STORYMIRROR

ବୀଣା ନାୟକ

Tragedy Others

4  

ବୀଣା ନାୟକ

Tragedy Others

ସ୍ୱାର୍ଥପର -୧

ସ୍ୱାର୍ଥପର -୧

8 mins
15

ରାତି ବାରଟା ବାଜିଲାଣି, ସାରା ସହରଟା ଖାଁ ଖାଁ ଲାଗୁଛି, ଅନିଶା ପଲଙ୍କଟା ଉପରେ ଗଡୁଛି। ଆଖିକୁ ଜମା ନିଦ ହେଉନି ମନରେ ଅନେକ କଥା, ଗରମ ହେତୁ ଛାତରେ ଆଶିଷ ଆଉ ଶୁଭମ ଶୋଇଛନ୍ତି। ନିଷ୍କପଟ ଖୋଲା ହୃଦୟର ମଣିଷ ଆଶିଷ, ଜୀବନରେ କିଛି ବାଟ ସାଥିରେ ଚାଲିଛି ଅନିଶା। କେବେ ଅସୁବିଧାରେ ରଖିନି ଆଶିଷ ଭଲରେ କଟିଛି ତାର ଆଜିଯାଏ, ଦେଢ଼ ବର୍ଷର ଛୁଆଟା ଶୁଭମ ଏଯାଏ ମାଁର କ୍ଷୀର ଛାଡ଼ିନି. ଆଜି ବିକାଶ ଆସିବ ରାତି ଠିକ ତିନି ଘଣ୍ଟା ସମୟରେ ବୋଲି କହିଛି ତାକୁ। ସବୁ ବନ୍ଧନ ତୁଟାଇ ଦେଇ ଯିବାକୁ ହେବ ଆଉ ଗୋଟିଏ ଦୁନିଆକୁ ଯୋଉଠି କେବଳ ଥିବ ଭଲ ପାଇବାର ମହକ, ନିବିଡ଼ ପ୍ରେମ ବନ୍ଦନ।

