Padmalaya Padhy

Inspirational

3.3  

Padmalaya Padhy

Inspirational

ସାହାରା

ସାହାରା

2 mins
267


ଗଛର ବି ଜୀବନ ଥାଏ l ଵୈଜ୍ଞାନିକମାନେ ଏହା ପ୍ରମାଣ କରି ସାରିଛନ୍ତି l ମାତ୍ର ଗଛ ବି ମଣିଷର ସୁଖ ଦୁଃଖ ବୁଝିପାରେ ଏହାର ଚାକ୍ଷୁସ ପ୍ରମାଣ ଦିନେ ପଦ୍ମପ୍ରିୟା ପାଇଯାଇଥିଲା l ମାଆର ମୃତ୍ୟୁ ପରେ ଧରାଶାୟୀ ହୋଇ ଯାଇଥିଲା ସେ l ପତି ସନ୍ତୋଷ ଥିଲେ ସୁଦୂର ଆମେରିକାରେ ଉଚତ୍ତର ଗବେଷଣା ପାଇଁ l ତେଣୁ ସାହାରା ଦେବା ପାଇଁ ପାଖରେ କେହି ନଥିଲେ l ବେଳେ ବେଳେ ପଦ୍ମପ୍ରିୟା ଯାଇ ବସେ ବାଲକୋନିରେ ଗୋଟିଏ ବହୁତ ଦିନ ତଳେ ଲାଗି ଥିବା ଛୋଟିଆ ଗଛ ପାଖରେ l ମାଆ ଥିଲା ବେଳେ ଲଗାଇଥିଲେ ତାର ନାଁ ମଧ୍ୟ ମନେ ନାହିଁ ଏବେ l ଗଛଟି ମୁର୍ମୁଷୁ ଅବସ୍ଥାରେ ଥିଲେ ମଧ୍ୟ ମାଆର ସ୍ମୃତି ବୋଲି ତାହାକୁ ବାହାର କରି ପାରିନଥିଲା l ଏସବୁ ଦୃଷ୍ଟିରୁ ବହୁତ ସେଣ୍ଟିମେଣ୍ଟାଲ ଥିଲା ପଦ୍ମପ୍ରିୟା l ପତି ସନ୍ତୋଷ କିନ୍ତୁ ବହୁତ ପ୍ରାକ୍ଟିକାଲ l ସେ କହନ୍ତି ଯେ ଏହି ସବୁ ଛୋଟିଆ ଭାବପ୍ରବଣତାର କିଛି ମୂଲ୍ୟ ନାହିଁ l ମଣିଷ ସବୁ ବେଳେ କାର୍ଯ୍ୟ ବ୍ୟସ୍ତ ରହିବା ଦରକାର l ଖାଲିରେ ବସିଲେ ଯେତେ ସବୁ ଆଜେବାଜେ କଥା ମନକୁ ଆସିବ l ତେବେ ସେ ଯାହା ହେଉ ପଦ୍ମପ୍ରିୟାର ସନ୍ଧ୍ୟା ସମୟଟି ବାଲକୋନିରେ ଅର୍ଥାତ ସେଇ ଗଛ ପାଖରେ ହିଁ କଟୁଥିଲା l ବେଳେ ବେଳେ ଭାବେ ତା ମାଆ ପରି ଏ ଗଛଟି ମଧ୍ୟ ସରି ସରି ଯାଉଛି l କେଜାଣି କେତେ ଦିନ ଆଉ ! ମାଆ ଗଲା ପରେ ଗଛଟିକୁ ସେ ଲକ୍ଷ୍ୟ କରି ନଥିଲା l ଦିନେ ବହୁତ ମନ କଷ୍ଟରେ ଗଛ ପାଖରେ ଯାଇ ଛିଡା ହେଲା l ଏ ସମୟରେ ସନ୍ତୋଷ ପାଖରେ ରହିବା କଥା ମାତ୍ର ତା ପାଇଁ କାହା ପାଖରେ ସମୟ ନାହିଁ l ଗଛଟି ଯେତେ ରୁଗ୍ଣ ହେଲେ ବି ପଦ୍ମପ୍ରିୟାକୁ ମୁହଁ ଫେରାଉ ନାହିଁ l ପଦ୍ମପ୍ରିୟାର ଭାବକୁ ଗଛଟି ସତେ ଯେପରି ଆଘ୍ରାଣ କରି ପକାଉଛି l ଦିନେ ପଦ୍ମପ୍ରିୟା ଗଛଟିକୁ ପାଖରେ ଯାଇ ଆଉଁସି ଥିଲା l ଅସ୍ପଷ୍ଟ ସ୍ୱରରେ କହିଥିଲା ଯେ "ସମସ୍ତେ ତ ମୋତେ ଛାଡି ଚାଲି ଗଲେ ତୁ ବି ଦିନେ ଚାଲି ଯିବୁ"l 

ଲାଗିଲା ଗଛଟି ଯେପରି ତା କଥା ଶୁଣୁଛି ଏବଂ ଦୋହଲୁଛି ଧୀରେ ଧୀରେ l ଗଛ ପାଖରେ ଠିଆ ହୋଇ କଥା ହେବା ଏବଂ ପାଣି ଦେବା ପଦ୍ମପ୍ରିୟାର ରୁଟିନ ହୋଈ ଯାଇ ଥିଲା l ଇତି ମଧ୍ୟରେ ବାରମ୍ବାର ପାଣି ଦେବା ସତ୍ତ୍ୱେ ରୁଗ୍ଣ ଦେଖା ଯାଉଥିବା ଗଛଟିରେ ନୂଆ ପତ୍ର କଅଁଳିବାରେ ଲାଗିଥିଲା l ପଦ୍ମପ୍ରିୟା ଜାଣିନଥିଲା ଗଛଟି କେଉଁ ପ୍ରଜାତିର l ବୋଧେ ଜଙ୍ଗଲ ଜାତୀୟ କିଛି ହୋଇଥିବା ଏବଂ ନାଆଁଟିଏ ଥିବ l ଏଥର ସନ୍ତୋଷ ଆସିଲେ ସେ ନିଶ୍ଚୟ ନାଁ ପଚାରି ବୁଝିବ l ପାଖା ପାଖି ଦୁଇ ମାସ ପରେ ଗଛଟିରେ ଛୋଟିଆ ଫୁଲ କଢ଼ କେତୋଟି ମଧ୍ୟ ଫୁଟି ଥିଲା l ସନ୍ତୋଷଙ୍କୁ ଭିଡ଼ିଓ କଲରେ ଜଣାଇ ଥିଲା l ମାତ୍ର ସେ କେବେ ବି ଏ ସବୁ ବିଷୟରେ ଭାବୁକ ନୁହଁନ୍ତି l ଦିନେ ସକାଳୁ ଗଛଟିରେ ଗୋଟିଏ ଛୋଟିଆ ନାଲି ଫୁଲ ଆସିଥିଲା l ସନ୍ତୋଷଙ୍କୁ ଭିଡ଼ିଓ କଲ କରି ଏକଥା କହିବାକୁ ଭୁଲି ନଥିଲା ସେ l ଏଥର କିନ୍ତୁ ସନ୍ତୋଷ କଥାଟିକୁ ହସରେ ଉଡାଇ ଦେଇ ନଥିଲେ ବରଂ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ l ସତରେ କଣ ଗଛଟି ପଦ୍ମପ୍ରିୟାକୁ ଶୁଣୁଛି? ମୁର୍ମୂଷୁ ଗଛଟି ପଦ୍ମପ୍ରିୟାକୁ ସାହାରା ଦେବା ପାଇ ଵଧ ପରିକର l ତେଣୁ ସେ ବଂଚିବା ପାଇଁ ପୁଣି ସଂଘର୍ଷ କରୁଛି କେବଳ ପଦ୍ମପ୍ରିୟା ପାଇଁ l ଦିନେ କେବେ ନିଜ ପତ୍ନୀକୁ ଗୁରୁତ୍ୱ ଦେଇ ନଥିବା ସନ୍ତୋଷ ବାରମ୍ବାର ଭିଡ଼ିଓ କଲରେ ଦେଖି ଥିବା ଗଛ ବିଷୟରେ ଖାଲି ଭାବୁଥିଲେ l 



Rate this content
Log in

Similar oriya story from Inspirational