STORYMIRROR

Sunanda Mohanty

Drama Tragedy Action

3  

Sunanda Mohanty

Drama Tragedy Action

ସାରସ୍ବତ ସମ୍ପର୍କ

ସାରସ୍ବତ ସମ୍ପର୍କ

2 mins
235


କୋକେଇଟା ଏଡେ ଭାରି ସହଜେ ଉଠୁନି। ଦୁଇଭାଇ, ଦୁଇ ଭଉଣୀଜୋଇଁ, ଦୁଇ ଦିଅର, ଯେତେ ଚେଷ୍ଟା କଲେ ବି ପରାସ୍ତ। ଆଗରେ ସ୍ୱାଭିମାନ ,ଗୁଆ ଘିଅ, ଚନ୍ଦନ, ଖଇ କଉଡ଼ି ଓ ପାଞ୍ଚ ଦଶ ଟଙ୍କିଆ ସହ ମୁହଁରେ ନିଆଁ ଦେବାକୁ ପାଳଚୁଣ୍ଟା ସହ ମଲା ତୁଳସୀ ଗଛ ସବୁକୁ ଥୋଇ ଶବ ପାଖକୁ ଆସିଲେ।

   ପୁଅ ଆମେରିକାରେ। ଝିଅ ମୁମ୍ବାଇରେ। ସେଇମାନେ ଆସିନାହାନ୍ତି ତ, ରୁହ ରୁହ କହି ଠାକୁର ଘରେ ପଶୁ ପଶୁ ସମସ୍ତେ ବାରଣ କରୁଥିବା ସତ୍ତ୍ୱେ , ଆଉ ଠାକୁର ନା ଫାକୁର, ସିଏ ତ ଗଲା, ଯିଏ ପୂଜୁ ଥିଲା କହି, ପଶିଯାଇ ସିନ୍ଦୁର ଡବା ଟା ଯାକର ସିନ୍ଦୁର ଆଣି ଶବ ଦେହରୁ ଲୁଗା କାଢି ବିଞ୍ଚିଦେଇ ଗଲେ, ଆଉ କହିଲେ ଉଠାଅ, ଏଥର, ଉଥିଯିବ, ହେଲେ ରଥ ଅତାକିଲା ପରି କୋକେଇ ଉଠୁନି ଜମା ତ ନିଜେ ହାତ ଲଗେଇଲେ ସ୍ୱାଭିମାନ, ଚଙ୍କୁନି କୋକେଇ, କଣ କରିବା, ଶବ ବାହାକ ଗାଡି ଡକାଇ, ଘୋଷାଡି ନେବା।ଶବ ବାହାକ ଗାଡି ଆସିଲା, ହେଲେ ଶବକୁ ଘୋଷାଡିବା ତ ଦୂରର କଥା, ସାମାନ୍ୟ ଚଙ୍କୁନି ଶବ!

  ଏତିକି ବେଳେ ପୁଅ ଆମେରିକାରୁ ଝିଅ ମୁମ୍ବାଇରୁ ଆସୁଛନ୍ତି ଅପେକ୍ଷା ଖବର ଶୁଣି ସମସ୍ତେ ବସିଗଲେ। ପୁଅ ଝିଅଙ୍କ ହାତ ଲାଗିଲେ ଶବ ଉଠିଯିବ ବୋଲି ସମସ୍ତେ ମନେ ମନେ ଭାବି ବସିଗଲେ ଯିଏ ଯାହାର କାନ୍ଥକୁ ଆଉଜି। ଆରମ୍ଭ ହୋଇଗଲା କନ୍ଦାକଟା। ଲୋତକମୟ ପରିସ୍ଥିତିରେ ପରିସ୍ଥିତି ଅନ୍ୟ ଆଡ଼କୁ ଢଳୁ ଥିଲା। ଝିଅ ଚାଦର ଉଠେଇ ମାଆ ମୁହଁ ସାରା ଏମିତି ସିନ୍ଦୁର ବିଞ୍ଚି କିଏ ଅପ୍ରକାରିଆ କହି ଲୋଟୁଥିଲା କାନ୍ଦି କାନ୍ଦି, ଆଉ ସଯାଉ ଥିଲା ବଧୂ ବେଶରେ ମାଆକୁ। ସମସ୍ତେ ଭାବୁଥିଲେ ଏଥର ବୋଧହୁଏ ପୁଅ ଜୋଇଁ ଙ୍କ ହାତ ବାଜି ଉଠିବ କୋକେଇ।

  ହେଲେ ସବୁ ବିଫଳ। ବରଂ କାନ୍ଦ ବଢୁଥିଲା ବେଳକୁ ବେଳ। ବେଳ ବି ଗଡୁଥିଲା। ହେଲ ଫୋନ୍ ବାଜୁଥିଲା ଘନଘନ। ଝିଅ ଉଠେଇଲା, ସବୁ କଥା କହି କାନ୍ଦୁଥିଲା, ବାପା ପଚାରିଲେ କିଏ ? , ଝିଅ କହୁଥିଲା ତୁମ ସାଙ୍ଗ। ଏଇ ଏଇ ଶୁଣି ଆସି ପହଞ୍ଚିବେ। ଦିର୍ଘନିଶ୍ୱାସ ବାହାରିଗଲା ସ୍ୱାଭିମାଙ୍କର। ବିନୋଦ ଖାଲି ତାଙ୍କ ବନ୍ଧୁ ନୁହଁ, ଶୁଭ୍ରାର, ପ୍ରେମିକ ବି। ତିନିହେଁ ଏକା କଲେଜରେ ପଢୁଥିଲେ। ସୁନ୍ଦରୀ ବିଉଟି କୁଇନ ବୋଲି ଶୁଭ୍ରାର ଭାରି ଭାଉ। ବିନୋଦର ଏକତରଫା ପ୍ରେମକୁ ପାଦରେ ଆଡେଇ ସ୍ୱାଭିମାନ ସହ ଘର ବନ୍ଧିଲା ଶୁଭ୍ରା। ଆଉ ବିନୋଦ ଶୁଭ୍ରାକୁ ଭଲପାଏ ବୋଲି ଅଜ୍ଞ ସ୍ୱାଭିମାନ,ବିନୋର ଡାଇରୀ ପଢ଼ି ସବୁ ଜାଣିଥିଲେ ଓ ଶୁଭ୍ରକୁ ବିନୋଦ ପ୍ରତି କରିଥିବା ଅନ୍ୟାୟ ତୁମକୁ ଭଗବାନ ବି କ୍ଷମା ଦେବେନି କହି ବିନୋଦ ସହ ନିବିଡ ଭାବ ଯୋଡି ରଖିଥିଲେ। ଆଉ ଶୁଭ୍ରା ଯେବେ ମରିବା କଥା ଉଠାନ୍ତି ବିନୋଦ କୁହନ୍ତି ମୋ କାନ୍ଧରେ ଯିବାକୁ ସେତେବେଳେ ମନା କରିବନି ଭାଉଜ। ସ୍ୱାଭିମାନ କୁହନ୍ତି ସେତିକି ଅନୁମତି ଦେଲେ, ହୁଏତ ଶୁଭ୍ରା ପାପ ମୁକ୍ତ ହୁଅନ୍ତା। ତ ବିନୋଦ ଓ ଶୁଭ୍ରା, ଏକାସାଙ୍ଗରେ କହିଉଠନ୍ତି, ଏମିତି କଣ କହୁଛ ଯେ! ସତକୁ ସତ ବିନୋଦ ଆସିଲେ ଆଉ ଯେମିତି କାନ୍ଧ ଲଗାଇଛନ୍ତି ଉଠିଲା ଶବ। ଦୁଇବନ୍ଧୁ କୋହ ସମ୍ଭାଳି ନପାରି ଵୁକୁଫଟା କାନ୍ଦୁଥିଲେ। ସମସ୍ତେ ନିର୍ବାକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama