STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ସ୍ୱାବଲମ୍ବୀ

ସ୍ୱାବଲମ୍ବୀ

1 min
322

   ବେସରକାରୀ ସଂସ୍ଥାରେ ଛୋଟମୋଟ ଚାକିରୀଟିଏ କରି ପରିବାର ଚଳେଇବା ମୋହନବାବୁଙ୍କ ପାଖରେ ଅତ୍ୟନ୍ତ କଷ୍ଟ ହେଲା ବେଳେ, ତାଙ୍କ ଦୁଇଝିଅ ବହୁତ ଭଲ ପଢ଼ନ୍ତି. ଦୁଇଝିଅଙ୍କ ପାଇଁ ଉପଯୁକ୍ତ ପୋଷଣ, ଯଥା ଭଲ ଜୋତା, ଛତା, ବହି, ବକ୍ସ କି ଟିଫିନ ଯୋଗାଇ ନପାରି ନିଜର କର୍ପୋରେଟ ଚାକିରୀ ଯୋଗୁଁ ଦୁଃଖ ସହ ପୁଅଟିଏ ନଥିବାରୁ ଭାଗ୍ୟକୁ ବି ନିନ୍ଦା କରନ୍ତି ମୋହନବାବୁ l

   ବଡ଼ଝିଅ, ରୀନା ଯୋଉଦିନ ସା ରେ ଗା ମା ଲିଟିଲ ଚ୍ୟାମ୍ପ ଅଡିସନରେ ଭାଗ ନେଇ ସଫଳ ହେବା ପରେ ଶୀର୍ଷକୁ ଉଠିଲା ମୋହନବାବୁ ଏକ ଘରୋଇ କମ୍ପାନୀର ଚାକିରିଆ ଭାବି ଭାଙ୍ଗି ନପଡ଼ି ଝିଅ ପାଇଁ ଗୌରବାନ୍ୱିତ ମନେ କରୁଥିଲେ. ଝିଅର ସଫଳତା ପାଇଁ ତାକୁ ଗାଡି, ବଙ୍ଗଳା ସବୁ ମିଳିଯାଇଥିଲା l

   ଦ୍ୱିତୀୟ ଝିଅ ଶେଫାଳି ମଧ୍ୟ ଭଲ ପାଠ ପଢି ଓ. ଏ. ଏସ ରେ ଟପ୍ପର ହେଲା, ମୋହନବାବୁ ପୁଅ ନଥିବାର ଦୁଃଖ ଭୁଲିଗଲେ. ଦୁଇଝିଅ ବାପାଙ୍କୁ ତାଙ୍କ ନିଜ ବେସରକାରୀ ସଂସ୍ଥାରୁ ଚାକିରୀ ଛାଡିଦେବାକୁ ଅନୁନୟ ବିନୟ କରିଥିଲେ ମଧ୍ୟ ରାଜି ହୋଇନଥିଲେ ମୋହନବାବୁ. ସେହି ଚାକିରୀ ଯୋଗୁଁ ଆଜିସେ ସବୁ ପାଇଛନ୍ତି . ଯୁକ୍ତିରେ ଝିଅ ଦ୍ୱୟ ତାଙ୍କ କଥାକୁ ସମ୍ମାନ ଦେଇ, ବାପାଙ୍କ ସମୟ ସହଜରେ କାଟିବାକୁ ହେଲେ ସେହି ବେସରକାରୀ ବା କର୍ପୋରେଟ ଚାକିରୀ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ଅନୁଭବ କରିବା ସହ ବୁଝିଯାଇଥିଲେ l

   ଝିଅ ଦୁହେଁ ସୁଯୋଗ୍ୟ ବରପାତ୍ର ପାଇ ବାହା ହୋଇଯିବା ପରେ ମୋହନବାବୁ ସ୍ତ୍ରୀଙ୍କ ସହ ପୂର୍ବ ପରି ସେହି କର୍ପୋରେଟେ ସଂସ୍ଥାର ଛୋଟ କ୍ଵାଟର ଭିତରେ ସମୟ କଟାଇବା ସହ ଝିଅମାନେ ନିଜ ଗୋଡ଼ରେ ଠିଆ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରିବା ସହ ନିଜେ କାହାର ନିର୍ଭରଶୀଳ ନହୋଇ ରାହିବାକୁ ମଧ୍ୟ ସେତିକି ପସନ୍ଦ କରୁଥିଲେ ମୋହନବାବୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational