Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Minakshi Samal

Tragedy

2  

Minakshi Samal

Tragedy

*** ସ୍ବପ୍ନର ଉହାଡେ ***

*** ସ୍ବପ୍ନର ଉହାଡେ ***

4 mins
285


ଗଳ୍ପାଂଶ - ୧ (ବିସ୍ମିତା ସାହୁଙ୍କ ଦ୍ବାରା ପ୍ରଦତ୍ତ)


"ଦୁଇଦିନ ହେଲାଣି ଝିଅଟିକୁ ଖୋଜିଖୋଜି ଆମେ ସ୍ବାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହୋଇଗଲୁଣି। ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲୱେଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀତୁଠକୁ ବି ବାଦ ଦେଇନୁ,କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି। ସାଙ୍ଗସାଥି କେହିବି କିଛି କହିପାରୁ ନାହାଁନ୍ତି। ଆମକୁ ଦୟା କରନ୍ତୁ ସାହେବ।"


କାନ୍ଦି କାନ୍ଦି ଧନୁ ମୁଣ୍ଡା ପୋଲିସ ବାବୁଙ୍କୁ ଗୁହାରି କରୁଥିଲା। ପାଖରେ ଓଢଣା ଭିତରୁ ସ୍ତ୍ରୀ ଶୁନକୀ ର କାନ୍ଦଣାର ଅସ୍ପଷ୍ଟ ସ୍ବର ଶୁଣାଯାଉଥିଲା।


ଥାନା ବାବୁ ଚଷମା ଫାଙ୍କରୁ ଦେଖୁଥିଲେ ଦୁହିଁଙ୍କୁ। ମଝିରେ ମଝିରେ ଟେବୁଲ ଉପରେ ରଖାଯାଇଥିବା ଚା କପରୁ ଗୋଟିଏ ଗୋଟିଏ ଢୋକ ନେଉଥିଲେ। ଥାନାବାବୁଙ୍କର ନୀରବତା ଦେଖି ଧନୁ ମୁଣ୍ଡା ସ୍ତ୍ରୀର ହାତ ଧରି ଥାନା ବାହାରକୁ ଟାଣିନେଲା। କହିଲା ପୋଲିସ ବାବୁକୁ ତ ଆମର ଦୁଃଖ ଜଣାଇଦେଲେ। ସେ ଯଦି ଆମ ଉପରେ ଦୟାକରି ଆମ ଝୁମୁରୀ କୁ ଖୋଜି ଆଣିବେ ଭଲକଥା। ବାପା ମା ହେଇ ଆମେ ଆମର ସାଧ୍ୟ ଅନୁସାରେ ଝୁମୁରୀକୁ ଖୋଜିବା ଚାଲେ।


ଝୁମୁରୀ ଧନୁ ମୁଣ୍ଡାର ଦଶ ବର୍ଷର ଝିଅଟି। ଭାରି ସୋହାଗରେ ସ୍ବାମୀ ସ୍ତ୍ରୀ ଦୁଇଜଣ ବଡ କରିଛନ୍ତି ଝିଅଟିକୁ। ବଣ ଜଙ୍ଗଲର ସବୁଜିମା,ପଶୁପକ୍ଷୀଙ୍କ କାକଳୀ,ଝରଣାର କୁଳୁକୁଳୁ ତାନ ,ସରଳ ନିଷ୍କପଟ ଜୀବନଶୈଳୀରେ ଗଢା ଏଇ ମାନଙ୍କ ଜୀବନ। ନା ଥାଏ ଅସୁମାରୀ ଆଶାର ସୌଧ,ନା ଥାଏ କୌଣସି ଉଚ୍ଚାଭିଳାଷ। ପ୍ରକୃତିର କୋଳରେ ଜନ୍ମଗ୍ରହଣ କରି ପ୍ରକୃତି ସହିତ ଜଡିତ ରହି ଆଧୁନିକତାର ଛଟାର କୌଣସି ପ୍ରଭାବ ଏମାନଙ୍କ ଉପରେ ପଡିନଥାଏ। ଖୁବ ନିରୀହ,ନିଷ୍ପାପ ଜୀବନ ଏମାନଙ୍କର। ସରଳବିଶ୍ବାସର ନିଦର୍ଶନ କେବଳ ଏଇମାନେ ହିଁ ହୋଇପାରନ୍ତି।


