ସାଇକ୍ଲୋନ(ଅଫଁନ)
ସାଇକ୍ଲୋନ(ଅଫଁନ)


ସୁଦାମ ଚାରିଟା ବେଗ ଧରି ସାଇକେଲ ମାରି ଚାଲିଛି। ଝାଳ ଗଡି ପଡୁଛି କପାଳରୁ। ମୁଣ୍ଡର ଛୁଟି ସବୁ ଅଲରା ହୋଇ ଉଡୁଛି। ଦାଢ଼ି ବଢିଯାଇ ଜଣେ କୁମ୍ପ।ଟିଆ ବାବା ପରି ଛେଳି ଦାଢ଼ି। ବାଟରେ ଦେଖାହେଲା, ପଚାରିଲି ଆରେ କୁଆଡେ ଧାଁଇଛୁ? ଧଇଁ ସଇଁ ହୋଇ କହିଲା ,କଣଭାଇ କହିବି ମହା ବାତ୍ୟା ଆସୁଛି ଯାଉଛି ସଉଦା ପାଇଁ।କଥା କହିଲା ବେଳେ ଜଣାପଡିଲା ଗୋଟିଏ ବିପଦକୁ କହି ଆଉ ଗୋଟିଏ ବିପଦ ନିଜ ପାଇଁ ସୃଷ୍ଟି କରୁଛି। ହଁ ତ ବାତ୍ୟା ଆସୁଛି କିନ୍ତୁ ତୁ ଟିକେ ନିଜକୁ ସମ୍ଭାଳି ଚାଲ। ନିଜେ ଏମିତି ଅଧର୍ଯ୍ୟ ହେଲେ ସମାଧାନ ହୋଇଯିବ। ତୁ ପୁଣି ବୟସ୍କ ଲୋକ। ଅବସର ଗ୍ରହଣ କରି ସୁସ୍ତରେ ରହିବା ଛାଡି କାହିଁକି ଭିଡୁଛୁ ।ତୋ ପୁଅ କଣ କରୁଛି କି?ମୋ କଥା ଶୁଣି ଚୁପ ରହିଲା ,ଘୁମ ଖାଇ କହିଲା ଛାଡ଼ ମୋ ଭାଗ୍ୟ। ମୁଁ କହିଲି ଆରେ ଭାଇ କେତେ ଦିନ ତୁ ଏମିତି ଆବୁରୁ ଥିବୁ ତାକୁ ଟିକେ ଛାଡ଼ିଦେ, ପଛରେ ରହି ଦେଖେ କେମିତି ହୁଅନ୍ତା?ସୁଦାମ କହିଲା ତୁ ଠିକ କହୁଛୁ ଯେ ହେଲେ ତା ଉପରେ ମୋର ଭରସା ନାହିଁ । କେମିତି ହେବ? ତୋର ତ ଆବୁରୀ ଧରିବା ଯାଇନି ତୁ ଏହି ଖରାରେ କେତେ କଷ୍ଟରେ ବ୍ୟସ୍ତ ବିବ୍ରତ ହୋଇ ଦୌଡୁଛୁ ସୌଦାନେବା ପାଇଁ ,ଈଶ୍ୱର ନକରନ୍ତୁ ଯଦି କୌଣସି ଦୁର୍ଘଟଣା ଘଟେ ତେବେ କେମିତି ଚଳିବୁ।କିଏ ତୋ ଭଲ ମନ୍ଦ ବୁଝିବ କଣ ଠିକ ନା?ସୁଦାମ କହିଲା ଠିକ କହିଛୁ ବଂଧୁ, ମୁଁ ଯଦି ପଡ଼ିଯାଏ କିଏ ବୁଝିବି ମୋ ଦେହ । ଠିକ ଅଛି ତୁ ତୋ ସଉଦା ଚିଠା ମତେ ଦେ ତୋ ଘରେ ଯାଇ ପହଁଚୁଛି ସଉଦା। ସୁଦାମ ରାଜି ହେଉନଥିଲା କହିଲା ମୋ କାମ ମତେ କରିବାକୁ ଦେ । ମୁଁ କହିଲି ତୋ କାମ ତୁ କର କିନ୍ତୁ ଆଜି ନୁହେଁ କାରଣ ତୁ ଟ୍ରେସରେ ଅଛୁ ।ତତେ ବଜାର ଛାଡିବା ଉଚିତ ମନେ କରୁନି। ସୁଦାମ ହଉ ହେଲା କହି ଚିଠାଦେଇ ଘରକୁ ଫେରିଲା ତାର ପୁଅକୁ ଡାକି ସଉଦା ପଠେଇବାର ବ୍ୟବସ୍ତା କଲି।
କିଛି ସମୟ ପରେ ଫୋନ୍ ରେ ଆସିଲା ସୁଦାମ କରିିଛି ଦେଖିଲି, ପଚାରିିିଲି କଣ ହେଲା ?କହିିିଲା ଧନ୍ୟବାଦ ଭାଇ ସଉଦା ପଠେଇ ଦେଲୁ। କହିଲି କେମିତି ଅଛୁ, ଉତ୍ତର ଦେଲା ନିଦ ହେଉ ନାହିଁ। ମହାବାତ୍ୟା କଥା ମନେ ପଡୁଛି। ଫନିରେ ପରା ଘର ଭିତରେ ପାଣି ପଶିଗଲା ତିନିଦିନ ବିଜୁଳି ଆସିଲା ନାହିଁ ଗରମରେ ଶଢିଥିଲୁ ପୁଣି ପାଣି ପିଇବାକୁ ମିଳିଲା ନାହିଁ। ପୁଣି ସେଇ ବାତ୍ୟା ଆସୁଛି କଣ କରିବି ବୁଦ୍ଧି ବାଟ ଦିଶୁନାହିଁ ।ଅରେ ଭାଇ ନିଜେ ଭାଙ୍ଗି ପଡିଲେ ସମାଧାନ ହେବ ଆଗେ ନିଜେ ନିଜକୁ ସମ୍ଭାଳି ରହି ଅଣ୍ଟା ସିଧା ରଖ ପରେ ସବୁ ଠିକ ହୋଇଯିବ। ସାହସ ରଖ।ବାତ୍ୟା ବନ୍ୟା ମରୁଡି ଭୂମିକମ୍ପ ରୋଗ ଦୁଃଖ କଷ୍ଟ ସବୁନେଇ ଚାଲିବାର ବାଟ ଜୀବନ ।ଆମେ ନଈ ନଦେଖି ଲଙ୍ଗଳା ଆଗରୁ ହୋଇ ବାଟ ଛାଡି ଅବାଟରେ ଗଲେ ତ ସରିଗଲା।ପରିସ୍ଥିତି ଉପରେ ମୁକାବିଲା କରିବା ପାଇଁ ସାହସ ଧର । ସୁଦାମ ନିରବ ରହିଲା। ଦେଖ କିଛି ଅସୁବିଧା ଘଟିଲେ ଜଣେଇବୁ। ରହିଲି ।