STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ସ୍ବାଧୀନତା

ସ୍ବାଧୀନତା

2 mins
322

କୁମ୍ଭୀରକୁ ବୋକା ବନେଇ ମାଙ୍କଡ଼ ରକ୍ଷା ପାଇଯାଇଥିବାର ଅନେକ ଗଳ୍ପ ପିଲାଦିନୁ ଶୁଣି ଆସୁଛି ଆଉ ଆଜି ଏ କରୋନା କାଳରେ ନଈ ଆରପଟେ ରହିଯାଇଥିବା ମାଙ୍କଡ଼ଟିକୁ ଖାଇବାକୁ ଇଛା କରି କୁମ୍ଭୀର ଯେବେ ଆସିଥିଲା, ମାଙ୍କଡ଼ କହିଥିଲା ମତେ ଖାଇବାରେ କିଛି ଅସୁବିଧା ନାହିଁ ହେଲେ ମୋର କରୋନା ପଜେଟିଭ, ତ ତୁ ମତେ ଖାଇଲେ ଏକା ତୁ ନୁହେଁ ତୋର ସାରା ପରିବାର କରୋନା କବଳିତ ହୋଇ ମୃତ୍ୟୁ ବରଣ କରିବେ l

   କୁମ୍ଭୀର ଟିକେ ଚିନ୍ତା କରି କହିଲା, ବଣର ସବୁ ଜନ୍ତୁଙ୍କୁ ମାରି ମୁଁ ସବୁଦିନ ଖାଏ, ତ ଏବେଠୁ ସତର୍କ ହୋଇଯାଅ କହିଲା ମାଙ୍କଡ଼, ତ କୁମ୍ଭୀର ପଚାରିଲା ଆଛା ତୁମ ପରି ଫଳମୂଳ ଖାଇଲେ ଚଳିବ ତ? ମାଙ୍କଡ଼ ଉତ୍ତର ଦେଲା, ଯଦି ତୁମେ ଗଛ ଉପରେ ବସି ମୋ ଭଳି ଗଛରୁ ନଗଦ ତୋଳି ଖାଇପାରିବ ତ ଖାଅ, ନଚେତ ଯେ କୌଣସି ପ୍ରାଣୀ ବା ପଶୁ ପକ୍ଷୀଙ୍କ ଊଛିଷ୍ଠ ଖାଇଲେ ପେଟ ଭିତରକୁ ଭାଇରସ ଯାଇ ତୁମେ ମହାମାରୀ ପ୍ରପୀଡ଼ିତ ହୋଇ ମାରିବା ସହ ତୁମ ବଂଶ ବି ଲୋପ ପାଇଯିବ. କୁମ୍ଭୀର ଟିକେ ଭାବିଚିନ୍ତି ହୋଇ କହିଲା ନା ନା, କଷ୍ଟ ହେଉପଛେ କିଛିଦିନ ଅନାହାରରେ ରହି ଯୁଗ ଯୁଗ ଜିଇଯିବାର ଯୋଜନା କରିବା l

   ତା ପରଠୁ କୁମ୍ଭୀର ଖାଦ୍ୟ ଛାଡିଦେଲା. ଭୋକ ଉପାସ ରେ ସେ ଓ ତାର ବଂଶର ନିପାତ ହେଲା, ମାଙ୍କଡ଼ ସ୍ବାଧୀନତା ର ସ୍ୱାଦ ଚାଖୁ ଚାଖୁ ଖୁସିରେ ଏ କୂଳରୁ ସେକୁଳକୁ ଯିବାକୁ ଲାଗିଲା l

   ଏହି ଗଳ୍ପ ଟି ସହିତ ଦେଶ ସ୍ୱାଧୀନ ହେବାରେ ଯେଉଁ ଯେଉଁ ଜନନାୟକମାନଙ୍କ ହାତ, ସେହି ମନିଷୀମାନଙ୍କ କଥା ମନେ ପଡେ, କେତେ ଝଡ଼ଝଞ୍ଜା କୁ ଖାତିର ନକରି କିଏ ହିଂସା ହେଉ କି ଅହିଂସା ହେଉ ଆମର ସ୍ବାଧୀନତା ଦରକାର, କିନ୍ତୁ ବପୁ, ଏକା ଅହିଁସା ପରି ବୁଦ୍ଧି ର ଯାଦୁଗରୀ ପ୍ରୟୋଗ କରି ଦେଶବାସିଙ୍କ ହାତର ସ୍ବାଧୀନତାର ଝଣ୍ଡା ଧରାଇ ପାରିଲେ ହୁଏତ ସେ ରଖିଥିବା ତିନିମାଙ୍କଡ଼ଙ୍କଠାରୁ ଅହିଁସା ର ନିତୀ ଓ ଆଦର୍ଶ ରୂପୀ ବୁଦ୍ଧି ପାଇଯାଉଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract