁରକ୍ଷିତ ଆଉ ଖୁସିରେ ରଖ । 

  


  


Rate this content
Log in

More oriya story from Sriman Bapu

Similar oriya story from Tragedy