STORYMIRROR

Sunanda Mohanty

Abstract Drama Inspirational

4  

Sunanda Mohanty

Abstract Drama Inspirational

ସ୍ବର୍ଗୀୟ ଫୁଲ ଧରା ପରେ

ସ୍ବର୍ଗୀୟ ଫୁଲ ଧରା ପରେ

2 mins
271


  ଝିଅ ଟିଏ ଜନ୍ମ ହେଲା ପରେ ବହୁ ଲୋକ ଖୁସି ହେବା ବଦଳରେ ଦୁଃଖୀ କାହିଁକି ହୁଅନ୍ତି ତର୍ଜ୍ଜମାରେ, ପୂର୍ବରୁ ଯୌତୁକ ଜନିତ ବଧୂହତ୍ୟା ମୁଖ୍ୟ କାରଣ ହୋଇଥିବା ବେଳେ, ଏବେ ଶିଶୁ କନ୍ୟା ଅପହରଣ, ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେବା, ଶିଶୁକନ୍ୟା ମୃତ୍ୟୁ ବରଣ ଜନିତ ଅନେକ ସମସ୍ୟା ଆଖି ଆଗରେ । ପୁଅ ହେଉ ଝିଅ ହେଉ ଶିଶୁ କୋମଳ, ସରଳ ସ୍ବର୍ଗୀୟ ଫୁଲ । ଶିଶୁମାନଙ୍କୁ ଅତ୍ୟାଚାର, ଶିଶୁ ଶ୍ରମିକ ଭାବେ ନିଯୁକ୍ତି ଇତ୍ୟାଦି ଅନେକ ସମସ୍ୟା । ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ ଶିଶୁ ସୁରକ୍ଷା ଏକ ପ୍ରଶ୍ନବାଚୀ ।


  ଟୁନି ଗୁଳୁଗୁଳିଆ ଟିକି ଝିଅଟି । ପଡିଶା ଘରେ ଥିବା ପୁଅଟି ଟୁନି କୁ ବହୁତ ଭଲ ପାଆନ୍ତି । ଚକୋଲେଟ ଦିଅନ୍ତି । ନାଚ ଗୀତ ଶିଖାନ୍ତି । ପ୍ରଥମେ ପ୍ରଥମେ ବାପା ମାଆ ଆଶ୍ଵସ୍ତ ହେଲା ବେଳେ ଏବେ ଆଶଙ୍କିତ । ଟୁନି ସ୍କୁଲ ଗଲାଣି । ବଡ଼ ହେଉଛି ଦିନକୁ ଦିନ ତ ତା ସୁରକ୍ଷା ପ୍ରତି ସଚେତନ ବାପା ମାଆ,ପଡୋଶୀ ପୁଅ ପାଖକୁ ଛାଡିବାକୁ ଅନିଛୁକ ହେଲେ ବି କିଛି କହିପାରନ୍ତି ନାହିଁ । ଟୁନି କୁ ବାରଣ କରିବା ମଧ୍ୟ ସମ୍ଭବ ହୁଏନି । ପଡୋଶୀ ପୁଅ ଜଣକ ଏକୁଟିଆ । ସଂସାର ନାହିଁ । ପିଲାଦିନୁ ଟୁନି ତାଙ୍କ ପାଖେ ବଢିଛି । ସେ ଟୁନିକୁ ନିଜ ଝିଅ ଭଳି ଭଲ ପାଆନ୍ତି । ବାପା ମାଆ କିଛି କହି ନପାରି ସନ୍ଦେହ ଓ ଆଶଙ୍କାରେ ଆତଙ୍କିତ ହେଲା ବେଳେ ନିଜ ସମୟରେ ପଢିଥିବା ସେହି ଗଳ୍ପଟି ମନେ ପକାଇ କିଛି ମାତ୍ରାରେ ସାନ୍ତ୍ୱନା ପାଉଥିଲେ ।


