STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ସ୍ବପ୍ନନାୟିକା 

ସ୍ବପ୍ନନାୟିକା 

3 mins
1


ସ୍କୁଲ ଜୀବନରୁ ସେ ଆଙ୍କୁଥିଲା ଚିତ୍ର, ଛବି ଇତ୍ୟାଦି. ସେଥିପାଇଁ ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛି ସ୍କୁଲ ଓ ବିଭିର୍ନ୍ନ ଅନୁଷ୍ଠାନରୁ ଆକାଶ. ଏବେ କିନ୍ତୁ କଲେଜ ହଷ୍ଟେଲରେ ରହିବା ପରେ ସେ ଗାନ୍ଧି ଓ ଶାସ୍ତ୍ରୀଙ୍କ ଫୋଟୋଚିତ୍ର ତଥା ଗୋପବନ୍ଧୁଙ୍କ ଚିତ୍ର ସହ ପୋଟ୍ରେଟ ଆଙ୍କି ସମସ୍ତଙ୍କର ଶ୍ରଦ୍ଧା ଭାଜନ ହୋଇଥିଲା. କାନଭାସ ଉପରେ ତୁଳୀ ଚାଲିଲା ବେଳେ ପୋଟ୍ରେଟ ନଦେଖି ହୃଦୟ କାନ୍ଥରୁ ଛବିଟିକୁ ଠିକ ଠାକ ଅବା ଉପଯୁକ୍ତ ଭାବେ ଆଙ୍କିବା ଯୋଗୁଁ ସେ ଆଜି ଅଜସ୍ର ସ୍ନେହ ସମ୍ମାନର ପାତ୍ର. ଏବେ ଏବେ ତା ମନରେ ଏକ ଅଜବ ଖିଆଲ. ଗୋଟେ ଝିଅର ଚିତ୍ର ଆଙ୍କିବ. ଏଯାଏଁ କୌଣସି ଝିଅଙ୍କୁ ଆଖି ଉଠେଇ ଦେଖିନଥିବା ଆକାଶ ର ଏ ଉଦ୍ଭଟ ଭାବନା ଯେବେ ପ୍ରକାଶିତ ହେଲା ଡ୍ରାଇଁ ମାଧ୍ୟମରେ ତ ନିଜ ସାଙ୍ଗମାନେ ଇର୍ଷା କଲେ କାରଣ ସେମାନେ କହୁଥିଲେ ଏଇ କଳା ତତେ କର୍ମସଂସ୍ଥାନ ଯୋଗେଇଦେଇପାରିବ କିନ୍ତୁ ଆମକୁ ରାତି ରାତି ଅନିଦ୍ରା ହୋଇ ପାଠ ମନେରଖିବାକୁ ପଡିବ. ଏସବୁ କଥାକୁ ଭ୍ରୁକ୍ଷେପ ନକରି ଅଶୋକ ଭାବୁଥିଲା ତା ଚିତ୍ରପ୍ରତିମା, ସ୍ବପ୍ନନାୟିକା ଜୀବନ୍ତ ହୋଇନଥାନ୍ତା!ଜୀବନ୍ତ ହୋଇଥିଲେ ତୁ କଣ କରନ୍ତୁ!ପ୍ରେମ, କେବଳ ପ୍ରେମ କରନ୍ତି ବୋଲି କହୁଥିଲା ଅଶୋକ ତ ଜଣେ ସାଙ୍ଗ ତାକୁ ପଚାରିଦେଇଥିଲା ଆରେ ତୁ ଆଭା କଥା କହୁଛୁକି!ତା ପ୍ରେମରେ ପଡି ଏ ଚିତ୍ର ଆଙ୍କିନୁ ତ!
   ଅଶୋକ ସେଇଦିନଠୁ ଆଭା ନାମ୍ନୀ ଝିଅକୁ ଖୋଜି ଖୋଜି ହତାଶ ହେଲେବି, କହିଥିବା ସାଙ୍ଗଟିକୁ ଆଭା ବିଷୟରେ ଅଧିକା କିଛି ପଚାରି ପାରିନଥିଲା. ସେଦିନ କିନ୍ତୁ ଅନ୍ୟମନସ୍କ ଭାବେ କରିଡର ଦେଇ ଯାଉ ଯାଉ ସାଇକୋଲୋଜି ଡିପାର୍ଟମେଣ୍ଟର ପରୀକ୍ଷା ଗାରରେ ଅଟକି ଗଲା ଅଶୋକ. ଧାଡି ଧାଡି ହୋଇ ବସିଥିବା ଦୁଇଜଣ ଲେଖାଏଁ ଝିଅଙ୍କୁ ନେଇ ପରୀକ୍ଷା ଚାଲିଥିଲା.ଜଣେ ଜଣଙ୍କୁ ନ୍ୟୁମେରିକାଲ ୱାର୍ଡ ବା ଯୋଉ ଶବ୍ଦର କୌଣସି ଅର୍ଥ ନାହିଁ ଅର୍ଥାତ ନନ ମିନିଙ୍ଗଫୁଲ ୱାର୍ଡ ପାଞ୍ଚୋଟିରୁ କିଏ କେତୋଟି ମନେ ରଖିପାରୁଛି ପରୀକ୍ଷା କରି ତାର ବ୍ରେନ ଟେଷ୍ଟ ବା ମନସ୍ତତ୍ଵ ବିସ୍ଲେସଣ କରୁଥିଲା. ଝିଅଟି ଯାହାକୁ ପଚରା ଯାଉଥିଲା ଓ ଯାହା ମୁଁହଁ ଅଶୋକ ଆଡକୁ ଥିଲା ତାକୁ ଦେଖୁ ଦେଖୁ ଚିତ୍ରନାୟିକା ମୋ ସ୍ବପ୍ନନାୟିକା କହି ତଳେ ପଡି ଯାଉ ଯାଉ କ୍ୟାଣ୍ଟିନ ଭାଇ ବୁଲୁ କହିଥିଲା ସେ ପରା ଆଭା. ଚିତ୍ରନାୟିକା ବା ସ୍ବପ୍ନନାୟିକା ନୁହେଁ, ମୋ ଭଉଣୀ. ଏକମାତ୍ର ଭଉଣୀ ମୋର ସିଏ.
    ସେଇ ଦିନୁ ଅଶୋକ ପାଗଳ ପ୍ରେମୀ ପରି ଆଭା କୁ ଖୋଜିବୁଲୁଥିଲା କଲେଜ କରିଡର, କମନରୁମ ଓ କ୍ଲାସ ରୁମ ଆଦିରେ କିନ୍ତୁ କୋଉଠି ନପାଇ ଭାବୁଥିଲା ଯିଏ ପାଞ୍ଚଗୋଟି ନନମିନିଙ୍ଗଫୁଲ ବା ନ୍ୟୁମେରିଆଲ ୱାର୍ଡ ସବୁକୁ ମାତ୍ର ଥରେ ଶୁଣି ସବୁ ଏକାଥରେ ମନେରଖି ତାର ସ୍ପେଲିଙ୍ଗ ସହ କହିଦେଇପାରୁଥିଲା ସେପରି ବିଚକ୍ଷଣ ଝିଅ ପବନରେ ମିଳେଇଯିବା ସହଜସାଧ୍ୟ୍ୟ. ଅଶୋକ ମନରେ ଆଉ ଏକ ଅଦ୍ଭୁତ ଖିଆଲ ଆସିଲା ତ ସେ ବୁଲୁ ଭାଇ କ୍ୟାଣ୍ଟିନରୁ ବରା ମଟର ଖାଉ ଖାଉ ପଚାରିଦେଲା ତୁମେ କେତେଭାଇଭଉଣୀ ବୁଲୁ ଭାଇ? ତା ପ୍ରଶ୍ନରେ ବୁଲୁଭାଇ କାନ୍ଦିବା ଦେଖି ଓ ତାରି ପରି ଛାତ୍ର ଓ ଛାତ୍ରୀ ଗରାଖ ସବୁ ସ୍ଥାଣୁ ପାଲଟିଯିବା ଦେଖି ସେ ତୁରନ୍ତ ସ୍ଥାନ ପରିତ୍ୟାଗ କରୁ କରୁ ଆଉ କେବେ କଥା ହେବା ବୁଲୁଭାଇ କହି ତ୍ୱରିତ ବେଗରେ ସେ ସ୍ଥାନ ପରିତ୍ୟାଗ କରିଥିଲା ସେଦିନ.
    ସେହିଦିନ ରାତିରେ ଗୋଟେ ବଡ଼ ଆଲୋକ ପଡିବା ଭିତରେ ସେ ଦେଖିଲା କଲେଜରେ ତୁମୁଳକାଣ୍ଡ ଆଉ ତା ଭିତରେ ସମସ୍ତଙ୍କ ଦୃଷ୍ଟି ଆଭା ଉପରେ. ସେ ଦାବୀ କରୁଥିଲା କି ମାନସ୍ତତ୍ଵ ଏକ ବିଜ୍ଞାନ ଭିତ୍ତିକ ପାଠ୍ୟ ତେଣୁ ଏହାକୁ କେବଳ ଆର୍ଟ୍ସ ପିଲାଙ୍କ ପାଇଁ ନରଖି ସାଇନ୍ସ ପିଲାଙ୍କୁ ମଧ୍ୟ ପଢିବାକୁ ସୁଯୋଗ ଦେବା ଦରକାର. ଏହାର ସୁଫଳ ଅନେକ ସୁଦୂରପ୍ରସାରୀ. ନିଶ୍ଚିନ୍ତ ନିଶ୍ଚିନ୍ତ କହି ପିଲାମାନେ ପ୍ରିନ୍ସିପାଲଙ୍କ ରୁମରେ ଧସେଇ ପଶିଲା ବେଳେ ପୋଲିସ ପହଁଞ୍ଚି ଗୁଳି ଚଳେଇଥିଲା ଯାହା ସବା ପଛରେ ଠିଆ ହୋଇଥିବା ଆଭା ଉପରେ ବାଜିଥିଲା. ସିଏ ସେତେବେଳେ କହୁଥିଲା ଭାଇ ଓ ଭଉଣୀମାନେ ଆମେ ଯାହା ଵି ଦାବୀ ଉପସ୍ଥାପନ କରିବା ବା ବିକ୍ଷୋଭ ପଦର୍ଶନ କରିବା ଶାନ୍ତି ଶୃଙ୍ଖଳାରେ କିନ୍ତୁ କହୁ କହୁ ସେ ଟଳି ପଡିଲା. ଦଉଡିଯାଇ ଅଶୋକ ଆଭାକୁ ଉଠେଇବାକୁ ଯାଇ ଧରିଥିଲା ତାର ଚିତ୍ରନାୟିକା ବା ସ୍ବପ୍ନନାୟିକାର କାନଭାସ. ସେବେଠୁ କିନ୍ତୁ ସେ ବୁଲୁଭାଇ କ୍ୟାଣ୍ଟିନକୁ ଯାଉନଥିଲା କାରଣ ସେ ଯାହା ଦେଖିଲା ତାହା ସତ୍ୟ ଥିଲା. ଏବେ ସାଇକୋଲୋଜି ଡିପାର୍ଟମେଣ୍ଟରେ ପଢ଼ୁଥିବା ଆଭା ନାମ୍ନୀ ଝିଅକୁ ଠାବ କରି ଛୁଟି ଥିଲେ ମଧ୍ୟ ଗାଁକୁ ନଯାଇ ରାକ୍ଷୀ ପୂର୍ଣ୍ଣମୀରେ ବୁଲୁଭାଇ ହାତରେ ରାକ୍ଷୀ ପିନ୍ଧାଇବାରେ ଅଶୋକ ଥିଲା ଏକ ଚିରନ୍ତନ ସତ୍ୟର ରୂପକଳ୍ପ ମାତ୍ର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract