Trushna Das

Drama Tragedy Others

3.8  

Trushna Das

Drama Tragedy Others

ସ୍ବାଭିମାନ

ସ୍ବାଭିମାନ

4 mins
695


ମୋହର ବଶୀଭୂତ ହେଲେ ଦୁଃଖ ଆଉ କଷ୍ଟ ଛଡା ଆଉ କିଛି ମିଳେ ନାହିଁ। ଏ କଥା ଆମ ପୂର୍ବ ପୁରୁଷମାନେ କହି ଆସିଛନ୍ତି ଏବଂ ଏହା ଅକ୍ଷରେ ଅକ୍ଷରେ ସତ। କିନ୍ତୁ ମଣିଷଜାତି ସବୁବେଳେ ମୋହରେ ପଡି କେତେବେଳେ ଦୁଃଖ କଷ୍ଟ ପାଏ ତ ପୁଣି କେତେବେଳେ ଜୀବନର ସବୁଠାରୁ ବଡ଼ ଭୂଲ କରି ବସେ। ଏମିତି ଏକ କାହାଣୀ ହେଉଛି ଧରା ଆଉ ଆକାଶଙ୍କର। 


ଧରା ଜଣେ ସୁଶୀଳ ଆଉ ଶାନ୍ତ ପ୍ରକୃତିର ଝିଅ। ସବୁବେଳେ ପରିବାରକୁ ନେଇ ଚଳନ୍ତି। ଧରାଙ୍କ ବାପା ଆକାଶଙ୍କ ସହ ବିବାହ ସ୍ଥିର କଲେ। ଧରାଙ୍କ ବାପା ବହୁତ ବଡ ବ୍ୟବସାୟୀ ଥିଲେ। ଆଉ ଧରା ତାଙ୍କର ଏକମାତ୍ର କନ୍ୟା ଥିଲେ। ପୁଣି ଧରା ପ୍ରାଇଭେଟ ଚାକିରୀ ବି କରି ଥିଲେ। ସମ୍ପତ୍ତି ମୋହରେ ଆକାଶ ବିବାହ ପାଇଁ ରାଜି ହୋଇ ଗଲେ। ହେଲେ ଆକାଶଙ୍କର ଅନୁମାନ ନ ଥିଲା ଯେ ଧରା ଜଣେ ସ୍ବାଭିମାନୀ ଝିଅ ବୋଲି। 


ଆସନ୍ତା କାଲି ମାନେ ଭବିଷ୍ୟତକୁ ଉଜ୍ଜଳମୟ କରିବା ପାଇଁ ଧରା ଆଉ ଆକାଶ ବିବାହ ବନ୍ଧନରେ ବାନ୍ଧି ହେଲେ। ଧରା ପରିବାର ମୋହରେ ପଡି ବିବାହ କରିଥିବା ସମୟରେ ଆକାଶ ସମ୍ପତ୍ତି ମୋହରେ ଏ ବିବାହ କରିଥିଲେ। 


ବିବାହ ପରେ ଆକାଶ ଆସ୍ତେ ଆସ୍ତେ ନିଜ ରୂପ ଦେଖାଇଲେ। ପ୍ରଥମେ ମିଠା ମିଠା କଥା କହି ଟଙ୍କା ନେବା ପାଇଁ ଚାହିଁଲେ। ତାପରେ ଶଶୁରଙ୍କ ସମ୍ପତ୍ତି ସବୁ ହଡପ କରିବାର ଯୋଜନା କଲେ। ଧରା କେବେ ଭାବି ନ ଥିଲେ ଯେଉଁ ପରିବାର ଭଲ ପାଇବା ମୋହରେ ସେ ଘରକୁ ବୋହୂ ହୋଇ ଯାଇଥିଲେ ସେମାନେ କେବଳ ସମ୍ପତ୍ତି ପାଇବା ମୋହରେ ତାଙ୍କୁ ଆପଣାଇ ଥିଲେ। 


