STORYMIRROR

Sunanda Mohanty

Abstract Comedy

3  

Sunanda Mohanty

Abstract Comedy

ସାଙ୍ଗ ଓ ସାଥୀ

ସାଙ୍ଗ ଓ ସାଥୀ

2 mins
186

ସବୁ ବୟସ୍କ ପୁରୁଷ ଓ ମହିଳା ମିଶି ଗୋଟିଏ କ୍ଳବ ଗଢ଼ିଥିଲେ ଯାହାର ନାମ ଦେଇଥିଲେ, 'ସାଙ୍ଗ ସାଥୀ ', ସେଥିରେ ଥିବା ସଦସ୍ୟ ମାନେ କିଏ ଉଭୟ ସ୍ୱାମୀ ସ୍ତ୍ରୀ ବଂଚିଥିଲେ ତ କିଏ ପଟେ ପଟେ ଥିଲେ ଅର୍ଥାତ ସ୍ୱାମୀ ଜୀବିତ ସ୍ତ୍ରୀ ମୃତ ଆଉ କାହାର ସ୍ତ୍ରୀ ଜୀବିତ ସ୍ୱାମୀ ମୃତ l

   ସଦସ୍ୟ ମାନେ ପଟେ ପଟେ ଥିବା ସଦସ୍ୟଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ ଏଇଥି ପାଇଁକି ପ୍ରଥମତଃ ତାଙ୍କ ଜୀବନର ସାଙ୍ଗ ବା ସାଥୀ ହାତ ଛାଡି ଚାଲିଯାଇଛି ଆଉ ଦ୍ୱିତୀୟତଃ, ପୁଅ ବୋହୁ ତାଙ୍କ କଥା ଠିକ ଠିକ ବୁଝୁଛନ୍ତି ନା ନାହିଁ, ତେଣୁ ସେମାନଙ୍କ ଭିତରେ ଗୋଟିଏ କମିଟି ହୋଇଥାଏ ଯୋଉ କମିଟିର ସଦସ୍ୟମାନେ ବୁଲି ବୁଲି ଗୁପ୍ତରେ ପୁଅ ବୋହୁଙ୍କ ପାଖରେ ଥିବା ବୁଢା ବା ବୁଢ଼ୀଙ୍କ ଅବସ୍ଥା ତଦାରଖ କରନ୍ତି । ଆଉସବୁ ଠିକଠାକ ଥାଏ ତ ଖୁସି ହୁଅନ୍ତି ହେଲେ କମିଟିରେ ଥିବା ଦୁଇ ହଳ ଦମ୍ପତ୍ତିଙ୍କୁ ଏସବୁ ଭଲ ଲାଗୁନଥିଲା l

  ସେ ଦୁଇ ଦମ୍ପତ୍ତିଙ୍କ ଉପରେ କାହିଁକି କେଜାଣି କମିଟି ଉପରେ ସନ୍ଦେହ ଉପୁଜିଲା ତ ସେମାନଙ୍କୁ ବାଦ ଦେଇ କମିଟିର ଅନ୍ୟ ସଦସ୍ୟମାନେ ପ୍ରଥମ ଅନୁସନ୍ଧାନ ରାତିରେ ପ୍ରଥମ ଦମ୍ପତ୍ତିଙ୍କ ଘରେ ପହଁଚିଲେ ଆଉ ଦୁଆରେ କଲିଙ୍ଗ ବେଲ ବଜାଇ ଅପେକ୍ଷା କରିଛନ୍ତି ଭିତରୁ ପାଟି ତୁଣ୍ଡ ଶୁଭୁଥିଲା ସ୍ତ୍ରୀଟି ରଡିକରି କହୁଥିଲା "ବସି ବସି ଗେଫିଲା ବେଳକୁ ଛଅ ପୁଅର ମାଆ ଆଉ କାମଟେ କାଲା ବେଳକୁ ମୋ ତୁଣ୍ଡରେ ଘା "ଆରେ ବାଡ଼ିପଡ଼ା ବୁଢା ଯାଉନୁ କବାଟ ଖୋଲି ଦେଖିବୁ ଏତେ ରାତିରେ କିଏ ଡାକି ମରୁଛି, କବାଟ ଖୋଲା ଯିବା ପୂର୍ବରୁ ମର୍ମାହତ ହୋଇ ଫେରିଆସିଥିଲେ କମିଟି ସଦସ୍ୟଗଣ l

  ତା ପରଦିନ ଦ୍ୱିତୀୟ ଦମ୍ପତ୍ତିଙ୍କ ଦୁଆରେ କଲିଙ୍ଗ ବେଲ ବଜାଇବା ପୂର୍ବରୁ ଭିତରୁ ପୁରୁଷଟିର ମାତାଲ କଣ୍ଠସ୍ୱର ସହିତ ସ୍ତ୍ରୀକୁ ବିଧା ଚାପଡା ଗୋଇଠାର ଶବ୍ଦ ସହ, "ଶାଳୀ ମାଇକିନା ଏତେ ରାତିରେ କୋଉ ରସିକ ଡାକୁଛି ଦେଖ ଯା ", ଉକ୍ତିରେ ସଂଭ୍ରମ ସହ ଫେରିଆସିଥିଲେ କମିଟି ସଦସ୍ୟ l

   ତା ଆରଦିନ ଜରୁରୀକାଳୀନ ସଭାରେ ସମସ୍ତଙ୍କ ଉପସ୍ଥିତିରେ ଘଟଣା ଦୁଇଟି ଉପସ୍ଥାପନ କରି ସମସ୍ତେ ଦୁଃଖ କରୁଥିଲେ ପୁଅ ବୋହୁଙ୍କ କଥା ଛାଡ଼ ସ୍ୱାମୀ ସ୍ତ୍ରୀ ଯୋଉଠି ସାଙ୍ଗ ସାଥୀ ହୋଇ ଚଳିପାରୁନାହାନ୍ତି ସେଠାରେ କୋଉ ଯୁକ୍ତିଗତ ପ୍ରସଙ୍ଗ ଆଉ ଆଲୋଚନା କରାଯାଇପାରେ !ପ୍ରତ୍ୟେକ ହତବମ୍ବ, ଦୁଇ ଦମ୍ପତି ଲଜ୍ୟାରେ ମୁଣ୍ଡ ତଳକୁ ପୋତି ବସିଥାନ୍ତି ଆଉ ହୃଦୟଙ୍ଗମ କରୁଥାନ୍ତି ଜଣକ ବିନା ଅନ୍ୟ ଜଣଙ୍କ ସ୍ଥିତି ସତରେ କେତେ ଖରାପ ତ ସମସ୍ତେ ତାଙ୍କୁ, "ଭାଗବନ"ଫିଲ୍ମ ଯେଉଁଥିରେ ହେମାମାଳିନୀ ଓ ଅମିତାଭ ବଚନ ସହ ଅନ୍ୟମାନେ ସୁନ୍ଦର ଅଭିନୟ କରିଥିଲେ,  ଦେଖିବାକୁ ପରାମର୍ଶ ଦେଇ ସଭା ସାଙ୍ଗ କରିଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract