ପଙ୍କଜିନି ଭୋଇ

Classics

2  

ପଙ୍କଜିନି ଭୋଇ

Classics

☆☆ ରୂପାନ୍ତର☆☆

☆☆ ରୂପାନ୍ତର☆☆

11 mins
577


       ମାଁ । ଅନନ୍ତ ସୁଖଦ ଆଉ ପବିତ୍ର ଶବ୍ଦଟିଏ ମାଁ । ଈଶ୍ୱର ଙ୍କ ସ୍ୱୟଂ ସ୍ୱରୂପଟେ ମାଁ । ମାଁ ନାଁ'ର ଡାକରେ ହିଁ ପ୍ରାଣ ପୁରି ଉଠେ । ମାଁ ଡାକ ନ ଶୁଣୁ ଶୁଣୁ ମୋ ଧନ କହି ଗେଲ କରିଦିଏ ମାଁ । ପଣତ କାନିରେ ଉଛୁଳି ପଡେ ତା ହୃଦୟ ରୁ ସ୍ନେହ ମମତା ର ଅସୀମ ଢେଉ । କୁହନ୍ତି ଭଗବାନ ସମସ୍ତଙ୍କ ପାଖରେ ନିଜେ ରହିପାରିବେନି ବୋଲି ମାଁ କୁ ସୃଷ୍ଟି କରିଛନ୍ତି । କାରଣ ସମସ୍ତଙ୍କ ପାଖରେ ମାଁ ରହିବେ ଆଉ ମାଁ ରୂପରେ ଭଗବାନ ସମସ୍ତଙ୍କ ପାଖରେ ରହିପାରିବେ ।


ନାଁ ଟି ଯେମିତି ସୁନ୍ଦର ଆଉ ପବିତ୍ର ମାଁ ମଧ୍ୟ ସେହିପରି ସ୍ନେହମୟୀ, ପ୍ରେମର ମୂର୍ତ୍ତି । ସନ୍ତାନ ନିମନ୍ତେ ତାଙ୍କ ଜୀବନ ଉତ୍ସର୍ଗ । ଗର୍ଭ ପୀଡା ପରି ଅସହ୍ୟ କଷ୍ଟ କୁ ସେ ସହିଯିବାକୁ ରାଜି ସିନା କିନ୍ତୁ କୋଳରେ ଦେଖିବାକୁ ଚାହାନ୍ତି କୋଳନନ୍ଦିନୀଟିଏ । ଏହି ସନ୍ତାନ ନିମିତ୍ତ କେବଳ ଗର୍ଭର ଅତ୍ୟନ୍ତ ପୀଡା କୁ ସହୁ ସହୁ ମରଣ ର ଦ୍ୱାରାଦେଶରେ ମଧ୍ୟ କେବେ କେବେ ଚାଲି ଯାଆନ୍ତି ମାଁ । କିନ୍ତୁ ଚନ୍ଦ୍ର ଉଦିଆ ଟିକି ମୁହଁଟିକୁ ତାର ଚାହୁଁ ଚାହୁଁ ଖେଳି ଯାଏ ଓଠରେ ଟିକି ହସଟିଏ ଆଉ ମୁହଁରେ ଆନନ୍ଦର କଳରବ ଧ୍ୱନି । ଯେତେବେଲେ ବାପାଙ୍କ ପାଖରେ ପହଞ୍ଚି ଡକ୍ଟର କୁହନ୍ତି, କଙ୍ଗ୍ରାଚୁଲେସନସ୍ ଆପଣଙ୍କର ଝିଅଟିଏ ହେଇଚି, ବାପାଙ୍କ ଖୁସି କହିଲେ ନ ସରେ । ମିଠାର ପାହାଡ ଘରକୁ ଆସେ । ଖୁସିର କଳରବ ଧ୍ୱନି ରେ ଚହଳ ପଡ଼ିଯାଏ ସାରା ଘରଟି । ବନ୍ଧୁକୁଟୁମ୍ବଙ୍କ ସହିତ ମିଶି ଖୁସି ମନାନ୍ତି ବାପା । କେତେ ନାଚ ଗୀତ ଆନନ୍ଦ ଉତ୍ସବ ।


ଏମିତି ଭୋଇ ବାବୁ ଙ୍କ ପରିବାରରେ ମଧ୍ୟ ଆନନ୍ଦ ର ସଙ୍ଗୀତ ଆକାଶ ଛାତିଚିରି ଘୁମୁରି ଉଠୁଥିଲା । ଝିଅଟିର ଆଗମନରେ ରେ ପରିବାରରେ ଖିସିର ଲହରୀ ଖେଳି ଉଠୁଥିଲା । ମାଁ ବାପା ଶରଧାରେ ଝିଅର ନାଁ ରଖିଲେ ମିକି । ଅନ୍ଧର ଲଉଡି ଆଳିଅଳ କନ୍ୟା ମିକିର ବହୁତ ଯତ୍ନ ନିଅନ୍ତି ମାଁ ବାବା ଦୁହେଁ । ମିକି ଯାହା ଖାଲି ନିଦହେଲେ ଖଟରେ ଟିକିଏ ଶୁଏ । ବାକି ସମୟ ତାକୁ ବାପା କେବଳ କାଖେଇ କୋଳେଇ ଉପରେ ଟେକିକି ହିଁ ଧରିଥିବେ, ଗୀତ ଗାଇବେ, ହଲେଇ ଝୁଲେଇ ନଚେଇ ନଚେଇ ଶୁଆଇଦେବେ । ବହୁତ ସ୍ନେହ ଶରଧା ରେ ଝିଅର ଲାଳନ ପାଳନ କରନ୍ତି ଦୁହେଁ । ତା ପାଇଁ ଗୋଟେ ଅଲଗା କୋଠରୀ ଥିଲା ଯେଉଁଠି ମିକି ର ଦୁନିଆ ସାରାର ଖେଳନା ଭର୍ତ୍ତି ହେଇକି ଥିଲା । ସେ ଯଦି ଖେଳନା ଘୋଡା କହିବା ବାପା ସତ ସତିକା ଘୋଡା ଆଣିଦେଉଥିଲେ । ତା କୁନି ପାଦ ପକେଇ ଚାଲିଲା ବେଳକୁ ବାପା ତାର ଜଗୁଆଳି ହେଇ ରହୁଥିଲେ ଆଉ ମାଁ ଦୂରରେ ବସି ହାତ ହଲେଇ ହଲେଇ କହୁଥିଲେ ଦେଖ ଦେଖ ମୋ ଝିଅକୁ ଦେଖ । ତା କୁନି ପାଦ ପକେଇ ପକେଇ ଦୂରକୁ ଚାଲିଗଲେ ଟେକି ଆଣୁଥିଲେ ବାପା ମାଁ ଙ୍କ ପାଖକୁ ଆଉ "ମୋ ସୁନା, ମୋ ଧନ, ମୋ ଟିକି ମିକି ମାମା ଲୋ...." କହି ଗେଲା କରୁଥିଲେ । ବାପା ଘୋଡା ହେଇ ଝିଅକୁ ପିଠିରେ ବୁଲେଇ ବୁଲେଇ ମାଁ ପାଖକୁ ନେଇଗଲା ବେଳେ ମାଁ ହାତରେ ଖାଇବା ଧରି ବସିଥିବେ ଆଉ ତାକୁ ବୁଝେଇକି ଖୁଆଇଦେବେ, ବାପା ପୁଣି ତାକୁ ଆଉ ଟିକେ ଦୂରକୁ ନେଇଯିବେ ପିଠିରେ ବସେଇ, ହସେଇ ହସେଇ ଗୀତ ଗାଇ ଗାଇ ।


