ସ୍ବପ୍ନାର ସଂଘର୍ଷ
ସ୍ବପ୍ନାର ସଂଘର୍ଷ
ସ୍ବପ୍ନା ପ୍ରତିକୂଳ ପରିସ୍ଥିତିକୁ ସାମନା କରି ନିଜର ତଥା ସେ ରହୁଥିବା ଗ୍ରାମର ହଜାର ହଜାର ଲୋକଙ୍କ ରୋଜଗାରର ବାଟ କାଢିବାର କାରଣ ହୋଇଥିଲା । କରୋନାର ପ୍ରଥମ ଲହର ଚାଲିଥାଏ ।ଗ୍ରାମର ଅନ୍ୟ ପରିବାର ଭଳି ସ୍ବପ୍ନାର ବାବା ମଧ୍ୟ ପରିବାର ମୁହଁରେ ଦିଓଳି ଦାନା ଦେବା ପାଇଁ ପଡୋଶି ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହୋଇ ଗୋଡ କାଢିଥିଲେ । ସ୍ବପ୍ମାର ବାପା ବିକାଶଙ୍କ ପରିବାର କହିଲେ ସ୍ବପ୍ନା,ତା'ର ଦେଢ ବର୍ଷ ବୟସର ଭାଈ ଅଂଶୁ,ବାବା,ମାମା ,ଜେଜେ ବାପା,ଜେଜେ ମା ଏମିତି ଛଅ ପ୍ରାଣୀଙ୍କୁ ନେଇ ଗଠିତ।ସ୍ବପ୍ନାର ବୟସ ସାତ ବର୍ଷ ହେଲେ ମଧ୍ୟ ବିକାଶର ସଂସ୍କାରୀ ପରିବାରର ସେ ବଡ ଝିଅ ।ବାବା ତୁମେ ,ମାମା ଓ ଅଂଶୁକୁ ନେଇ ଗୁଜରାଟ ଯାଅ । ମୁଁ ଜେଜେମା ଓ ଜେଜେ ବାପାଙ୍କ କଥା ବୁଝିବି । ଏତେ କମ ବୟସରେ ପିଲା ସ୍ବପ୍ନା ଏଭଳି ଅଜସ୍ର ଶକ୍ତିର ଅଧିକାରୀ ହୋଇ ପାରେ ,ତାକୁ ଦେଖି ନଥିବା ଲୋକ ବିଶ୍ବାସ କରିବା କଷ୍ଟକର
। ବିକାଶ ଗାଁର ଅନ୍ୟ ପିଲାଙ୍କ ସହ ଗୁଜରାଟ ଚାଲିଗଲେ । ସୂତାକଳ ମାଲିକ ବହୁତ ଭଲ ଲୋକ ।ସେ ପରିଶ୍ରମୀ ବିକାଶଙ୍କ କାମ କରିବାର କୌଶଳ ,ସହକର୍ମିଙ୍କ ସହ ତାଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇ ବିକାଶଙ୍କୁ ନିଜ ପରିବାରର ଜଣେ ସଦସ୍ୟ ଭଳି ଦେଖିବାକୁ ଲାଗିଲେ । ଏପଟେ ସ୍ବପ୍ମା ନିଜର ପାଠ ପଢାସହ ଘରେ ଜେଜେମାକୁ ରୋଷେଇ କାମରେ ସାହାଯ୍ୟ ମଧ୍ୟ କରୁଥାଏ । ସବୁଦିନ ରାତିରେ ବାବା ଓ ମାମାଙ୍କ ସହ ଫୋନରେ କଥା ହୁଏ । ଦିନେ ସାହାସପୁର ଗାଁ ଆକାଶ ଲାଲ ଦେଖାଗଲା । କଳାହାଣ୍ଡଆ ମେଘସହ ପ୍ରଚଣ୍ଡ ବେଗରେ ପବନ ବୋହିବାକୁ ଆରମ୍ଭ କଲା । ମାତ୍ର ଦଶ ମିନିଟର ଏହି କାଳବୈଶୀଖୀରେ ସାହସପୁର ଗାଁ ଛାରଖାର ହୋଇଗଲା । ଖାଲି ଘରଦ୍ବାର ନୁହେଁ ପାଚିଲା ସୁନାର ଧାନ କ୍ଷେତସବୁ ଆଖି ସାମନାରେ ମାଟିରେ ମିଶିଗଲା । ସେ ପଟେ ମୋବାଇଲ ଟାଓ୍ବାର ଭାଙ୍ଗିଯିବା ଯୋଗୁଁ ବାବାଙ୍କ ସହ ସ୍ବପ୍ନାର ଫୋନରେ ଯୋଗାଯୋଗ ମଧ୍ୟ ସମ୍ଭବ ହେଲା ନାହିଁ ସେପଟେ ବିକାଶ ସ୍ବପ୍ନାର କୌଣସି ଫୋନ କଲ ନପାଇ ବ୍ୟସ୍ତ ହୋଇ ପଡୁଥାନ୍ତି ।
ଏପଟେ ସ୍ବପ୍ନା ଗାଁ ଲୋକଙ୍କୁ ସରକାରି କ୍ଷତି ପୁରଣ ପାଇବା ପାଇଁ ରାଜସ୍ବ ଅଧିକାରି ଓ ତହସିଲଦାରଙ୍କୁ ତାଙ୍କ କାମରେ ସାହାଯ୍ୟ କରୁଥାଏ ।
ଘର ଚାରିପଟେ ପାଣି ଜମି ରହିବାରୁ ଜେଜେ ବାପା ଘାସ ସଫା କରିବା ପାଇଁ ଦିନସାରା କାମ କରି ସବୁ ସଫା କରିି ଦେଲେ ।ସଂଧ୍ୟାରେ ତାଙ୍କୁ ଜ୍ବର ଜ୍ବର ଲାଗିଲା, ଜେଜେ ମାଆଙ୍କ କଥାରେ କ୍ବାକ ଠାରୁ ଭୁଲ ଔଷଧ ଆଣି ଖାଇଲେ ।ଏକଥା ସ୍ବପ୍ନାକୁ ପରେ ଜଣାପଡିଲା ।ଗାଁ ଲୋକଙ୍କ ସାହାଯ୍ୟରେ ପାଖ ଡାକ୍ତରଖାନାରେ ସ୍ବପ୍ନା ତାଙ୍କୁ ଭର୍ତି କରାଇଥିଲା ।ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ବେ ପାଖାପାଖି ଅଧରାତିରେ ତା ଜେଜେ ବାପା ଆରପାରିକୁ ଚାଲିଗଲେ ।ଡାକ୍ତରଖାନା କର୍ତ୍ତୁପକ୍ଷ ଏ ବିଷୟରେ ସ୍ଥାନୀୟ ଥାନାକୁ ଖବର ଦେଲେ ।ସ୍ବପ୍ନାର ସମେତ ତା ଜେଜେ ମାଙ୍କର ମଧ୍ୟ କରୋନା ସନ୍ଦେହ କରି ସଙ୍ଗେ ସଙ୍ଗେ ଟେଷ୍ଟ କରାଗଲା ଜେଜେମାଆର ପଜିଟିଭ ବୋଲି କୁହାଗଲା ।
ରାତିପାହି ସକାଳ ହେଲା ତହସିଲଦାର ଏ ଖବର ଶୁଣି ସ୍ବପ୍ମାଘରେ ଆସି ପହଞ୍ଚିଲେ । ସ୍ବପ୍ନାକୁ ସ୍ବାନ୍ତନା ଦେଲେ । ଜେଜେମାଆଙ୍କୁ ଜିଲ୍ଲା କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା । ସମସ୍ତ ପ୍ରକାର ଉଦ୍ୟମ ସତ୍ବେ ତାଙ୍କର ଅମ୍ଳଜାନସ୍ତର ହ୍ରାସ ପାଇବାକୁ ଲାଗିଲା ।ଶେଷରେ ଜେଜେମା ମଧ୍ୟ ସବୁଦିନ ପାଇଁ ଆଖିବୁଜି ଦେଲେ । ବାବାଙ୍କ ସହ ସ୍ବପ୍ନାର ଯୋଗାଯୋଗ ସମ୍ଭବ ହୋଇ ନଥିଲା । ତହସିଲଦାର ନିଜ ନମ୍ବରରେ ଯୋଗାଯୋଗ କରିଥିଲେ।ସ୍ବପ୍ନାର ମାମା ଫୋନ ଉଠେଇଲେ । ବିକାଶ ସୁରତର ଏକ କୋଭିଡ ହସପିଟାଲରେ କରୋନାରେ ପିଡିତ ହୋଇ ଜୀବନସହ ସଂଘର୍ଷ କରୁଛନ୍ତି ବୋଲି କହିଲେ । ସେ ମାମାସହ କଥା ହେଲା ।ଘରର ସବୁକଥା ଶୁଣି ମାମା ମ୍ରିୟମାଣ ହେଲେବି ଏତେ ଛୋଟ ପିଲାକୁ ସ୍ବାନ୍ତନା ଦେବା ପାଇଁ ତାଙ୍କ ପାଖରେ ଭାଷା ନଥିଲା ।
ଏହା ମଧ୍ୟରେ ସାହସପୁର ଗାଁର ବିଦ୍ୟୁତ ଓ ମୋବାଇଲ ଟାଓ୍ବାର ଠିକ ହୋଇ ସାରିଥାଏ । ସମସ୍ତଙ୍କୁ ସରକାରି କ୍ଷତିପୁରଣ ମିଳି ଯାଇଥାଏ ।ଏମିତି ହସଖୁସିର ପରିବେଶ ମଧ୍ୟରେ ସ୍ବପ୍ନାଘରକୁ ତା ବାପା ଗୁରୁତର ଥିବା ଖବର ଆସି ପହଞ୍ଚ ିଲା।ମାମା ନିଜେ ଅସୁସ୍ଥ ହେବା ଯୋଗୁଁ ମାଲିକଙ୍କ ଘରେ କ୍ବାରେଣ୍ଟାଇନରେ ରହିଛନ୍ତି
ଏପଟେ ଗାଁ ଲୋକେମାନେ ସ୍ବପ୍ନାଠାରୁ ଏସବୁ ଶୁଣି ହତବାକ ହୋଇଯାଇଥାନ୍ତି । ମାଲିକଙ୍କ ଠାରୁ ଫୋନ ଆସିଲା ତୁମ ମାମାଙ୍କ କରୋନା ପଜିଟିଭ ଜଣାପଡିବା ପରେ ତାଙ୍କୁ ସଦର ହସପିଟାଲରେ ଭର୍ତି କରାଯାଇଛି । ଏବେ ସ୍ବପ୍ନା ପାଇଁ ଏସବୁ ଖବର ଅସହ୍ୟ ହୋଇ ପଡିଲା । ସେ ତା'ର ଏସବୁ ଘଟଣା ସାମାଜିକ ଗଣମାଧ୍ୟମରେ ନିଜେ କହିବ ବୋଲି ନିଷ୍ପତି ନେଲା । ସ୍ବପ୍ନାର ଲାଈଭ ପ୍ରସାରଣ ଆରମ୍ଭ ହେଲା । ଏଇ ସମୟରେ ଆହୁରି ଦୁଖଦ ଖବର ଥାନାକୁ ଆସିଲା କି ସ୍ବପ୍ନାର ବାବାଙ୍କ ଏକମୋ ଚିକିତ୍ସା ସଫଳ ହେଲା ନାହିଁ ।ତାଙ୍କର ଦୁଃଖଦ ମୃତ୍ୟୁ ହୋଇଛି ।