 ଅନିଶାର ଅନିଚ୍ଛା ସତ୍ୱେ ସେଦିନ ତାମାଁ ଆଉ ବାପା ମିଶି ଅତି ନିରାଡ଼ମ୍ବରରେ ବାହା କରାଇ ଦେଇଥିଲେ ଆଶିଷ ସହିତ। ଅନିଶା ବାଧ୍ୟ ବାଧକତାରେ ନିଜର ସବୁ ସ୍ୱପ୍ନକୁ ମାରିଦେଇ ଆଶିଷ ସହିତ ଆସିଥିଲା ତା ଘରକୁ ତାର ସହଧର୍ମିଣୀ ହୋଇ ଛୋଟିଆ ସଂସାର, ବହୁତ କଷ୍ଟ ଦେଇଛି ସେ ଆଶିଷକୁ। ତଥାପି ନିରୀହ ମଣିଷଟା କେବେବି ତା ଉପରେ ରାଗିନୀ ତାବଦଳରେ ଦେଇଛି ଅଧିକ ସ୍ନେହ ନିବିଡ଼ ଭଲପାଇବା। ଯେତେ ଯାହା ହେଲେ ମଧ୍ୟ ବିକାଶକୁ ଭୂଲି ପାରିନି ଅନିଶା। ଅବଶ୍ୟ ତାକୁ ଧୋକା ଦେଇ କୁଆଡେ ଚାଲି ଯାଇଥିଲା। ଦୀର୍ଘ ବର୍ଷ ପରେ ପୁଣି ଫେରି ଆସିଛି ବିକାଶ ଅନେକ ଦୁଃଖ କରିଛି ତୁହାଇ ତୁହାଇ କ୍ଷମା ମାଗିଛି ଆଉ କେବେ ସେମିତି ଭୂଲ କରିବନି କହିଛି ତାବିନା ସେ ଆଉ ବଞ୍ଚି ପାରିବନି ବୋଲି କହିଛି ତେଣୁ ସମସ୍ତ ସମ୍ପର୍କକୁ ପଛରେ ପକାଇ ତାକୁ ଆଜି ହିଁ ଯିବାକୁ ହେବ ତାର ପୁରୁଣା ପ୍ରେମିକ ବିକାଶ ପାଖକୁ। ସମୟ ପାଖେଇ ଆସୁଛି ତାକୁ ସବୁ ପେକ କରିବାକୁ ହେବ। ଆଟାଚି ଟା ଉଠାଇ ଆଣିଲା ଆଲମିରାଟା ଖୋଲି ତାର ଲୁଗା ପଟା ଅତି ଆବଶ୍ୟକ ଜିନିଷ ସବୁ ସାଇତି ଦେଲା ଆଟାଚି ଭିତରେ। ତାପରେ ଲକରଟା ଖୋଲିଲା ସେଥିରେ ଥିବା ତାର ସବୁ ସୁନା ଅଳଙ୍କାରକୁ ପୋଟଳୀ ବାନ୍ଧି ରଖିଲା ଯାହା ଟଙ୍କା ଥିଲା ସବୁ ରଖିନେଲା ଆଟାଚି ଟିକୁ ବନ୍ଦ କରି ରଖିଲା। ଲକର ଆଉ ଆଲମିରାର କବାଟ ମଧ୍ୟ ବନ୍ଦ କରିନ ଥିଲା। କାଗଜ ଆଉ କଲମ ଧରି ଚିଠିଟିଏ ଲେଖି ଡ୍ରେସିଙ୍ଗ ଟେବୁଲ ଉପରେ ରଖିଦେଲା।ଘଣ୍ଟାକୁ ଚାହିଁଲା ଦେଖିଲା ଆଉ ପନ୍ଦର ମିନଟ ବାକି ଅଛି ଚାଲିଲା ଛାତ ଉପରକୁ ତୋଫା ଜହ୍ନ ଆଲୁଅରେ ଆଶିଷ ସୁନିଦ୍ରାରେ ଶୋଇଛି ପୁଅ ଶୁଭମ ମଧ୍ୟ ଶୋଇଛି ଅନିଶା ଶୁଭମ ପାଖରେ ବସିଲା ତା ମୁଣ୍ଡରେ ହାତ ଦେଇ ମୁଣ୍ଡରେ ଚୁମାଟିଏ ଦେଲା ସେତେ ବେଳକୁ ତାର ଆଖି ଛଳ ଛଳ ହେଇଗଲାଣି। ସେଇଠୁ ଉଠିଲା ଧୀର ପାଦରେ ଆସିଲା ତଳକୁ ଗେଟ ପାଖରେ ଠିଆ ହୋଇ ଦେଖିଲା। ଦୂରରୁ ଆସୁଥିବା ଗାଡିର ଆଲୁଅଟା ତା ଘର ସାମନାରେ ପଡ଼ିଲାଣି ବୋଧେ ଆସିଗଲାଣି ବିକାଶ। ଗାଡି ଆସି ଠିଆହେଲା ତା ଘର ଗେଟ ସାମ୍ନାରେ। ଆଜିଯାଏ ଏହି ଘରଟା ତାର ଥିଲା ଆଜି ଠାରୁ ଆଉ ତାର ହୋଇ ରହିବନି। ଗାଡ଼ିରୁ ଓଲ୍ଲାଇ ଆସିଲା ବିକାଶ ସେତେ ବେଳକୁ ଆଟାଚିଟାକୁ ନେଇ ଆସିଥିଲା ଅନିଶା ବାହାର ଯାଏ ତାକୁ ବିକାଶ ଉଠାଇ ନେଇ ଗାଡି ଭିତରେ ରଖିଦେଲା ଅନିଶା ମଧ୍ୟ ଘରର କବାଟଟାକୁ ଚାପିଦେଇ ଆସିଲା ଗେଟ ଟାକୁ ବନ୍ଦ କରି ଆସି ଗାଡି ଭିତରେ ବସିଗଲା। ଗାଡି ଗଡ଼ିବା ଆଗରୁ ଥରେ ଘରଟାକୁ ଦେଖି ନେଲା ଭାବିଲା ତିନି ବର୍ଷ ହେବ ଏହି ଘରକୁ ସେ ବହୁ ହେଇ ଆସିଥିଲା ଏହି ଘରର ମୁରବି ହୋଇଥିଲା। ଏହିଘର ତାର ଶେଷ ନିଶ୍ୱାସ ଯାଏ ତାକୁ ବାନ୍ଧି ରଖିବାକୁ କଥା ଦେଇଥିଲା ହେଲେ ଆଜି ଅନିଶା ଯେମିତି ତାର ବାହୁ ବନ୍ଧନ ଭିତରୁ ନିଜକୁ ଅଲଗା କରିନେଇଛି। ପ୍ରେମ ସମ୍ପର୍କଟା ଏମିତି ହୋଇଥାଏ ଯାହା ନିଜ ସୁଖ, ଶାନ୍ତି, ସ୍ୱ।ମୀ, ପୁଅ ଆଉ ଘର ମଧ୍ୟ ପର ପରି ଲାଗୁଛି ସବୁକୁ ପାଦରେ ଆଡି ଦେଇ ଆଜି ତାର ପ୍ରେମିକ ସହ ଚାଲି ଯାଉଛି।

  ଗାଡି ଚାଲିଛି ଆଗକୁ ଆଗକୁ କେହି କାହାକୁ କିଛି କହୁନ ଥାନ୍ତି ଗାଡି ଭିତରେ ଗୋଟିଏ ନୀରବତାର ରାଜୁତି ଚାଲିଛି। ମୁହଁ ଫିଟାଇ ପଚାରିଲା ଅନିଶା "ଆମେ କୋଉଠିକି ଯିବା" ବିକାଶ ଟିକିଏ ହସିଦେଇ କହିଲା "ଆମେ ଏବେ ଏମିତି ଜାଗାକୁ ଯିବା ଯୋଉଠି କେହି ନଥିବେ ଥିବ ତୁମେ ଆଉ ମୁଁ ଯୋଉଠି ଆମେ ଗଢି ତୋଳିବା ଗୋଟିଏ ପ୍ରେମର ମନ୍ଦିର " ସେ ଦୁହେଁ ଚାଲିଗଲେ ସେହି ସହର ଠାରୁ ବହୁତ ଦୂରକୁ ସେଠାରେ ଗୋଟିଏ ଘର ଭଡା ନେଇ ରହିଲେ। ବେଳେ ବେଳେ ଅନିଶାର ମନ ଭିତରେ ବିଳପି ଉଠେ ମାତୃତ୍ୱ ଅମାନିଆ ହୃଦୟଟା ଶୁଭମ କେମିତି ଥିବ ସେ ମାଁକୁ ନିଶ୍ଚୟ ଖୋଜୁଥିବ ହେଲେ ରାତି ହେଲେ ମାଁ ଦେହର ଗନ୍ଧ ନପାଇ ଦରାଣ୍ଡୁଥିବ ଆଶିଷ କ'ଣ ତାକୁ ସେମିତି ମାତୃତ୍ୱ ଦେଇପାରୁଥିବ। ଅନେକ ଦିନ ହେଇଗଲାଣି ଏବେ ସିଏ କେତେ ବଡ ହେଇଯାଇଥିବ। ଆଶିଷ କଣ ଆଉ ଥରେ ବାହା ହେଇଥିବେ ତା ହେଲେ ପୁଆଟା ମୋର ସାବତ ମାଁ ପାଖରେ କେମିତି ଚଳୁ ଥିବ। ଏମିତି ଅନେକ ଅନେକ କଥାକୁ ଭାବନା ଭିତରେ ଘୁରି ବୁଲୁଥିଲା।

  ବିକାଶ ପ୍ରଥମେ ପ୍ରଥମେ ବହୁତ ସ୍ନେହ ଆଉ ଭଲ ପାଉଥିଲା ଆଜିକାଲି ସେମିତି ଆଉ ଭଲ ପାଇବା ଦେଉନି। ଅନିଶା ହାତରେ ଯାହା ଟଙ୍କା ପଇସା ଥିଲା ସେ ସବୁ କେବେଠାରୁ ସରିଗଲାଣି। ଏବେ ସୁନା ଅଳଙ୍କାର ଉପରେ ଆଖି ପକାଇଛି ବିକାଶର ନିଜର ରୋଜଗାର ସେମିତି କିଛି ନାହିଁ। ବସି ଖାଇଲେ ନଈ ବାଲି ସରେ ସେମିତି ପରିସ୍ଥିତି ଆସିଗଲାଣି। ବେଳେ ବେଳେ ବିକାଶ ଅନିଶା ଉପରକୁ ହାତ ଉଠାଇବାକୁ ମଧ୍ୟ ପଛେଇ ନାହିଁ। ଆଜି କାଲି ଅନିଶା ମଧ୍ୟ କାମ କରିବା ପାଇଁ ଯାଉଛି। ବିକାଶ ଏବେ ଅନିଶାର ରୋଜଗାରରେ ଚଳୁଛି। ଏବେ ବହୁତ ପଶ୍ଚ୍ୟାତାପ କରୁଛି 

ଅନିଶା ନିଜ ପୁଅ ଆଉ ସ୍ୱାମୀକୁ ଛାଡି ଆସିବାର ଫଳ ସେ ଭୋଗ କରୁଛି। ଆଉ ଚାହିଁଲେ ମଧ୍ୟ ସିଏ ଆଶିଷ ପାଖକୁ ଯାଇପାରିବନି କୋଉ ସାହସରେ ସେଠାକୁ ଯିବ ଯାଇ ସେ କଣ ଆଉ ତା ସ୍ତ୍ରୀ ବୋଲି ଦାବି କରିପାରିବ। ଆଶିଷ ଯଦି ଦ୍ୱିତୀୟ ବିବାହ କରିଥିବ ତାହେଲେ ତାର ସ୍ଥାନ କୋଉଠି ନା ସେ ଆଉ କେବେ ହେଲେ ଆଶିଷ ସାମ୍ନାରେ ପଡିବ ନାହିଁ।

 ଆଜିକାଲି ଶୁଣିବାକୁ ପାଉଛି ବିକାଶ ଆଉ କୋଉ ଗୋଟିଏ ବିଧବା ସ୍ତ୍ରୀ ସହିତ ସମ୍ପର୍କ ରଖିଲାଣୀ। ପଚାରିବାକୁ ମଧ୍ୟ ସାହସ ପାଉନି ଅନିଶାର । ସେ ଘର ଛାଡି ଆସିବାଟା ହିଁ ଭୁଲ କରିଛି। ଯିଏ ଥରେ ଧୋକା ଦେଇଛି ସିଏ ତା ଉପରେ ଏତେଟା ବିଶ୍ୱାସ କରିବାଟା ଠିକ ନଥିଲା। ନା ଆଉ ସହି ହେବନି ଯେତେବେଳେ ଜୀବନର ମୋଡ଼ ବଦଳି ଗଲାଣି ସିଏ ମଧ୍ୟ କିଛି ଗୋଟିଏ କରିବାକୁ ହେବ।

ଅନିଶାର ସେ ରୂପ ଆଉ ନାହିଁ ମଉଳି ଗଲାଣି। ବୟସ ତୁଳଣାରେ ଢେର ବୟସ୍କ ଭଳି ଦେଖା ଗଲାଣି। ଏହି ବିଦେଶ ଜାଗାରେ କେହି ବୋଲି ତାର ସାହା ଭରଷା ନାହିଁ। କେମିତି ବଞ୍ଚିବ ସେ।

 ଶୁଭମଟା ତାର ବହୁତ ବଡ ହେଇଯାଇଥିବ ହେଇଟି ପରି ଲାଗୁଛି ପନ୍ଦର ବର୍ଷ ବିତିଗଲାଣୀ।

ଅନେକ ବେଦନାକୁ ଛାତି ଭିତରେ ଚାପି ଧରି ତାକୁ ବଞ୍ଚିବାକୁ ପଡୁଛି। ଏବେ ବିକାଶ ଘରକୁ ମଧ୍ୟ ଠିକରେ ଆସୁନି କୋଉଠି ରହୁଛି କଣ କରୁଛି ସେ କଥା ଅନିଶା ଜାଣି ପାରୁନି। ସବୁବେଳେ ପଶ୍ଚ୍ୟାତାପର ଅନଳରେ ନିଜକୁ ଜଳିବାକୁ ପଡୁଛି। ନିଜେ ଏବେ ସିଏ ନିର୍ଣ୍ଣୟ ନେଇଛି ଚାଲିଯିବ। କୁଆଡେ ଯିବ ସେ ବାପା ମାଁଙ୍କ ମୁହଁରେ କଳା ବୋଳିଦେଇ ଆସିଛି ସେମାନଙ୍କ ପାଖକୁ ଯିବ ଏବେ ସେମାନେ କମିତି ଅଛନ୍ତି ତାଙ୍କର ମଧ୍ୟ କିଛି ଖବର ନାହିଁ ତା ପାଖରେ। ନା ସେଯାହା ହେଉ ପଛେ ସେ ଯିବ ନଚେତ ତା ମରିବା ଖବର ମଧ୍ୟ ସେମାନେ ପାଇ ପାରିବେ ନାହିଁ। ବାପା ମାଁଙ୍କ ପାଖରେ କ୍ଷମା ମାଗିବ ପଛେ ଏଇଠି ରହି ଯନ୍ତ୍ରଣା ଭୋଗ କରିବ ନାହିଁ। ଦୃଢ ନିଷ୍ପତି ନେଇ ସେଠାରୁ ସେ ବାହାରି ଆସିଲା। ରେଳ ଷ୍ଟେସନରେ ପହଞ୍ଚି ଗାଡିର ସମୟ ସାରଣୀ ଦେଖି ନେଲା। ଆଉ ଅଧ ଘଣ୍ଟା ପରେ ତା ଟ୍ରେନଟି ଆସିବ। ଟିକଟ ଘରକୁ ଯାଇ ଖଣ୍ଡିଏ ଯାତ୍ରା ଟିକେଟ ଆଣି ଆସି ବସିଲା ପ୍ଲାଟଫର୍ମର ସେହି ସିମେଣ୍ଟ ଚେୟାରଟା ଉପରେ। ତାକୁ ଲାଗିଲା ତାଜୀବନ ଟା ମଧ୍ୟ ଏହି ଚେୟାର ଭଳି କିଏ ଆସୁଛି ଏଇଠି ବସି ଯେମିତି ଚାଲିଯାନ୍ତି। ସେହିଭଳି ତା ଜୀବନରେ ସେୟା ହିଁ ଘଟିଛି। ଆଜି ସେ ଫେରି ଯାଉଛି ସବୁଦିନ ପାଇଁ ବିକାଶ ଆଉ ଏହି ସହରକୁ ଛାଡି ତା ବାପା ମାଁଙ୍କ ପାଖକୁ। ସେଇଠାକୁ ଗଲାପରେ କଣ ସବୁ ଘଟିବ ସେବିଷୟରେ ମଧ୍ୟ ଚିନ୍ତାରେ ପଡିଯାଇଛି ଅନିଶା। ଯଦି ବାପା ମାଁ ତାକୁ ଗ୍ରହଣ କରିବେନି ତାହେଲେ ସେ କଣ କରିବ। ମନରେ ନିଷ୍ପତି ନେଇସାରିଛି ସେଠାକୁ ଗଲାପରେ ଯାହା ହେବ ଦେଖା ଯିବ। ଟ୍ରେନ ଆସିବାର ସୂଚନା ଡାକବାଜି ଯନ୍ତ୍ରଟା ଚିତ୍କାର କରି କହିଲାନି। ବିକଟାଳ ଗର୍ଜନ କରି ପଶିଆସିଲା ଟ୍ରେନଟା ଅନିଶା ପଶିଗଲା ତାର ବଗି ଭିତରକୁ ଆରକ୍ଷଣ ହୋଇଥିବା ସିଟ ରେ ବସିଗଲା ଅନିଶା ସାମାନ କହିଲେ ଗୋଟିଏ ବ୍ୟାଗ ଭିତରେ ତାର ଅତି ଜରୁରୀ ସାମାନ ସହିତ କିଛି ଲୁଗାପଟା। ଟ୍ରେନ ଚାଲିଲା ବହୁତ ଦିନ ପରେ ସେ ଫେରୁଛି ତା ଅତି ପରିଚିତ ଯୋଉଠି କଟିଛି ତାର ବାଲ୍ୟ ଜୀବନ। ପୁଅ ଶୁଭମ କାହିଁକି ଆଜି ତାର ବେଶି ମନେ ପଡୁଛି। ତାର ସେହି ଗୁଲୁ ଗୁଲିଆ ମୁହଁ ଟା ତା ମାତୃତ୍ୱ ହୃଦୟରେ ଆନ୍ଦୋଳନ କରୁଛି। ସେ ଏବେ କେତେ ବଡ଼ ହେଇଯାଇଥିବ ତାକୁ ସେ ଚିହ୍ନିବ କି ନାହିଁ ସେଇଟା ମଧ୍ୟ ଗୋଟିଏ ପ୍ରଶ୍ନ ବାଚି।

ମନରେ ଅନେକ ଶୃତି ଅନୁଭୂତି କୁ ନେଇ ଭାବିବା ଭିତରେ ତାର ଗନ୍ତବ୍ୟ ସ୍ଥଳରେ ପହଁଞ୍ଚି ଯାଇଛି ଟ୍ରେନଟି।ଗାଡ଼ିରୁ ଓଲ୍ଲାଇ ଚାଲିଲା ଷ୍ଟେସନ ବାହାରକୁ ବହୁତ ବଦଳି ଯାଇଛି ତା ସହରଟା ଗୋଟିଏ ଅଟୋ ରେ ସିଧା ଚାଲିଲା ଘର ଅଭିମୁଖେ। କବାଟରେ ଠକ ଠକ କରିଲା ଭିତରୁ ତା ମାଁ ଆସି କବାଟ ଖୋଲି ଦେଖିଲା ଚିହ୍ନି ପାରିଲାନି ନିଜ ଜନ୍ମ କଲା ଝିଅଟାକୁ। ଚିହ୍ନିବ ବା କେମିତି ସେ କଣ ଆଗର ସେହି ଅନିଶା ଅଛି ଦେଖିବାକୁ ଅତି କାରୁଣ୍ୟ ଦେଖା ଯାଉଛି ହଠାତ ପଚାରି ଦେଲା " କାହାକୁ ଖୋଜୁଛ "। ସେତେବେଳକୁ ଅନିଶାର ଆଖିରୁ ଧାର ଧାର ଲୁହ ବୋହି ଗଲାଣି ତାର ସେହି ଶୁଖିଲା ଗାଲ ଉପର ଦେଇ। ବଡ଼ ଆକୁଳତାରେ ମାଁର ଗୋଡ଼ ଦୁଇଟାକୁ ଧରି ଭୋ ଭୋ ହୋଇ କାନ୍ଦି ଉଠିଲା " ମାଁ ତୁ କଣ ସତରେ ମୋତେ ଚିହ୍ନି ପାରୁନୁ ମୁଁ ପରା ଅନିଶା "। "ମାଁ କିଏ ତୋର ମାଁ କାହିଁ ମୋର ତ କୋଉ ଝିଅ ଥିଲା ଭଳି ମନେ ପଡୁନି ହଁ ହଁ ମୋର ଅତି ସୁନ୍ଦର ଝିଅଟେ ଥିଲା ମୁଁ ତାକୁ ଗୋଟିଏ ଏମିତି ପୁଅଟେ ହାତରେ ଟେକି ଦେଇଥିଲି ଯିଏ କି ସିଏ କୋଉ ଦେବତାଠାରୁ ମଧ୍ୟ କମ ନଥିଲା। ଆଉ ମୁଁ ଯୋଉ ଦିନ ଜାଣିଲି ସେଇ ମୋର ଝିଅଟା ଯୋଉଦିନ ତାର ଦେଢ଼ ବର୍ଷର ଗୁଲୁଗୁଲିଆ ମାଁକ୍ଷୀର ଛାଡ଼ିନଥିବା ଛୁଆଟାକୁ ଛାଡ଼ିଦେଇ ଗୋଟିଏ ପର ପୁରୁଷ ସହିତ ଚାଲି ଯାଇଥିଲା ସେଇ ଦିନୁ ମୋର ଝିଅଟା ମରିଯାଇଛି। ମୋର ଆଉ କୋଉ ଝିଅ ନାହିଁ ”। ମାଆର ହୃଦୟ ଅତି ସରଳ ଏତିକି କଥା କହିବା ଭିତରେ ମାଆର ଆଖିରୁ ମଧ୍ୟ ବୋହି ଆସିଥିଲା ଅନବରତ ଅଶ୍ରୁର ଧାର। କେତେ କରୁଣ ନଥିଲା ପରିବେଶ, କରୁଣ ତାର ବିଳାପରେ ଅନେକ କାକୁତି ମିନତୀ ଭିତରେ ଅନିଶା ବଖାଣି ଥିଲା ସେ କରିଥିବା ଭୁଲର ପରିଣତି କଣ ଆଉ କେମିତି ଭୋଗିଛି। ମାଁ ମନ କରୁଣାର ସାଗର ଝିଅର ଲକ୍ଷେ ଭୁଲ ଥିଲେ ମଧ୍ୟ କ୍ଷଣକରେ ପାସୋରି ଦେଉଥିବା ଜୀବଟା ହେଲା ମାଁ। କୋଳେଇ ଉଠାଇଲା ଅନିଶାକୁ ଘରକୁ ନେଇ ଛାତିରେ ଜାବୁଡି ଧରି ବହେ କାନ୍ଦିଲେ ମାଁ ଆଉ ଝିଅ। ଧିରେ ଧିରେ ସ୍ୱଭାବିକ ଅବସ୍ଥାକୁ ଆସିବା ପରେ ଅନେକ କଥା ନିଜ ନିଜ ଭିତରେ ବାଣ୍ଟିଲେ।

କଥା ଭିତରେ ମାଆକୁ ପଚାରିଲା ଅନିଶା ଶୁଭମ ବିଷୟରେ। ମାଁ କହିଲା " ଶୁଣୁଥିଲି ଶୁଭମ ଭଲ ପାଠ ପଡି ବଡ଼ ଅଫିସର ପରୀକ୍ଷା ପାଇଁ ଲାଗିପଡ଼ିଛି ତାର ଏତେ ସବୁ ସଫଳତାର ପଛରେ ଆଶିଷ ହିଁ ପ୍ରାଣ ପଣେ ଲାଗିଛି "। ଅନିଶା ଆଉ ସାହସ କରି ପଚାରି ପାରିଲାନି ତା ମାଆକୁ ଯେ ଆଶିଷ କେମିତି ଅଛି ବୋଲି।