  ଏଇ ଯେମିତି ଇଂରାଜି ବହିର ସେହି ପରିବାର ନଥିବା ମଣିଷଟି, ସ୍କୁଲ ଆସୁଥିବା ପିଲାମାନଙ୍କୁ ଖୁବ ଭଲପାଇ, ତାଙ୍କ ସ୍କୁଲ ବ୍ୟାଗ, ଯୋଉଥିରେ କଲମ ପେନସିଲ, ରବର, ବହି, ଖାତା, ସିଲଟ ଥାଏ, ତାକୁ ଦେଖି ବହୁତ ଖୁସି ହେବା ସହ ଏତେସବୁ ଜିନିଷ ବ୍ୟାଗରେ ବୋହି ନେଇଯାଉଥିବା କୋମଳମତି ପିଲାମାନେ କେମିତି ଏତେସବୁ ପାଠ ପଢୁଛନ୍ତି ଓ ମନେରଖୁଛନ୍ତି ଭାବି ପିଲାମାନଙ୍କ ପ୍ରତି ଆସକ୍ତ ହୋଇପଡି, ଚକୋଲେଟ ଦେବାକୁ ଯାଇ, ପିଲାଚୋର ରୂପେ ସାବ୍ୟସ୍ତ ହୋଇ ମାଡ଼ ଖାଇ ଲହୁ ଲୁହାଣ ହୋଇଥିବା କଥା ଭାବି ନିଜ ଝିଅ ଟୁନିର, ସେହି ପଡୋଶୀ ମଣିଷ କିଛି କ୍ଷତି କରିବେନି ବୋଲି ଭାବୁ ଭାବୁ ସେଦିନ ଟୁନି ସ୍କୁଲରୁ ଫେରି ନଥିଲା, ପଡୋଶୀ ଜଣଙ୍କ ମଧ୍ୟ ଘରେ ଅନୁପସ୍ଥିତ ଥିବା ଦେଖି ବାପା ଓ ମାଆ ଦୁଇଜଣ କେତେ କଣ ଭାବିଗଲେ । ଖୋଜା ଖୋଜି ପରେ ଜାଣିବାକୁ ପାଇଲେ ଏମିତି କିଛି ।


  ଟୁନି ବାଟରେ ପଡିଯାଇ ଲହୁଲୁହାଣ ହେବା ପରେ,ଟୁନିର ବାପା ମାଆ ଜାଣିବା ପୂର୍ବରୁ,ପଡୋଶୀ ଯୁବକ ତାକୁ ହସ୍ପିଟାଲ ନେଇ ବ୍ଲଡ଼ ଦେଇ ସୁସ୍ଥ କରାଇ ଘରକୁ ଆଣିବା ବାଟରେ କିଛି ଲୋକ ତାଙ୍କୁ ସନ୍ଦେହ କରି ପିଲାଚୋର ସନ୍ଦେହରେ ପିଟିବାକୁ ଉଦ୍ୟତ ହେଲାବେଳେ ଟୁନିର ବାପା ମାଆ ପହଞ୍ଚି ସବୁ ସତ ଜାଣି, ଲୋକଙ୍କୁ ଜଣାଇବା ପରେ ପଡୋଶୀ ଯୁବକ ରକ୍ଷା ପାଇଥିଲା ଓ ତାଙ୍କ ଯୋଗୁଁ ଝିଅକୁ ଫେରି ପାଇଥିବାରୁ ପଡୋଶୀ ଯୁବକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ଟୁନିର ପିତା ମାତା । ଟୁନି ସମ୍ପୂର୍ଣ୍ଣ ଭଲ ହେବା ଯାଏଁ ପଡୋଶୀ ଏକେଲା ମଣିଷଟି ଟୁନିର ଆରୋଗ୍ୟ ପାଇଁ ପିତା ମାତାଙ୍କୁ ଖୁବ ସାହାୟତା ଯୋଗାଇ ଦେଇଥିଲେ ଜଣେ ଦେବଦୂତଙ୍କ ଭଳି । ଟୁନିର ପିତା ମାତା ଝିଅ ଟୁନି ପାଇଁ ପଡୋଶୀଙ୍କୁ ନିଜର ଭାବିନେଇ ମନର ଧାରଣା ବଦଳାଇ ନେଇଥିଲେ । ଟୁନି ପାଠ ପଢି ଚାକିରୀ କରି ବିବାହ କରିବା ଯାଏଁ,ସେହି ବ୍ୟକ୍ତି ଟୁନି ର ଛାଇ ପରି ପାଖେ ପାଖେ ରହିଥିଲେ ବି ଟୁନି ଗୋଟିଏ ସ୍ବର୍ଗୀୟ ଫୁଲ ଶଦୃଶ ଝିଅର ମାଆ ହେଲାବେଳକୁ, ସେହି ବ୍ୟକ୍ତି ଦୁନିଆଁ ଛାଡି ଚାଲିଯାଇଥିଲେ ବହୁଦୂରକୁ, ଯେଉଁଠାକୁ ଥରେ ଗଲେ ଆଉ ଫେରିହୁଏନା ।ଟୁନି କାନ୍ଦୁଥିଲା ପିତୃ ପ୍ରତିମ ସେହି ବ୍ୟକ୍ତିଙ୍କୁ ହରାଇ ତଥା ତାଙ୍କ ପାଇଁ କିଛି କରିପାରିନଥିବା ଆତ୍ମଗ୍ଳାନିରେ ।


Rate this content
Log in

Similar oriya story from Abstract