STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସାହିତ୍ୟମନସ୍କା

ସାହିତ୍ୟମନସ୍କା

2 mins
124

ଦୋଛକିରେ ପଡ଼ିଗଲି ,କୋଉ ସାହିତ୍ୟ ଆସର କୁ ଆସନ୍ତା ରବିବାର ଯିବି ବୋଲି ଭାବିଚିନ୍ତି ହେଉଥିଲି .ମନସ୍ବିନୀ ପତ୍ରିକାର ବାର୍ଷିକ ସାହିତ୍ୟ ଉତ୍ସବ କଟକ ଟାଉନ ହଲରେ ହେଉଛି ,ଯିବା ଆସିବା ଖୁବ ସହଜ ,ମୋର ବି ସମ୍ବର୍ଦ୍ଧିତ ହେବାର ଅଛି ସେଠାରେ ,ଆଉ ବହୁତ ବଡ଼ ବଡ଼ ସାହିତ୍ୟିକ ତଥା ଗୁଣୀ ଜ୍ଞାନୀ ତଥା ସୁବକ୍ତା ଆସୁଛନ୍ତି ସେଠାକୁ ,ତ ଖୁବ ମନ ଥିଲା ମୋର ସେଠିକୁ ଯିବାକୁ .

ଠିକ ସେହି ଆସନ୍ତା ରବିବାର ବାଙ୍କୀ ପାଖରେ ହେଉଥିବା ସାହିତ୍ୟ ଆସର କୁ ଆମ ସ୍ଥାନୀୟ ଗ୍ରୁପ ଯାଉଛନ୍ତି ତ ମତେ ବି ଯୋର କରି ଡାକିଛନ୍ତି ଯିବାକୁ ,ଆଉ ମୋର ସେଠାକୁ ଯିବାର ଆଗ୍ରହ ଯେହେତୁ ସେଠାରେ ଗାନ୍ଧୀଙ୍କ ଆଦର୍ଶ ଉପରେ ସ୍ୱତନ୍ତ୍ର ଆସର ହେବାର ଅଛି ,ଆଉ ଗାନ୍ଧୀ ମୋର ଆଦର୍ଶ ପୁରୁଷ ,ଯାହାଙ୍କ ବ୍ୟକ୍ତିତ୍ୱର ପରାକାଷ୍ଠା ,କର୍ମ ପ୍ରବଣତାର ମାର୍ଗ ,ଦର୍ଶନ ,ଅହିଂସା ଓ ତାଙ୍କ ମନ୍ତ୍ରରେ ମୁଁ ବିଭୋର .ତାଙ୍କୁ ,ଏଵେ ଯୋଉମାନେ ବିସ୍ଲେସଣ କରୁଛନ୍ତି ,ତାଙ୍କ ପ୍ରଶଂସା ଉପରେ ପ୍ରଶ୍ନ ଉଠାଉଛନ୍ତି ,ସେହି ବିଷୟରେ କହିବା ପାଇଁ ତାଙ୍କ ସପକ୍ଷରେ ଅନେକ ଯୁକ୍ତି ମୋ ଭିତରେ ଆଉଟୁ ପାଉଟୁ ହେଉଥିବା ବେଳେ ,ମୁଁ ଅବା କିବା କହିବି ,ତଥାପି କହିଥାନ୍ତି ତାଙ୍କ ପରିସ୍ଥିତିରେ ଥାଇ ତାଙ୍କ ସମୟରେ ଥିବା ଦେଶୀୟ ଓ ଅନ୍ତର୍ଦେଶୀୟ କାରବାର ରେ ତାଙ୍କ ଅପେକ୍ଷା ଅଧିକ କିଏ କଣ କରିପାରିଥାନ୍ତା ବିନା ରକ୍ତପାତରେ ,ତ କୁଆଡେ ଯିବି ଭାବିପାରୁନଥିବା ବେଳେ ,ପୁଅ ଆସିବା ଖବରରେ ଆଶ୍ୱସ୍ତ ହୋଇ କୁଆଡେ ନଯିବାକୁ ସ୍ଥିର କଲା ବେଳକୁ ,ଦୁଇ ପକ୍ଷଙ୍କର ଘନ ଘନ ଫୋନ .

ଆମ ଗ୍ରୁପ ରେ ଥିବା ସାହିତ୍ୟିକ ବନ୍ଧୁ ମାନଙ୍କ ଭିତରେ ଥିଲେ ଜଣେ ଅଗ୍ରଣୀ ଭୂମିକା ନିଭାଉଥିବା ସଂଯୋଜକ ତ ତାଙ୍କୁ ଅନୁରୋଧ କଲି ,ଆସନ୍ତା ରବିବାରକୁ ବାଙ୍କୀ ସାହିତ୍ୟ ଆସର ଘୁଂଚେଇ ଦେଲେ ହୁଅନ୍ତାନି ଭାଇ ତ ସେ ଫୋନ କଲେ ,ଆଉ ଦୋଳ ଓ ହୋଲି ଯାଉ,ଆସର ,ପରବର୍ତ୍ତୀ ଆସନ୍ତା ରବିବାରକୁ କରାଯାଉ ବୋଲି ଅନ୍ୟ ସଂଯୋଜକ ,ପ୍ରସ୍ତାବକ ଇତ୍ୟାଦିଙ୍କ ସହ ଯୋଗାଯୋଗ କରି ମତେ ଜଣେଇବେ କହିଥିଲେ ,ତ ମୁଁ ବ୍ୟସ୍ତ ବିବ୍ରତ ଥିବା ଦେଖି ପୁଅ କାରଣ ପଚାରୁଥିଲା ତ ମୁଁ ଗୋଟେ କଲ ର ଅପେକ୍ଷାରେ ଅଛି କହି ,କାମରେ ମନ ଦେଇଥିଲି ତ ପୁଅ କହୁଥିଲା ,ଚାଲୁନୁ କଟକରେ ଛାଡ଼ିଦେବି ଟାଉନ ହଲରେ ତତେ ,ମୁଁ କହୁଥିଲି ହଉ ହଉ .



साहित्याला गुण द्या
लॉग इन

Similar oriya story from Abstract