  ସମୟ କାହାକୁ ଅପେକ୍ଷା କରେନି ତା ବାଟରେ ସେ ସମୟ ଗଡି ଚାଲିଛି। ମାଆ ହୃଦୟ ପୁଅକୁ ଥରେ ଦେଖିବା ଲୋଭଟା ଅତିଶୟ ବଢ଼ି ଯାଇଥିଲା ତଥାପି କେବେ ସୁଯୋଗ ମିଳିନି ଏଯାଏ। ଦେଖାଯାଉ କେବେ ସେ ସୁଯୋଗ ମିଳୁଛି। ସେଦିନ ଅନିଶା ବସି ଟିଭି ରେ ଖବର ଦେଖୁଥିଲା। ଖବର ପଢ଼ୁଥିବା ମହାସୟା ଜଣକ କହିଲେ " ଆଜି IAS ପରୀକ୍ଷାର ଫଳା ଫଳ ଆସି ଯାଇଛି ସେଥିରେ ପ୍ରଥମ ଶ୍ରେଣୀରେ ସବୁଠାରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହେଇଛନ୍ତି ଶୁଭମ, ସେ ତାଙ୍କ ନିଜର ସଫଳତା କାହାଣୀ କହିଛନ୍ତି ଯେ ଏହି ସଫଳତା ପଛରେ ତାଙ୍କ ବାପା ଆଶିଷଙ୍କ ପ୍ରେରଣା ଆଉ ଆଶ୍ରିବାଦ ରହିଛି। ଆହୁରି କହିଛନ୍ତି ତାଙ୍କୁ ତାଙ୍କ ବାପା ବାପା ଆଉ ମାଆର ସ୍ନେହ ଦେଇ ପାଳି ଏତେ ବଡ଼ ପଦର ଅଧିକାରୀ କରିପାରିଛନ୍ତି "ଅନିଶାର ଆଖିରେ ଆଖିଏ ଲୁହ ସିଏ ଯଦି ଭୂଲ କରିନଥାନ୍ତା ତାହେଲେ ଆଜି ଶୁଭମ ତାର ନା ଟା ମଧ୍ୟ କହି ଥାନ୍ତା। ସେ ଯାହାହେଉ ତାର ପୁଅ ଆଜି ଗୋଟିଏ ଉଚ୍ଚ ପଦସ୍ଥ ଅଫିସର ହେଇ ଯାଇଛି। ଇଛା ହେଉଥିଲା ଏଇ ସଙ୍ଗେ ସଙ୍ଗେ ତା ପାଖକୁ ଯାଇ ତାକୁ କୋଳେଇ ନେଇ ଟିକିଏ ଗେଲ କରି ପକାନ୍ତା। ତାର ଭୂଲ ପାଇଁ ସେ ସେଇଠାକୁ ଯାଇ ପାରିବନି। ତଥାପି ଠାକୁରେ ତାକୁ ଭଲରେ ରଖିଥାନ୍ତୁ ଏତିକି କାମନା କରିଥିଲା।

  ଅନିଶା ଆଉ ତା ମାଆ ଆଜି ଗୋଟିଏ ବାହାଘର ଭୋଜିକୁ ଯିବାକୁ ପ୍ରସ୍ତୁତ ହେଇ ବାହାରି ପଡିଲେ। ବାହାଘର ମଣ୍ଡପରେ ପହଁଞ୍ଚି ଯାଇ ଥିଲେ ସେଠାର ସାଜ ସଜା ବହୁତ ସୁନ୍ଦର ଥିଲା ବହୁତ ବଡ଼ ବଡ଼ ଲୋକ ସେଇଠାକୁ ନିମନ୍ତ୍ରିତ ଅତିଥି ଆସିଥିଲେ। ଶୁଣିବାକୁ ମିଳିଲା ସେଇ କାର୍ଯ୍ୟକ୍ରମକୁ ନୂଆଁରେ ଯଏନ କରିଥିବା IAS ଅଫିସର ଶୁଭମ ମଧ୍ୟ ଆସୁଛନ୍ତି। ଅନିଶାର ମନଟା ଖାଲି ଅଥୟ ହେଉଥିଲା ଆଜି ଟିକିଏ ଦୂରରେ ରହି ଶୁଭମକୁ ଦେଖି ନେବ ସେଇ ସୁଯୋଗଟା ତ ମିଳିଯିବ। ଯଦି ତା ସହିତ ତା ବାପା ଆଶିଷ ଆସିଥିବେ ତାହେଲେ କଥାଟା ଏଇଠି ସରିଲା ନିର୍ଣ୍ଣୟ ନେଲା ତା ଆଗରୁ ସିଏ ସେଠାରୁ ଚାଲିଯିବାଟା ଠିକ ହେବ କିଏ ଜଣେ କହିବାର ଶୁଣିଲା" IAS ସାହେବ କେବଳ ଜଣେ ଆସୁଛନ୍ତି " ଅନିଶା ଟିକିଏ ଆଶ୍ବସ୍ତି ହେଲା। ଫଙ୍କସନ ହେଉଥିବା ଗେଟ ଆଗରେ ଆସି ଗୋଟିଏ ଗାଡି ଲାଗିଲା ଯାହାର ଆଗରେ ଲେଖା ଥିଲା କଲେକ୍ଟର। ବହୁତ ଲୋକ ଦୌଡ଼ି ଗଲେ ଗାଡି ପାଖକୁ ତାଙ୍କୁ ପାଛୋଟି ଆଣିବାକୁ। ସମସ୍ତଙ୍କୁ ଅଭିବାଦନ ଜଣାଇ ସୁନ୍ଦର ସୁଦର୍ଶନ ଯୁବକ ଠିକ ଆଶିଷଙ୍କ ଭଳି ରୂପ ରଙ୍ଗ ନେଇ ଆସିଗଲେ। ଅନିଶା କେବଳ ସୁଯୋଗକୁ ଅପେକ୍ଷା କରିଥିଲା।ଟିକିଏ ଏକା ହେଲେ ଯାଇ ଦେଖା କରିବ, ସେହି ସୁଯୋଗ ମଧ୍ୟ ଆସିଗଲା ଅନିଶା ନିଜ ମାଆକୁ ନେଇ ଶୁଭମ ପାଖକୁ ଗଲା, ଶୁଭମ ଆଇକୁ ଦେଖି ପ୍ରଣାମ କଲା ଆଉ ପଚାରିଲା " ଆଇ ତୁମେ କେତେବେଳୁ ଆସିଲଣୀ ଆଉ ସବୁ ଭଲ ତ " ଆଇ ଆଖିର ଲୁହକୁ ପୋଛି ଅନିଶାକୁ ଦେଖାଇ କହିଲା "ଶୁଭମ ଇଏ ହେଉଛି ତୋ ମାଆ "ଶୁଭମ ସ୍ଥାଣୁ ପାଲଟିଗଲା କିଛି କଥା ମଧ୍ୟ କହିପାରିଲାଣି କେବଳ ଚାହିଁ ରହିଲା ଦୁହିଁଙ୍କୁ ନୀରବତାର ରାଜୁତିକୁ ଭାଙ୍ଗି ଅନିଶା କହିଲା "ଥରେ ମୋତେ ମାଆ ବୋଲି ଡାକ ପୁଅ, କଣ ଡାକିବୁନି ଡାକ ମୋତେ ମାଆ ବୋଲି ଡାକ "। ଶୁଭମ କଣ କହିବ କିଛି ଚିନ୍ତା କରିପାରିଲାନି କେବଳ ଚାହିଁଥିଲା ପୁଣି ଅନିଶା କହିଲା "ମୁଁ ମାନୁଛି ମୁଁ ଭୂଲ କରିଛି ମୁଁ ଜାଣୁଛି ମାଆର ପଣତ କାନି ପାଇଁ ତୁ କେତେ ଖୋଜିଥିବୁ, ମୁଁ ଜାଣୁଛି ତୁ ମାତୃସ୍ନେହର ଅଭାବରେ କେତେ କଷ୍ଟ ପାଇଥିବୁ ସେ ସବୁ ପାଇଁ କେବଳ ମୁଁହିଁ ଦାଇ ଆଜି କଣ ତୁ ତୋ ମାଆ କୁ କ୍ଷମା କରିପାରିବୁନି " ଅନିଶା ନିଜର ପଣତ କାନିରେ ଶୁଭମର ମଥାରେ ଫୁଟି ଉଠିଥିବା ଝାଳକୁ ପୋଛି ଦେଉଥିଲା ସେଇ ପଣତ କାନିର ବାସ୍ନାରେ ଶୁଭମର ତନ୍ଦ୍ରା ତୁଟି ଗଲା ଆପେ ଆପେ ପାଟିରୁ ବାହାରି ଆସିଲା "ମାଆ "।

 



Rate this content
Log in

Similar oriya story from Tragedy