ଆକାଶ ଓ ଧରାଙ୍କର ଧିରେ ଧିରେ ମତାନ୍ତର ଆରମ୍ଭ ହେଲା। ପରିବାର ଓ ଆକାଶଙ୍କର ଭଲ ପାଇବା ପାଇଁ ଧରା ସବୁ କଥା ମୁଣ୍ଡପାତି ସହି ନେଉ ଥିଲେ। ଆକାଶ ଓ ତାଙ୍କ ପରିବାର ଲୋକେ ଆସ୍ତେ ଆସ୍ତେ ଧରାଙ୍କୁ ନିର୍ଯାତନା କରିବା ଆରମ୍ଭ କଲେ। ହେଲେ ଆସନ୍ତାକାଲି ପରିବାର ସହ ଖୁସିରେ ରହିବା ପାଇଁ ଧରା ସବୁ କଥା କୁ ତାଙ୍କ ବାପାଙ୍କୁ ଲୁଚାଇ ସହି ନେଉଥିଲେ।


ଏବେ ଆଉ ଆକାଶଙ୍କର ପ୍ରକୃତ ରୂପ ଧରାଙ୍କ ପାଖରେ ଅଛପା ନ ଥିଲା ଯେ ସେ ତାଙ୍କୁ ସମ୍ପତ୍ତି ମୋହରେ ବିବାହ କରିଥିଲେ। ଆକାଶଙ୍କର କାମନା ମୋହ ବି ଥିବା କଥା ଧରା ଜାଣି ପାରିଥିଲେ କାରଣ ଆକାଶ ଅନ୍ୟ ଝିଅମାନଙ୍କ ସହ ଅଶ୍ଳୀଳ କଥା ଆଉ ଭିଡିଓ କଲ କରିବା ସେ ଦେଖିଛନ୍ତି। ତଥାପି ଆସନ୍ତାକାଲିର ଖୁସି ପରିବାରର ମୋହରେ ଧରା ନିଜ ପ୍ରେମ ବଳରେ ଆକାଶଙ୍କୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଛନ୍ତି।ଏଇଟା ଥିଲା ଧରାଙ୍କ ଜୀବନରେ ସବୁଠାରୁ ବଡ଼ ଭୂଲ। 


ଯେତେବେଳେ ଆକାଶ ଜାଣି ପାରିଲେ ଯେ ଧରା କି ତାଙ୍କ ବାପା ତାଙ୍କୁ ସମ୍ପତ୍ତି ଏତେ ଜଲଦି ଦେବେ ନାହିଁ ସେତେବେଳେ ସେ ଧରାଙ୍କୁ ମାଡ ମାରି ଧମକାଇବାକୁ ଲାଗିଲେ ଯେ ଡିଭର୍ସ ନ ହେଲେ ଟଙ୍କା ଦେବାକୁ ।


ବାହାଘର ଦୁଇ ବର୍ଷ ପରେ ଧରାଙ୍କୁ ଲାଗିଲା ତାଙ୍କର ଆସନ୍ତାକାଲିର ଖୁସି ପରିବାରର ସପନ ଜଲଦି ହିଁ ସତ ହୋଇ ଯିବ। କାରଣ ସେ ମାଆ ହେବାକୁ ଯାଉଥିଲେ। ସେ ଭାବୁଥିଲେ ଧରା ଆଉ ଆକାଶଙ୍କ ମିଳନ ସନ୍ତାନ ନିହାତି ତାଙ୍କ ଜୀବନରେ ଆସନ୍ତା କାଲି ର ଖୁସି ସୂର୍ଯ୍ୟକୁ ଉଦୟ କରିବ। ହେଲେ ସେ ଭୂଲି ଯାଇଥିଲେ ଯେ ଆକାଶ ଓ ଧରା ଦୂରରୁ ମିଶିଛ ବୋଲି ଜଣା ପଡେ ହେଲେ ସେ ଦୁହିଁଙ୍କ ମିଳନ କେବେ ହୋଇ ନାହିଁ। ସମ୍ପତ୍ତି ମୋହରେ ଆକାଶ ଆଉ ଗୋଟିଏ ଧନୀ ବାପାର ଝିଅ ରାମିଆକୁ ଫସାଇଛନ୍ତି। ଧରା ପାଞ୍ଚ ମାସର ଗର୍ଭବତୀ ଥିବା ସମୟରେ ଆକାଶ ତାଙ୍କୁ ଡିଭର୍ସ ପେପର ଦେଲେ। ଧରା ମନା କରିବାରୁ ଆକାଶ ଓ ତାଙ୍କ ପରିବାର ଲୋକ ତାଙ୍କୁ ବହୁତ ବାଡେଇବକୁ ଲାଗିଲେ ଏମିତିକି ଜୀବନରୁ ମାରି ଦେବା ପାଇଁ ବାହାରି ଥିଲେ। ହେଲେ ଠିକ୍ ସମୟରେ ଧରାଙ୍କ ବାପା ଆସି ପହଞ୍ଚି ଗଲେ ଏବଂ ଧରାଙ୍କୁ ବଞ୍ଚାଇ ନେଲେ। 


