Lokanath Rath

Tragedy Inspirational

4.2  

Lokanath Rath

Tragedy Inspirational

ସାହାର୍ଯ୍ୟ

ସାହାର୍ଯ୍ୟ

5 mins
343



ବିକାଶ ବଡ ବିବ୍ରତ ହୋଇ ମୁଣ୍ଡରେ ହାତ ଦେଇ ସୋଫା ଉପରେ ବସି ଭାବିବାକୁ ଲାଗିଲା । ଏ ଦୁନିଆଟା କଣ ହେଇଗଲା !ମଣିଷ ଶେଷରେ ନିଜର କର୍ମ ଓ ଧର୍ମର ବେପାର କରିବାକୁ ଲାଗିଲା । ଶିକ୍ଷିତ ଓ ସମ୍ଭ୍ରାନ୍ତ ଶ୍ରେଣୀ ର ଲୋକ ବୋଲି ନିଜକୁ ସମାଜରେ ପରିଚିତ କରାଉଥିବା ଲୋକେ ଏତେ ତଳକୁ କେମିତି ଖସି ଯାଇ ପାରୁଛନ୍ତି । ସେ ନିଜକୁ ଆଜି ଏ ମଣିଷ ଜନ୍ମ ପାଇଥିବାରୁ ଗର୍ବିତ ନୁହେଁ ବରଂ ଲଜ୍ଜିତ ମାନେ କରୁଛି ।


ସେତିକିବେଳେ ପତ୍ନୀ ସୁଜାତା ଚାହା କପ ଧରି ଆସି ପଚାରିଲେ ,'' ଆରେ ପୁଣି କଣ ହେଲା ?ସକାଳୁ ସକାଳୁ ମୁଣ୍ଡରେ ହାତ ଦେଇ ପୁଣି କୋଉ ଚିନ୍ତାରେ ପଡିଗଲ? ସବୁ ଠିକ ଠାକ ଅଛି ତ !''

ବିକାଶ ନିଜକୁ ସଜାଡି ନେଇ ତାଙ୍କ ସରଳ ମନା ପତ୍ନୀ ସୁଜାତାଙ୍କ ଚାହିଁ କହିଲେ ,'' ନାଇଁ ମୁଁ କିଛି ଉତ୍ତର ପାଉ ନାହିଁ । ହଉ ତୁମେ ବସ, ଚାହା କପ ଟି ଦେଲ । ମୁଣ୍ଡଟା ପୁରା ଖରାପ ହେଇଯିବ । ଆଛା ସୁଜାତା ମୋତେ କହିଲ,ତୁମେ କେବେ କାହାକୁ କିଛି ସାହାର୍ଯ୍ୟ କରିଛ ?ଯଦି କରିଛ ,ତେବେ କଣ ସମସ୍ତଙ୍କୁ ଜଣାଇ କରିଛ ନା ନିଜ ମନ ଭିତରେ ରଖିଛ?''ସୁଜାତା ବେଶୀ ପାଠ ପଢି ନାହାନ୍ତି । ସେ ବହୁତ ଧର୍ମ କର୍ମ କରନ୍ତି । ଏତକ ଶୁଣି ସେ ହାତ ଯୋଡି କହିଲେ ,'' ତୁମ ମୁଣ୍ଡ କଣ ଖରାପ ହେଇଗଲାଣି । କେମିତିଆ କଥା କହୁଛ?କାହାକୁ ଯଦି କେବେ ସାହାର୍ଯ୍ୟ କରିବାର ମଉକା ମିଳେ ସେ ବଡ ସୌଭାଗ୍ୟ ର କଥା । କାହାକୁ ସାହାଯ୍ୟ କଲେ ବଡ ପୁଣ୍ୟ ହୋଇଥାଏ । ଆଉ ସେ ପୁଣ୍ୟ ଓ ଧର୍ମ ର କଥାକୁ କଣ ଡେଙ୍ଗୁରା ପିଟି ସମସ୍ତଙ୍କୁ ଜଣାଯାଏ ?ଯଦି କେହି ଜାଣିଯାଏ,ତାହାହେଲେ ସେ ଧର୍ମ ର ମହତ କେମିତି ରହିବ ?ମଲା ତୁମେ ଏତେ ପାଠ ପଢିଛ ଏତିକି ବୁଦ୍ଧି ତୁମ ମୁଣ୍ଡରେ ନାହିଁ ।


ଏତକ ଶୁଣି ବିକାଶ ଟିକେ ମୁରୁକି ହସିଦେଲେ ଓ କହିଲେ ,ନାଇଁ ଏମିତି ତୁମକୁ ଖାଲି ପଚାରିଦେଲି । ଖାଲି ପାଠ ପଢିଲେ କଣ ବୁଦ୍ଧି ହେଇଯାଏ ?ଆଉ ଦରମା କର୍ମ ଉପରେ ତୁମେ ଯାହା ଜାଣିଛ ,ସେଥିରେ ମୁଁ ପୁରା ଫେଲ । ତମେ କାହିଁକି ରାଗୁଛ?'' ସୁଜାତା କିନ୍ତୁ ବୁଝି ପାରୁଥିଲେ ଯେ ବିକାଶ କିଛି କଥା ଲୁଚାଉଛନ୍ତି । ଆଜିଯାଏ କେବେ ବିକାଶ ଏମିତି କଥା ପଚାରି ନଥିଲେ । ସୁଜାତା ଯେତିକି ବିକାଶ ଙ୍କୁ ଜାଣିଛନ୍ତି ,ସେ ସବୁବେଳେ ନିଜର ହେଉ ବା କେହି ଅଜଣା ଲୋକ ହେଉ କାହାର କଷ୍ଟ ଦେଖିଲେ ସହି ପାରନ୍ତି ନାହିଁ । ଯେମିତି ହେଲେ ବି ସେ କୋଉ ବାଟରେ ତାକୁ ସାହାର୍ଯ୍ୟ କରନ୍ତି । ସେ ବିଷୟରେ ସୁଜାତା କିଛି ଜାଣନ୍ତି ନାହିଁ କି ବିକାଶ କେବେ କହନ୍ତି ନାହିଁ । ଖାଲି ଲୋକମାନଙ୍କର ଆଶୀର୍ବାଦ ଓ ଭଲପାଇବା ଦେଖି ସୁଜାତା ସବୁକିଛି ଠଉରାଇ ପାରନ୍ତି । ତେଣୁ ଆଜି ଏମିତି କଥା ତାଙ୍କୁ ମୋତେ ହଜମ ହେଲା ନାହିଁ ।


ସେ ଟିକେ ଅଭିମାନ କରି ବିକାଶଙ୍କୁ କହିଲେ ,'' ହଉ ମୋତେ ନ କହିଲେ ନାହିଁ । କିନ୍ତୁ ମୋତେ ବେଶୀ କିଛି ଚିନ୍ତା କର ନାହିଁ । ଯାହା ଭଲ ସେଇଆ କର । '' ବିକାଶ ଟିକେ ଅଳ୍ପ ହସିଦେଇ କହିଲେ ,''ଆରେ ନାହିଁ ,ମୋତେ ରାଗ ନାହିଁ । ତୁମେ ରାଗିଗଲେ ମୋର ସାରା ଦିନଟା ପୁରା ଖରାପ ହେଇଯିବ । ଏବେ କହୁଛି କଣ ହେଇଛି ଶୁଣ । ''


ତୁମର ମାନେ ଅଛି ସୁଜାତା ଗତ ବର୍ଷ ବାପା ଯେତେବେଳେ ଡାକ୍ତରଖାନାରେ ଥିଲେ ,ସେତେବେଳେ ମୋର ଜଣେ ପିଲାଦିନର ସାଙ୍ଗ ରାଜେଶ ସେହିଠାରେ ଦେଖା ହେଇଥିଲା । ସେ ଆସିଥିଲା ତା ନିଜର ଚିକିତ୍ସା କରିବାକୁ । ମୁଁ ତୁମ ସହିତ ତାର ପରିଚୟ କରାଇ ଦେଇଥିଲି । ସେ ମୋତେ ଦେଖି ବହୁତ ଖୁସିରେ କୁଣ୍ଢାଇ ପକାଇଥିଲା । ଆମେ ଦୁହେଁ ବହୁତ ବର୍ଷ ପରେ ମିଶିଥିଲୁ । ତୁମେ ଓ ତା ସ୍ତ୍ରୀ ଆମକୁ ଦେଖି ହସୁଥିଲ । ଏବେ ସେ ରାଜେଶ ର ଦେହ ବହୁତ ଖରାପ ହୋଇଗଲାଣି । ତାର ଆର୍ଥିକ ସ୍ଥିତି ବି ବହୁତ ଖରାପ । ତା ଝିଅର ବାହାଘର ଗତ ବର୍ଷ କଲାପରେ ଟିକେ ଆର୍ଥିକ ଅଭାବ ରେ ପଡି ଚିକିତ୍ସାରେ ଅବହେଳା କରିବାରୁ ଏବେ ତା ଦେହ ଆହୁରି ଖରାପ ହେଇ ଯାଇଛି । ସେ ଠିକକରି ଚାଲି ପାରୁ ନାହିଁ କି ଦେଖି ପାରୁନାହିଁ ।


ଏ ଖବର ମିଳିବ ପରେ ଆମ ସବୁ ସାଙ୍ଗଙ୍କ ମେଳିରେ କଥାଟା ପହଞ୍ଚିଲା । ସମସ୍ତେ ସବୁ ଆଡୁ ଭାବି ଚିନ୍ତି ଠିକ କଲେ ଯେ ତା ସ୍ତ୍ରୀ ର ବ୍ୟାଙ୍କ ଖାତାକୁ ଯିଏ ଯେତେ ପାରିବ ସିଧା କିଛି କିଛି ସାହାର୍ଯ୍ୟ କରିବେ । ତା ଛଡା ଆମ ମେଳିର ସମୂହ ବ୍ୟାଙ୍କ ଖାତାରୁ ଗଛିତ ଠିକ ଅର୍ଥରୁ ତୁରନ୍ତ ତାକୁ କିଛି ଅର୍ଥ ତା ସ୍ତ୍ରୀ ର ବ୍ୟାଙ୍କ ଖାତାକୁ ପଠାଯିବ । କିନ୍ତୁ ସବୁଠାରୁ ବଡ ଦୁର୍ଭାଗ୍ୟ ହେଲା ସେ ବ୍ୟାଙ୍କ ଖାତା ଟା ଆମର ସାଙ୍ଗ ଦୁର୍ୟୋଧନ ନାମରେ ଅଛି । ସେ ଗୋଟିଏ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାର ର ପିଲା । ତା ଉପରେ ସମସ୍ତଙ୍କର ବିଶ୍ୱାସ ବି ଥିଲା । ସେ ଏବେ ଠିକା ବ୍ୟବସାୟ କରୁଛି ଓ କିଛି ରାଜନୈତିକ ବ୍ୟକ୍ତିଙ୍କର ଚେଲାଙ୍କ ଚେଲା ମାନଙ୍କର ତେଲ ମାଲିଶ କରିବାରେ ବ୍ୟସ୍ତ । ନିଜର ସ୍ୱାର୍ଥ ହାସଲ ପାଇଁ ସେ ଯେକୌଣସି କାମ କରିପାରେ । ଏବେ ସେ ଆମ କିଛି ସାଙ୍ଗ ମାନଙ୍କୁ କଥାରେ ବିଭ୍ରାନ୍ତ କରି ନିଜ ନାଁରେ ଥିବା ବ୍ୟାଙ୍କ ଖାତାକୁ ରାଜେଶ କୁ ସାହାର୍ଯ୍ୟ କରିବା ଆଳରେ ତାଙ୍କ ପଠାଇବାକୁ କହି କିଛି ଆଦାୟ କରୁଛି ଓ ତାର ପ୍ରଚାର ସେମାନଙ୍କ ନାଁ ନେଇ କରୁଛି ।


