STORYMIRROR

Priyadarshini Mishra

Tragedy

3  

Priyadarshini Mishra

Tragedy

ସ୍ୱପ୍ନ

ସ୍ୱପ୍ନ

2 mins
602


    ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଏକମାତ୍ର ଜୀବ ଯିଏ ସ୍ୱପ୍ନ ଦେଖିପାରେ।ନିଜ ସ୍ୱପ୍ନ ସାକାର କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରେ।ସ୍ୱପ୍ନା ବା ଏଥିରୁ କିପରି ବାଦ ପଡ଼ନ୍ତା।ପିଲାଦିନେ ସେ ଏକମାତ୍ର ସ୍ୱପ୍ନରେ ବିଭୋର ହେଉଥିଲା। ସେତେବେଳେ ସେ ସବୁ ବିଷୟରେ ପୋଖତ ନଥିଲେ ମଧ୍ୟ ତା'ର କୁନି ମନରେ ଥିବା ସ୍ୱପ୍ନ ସାକାର କରିବା ପାଇଁ ଦୃଢ଼ମନା ହୋଇଉଠିଥିଲା।ଫ୍ୟାସନ ଓ ଗ୍ଳାମର ଦୁନିଆ ରେ ନାଁ କରିବା ସ୍ୱପ୍ନକୁ ନେଇ ସେ ବଢିଥଲା ତେଣୁ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ସ୍ନାତ୍ତକ ସରିବା ପରେ ପରେ ମୁମ୍ବାଇ ଚାଲିଆସିଲା।ପ୍ରଥମେ ଯେତେବେଳେ ସେ କାମ ପାଇଁ ସଙ୍ଘର୍ଷ କରୁଥିଲା ସେହି ସମୟରେ ସେ ଭେଟିଥିଲା ରଜତକୁ।ରଜତ ମଧ୍ୟ ଗ୍ଲାମର ଦୁନିଆ ରେ ନୂଆ ଥିଲା କିନ୍ତୁ ତା'ର ଏତିକି ସୁବିଧା ଥିଲା ଯେ ମୁମ୍ବାଇରେ ସେ ତା'ସାଙ୍ଗ ର ଖାଲି ଫ୍ଲାଟରେ ରହିବାର ସୁଯୋଗ ପାଇଯାଇଥିଲା।ତେଣୁ ବାସ ଖଣ୍ଡେ ପାଇଁ ତାକୁ ସ୍ୱପ୍ନା ଭଳି ହଇରାଣ ହେବା ପାଇଁ ପଡିନଥିଲା। ସ୍ୱପ୍ନା ସହ ଦୁଇ ଚାରି ଥର ଦେଖା ହେବା ପରେ ରଜତ ତା'ନିଜ ତରଫରୁ ସ୍ୱପ୍ନାକୁ ତା' ଫ୍ଲାଟରେ ରୁମ ସେୟାର କରିପାରିବା ପାଇଁ କହିଥିଲା।ମୁମ୍ବାଇ ଭଳି ସହରରେ ରହିବା ପାଇଁ ଅସୁବିଧା ଭୋଗୁଥିବା ସ୍ୱପ୍ନା ମଧ୍ୟ ରଜତର ପ୍ରସ୍ତାବରେ ରାଜି ହୋଇଯାଇଥିଲା।

 