ଖୋଦ ଥାନାବାବୁ ଏହି ଲାଈଭ ପ୍ରସାରଣରେ ଏହା ଘୋଷଣ କଲେ । ତହସିଲଦାର ସ୍ବପ୍ନାକୁ ଧର୍ଯ୍ୟହରା ନ ହେବାକୁ କହୁଥିଲେ ।ମାମାଙ୍କ ହସପିଟାଲରେ ଭର୍ତି ହେବା ଘଟଣାର ସମସ୍ତ ଖବର ମାଲିକଙ୍କ ସାନ ଭଉଣୀ ଏଲିନା ଆଣ୍ଟି ମଧ୍ୟ ଫେସବୁକ ଲାଇଭ ମାଧ୍ୟମରେ ଦେଉଥାନ୍ତି । ଏ ଖବର ସମଗ୍ର ଦେଶରେ ଚର୍ଚାର ଖବର ପାଲଟି ଥାଏ ।ଶେଷରେ ସ୍ବପ୍ନାର ମାମା ସବୁଦିନ ପାଇଁ ଆଖି ବୁଜିଦେଲେ ।
ସାତ ବର୍ଷର ଝିଅ ସ୍ବପ୍ନା ସହ ଦେଢ ବର୍ଷର ପୁଅ ଅଂଶୁ ସବୁଦିନ ପାଇଁ ଅନାଥ ହୋଇଗଲେ ।ଲାଇଭ ପ୍ରସାରଣରେ ସେମାନଙ୍କ ପାଇଁ ସମବେଦନାର ସୁଅ ଛୁଟି ଥାଏ । ଯୁଦ୍ଧ ପରେ ଶାନ୍ତି ଓ ଯନ୍ତ୍ରଣା ପରେ ସୁଖର ସନ୍ଧାନ ମିଳିଥାଏ । ଏମିତି କିଛି ସନ୍ଦେଶ ସ୍ବପ୍ନା , ଅଂଶୁ ଓ ଗ୍ରାମବାସୀଙ୍କ ପାଇଁ ମଧ୍ୟ ରହିଥିଲା ।ସ୍ବପ୍ନାର ଏସବୁ କାହାଣୀ ଉପରେ ପ୍ରଜ୍ଞା ,ସିନା ଓ ଝରା ଆଣ୍ଟିଙ୍କ ତିନି ଝିଅ ଲିଜା,ପୂଜା ଓ ଖୁସି ମଧ୍ୟ ଦେଖିଥିଲେ ।ଏମାନେ ଭିଜିଲାନ୍ସ , ଇନଟେଲିଜେନ୍ସି ଓ ସାଇବର କ୍ରାଇମ୍ ବିଭାଗରେ ନିଯୁକ୍ତି ପାଇଥିଲେ । ଏମାନେ ଏକାଠି ହୋଇ ସ୍ବପ୍ନାକୁ ସାହାଯ୍ୟ କରିବା ପାଇଁ ଯୋଜନା କଲେ । ଏଇ ସମୟରେ ମୁମ୍ବାଈ ଜଣେ ବିଶିଷ୍ଟ କୋଟିପତି ବ୍ୟବସାୟୀଙ୍କୁ କୌଣସି ଦୁର୍ବୁତ୍ତ ତାଙ୍କ ନିଜ ବାସଭବନରେ ହତ୍ୟା କରିଥିଲା । ହତ୍ୟାକାରୀର ସନ୍ଧାନ କେହି ପାଇପାରୁ ନଥିଲେ । ହତ୍ୟାକାରୀକୁ ଧରେଇ ଦେଲେ ଦଶ କୋଟିର ପୁରସ୍କାର ଦେବା ପାଇଁ ଘୋଷଣା କରାଯାଇଥିଲା ।
ଇତି ମଧ୍ୟରେ ଦେଢ ବର୍ଷର ପୁଅ ଅଂଶୁକୁ ଧରି ସୂତାକଳ ମାଲିକ ତେଜସ୍ ଅଙ୍କଲ ସାହାସପୁର ଗାଁରେ ଆସି ପହଞ୍ଚ ି ଯାଇଥିଲେ । ସୁଦୂର ମୁମ୍ବାଈ ,ନୂଆଦିଲ୍ଲୀ ଓ କୋଲକାତାରୁ ପୂଜା,ଲିଜା ଓ ଖୁସି ମଧ୍ୟ ପହଞ୍ଚି ଯାଇଥିଲେ । ଗ୍ରାମବାସୀ ,ତହସିଲଦାର ଓ ଏମାନଙ୍କୁ ନେଇ ଗାଁରେ ବୈଠକ ବସିଲା । ।