ଏବେ ଯାଏ ରାଜେଶ କୁ ଆମ ଗଛିତ ପାଣ୍ଠିରୁ ସେ ଅର୍ଥ ପଠାଇ ନାହିଁ ,ଯଦିଓ ଚାରି ଦିନ ହେଇ ଗଲାଣି । ଅବଶ୍ୟ କିଛି ସାଙ୍ଗମାନେ ସିଧା ରାଜେଶ ର ସ୍ତ୍ରୀ ଖାତାକୁ ପଠାଇ ଦେଇଛନ୍ତି । ସେଥିପାଇଁ ମୁଁ ତୁମକୁ ପଚାରିଲି । ଏବେ ମୁଁ ବହୁତ ବିବ୍ରତ ଏଥିପାଇଁ ଯେ ବିଚରା ରାଜେଶ କୁ ଠିକ ସମୟରେ ସାହାର୍ଯ୍ୟ କରି ହେଉନାହିଁ । ତାକୁ ସାହାର୍ଯ୍ୟ କରିବା ଆଳରେ ଦୁର୍ୟୋଧନ ନିଜର ସ୍ୱାର୍ଥ ହାସଲ ପାଇଁ ସାହାର୍ଯ୍ୟ ନେଉଛି । ପ୍ରଚାର ଚଳାଇବାରେ ଲାଗିଛି । ମୁଁ ବଡ ଚିନ୍ତିତ ଯେ ଉଚ୍ଚ ଶିକ୍ଷିତ ହୋଇ ,ସମ୍ଭ୍ରାନ୍ତ ପରିବାର ର ହୋଇ ବି ଲୋକମାନେ ଏମିତି କେମିତି କରି ପାରୁଛନ୍ତି ?ଅନ୍ୟର ବିପଦ ସମୟରେ ସାହାର୍ଯ୍ୟ କରିବା ଆଳରେ କେମିତି ନିଜର ସ୍ୱାର୍ଥ ଓ କାମନା ହାସଲ ପାଇଁ ସାହାର୍ଯ୍ୟ ନାଁ ରେ କୁକର୍ମ ଓ ଅଧର୍ମ କରି ପାରୁଛ ?ଅନ୍ୟ ସାଙ୍ଗମାନେ ବି ଶିକ୍ଷିତ ହୋଇ କେମିତି ବୁଝି ପାରୁନାହାନ୍ତି ?ତୁମେ ସେମାଙ୍କ ପରି ଶିକ୍ଷିତ ନ ହେଲେବି ପକୃତ ସାହାର୍ଯ୍ୟ ର ଅର୍ଥ ଠିକ ଭାବରେ ବୁଝିଛ ଓ କେବେ ବି ତାର ଉଲଂଘନ କରିବାକୁ ଚିନ୍ତା ବି କରି ପାରୁନ । ସେଥିପାଇଁ ଆଜି ମୁଁ ଟିକେ ବଡ଼ ବିବ୍ରତ ହୋଇ ପଡ଼ିଥିଲି ।


ସୁଜାତା ବିକାଶଙ୍କ ଠାରୁ ଏତକ ଶୁଣି କହିଲେ ,'' ଏ ସବୁ ପାପ । ଏମିତି କାମ କରୁଥିବା ଲୋକଙ୍କ ଠାରୁ ତୁମେ ଦୂରରେ ରୁହ । ଆମର ଯାହା ଧର୍ମ କର୍ମ କରିବାର ଅଛି ନିଜେ କରିଚାଲ । ଉପରବାଲା ସବୁ ଦେଖୁଛି । ଏମିତି କାହାକୁ ସାହାର୍ଯ୍ୟ କରିବା ନାଁ ରେ ଯିଏ ନିଜର ସ୍ୱାର୍ଥ କୁ ଶର୍ଯ୍ୟା କରିବ,ତାକୁ ଦିନେ ନା ଦିନେ ତାର ପରିଣାମ ଭୋଗିବାକୁ ହେବ । ଏଇଟା କଳିଯୁଗ ,ପାପ କାମ ବହୁତ ଭଲ ଲାଗେ ଓ ପାପୀମାନେ ଭଲ ଭେଳିକି ଦେଖାଇ ପାରନ୍ତି । କିନ୍ତୁ ଡେରିରେ ହେଲେ ବି ସେମାନେ ଧାରା ପଡି ଯାଆନ୍ତି । ଉଠ ,ଏବେ ଯାଇ ନିତ୍ୟ କର୍ମ ସାରି ନିଜ କର୍ମରେ ଲାଗିଯାଅ । ''


ସୁଜାତାଙ୍କର ଏଇ କେତକ କଥା ବିକାଶଙ୍କର ମନକୁ ବହୁତ ହାଲୁକା କରିଦେଲା । ସେ ଉଠି ନିଜ କର୍ମ କରିବାକୁ ବାହାରିଲେ । ସେ ଭାବିଲେ ଅସତ୍ୟ ଓ ଚକ୍ରାନ୍ତ କୁ ବି ଉଜାଗର କରିବ କର୍ମ ର ଏକ ଅଂଶ । ସେ ନିଶ୍ଚୟ ଦୁର୍ୟୋଧନ ର ସାହାର୍ଯ୍ୟ ପ୍ରହସନ କୁ ସମସ୍ତଙ୍କ ଆଗରେ ଖୋଲିକରି ରଖିବେ ।



Rate this content
Log in

Similar oriya story from Tragedy