        ଏହାପରେ ସ୍ୱପ୍ନା ଜୀବନରେ ଆରମ୍ଭ ହୋଇଥିଲା ନୂତନ ଅଧ୍ୟାୟ। ପ୍ରତିଦିନ ସକାଳୁ ଉଭୟ ରଜତ ଓ ସ୍ୱପ୍ନା କାମ ଅନ୍ୱେଷଣରେ ବାହାରି ଯାଆନ୍ତି ଓ ରାତିରେ ଘରକୁ ଫେରନ୍ତି।ଘରେ ପହଞ୍ଚି ଉଭୟେ ଦିନଯାକର ଅନୁଭୂତି ପରସ୍ପରକୁ କୁହନ୍ତି।ସମୟ ଏମିତି ଚାଲିଥିଲାବେଳେ କେତେବେଳେ ସେ ଦୁହେଁ ପରସ୍ପରର ନିକଟତର ହୋଇଗଲେ ସେ ଦୁହେଁ ଜାଣିପାରିନଥିଲେ।ସ୍ୱପ୍ନା ଅନୁଭବ କରିପାରୁଥିଲା ଯେମିତି ତା'ର ଭଲ ସମୟ ଆରମ୍ଭ ହୋଇଯାଇଛି।ବ୍ୟକ୍ତିଗତ ଜୀବନରେ ରଜତ ଓ ବୃତ୍ତିଗତ ଜୀବନରେ ଭଲ ସୁଯୋଗ ପାଇଚାଲିଥିଲା। ତାକୁ ଲାଗୁଥିଲା ତା'ସ୍ୱପ୍ନ ଯେପରି ସାକାର ହେବାରେ ଲାଗିଛି।ସ୍ୱପ୍ନା ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଥିଲା। ସେହି ସମୟରେ ରଜତ ବିବାହର ପ୍ରସ୍ତାବ ଦେଇଥିଲା। କିନ୍ତୁ ବୃତ୍ତିଗତ ଜୀବନରେ ସ୍ୱପ୍ନାର ଯେଉଁ ସୁବର୍ଣ୍ଣ ଯୁଗର ଅୟମାରମ୍ଭ ହୋଇଥିଲା ସେଥିରେ ବିବାହ ପାଇଁ ସ୍ଥାନ ନଥିଲା।ତେଣୁ ରଜତକୁ ପଛରେ ଛାଡି ଆଗକୁ ବଢିବାକୁ ସେ ଉଚିତ ମନେ କରିଥିଲା।ସ୍ୱପ୍ନ ପଛରେ ଧାଇଁ ଧାଇଁ ସେ ଏତେ ଆଗକୁ ବଢିଯାଇଥିଲାଯେ ତାକୁ ଲାଗୁଥିଲା ସେ ଯେମିତି ସ୍ୱର୍ଗରେ ଅଛି ଅନ୍ୟମାନେ କେହି ଜଣେ ମଧ୍ୟ ତା'ଆଖ ପାଖରେ ପହଞ୍ଚି ପାରିନାହାନ୍ତି। ମାଟି କାମୁଡି ମାଟିରେ ହିଁ ପଡିରହିଛନ୍ତି।


      ସ୍ୱପ୍ନାର ଏ ସୁଖ ବେଶୀ ଦିନ ତିଷ୍ଠି ରହିଲାନି।ସମୟ ଗଡ଼ିବା ସଙ୍ଗେ ସଙ୍ଗେ ସେ ଅନୁଭବ କରିପାରୁଥିଲା ସତେ ଯେମିତି ସେ ଏକୁଟିଆ ହୋଇଯାଇଛି।ତା'ସୁଖ ଦୁଃଖ ବାଣ୍ଟିବା ପାଇଁ ମଧ୍ୟ ତା'ପାଖରେ କେହି ନାହାନ୍ତି।ବର୍ତ୍ତମାନ ସେ ତା'ର ସଫଳତାର ମୂଲ୍ୟାୟନ କରୁଥିଲା।ତାକୁ ଲାଗୁଥିଲା ନିଜ ସ୍ୱପ୍ନ ପାଇଁ ସେ ଯେମିତି ବହୁ ମୂଲ୍ୟ ଦେଇସାରିଛି।ହରେଇବା ପାଇଁ ତା'ପାଖରେ କିଛି ନାହିଁ। ସେଯାହା ପାଇଛି ସେ ସବୁ ତାକୁ ତୁଛ ମନେ ହେଉଥିଲା। ନିଜ ସ୍ୱପ୍ନ ସାକାର କରିବା ଭଲ କଥା କିନ୍ତୁ ସବୁ ସମ୍ପର୍କ ବଦଳରେ ସ୍ୱପ୍ନ ସାକାର କରିବା ଆଦୌ ସ୍ପୃହଣୀୟ ନୁହେଁ ବୋଲି ସ୍ୱପ୍ନା ହୃଦୟଙ୍ଗମ କରିପାରୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Tragedy