Maitreyee Kamila

Drama Others

1  

Maitreyee Kamila

Drama Others

ସ୍ୱାଧୀନତାର ସୂର୍ୟଦୟ

ସ୍ୱାଧୀନତାର ସୂର୍ୟଦୟ

2 mins
608



ଆଜି ବହୁତଦିନ ପରେ ନିମି ଖୁଡିଙ୍କୁ ଦେଖି କଥା ହେଲି।ଖୁଡି ଆଉ ଆଗ ପରି ଟାଣୁଆ ନାହାନ୍ତି, ଗୋରା ମୁହଁ ଟା କସରା ଦିଶିଲାଣି ,ହାତ ଗୋଡ଼ ଚମ ଧୁଡ଼ ଧୁଡ଼।ତାଙ୍କ ଭଳି ମଣିଷ ଯିଏ ଜୀବନରେ ସୁଖ ର ସ ଅକ୍ଷର କଣ ଜାଣିବାର ସୁଯୋଗ ପାଇ ନାହାନ୍ତି, ସେତେବେଳେ ଚତୁର୍ଥ କି ପଞ୍ଚମ ଶ୍ରେଣୀ ରେ ପଢ଼ୁଥିଲି ବୋଧେ ଆମ ଗାଁ ମଦନକକା ବର ବେଶ ସାଜିଲେ,ଢୋଲ ମହୁରୀ ବାଜି ଉଠୁଥିଲା ସଵାରୀ ରେ ବସି ନିମି ଖୁଡି ଆମ ସାହିକୁ କନିଆ ହୋଇ ଆସିଥିଲେ।ତାଙ୍କ ସୁନ୍ଦର ପଣ କୁ ଯେତେ ବର୍ଣନା କଲେ କମ ହେବ।ନାଲି ଓଠ ଆଖି ଦୁଇଟା ଟଣା ଟଣା ପୁନେଇ ଜହ୍ନ ପରି ଗୋଲ ମୁହଁ।ଘରେ ବାହାରେ ସବୁଠି ତାଙ୍କ ସୁନ୍ଦରତା ର ଚର୍ଚା, ସେ ପାଠ ବହୁତ କମ ପଢ଼ି ଥିଲେ।କହିବାକୁ ଗଲେ ସ୍କୁଲ ଯାଇଥିଲେ କି ନାହିଁ ସନ୍ଦେହ।ସେତେବେଳେ ପାଠ କଥା କିଏ ପଚାରୁଛି। ଘର କାମରେ କେହି ତାଙ୍କୁ ଟପି ଯାଇ ପାରିବ ନାହିଁ, କୋଉ କାମ ରେ ନା ଆସେନି ମୋ ଦ୍ୱାରା ହେବନି, କେହି ଶୁଣି ନାହାନ୍ତି, ଏବେ ତାଙ୍କ ଅସଲ ଗୁଣ ବଖଣିବାର ବେଳ।ତାଙ୍କର ପୁରୁଣା କାଳିଆ ଘର।କୁଳ କୁଟୁମ୍ବ ମିସିଲେ ବାହାଘର ପରି ଲାଗେ। ବର୍ଷକୁ ଥରେ ଦିଥର ସବୁ ଲୋକ ଏକାଠି ହୁଅନ୍ତି।ସେଦିନ ଖୁଡି 4 ଟାବେଳେ ପୁଷ ମାସ ଖରା ରେ ବସି ଗଦୀ ରେ ଖୋଳ ସଜାଡୁ ଛନ୍ତି ସିଆଡୁ ଆସିଲେ କୁସୁମ ବଡ଼ ଦେଇ , କହିଲେ ଭାଉଜ କଣ ଖାଇ ପିଇ ସାରି ଲଣି, କୁଆଡେ ଥିଲେ ରାଣୀ ଖୁଡି ପାଟି ଶୁଣି ଆସି କହିଲେ ତା କଥା କହନା ଲୋ କୁସୁମ।ଦାନ୍ତ କାଠି ପାଟିରେ ବାଜିଥିବ କି ନା ସନ୍ଦେହ।ବେଳ ବୁଡ଼କୁ ଗାଧେଇ ଆଇବ ବସିବ କଂସା ପାଖରେ ସେତେବେଳକୁ ତୁମର ଶଙ୍ଖ ବାଜିସରିବନି। ତାକୁ ଖାଇବା କଥା ନପଚାରି ଆଉ ଯାହା ପଚାର ଚଳିବ। ସକାଳୁ ଉଠି ବାସୀ କାମ ସାରି ବାହାରିଯିବ ବିଲ କୁ। ସେଠୁ ଆସିଲେ ଗୋରୁ ପାଖରେ କୁଂଣ୍ଡା ତୁରାଣୀ ଦେବ।ଝିଅ ମାନେ ରୋଷେଇ ନ କରିଥିଲେ ବଂଶ ଟା ଉପାଶ ରହିବେ। ଧାନ ଅମଳ ଧାନ ଓଷା ଧାନ କୁଟା କୋଉ କାମ ରେ ହାତ ଦିଏ ନି ବୋଲି କଥା ନାହିଁ।ଅସିନ ମାସରେ ଦୁର୍ଗା ପୂଜା ମାସେ ପୂର୍ବରୁ ମୁଢି ଭଜା ଖଇ ଭଜା ଲଡ଼ୁ ମୁଆଁ ଖଜା ଉଖୁଡା ସବୁ ତିଆରି କରି ରଖିଥିବ ଘରକୁ କୁଣିଆ ଆସିବେ ବୋଲି।ଯେତେ ଡାକ କାହାରି ବନ୍ଧୁ ଘର ବାହାଘର ସୁଧଘର କୁ ଯିବା ପାଇଁ ବେଳ ନାହିଁ।ବନ୍ଧୁ ବାନ୍ଧବ କିଛି କାମ ନୁହନ୍ତି ନଣଦ ପାଞ୍ଚଜଣ , ସବୁ ବାହାଚୁଡା ହେଲେ ଖୁଡି ଆସିବା ପରେ।ଦିଅର ଦି ଜଣ ଙ୍କୁ ମଣିଷ କଲେ। ତା ସାଙ୍ଗରେ ଶାଶୁ ଶଶୁରଙ୍କ ସେବା। ସଂଜହେଲେ ପୁଣି ରୋଷେଇ ବାସ ହବ, ଦିନ ବେଳେ ସିନା ଝିଅ ମାନେ କରିଦେଲେ ରାତିରେ ସେମାନେ ନିଜ ପଢାପଢି କଲେ ମା ଚୁଲି ପାଖର। ଆଉଥରେ ପୂଜାକୁ ଯାଇଥାଏ,ଖୁଡି ସହ ଦେଖା ହେଲା ମୋ ହାତ ଦେଖି କହିଲେ ଛୁଆ ଚୁଡି ଗୁଡା ଭାରି ବଢିଆ ହେଇଛି।ସେଦିନ ଆମର ଚିତଉ ପିଠା ହେଲା ରାତିରେ।ଖୁଡି ଆସିବେନି ମନା କରୁଥିଲେ ମୁ ଜିଦି କରି ନେଇ ଆସି ପିଠା ଦେଲି ଖାଇବାକୁ ତାପରେ ନୂଆ ଚୁଡି କିଛି ହାତରେ ପିନ୍ଧାଇ ଦେଲି।ବହୁତ ଖୁସି ହେଇଗଲେ। କହିଲେ ଦେଖ ଏତେ ବଡ଼ ପୂଜା ବଜାର ଯାଇ ଚୁଡି ଟିକେ ଆଣିବି ବୋଲି ଯାଇପାରୁନାହିଁ। ଆଜି ଝିଅ ମାନଙ୍କୁ କହି ପଠେଇଛି। ମନେ ମନେ ଭାବୁ ଥାଏ କେମିତିକା ମଣିଷ ଇୟେ ।ନିଜ ପାଇଁ ସମୟ ନାହିଁ।ନିଜ ଲୁଗା ପଟା ନିଜ ଦେହ କୁ ଯତ୍ନ ନାହିଁ।ସମସ୍ତଙ୍କ କଥା ବୁଝି ସାରିବା ବେଳକୁ ସୂର୍ଯ୍ୟ ଅସ୍ତ ହେଇଯାନ୍ତି।ସେ ଘର ପାଇଁ ବଂଶ ପାଇଁ ଗୋଟେ ବରଗଛ ପାଲଟି ଗଲେଣି।ସେଇଠି ଇଚ୍ଛା ହେଲା ତାଙ୍କ ପାଦ ଧୂଳି ଆଉଥରେ ନେବାକୁ, ଯାହାଙ୍କ ଜୀବନରେ ସ୍ୱାଧୀନତାର ସୂର୍ଯ୍ୟଦୟ ନାହିଁ କି ସେ କେବେ ସ୍ୱାଧୀନତା ଆଶା କରିନାହାନ୍ତି ଜୀବନରେ, ହେଲେ ତାଙ୍କ ପାଖରେ ସତ ସୂର୍ଯ୍ୟ ର ତେଜ ଅଛି,ସେ ଭଳି ବ୍ୟକ୍ତିତ୍ୱ ସାମ୍ନାରେ ଆପେ ଆପେ ମଥା ନଇଁ ଗଲା।


Rate this content
Log in

Similar oriya story from Drama