ତେଜସ ଅଙ୍କଲ ଏହି ଦୁଇ ପିଲାଙ୍କ ନାମରେ ପଚାଶ ଲକ୍ଷ ଟଙ୍କା ନିଜ ତରଫରୁ ଫିକ୍ସ କରିବା ପାଇଁ କହିଲେ । ଏଥିରେ ସ୍ବପ୍ନା ରାଜିହୋଇ ନଥିଲା ।ତା'ର ପ୍ରସ୍ତାବ ଥିଲା ଏ ଗାଁର ପଛପଟେ ଥିବା ଶହେ ଗ୍ରାମବାସୀଙ୍କ ଏକ ହଜାର ଏକର ଜମିରେ କୌଣସି ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଉ ।ସମସ୍ତେ ଗାଁରେ ରୋଜଗାର ପାଆନ୍ତୁ । ଏତେ ବଡ ବିପଦରେ ଥାଇ ମଧ୍ୟ ସ୍ବପ୍ନା ଗ୍ରାମବାସୀଙ୍କ ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରିଥିଲା ।ରାଜସ୍ବ ଅଧିକାରୀ କହିଲେ କି ଏଥିପାଇଁ ଉକ୍ତ ଜମିର ମୂଲ୍ୟ ଗ୍ରାମବାସୀଙ୍କୁ ଦେବାକୁ ପଡିବ । ଏଥିପାଇଁ ଦଶ କୋଟି ଟଙ୍କା ଆବଶ୍ୟକ । ଏତେ ଟଙ୍କା କେଉଁଠୁ ଆସିବ ? ଖୁସି କହିଲା ଏ ଟଙ୍କାର ବ୍ୟବସ୍ଥା ଆମେ କରିବୁ । ।ପୂଜା କହିଲା ଏବେ ଦେଶରେ ଯେଉଁ ବିଶିଷ୍ଟ ବ୍ୟବସାୟିଙ୍କ ହତ୍ୟା ହୋଇଛି ,ହତ୍ୟାକାରୀର ସନ୍ଧାନରେ ସ୍ବପ୍ନା ସାମିଲ ହେବ । ଏହାର ପୁରସ୍କାର ରାଶି ବାବଦକୁ ଯେଉଁ ଦଶକୋଟି ଟଙ୍କା ମିଳିବ ,ସେ ଟଙ୍କାରେ ଗ୍ରାମବାସୀଙ୍କୁ କ୍ଷତିପୁରଣ ଦିଆଯିବ । ତହସିଲଦାର ଗ୍ରାମବାସୀଙ୍କ ସମ୍ମତି ଜାଣିବାକୁ ଚାହିଁଲେ ।ଶହେ ଗ୍ରାମବାସୀ ଏଥିପାଇଁ ରାଜିହୋଇ ଗଲେ । ଉକ୍ତ ଜମିରେ ପାଞ୍ଚଟି ପ୍ରକଳ୍ପ କରିବା ପାଇଁ ଅଢେଇ କୋଟି ଦରକାର ବୋଲି ସୂତାକଳ ମାଲିକ କହିଲେ । ସେ ନିଜେ ଏକ କୋଟି ଖର୍ଚ କରି ପାରିବେ ।ଏକଥା ଶୁଣି ତହସିଲଦାର କହିଲେ ଆପଣଙ୍କୁ ଅବଶିଷ୍ଟ ଦେଢ କୋଟିର ବ୍ୟାଙ୍କରୁ ଋଣ କରି ଯୋଗାଇ ଦିଆଯିବ ।
ଦେଢ ବର୍ଷର ଭାଈକୁ କାଖେଇ ଧରିଥିଲା ସାତ ବର୍ଷର କୁନି ଝିଅ ସ୍ବପ୍ନା । ଆଖିରେ ତା'ର ଥିଲା ଅଜସ୍ର ସ୍ବପ୍ନ ।
ଆର ଦିନ ସକାଳୁ ପଡୋଶି ଘର ମାଉସିଙ୍କ ଜିମାରେ ଅଂଶୁକୁ ଛାଡି ସ୍ବପ୍ନା , ପୂଜା,ଖୁସି ଓ ଲିଜା ସହ ମୁମ୍ବାଇ ଗସ୍ତରେ ବାହାରି ପଡିଲା ।ସେମାନେ ମୁମ୍ବାଈର ପୁଲିସ କମିଶନରଙ୍କ ସହ ଏ ବାବଦରେ କଥା ହେଲେ । ଏଥିରୁ ଜଣା ପଡିଲାକି ହତ୍ୟାକାରି ହତ୍ୟା କଲା ପରେ ଉକ୍ତ ଘରେ ସାରା ରାତି ରହିଥିଲା ।ସ୍ବପ୍ନା କମିଶନରଙ୍କୁ ଅନେକ ପ୍ରଶ୍ନ ପଚାରିଲା ସେ ଦୃଢ ବିଶ୍ବାସର ସହ କହିଲା ,ଖୁବ କମ ସମୟରେ ହତ୍ୟାକାରି ଧରା ପଡିବ । ସ୍ବପ୍ନାର ପରାମର୍ଶ ଅନୁସାରେ ଖୁସି ଉକ୍ତ କୋଠରିର ହାଇ ଡେଫିନେସନ କ୍ୟାମେରାସହ ଫରେନ୍ସିକ ଯାଞ୍ଚ ଆରମ୍ଭ କରିଦେଲା । କ୍ୟାମେରାରେ ଉକ୍ତ କୋଠରିରୁ ଏକ ମଲା ମଶାାର ସନ୍ଧାନ ପାଇ ସ୍ବପ୍ନା ଖୁସିରେ ନାଚି ଉଠିଲା । ସ୍ବପ୍ନାର ନିର୍ଦେଶରେ ଉକ୍ତ ମଲା ମଶାର ରକ୍ତକୁ ସଂଗ୍ରହ କରି ଡିଏନଏ ଯାଞ୍ଚ ହେଲା । ଏପଟେ ଉକ୍ତ ବିଶିଷ୍ଟ ବ୍ୟବସାୟୀଙ୍କ ପାଖ ପଡୋଶି ସମସ୍ତଙ୍କ ଡିଏନଏ ଯାଞ୍ଚ କାର୍ଯ୍ୟ ମଧ୍ୟ ଚାଲିଥାଏ । ଶେଷରେ ଜଣେ ବ୍ୟକ୍ତିର ଡିଏନଏ ,ମଶା ରକ୍ତର ଡିଏନଏ ସହ ମେଳ ଖାଇଲା । ମୁମ୍ବାଇ ପୁଲିସ ଓ ସ୍ବପ୍ନାର ଟିମକୁ ବହୁତ ବଡ ସଫଳତା ମିଳିଲା । ଦୋଷୀକୁ ଗିରଫ କରାଗଲା । ଯାଞ୍ଚର ସମସ୍ତ କଥା " ସ୍ବପ୍ନାର ସଂଘର୍ଷର କାହାଣୀ" ନାମରେ ଭାଇରାଲ ହେବାକୁ ଲାଗିଲା । ପୁଲିସର ଘୋଷଣା ମୁତାବକ ସ୍ବପ୍ନାର ଆକାଉଣ୍ଟକୁ ଦଶକୋଟି ପଇଠ କରାଗଲା ।
।ତହସିଲଦାରଙ୍କ ସହାୟତାରେ ତେଜସ ଅଙ୍କଲଙ୍କୁ ବ୍ୟାଙ୍କ ମାଧ୍ୟମରେ ଦେଢ କୋଟି ଋଣ ସହାୟତା ମିଳିସାରି ଥାଏ । ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଗାଁ ଲୋକେ ରେଜଗାର ସହ କ୍ଷତିପୁରଣ ମଧ୍ୟ ପାଇ ଥିଲେ ।ସମସ୍ତଙ୍କ ମୁହଁରେ ହସ ଫୁଟି ଉଠିଲା ।
