STORYMIRROR

Fransis Satapathy

Inspirational

3  

Fransis Satapathy

Inspirational

ସ୍ବାଧୀନତା ବନାମ୍ ମୁକ୍ତି

ସ୍ବାଧୀନତା ବନାମ୍ ମୁକ୍ତି

3 mins
14.3K


ସେଦିନ ଅଫିସରୁ ଫେରିବା ବେଳେ ଜଣେ ପୁରୁଣା ବନ୍ଧୁ (ସାହୁ ବାବୁ) ଦେଖା ହୋଇଗଲେ। ସାହୁବାବୁ ଜଣେ ପ୍ରାକ୍ଟିକାଲ ଲୋକ। ଦେଖାଯାନ୍ତି ମଫସଲି ଭଳି। ସେତେ ଆଡ଼ଭାନ୍ସ ନୁହନ୍ତି।କଥା କଥାରେ ମୁଁ କହିଲି,"ଚାଲନ୍ତୁ ନଈ କୂଳ ଆଡ଼େ ଟିକେ ବୁଲି ଆସିବା।" ସେ କହିଲେ ସବୁ ଦିନ ଭଳି ,"ନା ଥାଉ, ଆଉ କେବେ। କାମ ଅଛି।" ମୁଁ ପୂରା କଟକୀଆ ଠାଣିରେ କହିଲି,"ଆରେ ଭାଇ ସବୁବେଳେ କଣ ଖାଲି କାମ?ଆମେ ପରା ସ୍ୱାଧୀନ ଭାରତର ଲୋକ !! ନିଜକୁ ମୁକ୍ତ କରନ୍ତୁ ଏ ଜଞ୍ଜାଳ ଭିତରୁ।" ସେ ମୋ ମୁହଁକୁ ଚାହିଁଲେ ଓ ପଚାରିଲେ, "ସ୍ୱାଧୀନ ଓ ମୁକ୍ତ ଭିତରେ ଫରକ କଣ??" ଅଖଣ୍ଡ ଜ୍ଞାନର ଅଧିକାରୀ ଭଳି ଉତ୍ତର ଦେବାକୁ ଉଦ୍ୟତ ହୁଅନ୍ତେ ମନ ଭିତରେ ଦ୍ଵନ୍ଦ ହଠାତ୍ ଉଦ୍ରେକ ହେଲା। ଦୁଇଟିଯାକ ଶବ୍ଦର ଅର୍ଥ କଣ ଏକା? ନା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରାଯାଇପାରେ?? ଭାବିଲି ଟିକେ ରହି ମନଭିତରେ ଅନୁଶୀଳନ ତଥା ଅନୁଧ୍ୟାନ କରିବି। କିନ୍ତୁ ନିଜର ଅପାରଗତାକୁ ସାମନା ଲୋକ ପାଖରେ ଏତେ ସହଜରେ ଦେଖେଇ ଦେବାର ସାହସ ବୋଧେ ମୋ ଭିତରେ ନଥିଲା। ତେଣୁ ଚିରାଚରିତ ଭାବରେ ନିଜ ଭିତରେ ଲୁଚି ରହିଥିବା କଳାକାରର ସାହାଯ୍ୟ ନେଲି। ଆଲୋଚ୍ୟ ବିଷୟର ପୂରା କୋଣ ଅନୁକୋଣକୁ ଯାଇ ଉପାଦେୟ ତଥ୍ୟ ପ୍ରଦାନ କରିଦେବା ଭଳି ଅଭିନୟ କଲି। ସାମନା ଲୋକ ବି ମୋ ଅଭିନୟ ପଟୁତାରେ ବାୟା। ନିଜକୁ ସାବାସୀ ଦେବାରେ ପଛେଇଲି ନାହିଁ। ତାଙ୍କୁ କହିଲି ବିନା ଚା କଫି ରେ ଯେକୌଣସି ଆଲୋଚନା କେବଳ ଏକ ବୋରିଂ କନ୍ଭରସେସନ ଭଳି ଲାଗେ। ସୁତରାଂ ଚା କଫି ଟିକେ ନେଇ ଆଲୋଚନା ଜାରି ରଖିବା। ସେଇଆ ହିଁ ହେଲା।

କିଛି ସମୟ ପରେ ସେ ପଚାରିଲେ, "ଏବେ କୁହନ୍ତୁ।" ମୁଁ ଉତ୍ତର ଦେଲି----ସ୍ବାଧୀନତା-- ଯାହା ମନୁଷ୍ୟକୁ ବନ୍ଧନମୁକ୍ତ କରେ; ମୁକ୍ତି -- ଯାହା ମନୁଷ୍ୟକୁ ଜନ୍ମ ମୃତ୍ୟର ଚକ୍ରରୁ ବିରତ କରାଏ। ତେବେ ସ୍ୱାଧୀନ ଓ ମୁକ୍ତ ପାଖାପାଖି ଏକା ହେଲେ ମଧ୍ଯ ଭାବଗତ ବିଭିନ୍ନତା ରହିଛି। ସମ୍ୟକ ଭାବରେ କହିଲେ ନିଜକୁ ସବୁଠାରୁ ମୁକ୍ତ କରିବା ଏବଂ ମୁକ୍ତି ହେଉଛି ନିଜକୁ ନିଜ କବଳରୁ ସ୍ୱାଧୀନ କରିବା। ଅର୍ଥାତ ସବୁ ମୋହ, ମାୟା, ବନ୍ଧନ, ଆଶା, ଆକାଂକ୍ଷା ରୁ ସ୍ୱାଧୀନ।

ମୁଁ ଚୁପ୍ ହୋଇଗଲି। ଲାଗିଲା ସତେ ଯେପରି ଜଣେ ଆଖି ଆଗରୁ କଳା ଚଷମାଟିକୁ ଅତିବ ଚାତୁର୍ଯ୍ୟ ରେ ଉତାରି ଦେଲା। କିଛି କ୍ଷଣ ପାଇଁ ଭାବିଲି ମୁଁ ଯନ୍ତା ଭିତରେ ଆବଦ୍ଧ ହୋଇ ରହିଥିବା ନିରୀହ ପଶୁଟିଏ; ଯେ ନା ସ୍ୱାଧୀନ ନା ମୁକ୍ତ। ନିଜକୁ ସ୍ୱାଧୀନ କରିବାର ସ୍ୱାଧୀନତା କୁ ବି ହରାଇ ସାରିଛି ସେ--ମୁକ୍ତି ତ ବହୁତ ଦୂରରେ।

ପୁଣି ନିଜକୁ ବାଆଁରେଇ ଭାବିଲି କଳ୍ପନା ଓ ବାସ୍ତବତା ଏକା ନୁହେଁ। ମୁଁ ସ୍ୱାଧୀନ; ନହେଲେ ଏତେ କଥା ଚିନ୍ତା କରୁଥାନ୍ତି କେମିତି? ଆଉ ସେ ମୁକ୍ତିକୁ କିଏ ଦେଖିଛି ହୋ?? ସଂସାର ଭିତରେ କେହି ମୁକ୍ତ ନୁହନ୍ତି। ସେ ବିଷୟରେ ସାହୁବାବୁଙ୍କ ସହ ଚର୍ଚ୍ଚା ଆରମ୍ଭ କରିଦେଲି। କହିଲି--ଭାଇ ! ଆମେ ସ୍ୱାଧୀନ ନ ହୋଇଥିଲେ ଏମିତି ବସି ଆଲୋଚନା କରି ପାରନ୍ତେ ନାହିଁ। ହଠାତ ମୋ ଭାବନାରେ ହସ୍ତକ୍ଷେପ କରି ମୋ ମୋବାଇଲଫୋନଟା ବାଜି ଉଠିଲା। ଅକସ୍ମାତ ଅଜଣା ଶବ୍ଦରେ ଜମିରୁ ଶସ୍ୟ ଖୁଣ୍ଟୁଥିବା ଚଢ଼େଇମାନେ ଉଡ଼ିଗଲା ଭଳି ମୋ ଭାବନାରାଜି ଫୁର୍ କିନା ଉଡ଼ିଗଲେ। ମୋ ଘରଣୀଙ୍କର ଫୋନ। ଉଠାଇଲା ପରେ ମୋ ପ୍ରାରମ୍ଭିକ ସୌଜନ୍ୟମୂଳକ ଶବ୍ଦ ହ୍ୟାଲୋକୁ ଅର୍ଦ୍ଧ ବିଭାଜିତ କରି ସେପଟୁ ଶୁଭିଲା--କେତେ କେଆର୍ଲେସ୍ ଓ ଇର୍ରେସ୍ପୋନ୍ସିବଲ୍ କିଓ ତୁମେ? ପଚାରିବାକୁ ଉଦ୍ୟତ ହୁଅନ୍ତେ ଦ୍ଵିତୀୟ ପ୍ରଶ୍ନ --ଆଜି ମାର୍କେଟ୍ ଯିବାର ଥିଲା ମନେ ନାହିଁ?? ଦିନଯାକ ତ ସମୟ ନାହିଁ, ଆଟ୍ ଲିଷ୍ଟ୍ ସନ୍ଧ୍ୟାବେଳେ ନିଜର ରେସ୍ପୋନ୍ସିବିଲିଟି କଥା ଚିନ୍ତା କର। ତାପରେ ଫୋନ କାଟିଦେଲେ।