ଧରାଙ୍କୁ ତାଙ୍କ ବାପା ଡାକ୍ତରଖାନା ନେଇ ଗଲେ ଏବଂ ପୋଲିସ କେସ କଲେ। ଧରା ସିନା ବଞ୍ଚି ଗଲେ ହେଲେ ନିଜ ଗର୍ଭର ସନ୍ତାନକୁ ହରାଇ ବସିଲେ। 


ଧରାଙ୍କ ଚେତା ଆସିବାରୁ ପୋଲିସ ଆସିଲେ ବୟାନ ନେବା ପାଇଁ। ଧରା କିନ୍ତୁ କେସରେ ଆକାଶଙ୍କ ବିରୁଦ୍ଧରେ କିଛି ଅଭିଯୋଗ ନ କରି କେସ ଉଠାଇ ନେଲେ ଏବଂ ଆକାଶଙ୍କୁ ଡିଭର୍ସ ଦେଲେ। 


ଧରାଙ୍କ ବାପା ତାଙ୍କୁ ବୁଝାଇଲେ ଯେ ଏତେ ଅନ୍ୟାୟ ଓ ଅତ୍ୟାଚାର କାହିଁକି ସହୁ ଥିଲେ? ସ୍ବାଭିମାନ ସହ ବଞ୍ଚିବା ଭଲ ହେଲେ ନିଜର ସମ୍ମାନ ନିଜ ହାତରେ ଥାଏ। କାହିଁକି ସେ ତାଙ୍କୁ ଆକାଶର ପ୍ରକୃତ ରୂପ କହିଲେ ନାହିଁ ଆଉ କଣ ପାଇଁ ତାଙ୍କ ବିରୁଦ୍ଧରେ କେସ କଲେ ନାହିଁ ?


ଧରା କହିଲେ ସେ ସ୍ବାଭିମାନ ସହ ବଞ୍ଚିବା ପାଇଁ ମୁଁ ସୁଖୀ ପରିବାରର ମୋହ ଛାଡି କି ଡିଭର୍ସ ଦେଲି।ଆଉ ମୁଁ ଚାହେଁ ଆକାଶ ଆଉ ତାଙ୍କ ପରିବାର ନିଜ କର୍ମଫଳ ନିଜେ ପାଉନ୍ତି ଏବଂ ନିଜେ ସାରା ଜୀବନ ଅନୁତାପ କରୁନ୍ତି।


ଅଲଗା ହେଲା ପରେ ଧରା ଆଉ ସୁଖୀ ପରିବାରର ମୋହ ଛାଡି ନିଜର ଆସକାଲିର ଉଜ୍ଜ୍ୱଳ ଉଦ୍ଦେଶ୍ୟରେ ସେ ଆହୁରି ପାଠ ପଢି ସରକାରୀ ବିଦ୍ୟାଳୟରେ ଚାକିରୀ କଲେ। ଗୋଟିଏ ଛୁଆ ( ସାଇରା) କୁ ଅନାଥ ଆଶ୍ରମରୁ ନେଇ ତାର ଲାଳନପାଳନ କଲେ। 


ସେପଟେ ଆକାଶ ଅଲଗା ହେଲା ବେଳେ ରାମିଆ ସହ ରହିବା ପାଇଁ ଗଲେ। ରାମିଆଙ୍କ ପାଖରେ ରହି ଜାଣିଲେ ଯେ ରାମିଆଙ୍କର ଆଗରୁ ବହୁତ ପୁଅଙ୍କ ସହ ସମ୍ପର୍କ ଥିଲା। ଏମିତି କି ସେ ଥରେ ଗର୍ଭପାତ ବି କରି ସାରିଛନ୍ତି। ସେ ସ୍ୱାମୀ ନାମରେ ଗୋଟିଏ ଗୁଲାମ ଚାହାଁନ୍ତି। ରାମିଆଙ୍କ ବ୍ୟବହାର ଦେଖି ଆକାଶ ନିଜର ଭୂଲ ବୁଝି ପାରିଛନ୍ତି। ସେ ବୁଝି ପାରିଲେ ଯେ ଧରା କେତେ ଭଲ ଥିଲେ। ସେ ଧରାଙ୍କୁ ଯାଇ କ୍ଷମା ମାଗିଲେ ଏବଂ ପୁଣି ଥରେ ମିଶି ରହିବେ ବୋଲି କହିଲେ। 


ଧରା ଏ କଥା ଶୁଣି କହିଲେ ମୋତେ ମୋର ଛୁଆକୁ ଘୁରାଇ ପାରିବ। ମୋର ଆଖି ଲୁହ କୁ ଅଟକାଇ ପାରିବ। ମୋ ହୃଦୟକୁ କଣ ଆଉ ଥରେ ଯୋଡ଼ି ପାରିବ କି? 


ଆକାଶ : ଆମେ ଆଉ ଥରେ ନୂଆ କରି ଜୀବନ ଆରମ୍ଭ କରିବା। 


ଧରା : ନା ଆଉ ନୁହେଁ। ମୋର ଆଉ ସୁଖୀ ପରିବାରର ସପନ ନାହିଁ। ଆସନ୍ତାକାଲିର ଖୁସି ଭାବି ମୁଁ ଆଉ ମୋର ବର୍ତ୍ତମାନ କୁ ଖରାପ କରି ପାରିବି ନାହିଁ। ତୁମେ ଏଠାରୁ ପଳେଇ ଯାଅ। ମୁଁ ମୋର ସାଇରା ସହ ଖୁସିରେ ଅଛି। 


ଆକାଶ ମୁହିଁ ଶୁଖାଇ ଫେରିଗଲେ। ରାମିଆଙ୍କ ପାଖକୁ ଯାଇ ସବୁ ସତ କଥା କହିଲେ ଯେ ସେ ସମ୍ପତ୍ତି ମୋହରେ ଏ ସବୁ କରିଛନ୍ତି। ନିଜ ଭୂଲ ବୁଝି ପାରିଛନ୍ତି। ତେଣୁ ସେ ତାଙ୍କୁ ବିବାହ କରିବାକୁ ଚାହୁଁ ନାହାଁନ୍ତି।


ହେଲେ ରାମିଆଙ୍କ ବାପା ତାଙ୍କୁ ଜବରଦସ୍ତି କରିଛନ୍ତି ବିବାହ ପାଇଁ। ଆକାଶ ଆଉ ତାଙ୍କ ପରିବାର ଲୋକ ଶେଷରେ ସହରରୁ ଲୁଚି ପଳାଇଛନ୍ତି। ଏବେ ସେମାନେ ଚୋର ପରି ଲୁଚି ଲୁଚି ରହୁଛନ୍ତି। ସେପଟେ ଧରା ନିଜ ବାପା ଆଉ ପାଳି ଥିବା ଝିଅ ସାଇରା ସହ ଖୁସିରେ ସ୍ବାଭିମାନରେ ରହୁଛନ୍ତି। 


ସତରେ ମୋହ ମାୟାରେ ପଡି ଲୋକ ଦୁଃଖ ଆଉ କଷ୍ଟ ପାଆନ୍ତି ଆଉ କେହି କେହି ଜୀବନର ସବୁଠାରୁ ବଡ଼ ଭୂଲ କରି ସାରା ଜୀବନ ଅନୁତାପ କରନ୍ତି। 


ହେଲେ ମୋହ ମାୟା ଛାଡି ସ୍ବାଭିମାନରେ ବଞ୍ଚିଲେ ସାରା ଜୀବନ ଖୁସିରେ ବଞ୍ଚିବ। ତେଣୁ ଆସନ୍ତା କାଲିର ମୋହ ମାୟା ଛାଡି ସ୍ବାଭିମାନ ସହ ବଞ୍ଚିବା ଭଲ।


Rate this content
Log in

Similar oriya story from Drama