ମୁଣ୍ଡା ସମ୍ପ୍ରଦାୟର ହେଲେ ମଧ୍ୟ ଝୁମୁରୀ ଏକ ବ୍ୟତିକ୍ରମ। ଗୋରା ତକତକ ଝିଅଟିର ମୁଣ୍ଡରେ କୁଞ୍ଚୁକୁଞ୍ଚିଆ ଗହଳ କେଶ। ମା' ଶୁନକୀ ଶରଧାରେ ସେଇ ଗହଳିଆ ଚୁଟିକୁ ବେଣୀ କରି ବାନ୍ଧି ଦେଇଥାଏ। ନହେଲେ ପୁରାଦିନ ଭୁତୁରୀମୁଣ୍ଡି ହୋଇ ବୁଲୁଥାଏ ଝୁମୁରୀ।


ତାଙ୍କରି ମୁଣ୍ଡା ବସ୍ତିରେ ମୋଟରେ ପନ୍ଦରଟି ପରିବାର ଥାଆନ୍ତି। ସକାଳ ପାହିଲେ ଜଙ୍ଗଲକୁ ବାହାରି ଯାଆନ୍ତି ସମସ୍ତେ। କାଠ ,ମହୁଲ,ମହୁ,ଶାଳପତ୍ର,ଝୁଣା ,ଜଙ୍ଗଲୀ ଚେରମୂଳୀ ସଂଗ୍ରହ କରିବାକୁ ବାହାରି ଯାଆନ୍ତି ବୟସ୍କ ମାନେ। ଏଇ ଜଙ୍ଗଲ ତ ସେମାନଙ୍କର ମା'। ସେଇ ହିଁ ବୁଝେ ଏଇ ଆଦିବାସୀ ଜନତାଙ୍କ ପେଟପାଟଣା। ସେଇଥିପାଇଁ ଜଙ୍ଗଲ ମା'କୁ ଛାଡି ଏମାନେ କୁଆଡେ ଯିବାକୁ ମଙ୍ଗନ୍ତିନି। ଜଙ୍ଗଲରୁ ସଂଗ୍ରହ କରି ଆଣୁଥିବା ଜିନିଷ ଗୁଡିକୁ ବଜାରରେ ବିକି ଯାହା କିଛି ପାଆନ୍ତି ସେଇଥିରେ ହିଁ ସେମାନଙ୍କର ଗୁଜୁରାଣ ମେଣ୍ଟିଯାଏ। ଆଜିକାଲି ସରକାରଙ୍କ ତରଫରୁ ମଧ୍ୟ ଅନେକ ଯୋଜନା ହେବାପରେ ପ୍ରତି ପରିବାର ପିଛା ଅନୁଦାନ ଆକାରରେ କିଛିକିଛି ମିଳୁଛି ଏଇ ପ୍ରକୃତି ମନସ୍କ ଲୋକମାନଙ୍କୁ।


ଘରର ମୁରବୀ ମାନେ ଜଙ୍ଗଲକୁ ଚାଲିଯିବା ପରେ ଛୋଟପିଲାମାନେ ଖେଳରେ ମାତିଯାଆନ୍ତି। ଘରେ ପୋଷା ଯାଇଥିବା ଜୀବଜନ୍ତୁଙ୍କୁ ଆଧାର ଦେବା ସହିତ ତାଙ୍କର ଯତ୍ନ ନିଅନ୍ତି। ଦ୍ବିପ୍ରହର ପର୍ଯ୍ୟନ୍ତ ବାପା ମା' ଙ୍କ ଫେରିବା ବାଟକୁ ସେମିତି ଅନେଇ ରହିଥାନ୍ତି ପିଲାମାନେ। ଭୋକ ଲାଗିଲେ ରସହାଣ୍ଡିରେ ରାତିରୁ ରନ୍ଧା ହୋଇ ପଖଳା ହୋଇଥିବା ଭାତକୁ ବାଢିଆଣି ପିଆଜ କୋଲା ନଚେତ ଲୁଣ ଲଙ୍କା ମନ୍ଥି ଖାଇନିଅନ୍ତି ପିଲାଗୁଡିକ। ଖୁବ ଆତ୍ମନିର୍ଭରଶୀଳ ଏମାନେ ପିଲାଦିନୁ। ଖାଇବା ପିଇବାରେ ଏମାନଙ୍କର କୌଣସି ଅଳିଅଝଟ ନଥାଏ। ସତରେ କେଡେ ସରଳ ଏମାନେ। ସହରୀ ଛୁଆଙ୍କ ଅଳିଅଝଟର ବନ୍ଧ ବାଡ ନଥିବା ବେଳେ ପ୍ରକୃତି ରାଣୀର ଏଇ ସନ୍ତାନ ମାନଙ୍କର କୌଣସି ଦାବି ନଥାଏ। ଅଳ୍ପକେ ସନ୍ତୁଷ୍ଟ ହୋଇଥାନ୍ତି ଏମାନେ।


ଧନୁ ମୁଣ୍ଡା ଦୁଇଟି ଛେଳି ଓ ପାଞ୍ଚଟି କୁକୁଡ଼ା ପାଳିଥାଏ। ଝୁମୁରୀ ଖୁବ ଯତ୍ନ ନିଏ ଏମାନଙ୍କର। ପାହାନ୍ତାରୁ ଚାଲିଯାଏ ହୀରା ନୀଳା(ଛେଳି ଦୁଇଟିଙ୍କ ନାମ)ଙ୍କ ପାଇଁ ଶାଗୁଆ ରଙ୍ଗର ଛନଛନିଆ ଘାସ ଆଣିବା ପାଇଁ। ତାଙ୍କ ଆଗରେ କଅଁଳ ଘାସ ବିଛେଇ ଦେଲାବେଳେ ଖୁସିରେ ପାକୁଳେଇ ଖାଇବାକୁ ଲାଗନ୍ତି ହୀରା ଆଉ ନୀଳା। ଝୁମୁରୀ ଖୁସିରେ ତାଙ୍କ ମୁଣ୍ଡକୁ ଆଉଁଷି ଦିଏ। ୟା ପରେ କୁକୁଡା ମାନଙ୍କୁ ଝୁଡି ତଳୁ ବାହାର କରି ତାଙ୍କ ଆଗରେ ଖୁଦ ବିଞ୍ଚିଦିଏ। ନିଜେ ବସ୍ତିର ପଛପଟେ ବହିଯାଉଥିବା ଝରଣାରେ ପଡିଶା ଘରେ ରହୁଥିବା ସହଚରୀ କାମିନୀ ଓ ଝୁଲୀ ସାଙ୍ଗରେ ମିଶି ଗାଧୋଇ ବାକୁ ଚାଲିଯାଏ। ସେଇଠୁ ଆସି ପଖାଳ ଗଣ୍ଡେ ଖାଇ ପାହାଡ ପଛରେ ଥିବା ସ୍କୁଲକୁ ପଢିବାକୁ ଚାଲିଯାଏ। ବାପା ତାର କହିଥିଲା ମନ ଲଗାଇ ପଢିଲେ ବଡ ମଣିଷ ହୋଇ ପାରିବ। ବଡମଣିଷର ଅର୍ଥ କ'ଣ ନବୁଝି ପାରିଲାରୁ ବାପା ଦୂରରୁ ଦେଖେଇ ଦେଇଥିଲା ଜିପରେ ବସି ଯାଉଥିବା ଥାନା ବାବୁଙ୍କୁ। ଝୁମୁରୀର ଭାରି ମନ ସିଏବି ବଡ ହେଲେ ଏମତି ଗାଡିରେ ବସିବ। ବାପା ମା ଙ୍କୁ ସାଙ୍ଗରେ ବସାଇ ଗାଡ଼ିରେ ବୁଲେଇନବ। କେତେ ସ୍ବପ୍ନ ଦେଖେ ସେ ତା'ର କୋମଳ ବୟସରେ।


ମାଘ ମାସର ଜାଡ ସମୟ। ଜଙ୍ଗଲୀ ଲୋକଙ୍କର ଏଥିକୁ ନିଘା ନଥାଏ। ଗାମୁଛା ଖଣ୍ଡିଏ ବା ପୁରୁଣା ସାତସିଆଁ ଚାଦରଟି ଶୀତ ସମ୍ଭାଳିବାକୁ ଯଥେଷ୍ଟ ସେମାନଙ୍କ ପାଇଁ। ସେଇ ଶୀତରେ ବାପା ଓ ମା ଙ୍କ ପଛେ ପଛେ ବାହାରି ଗଲା ଝୁମୁରୀ ପାହାଡର ଧାରେ ଧାରେ ବଢିଥିବା କଅଁଳ ଘାସ ହୀରାନୀଳାଙ୍କ ପାଇଁ ଆଣିବାକୁ। କାଲିଠାରୁ ଠାବ କରି ଯାଇଥିଲା ଏଇ ଜାଗାଟିକୁ। ଘାସ କାଟୁ କାଟୁ ପଛପଟୁ କାହାର ଆସିବା ଶବ୍ଦରେ ଚମକି ପଛକୁ ଚାହିଁଲା ବେଳକୁ କାହାର ଦୁଇଟି ବଳିଷ୍ଠ ହାତ ତାର ପାଟିକୁ କପଡାରେ ବାନ୍ଧି ସାରିଥିଲା। ବେହୋସ ହେଉ ହେଉ ଏତିକି ଦେଖିଥିଲା ଯେ ସେ ତାଙ୍କରି ପରି ବଡ ହେବାକୁ ଚାହୁଁଥିଲା।


ଥାନା ପଛପଟେ ଥାନାବାବୁଙ୍କର କ୍ବାଟର। ରନ୍ଧାମାଂସର ବାସ୍ନା ଚାରିଆଡେ ଭରିଯାଇଛି। ମଦବୋତଲ ଗୁଡିକୁ ବାଡେଇ ଚିଅର୍ସ କରୁଥିଲେ ଥାନାବାବୁ ଓ ତାଙ୍କର ଦୁଇସାଙ୍ଗ। ବିଜୟ ଦର୍ପରେ ଥାନାବାବୁ ବଖାଣୁ ଥିଲେ ଶିକାର ଟିକୁ ହାସଲ କରିବାର କୌଶଳ। ମାଘ ଶୀତର ମଜରା ଭାଙ୍ଗିବାକୁ ମଦୀରା ସହିତ ମାଂସ ଭକ୍ଷଣ କରିବା ପରେ ମଧ୍ୟ ତାଙ୍କର କ୍ଷୁଧା ପ୍ରଶମିତ ହୋଇନଥିଲା। ସେଇ ଜାନ୍ତବ କ୍ଷୁଧାକୁ ଶାନ୍ତ କରିବାକୁ ଥାନା ବାବୁ ଧୀରେଧୀରେ ଅଗ୍ରସର ହେଉଥିଲେ ସେଇ କୋଠରୀ ଆଡକୁ ଯେଉଁଠି ତାଙ୍କର ବହୁଦିନର କାମ୍ୟ ଶିକାରଟି ଖଟ ଉପରେ ଛଟପଟ ହେଉଥିଲା। ଉପଭୋଗ କରିବାର ନିଶାରେ ଚୁର ଥାନାବାବୁ ନିଜକୁ ଶିକାର ଉପରେ ଲୋଟାଇ ଦେଇଥିଲେ। ବଡ ହେବାର ସ୍ବପ୍ନ ସ୍ବପ୍ନରେ ରହିଗଲା ଆଉ ଜଣଙ୍କର। କାରଣ ଅତ୍ୟଧିକ ରକ୍ତସ୍ରାବ ହୋଇ ଶିକାରଟିର ପ୍ରାଣବାୟୁ ଉଡି ଯାଇଥିଲା ଓ ରାତ୍ରୀର କାଳିମାରେ ଘଞ୍ଚ ଜଙ୍ଗଲର ବୁକୁରେ ଚିରଦିନ ପାଇଁ ଝୁମୁରୀ ନିଖୋଜ ହୋଇଯାଇଥିଲା।


Rate this content
Log in

More oriya story from Minakshi Samal

Similar oriya story from Tragedy