ସ୍ୱାଭିମାନୀ ବାପୁଜୀ
ସ୍ୱାଭିମାନୀ ବାପୁଜୀ
ଦେଶ ସ୍ୱାଧୀନ ହେବା ପୂର୍ବ ସମୟର କଥା । ଗାନ୍ଧିଜୀ ଗୋଲ୍ ଟେବୁଲ ବୈଠକରେ ଯୋଗ ଦେବା ପାଇଁ ଲଣ୍ଡନ ଯାଇଥାନ୍ତି । ସେଇ ନିରାଡ଼ମ୍ବର ସରଳ ପୋଷାକ, ଆଣ୍ଠୁ ଲୁଚୁନ ଥିବା ଲୁଗା ଓ ଦେହରେ ଚାଦର । ବ୍ରିଟିଶ ରାଜାଙ୍କ ସହ ସାକ୍ଷାତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ । ମାତ୍ର ରାଜାଙ୍କ ସଚିବ ତାଙ୍କୁ ଜଣାଇ ଦେଲେ ଯେ, ସେ ଏଭଳି ପୋଷାକ ପିନ୍ଧି ରାଜାଙ୍କୁ ଭେଟ କରିପାରିବେ ନାହିଁ । ସେଥିପାଇଁ ତାଙ୍କୁ ସୁଟ୍ ବୁଟ୍ ପିନ୍ଧିବାକୁ ପଡ଼ିବ । ଏକଥା ଶୁଣି ଗାନ୍ଧିଜୀ ସଙ୍ଗେ ସଙ୍ଗେ ସଚିବଙ୍କୁ କହିଲେ- ମୁଁ ଯେଉଁ ଦେଶରୁ ଆସିଛି ସେ ଦେଶର ପରମ୍ପରା, ସଂସ୍କୃତି ଏ ଦେଶ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମୋ ଦେଶର ଲୋକ କଠିନ ପରିଶ୍ରମ କରି ମଧ୍ୟ ଦୁଇ ବେଳା ଖାଇବାକୁ ପାଆନ୍ତି ନାହିଁ । ସେମାନେ ସାଧାରଣ ପୋଷାକ ନ ପିନ୍ଧି ଏ ଭଳି ଆଭିଜାତ୍ୟ ପୂର୍ଣ୍ଣ ପୋଷାକ କିଭଳି ବା ପିନ୍ଧିବି ? ଆପଣମାନେ ଆମ ଦେଶ ଠାରୁ ବହୁ ଦୂରରେ ଥିବା
ରୁ ସେଠିକାର ଲୋକମାନଙ୍କର ପ୍ରକୃତ ଅବସ୍ଥା ଆପଣମାନଙ୍କୁ ଜଣାନାହିଁ । ମୁଁ ସେହ ଜନସାଧାରଣଙ୍କ ପ୍ରତିନିଧି ରୂପେ ଏଠାକୁ କେଉଁ ପ୍ରକାରେ ସେ ଦିନଙ୍କ ପୋଷାକ ପିନ୍ଧି ଆସିଥାଆନ୍ତି । ରାଜାଙ୍କୁ କୁହ ଏଇ ପୋଷାକରେ ସେ ଯଦି ସାକ୍ଷାତ କରିବାକୁ ଅସମ୍ମତି ପ୍ରକାଶ କରନ୍ତି ତେବେ ମୁଁ ନିଜ ଦେଶକୁ ଫେରିଯିବି । ଗାନ୍ଧିଜୀଙ୍କ ସ୍ପଷ୍ଟୋକ୍ତି ଶୁଣି ସଚିବ ତାଙ୍କ ମୁହଁକୁ କିଛି ସମୟ ଚାହିଁଲେ ସମସ୍ତ କଥା ରାଜାଙ୍କୁ ଜଣାଇଲେ ରାଜା ସବୁ ଶୁଣି ବାପୁଜୀଙ୍କୁ ସେଇ ସରଳ ପୋଷାକରେ ସାକ୍ଷାତ କରିବାକୁ ଅନୁମତି ପ୍ରଦାନ କଲେ । ସେ ଦିନ ବ୍ରିଟେନର ରାଜା ଗାନ୍ଧିଜୀଙ୍କ ନିଜ ଦେଶର ସର୍ବସାଧାରଣ କନତାଙ୍କ ପ୍ରତି ଅନାବିଳ ସ୍ନେହ ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲେ ନାହିଁ । ମଣିଷକୁ ଚିହ୍ନା ଯାଏ ତା’ର ଗୁଣରୁ ବେଶ୍ ପୋଷାକରୁ ନୁହେଁ । ସରଳ ଜୀବନଯାପନ ସହିତ ଉଚ୍ଚାଭିଳାଷ ପୋଷଣ କରିବା ପାଇଁ ବାପୁଜୀ ସର୍ବଦା ଉପଦେଶ ଦେଉଥିଲେ ।