STORYMIRROR

suchismita Panda

Comedy Drama

3  

suchismita Panda

Comedy Drama

ସ୍ବପ୍ନ

ସ୍ବପ୍ନ

1 min
378

      ରାତି ଟିଏ । ଜହ୍ନ ଆଲୋକରେ ଝଲସି ଉଠୁଥିବା ସୁନ୍ଦର, ଆର୍କଷଣୀୟ ତଥା ମନ ମୁଗ୍ଧକର ପ୍ରହର ସିଏ । ଦିନ ତମାମର ଦେହ କଷ୍ଟକୁ ଭୁଲିଯାଇ ଆରମରେ ନିଦ୍ରା ଦେବୀଙ୍କ କୋଳରେ ହଜିଯିବାର ସମୟ ସିଏ । 

     ସକାଳୁ ରାତି ଯାଏଁ ଅବିରତ ମେସିନଟିଏ ପରି ଚାଲି ଚାଲି ଥକି ଯାଉଥାଏ ମୁଁ । ରାତିର କାମ ଟିକେ ସାରି ଖଟକୁ ଗଲା ପରେ ନିଦ ତତକ୍ଷଣାତ୍ ଆସିଯାଏ ଏବଂ ମୁଁ ଅଚେତ ହୋଇପଡେ । 

        ସବୁଦିନ ପରି ସେଦିନ ମଧ୍ୟ ଠିକ୍ ସେମିତି ଶୋଇପଡିଛି । ସୁପ୍ତ ଅବସ୍ଥାରେ ମନ ଯାଇ ସ୍ବପ୍ନର ଦୁନିଆରେ ପହଞ୍ଚି ଯାଇଥାଏ । ଯେଉଁଠିକୁ ମୋତେ ଏତେ ଶୀଘ୍ର ଯିବାର ହିଁ ନଥିଲା ସେଠିକୁ କେମିତି ପହଞ୍ଚି ଯାଇଥାଏ ସେଇଟା ଜଣାନାହିଁ । ପରିବାର, ବନ୍ଧୁ ସଭିଙ୍କୁ କିଛି ନକହି ଅଚାନକ ଏମିତି ଚାଲିଯିବି ବୋଲି ଭାବି ତ ନଥିଲି ହେଲେ ମୋତେ ଯିବାକୁ ହିଁ ପଡିଥିଲା । ହଠାତ୍ କାମ ସାରି ଘରକୁ ଫେରୁଥିବା ବେଳେ ସାମାନ୍ୟ ଝୁଣ୍ଟି ପଡେ । ସେଇ ସାମାନ୍ୟ ଝୁଣ୍ଟି ପଡିବା ହିଁ ଏଭଳି ମୃତ୍ୟୁକୁ ଯେ ଡାକି ଆଣିବ ସେକଥା କିଏ ଜାଣେ । ମୁଁ ତ ଚାଲିଯାଉଥାଏ ମୋ ବାଟରେ ହେଲେ ମୋତେ ଯିବାର ଜାଣି କଣ ହେଲା ସେସବୁ ଜାଣିବା ପୂର୍ବରୁ ହିଁ ମୋ ଦିନଟା ଭାଙ୍ଗି ଯାଏ ।

       ମୋତେ ଲାଗେ ସତ ସତିକା ସବୁ ଘଟଛି ହେଲେ ଜାଗ୍ରତ ପରେ ହିଁ ସତ ମିଛର ଫରକ ବୁଝି ପାରେ । ଛାତିଟା କିଛି ସମୟ ପାଇଁ ଧକ୍ ଧକ୍ ହୁଏ । ପରେ ମୁଁ ଠିକ୍ ହୋଇ ଟିକେ ଆରାମ ନିଶ୍ବାସ ନେଇ ଶୋଇପଡେ । ହେଲେ ଜାଣେନା କାହିଁକି ସେ ସ୍ବପ୍ନକୁ ପୂର୍ଣ୍ଣ ରୂପେ ଦେଖିବି । କଣ ହେଲା ପରବର୍ତ୍ତୀ ମୁହୂର୍ତ୍ତରେ ସେ ବିଷୟରେ ଜାଣିବି । କିନ୍ତୁ ଅଧୁରା ସ୍ବପ୍ନ କଣ ପୂର୍ଣ୍ଣ ହେବାକୁ ପୁଣି ଫେରେ କି !!! ଆଖି କଣ ପୁଣି ସେ ଦୁନିଆରେ ହଜିପାରେ କି !!!


Rate this content
Log in

Similar oriya story from Comedy