ସାହୁବାବୁଙ୍କୁ ଫୋନର ଅପରପାର୍ଶ୍ୱସ୍ଥ ମୋ ଘରଣୀଙ୍କର ମିଠା ମିଠା ଗାଳି ଟିକେ ଟିକେ ଶୁଭିଥିଲା। ସେ ଇତସ୍ତତଃ ହେଉଥିଲେ। ମୁଁ ମଧ୍ଯ ଲଜ୍ଜା ଏବଂ ଅପମାନରେ ଲାଲ୍। ସେ ପରିସ୍ଥିତିକୁ ସହଜ କରିବାକୁ ଯାଇ କହିଲେ- ଡୋନ୍ଟ୍ ୱରି; ସେମ୍ ଇଜ୍ ହିଅର୍ ଅଲ୍ସୋ।

ଏବେ କୁହନ୍ତୁ ଆପଣ ସ୍ୱାଧୀନ ନା ମୁକ୍ତ? ମୁଁ ନିଶ୍ଚିତ ଯେ ଏଥିରୁ କୌଣସି ଟି ନୁହେଁ। ଆପଣ ଏପରିକି ନିଜର ଉତ୍ତର ରଖିବାର ସ୍ବାଧୀନତା ପାଇନାହାନ୍ତି। ମୁକ୍ତ ବି ନୁହଁନ୍ତି--କାରଣ ମୁକ୍ତ ହୋଇଥିଲେ ଆପଣଙ୍କୁ ଏ ଫୋନ ବି ଆସିନଥାନ୍ତା।

ମୁଁ ଭାବି ପାରୁନଥିଲି କଣ କହିବି----ଖାଲି ଅନ୍ୟମନସ୍କ ହୋଇ ତାଙ୍କ ଆଡ଼େ ଚାହିଁଥାଏ। ଦୋକାନ ପିଲାଟି ଆସି ପଚାରିଲା--ସାର ଖାଲି ଦୁଇ କପ ଚା ନା ଆଉ କଣ ନେବେ? ମୁଁ ପ୍ରକୃତିସ୍ଥ ହେଲି। କହିଲି ଆଗେ ଟିକେ ପାଣି ଦେ ତାପରେ ଯାହା। ସେ ମୁଣ୍ଡ ଟୁଙ୍ଗାରି ଚାଲିଗଲା। ମୁଁ ସାହୁବାବୁଙ୍କୁ ଚାହିଁ ରହିଥାଏ ଏବଂ ମନେ ମନେ ହୃଦୟର ଲୁଚା କ୍ଷତଟିରେ ଅଦୃଶ୍ୟ ମଲମ ଲଗଉଥାଏ।

ଫ୍ରାନସିସ୍ ଶତପଥୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Fransis Satapathy

ମାଛ

ମାଛ

8 mins ପଢ଼ନ୍ତୁ

ଅଙ୍କ

ଅଙ୍କ

3 mins ପଢ଼ନ୍ତୁ

କଳାଜାଇ

କଳାଜାଇ

10 mins ପଢ଼ନ୍ତୁ

ଚପଲ

ଚପଲ

3 mins ପଢ଼ନ୍ତୁ

ସ୍ଵପ୍ନ

ସ୍ଵପ୍ନ

3 mins ପଢ଼ନ୍ତୁ

ସ୍ବପ୍ନ

ସ୍ବପ୍ନ

3 mins ପଢ଼ନ୍ତୁ

ମୁଖା

ମୁଖା

3 mins ପଢ଼ନ୍ତୁ

Similar oriya story from Inspirational