ନୟନର ତାରା ଦୁଃଖ ପାସୋରା ଯାହା କହୁଥିଲା କ୍ଷଣିକ ଭିତରେ ଯାଚି ଦେଉଥିଲେ ବାପା । କୌଣସି ଟି ଜିନିଷର ଅଭାବନାହିଁ । ଯାହା ଖାଇବାକୁ କହିଲା ଦେଲେ, ଯାହା ପିନ୍ଧିବାକୁ କହିଲା ଦେଲେ, ଯାହା ଲୋଡିଲା ସବୁ ଆଣିଦେଲେ ମାଁ ବାପା ଦୁହେଁ ମିଶି । ଲୁହ ଝିଅର ଛାଇ ବି ଛୁଉଁ ନ ଥିଲା । ଏମିତି ଦିନ ଗାଡି ଚାଲିଲା । ଏ ଭିତରେ ତାର ଆଉ ଗୋଟେ ଛୋଟ ଭାଇ ବି ଆସିଗଲା । ମିକି ବହୁତ ଖୁସି ଭାଇ ସହ ଖେଳବ ବୋଲି । ମାଁ ବାପା ନିଜ ପିଲାଙ୍କ ଟିକି ମୁହଁରେ ହସଟିଏ ଦେଖି ଖୁସିରେ ଆତ୍ମା ବିଭୋର ହେଇଯାଉଥିଲେ ।


କିନ୍ତୁ ସମୟ ଗଡି ଚାଲିଲା । ମିକି ବି ଧୀରେ ଧୀରେ ବଡ ହେବାରେ ଲାଗିଲା ଏବଂ ଏଥି ସହିତ ମାଁ ବାପା ଙ୍କୁ ସ୍ନେହ ମମତା ଧୀରେ ଧୀରେ ଆୟତ୍ତଅଧିନ ଆଉ ଅନୁଶାସନର ରୂପ ନେବାରେ ଲାଗିଲା । ମାଁ ଙ୍କ ନିୟନ୍ତ୍ରଣ ବାହାରେ କିଛି କାମ କରିପକେଇଲେ ମାଁ ମିକି କୁ ଏମିତି ତାଗିଦ କଲେ ଯେ ବିଚାରି ନିଜ ଇଚ୍ଛାଟାକୁ ହିଁ ମନରେ ଚାପି ରଖିଲା ଆଉ କହି ପାରିଲାନି । ବାପା ଏମିତି ଅନୁଶାସନ କଲେ ଯେ ଶେଷରେ ଏମିତି ହେଲା ମିକି ବାପା ସହ କଥା ହେବାକୁ ବି ଡରିଲା । ମନର କଥା କିଛି ଖୋଲି ବା କହିପାରିବ କଣ । ପିଲାଟକୁ ଏମିତି କରିଦେଲେ ଯେ ମାଁ ବାପା ଙ୍କ ହଁ ନା ରେ ହିଁ ତା ସବୁ କଥା କାମ ନିର୍ଭର କଲା । କିଛି କରିବା ଆଗରୁ ସେ ବାପାଙ୍କ ଅନୁମତି ନେବାକୁ ଚାହୁଁଥିଲା କିନ୍ତୁ କହିବାକୁ ତାକୁ ଡର ଲାଗୁଥିଲା । ବାପା ନିଜ କାମରେ ବ୍ୟସ୍ତ ରହୁଥିଲେ ଆଉ ମାଁ ବାପାଙ୍କ ଭିତରେ ବି କେବେ କେବେ ଛୋଟ ମୋଟ ଝଗଡା ବୁଝାମଣା ର ଅଭାବ ରହୁଥିଲା । ଏତିକି ବେଳେ ଯଦି ମିକି କୁ କିଛି ଇଛା ହେଉଥିଲା ଆଉ ସେ ମାଁ ପାଖେ ଯାଇ କହୁଥିଲା ତେବେ ମାଁ ଙ୍କ ମନରେ ଯେଉଁ ରାଗ କୁହୁଳୁ ଥିବ ତାକୁ ଝାଡ଼ିଦେଉଥିଲେ ମିକି ଉପରେ । ଟିକି ମନରେ ଯାହା ଟିକେ ଇଚ୍ଛା ଅଭିଳାଷ ଜାଗୃତ ହେଇଥିବା ସବୁ ପୁଣି ସୁପ୍ତ ଅବସ୍ଥାକୁ ଫେରି ଯାଉଥିଲା ।


ମିକି ଯେବେ ଚିତ୍ର ଟିଏ କରିକି ବାପା କୁ ଦେଖାଏ, ବାପା କୁହନ୍ତି; ଚିତ୍ର କଲେ କଣ ହବ ପାଠ ପଢିଲେ ସିନା, ଯା ପାଠ ପଡ଼ିବୁ ଯା । ମନ ଦେଇ ପାଠ ପଢ଼ ବୁଝିଲୁ । ମନରେ ଦୁଃଖ ଦେଇ କହୁଛନ୍ତି ନା ମନ ଦେଇ ପାଠପଢ଼ ।


ମିକି ଯେବେ ସ୍କୁଲ ଫଙ୍ଗସନ୍ ରେ ଭାଗ ନେବାକୁ ଚାହିଁବ ବାପା କହିବେ, ଆମର ସେସବୁ କିଛି କରିବାର ନାହିଁ, ସେଠି ଯାଇକି ନାଚିବୁ ଲୋକେ ଆମକୁ ଚିହ୍ନିବେ, କେତେ ଲୋକ କେତେ କଥା କହିବେ । ଝିଅର ଖୁସି କୁ ବୁଝି ପାରୁନାହାନ୍ତି, ହେଲେ ଲୋକ ଙ୍କ କଥା ଚିନ୍ତା କାରୁଛନ୍ତି କି ସେମାନେ କଣ କହିବେ ।


ମିକି ଯେବେ ସାଙ୍ଗମାନେ ଆଉ ସାର୍ ମାନଙ୍କ ସହ ଭ୍ରମଣରେ ଯିବାକୁ କହିବ ମାଁ ବାପା ଦୁହେଁ ମିଶି ସଫା ସଫା ମନା କରିଦେବେ । ବୁଲିବାକୁ ଗଲେ କଣ ହବ । ଆମର କୁଆଡେ ଯିବା ଦରକାର ନାହିଁ ।


ମିକି ଯଦି କହିବ ବାପା ମୁଁ ବି ତମ ସହ ସପିଙ୍ଗ୍ କରିବାକୁ ଯିବି । ମାଁ କହିବେ, ନା ନା ତୁ ଆଉ ଯାଆନା । ବାପା ତ ପାଇଁ ନୁହଁ ଡ୍ରେସ୍ ଜୋତା, ବ୍ୟାଗ୍, ଖାତା କଲମ ସବୁ ନେଇ ଆସିବେ । ଆଉ କଣ ଦରକାର କହିଦେ । ଝିଅର ଇଚ୍ଛା କୁ ଗୋଡ଼ରେ ଚକଡି ଦେଇ ତା ପାଇଁ ଯାହା ଆଣିଦେଲେ ହେଲେ ତା ମନ ବୁଝିବ କି, ସେ ଖୁସି ହେଇ ପରିବକି ??


ମିକି ବହୁତ ଚୁପଚାପ୍ ରହେ । ସାଙ୍ଗ ସାଥି ସହିତ ମଧ୍ୟ ବହୁତ କମ୍ ମିଳାମିଶା କରେ । ବେଳେବେଳେ ଚୁପି ଚୁପି କାନ୍ଦିପକାଏ, କାହିଁକି କାରଣ ଜଣା ପଡେନା । ତା ହାଇସ୍କୁଲ ରୁ କଲେଜ ଲାଇଫ୍ ଏମିତି ହିଁ କଟିଛି । ସବୁବେଳେ ଡିପ୍ରେସ୍ ମାଇଣ୍ଡ୍ ରେ ରହୁଥିଲା । ଏୟା କଲେ, ସେୟା କଲେ ଲୋକେ କଣ କହିବେ । ତୁ ଝିଅ ପିଲାଟା ତୁ ଏଟା କରନି ସେଟା କରନି କହି କହି ଝିଅଟା କୁ ପୁରା ପାଗଳ କରିଦେଲେ ପରିବାର ଲୋକେ । ତାକୁ ଯାହା ଆବଶ୍ୟକ ହେଉଥିଲା ଦେଉଥିଲେ କିନ୍ତୁ ତା ଇଚ୍ଛା ରେ ନୁହଁ, ମାଁ ବାପା ନିଜ ଇଚ୍ଛାରେ ତାକୁ କାବୁ କରିକି ରଖିଦେଇ ଥିଲେ । ଟିକିଏ ସ୍ନେହ ମମତା ପାଇଁ ସେ ଏତେ ବ୍ୟାକୁଳ ହେଇଯାଉଥିଲା ଯେ କୋଉଠୁ ଖୋଜିଲେ ବି ମିଳୁ ନ ଥିଲା ।


ଝିଅର ହାର୍ ରେ ବି ତାଙ୍କର କିଛି ଧ୍ୟାନ ନାହିଁ କି ଜିତ୍ ରେ ବି ଟିକିଏ ଖୁସି ନାହିଁ । ହଁ ହଉ ହେଲା ଏତିକି କହି କେବଳ ସବୁ କଥାରେ ବ୍ରେକ୍ ଲଗେଇବା ଖାଲି ଜାଣିଥିଲେ । ଯୋଉ ଟିକି ଟିକି କଥାରେ ମିକି ଖୁସି ହେଉଥିଲା ସେସବୁ ମାଁ ବାପା ଙ୍କୁ ପସନ୍ଦ ନ ଥିଲା ତେଣୁ ସେମନେ ଝିଅର ଇଚ୍ଛାରେ ରୋକ୍ ଲଗେଇ ଦେଉଥିଲେ । ମିକି କିଛି କହିବା ପୂର୍ବରୁ ଏବେ ଭାବେ, ଯାହା ବି କହିଲେ ମନା ତ କରିବେ, କହିକି ପୁଣି କଣ ଲାଭ, ନ କହି ଦି ଟୋପା ଲୁହ ଝରେଇ ଦେବା ହିଁ ଭଲ । ସେ ସାମ୍ନାରେ ତ ଖୁସିକୁ ଦେଖିପାରେ କିନ୍ତୁ ଛୁଇଁପରେନା । ଚାପଗ୍ରସ୍ତ ସୁପ୍ତ ପ୍ରାଣକୁ ପୁଣି ଜଳେଇଦିଏ ଛାତିତଳ ର କୋହ ରୂପୀ ଦୁଇ ଟୋପା ଅଶ୍ରୁ ଅନଳ ।


ମିକିର +2 ସରିକି +3 ସରିଲା ଆଉ କିଛି କରିବାକୁ ଇଚ୍ଛା କଲା ସେ, କିନ୍ତୁ ବାପା ମାଁ କହିଲେ ବାହାଘର ବୟସ ହେଇଗଲାଣି । ବାପା ପୁଅ ଠିକ୍ କଲେ । କିନ୍ତୁ ମିକି ବି ବଡ ହେଇଗଲାଣି ଭଲ ମନ୍ଦ ଜ୍ଞ୍ୟାନ ତାର ବି ଆସିଗଲାଣି । ଠିକ ଭୁଲ ସେ ବି ବିଚାର କରିପାରିବ । ମିକି ମାଁ ବାପା ଙ୍କୁ ପ୍ରସ୍ତାବକୁ ମନା କଲା କହିଲା ସେ ପୁଅ ମୋ ପାଇଁ ଠିକ ନୁହଁ । ମାଁ ବାପା କିନ୍ତୁ ଏ କଥା ଶୁଣିବାକୁ ନାରାଜ । ମାଁ ବୁଝେଇଲେ, ଏସବୁ ତୋ ବାପା ଙ୍କ ପ୍ରେଷ୍ଟିଜ୍ ର କଥା ମାଁ, ତୁ ଯଦି ମନା କରିବୁ ଆମେ କୋଉ ମୁହଁରେ ତାଙ୍କ ସହ କଥା ହେଇପାରିବୁ । ତତେ ଦେଖିଲା ଦିନଠୁ ହିଁ ତୋ ବାପା ଙ୍କ ବନ୍ଧୁ ତତେ ବୋହୂ କରି ନେବେ ବୋଲି ମନସ୍ଥ କରିଛନ୍ତି ଆଉ ତୁ କେମିତି ମନା କରୁଚୁ । ବାପା ବି କହିଲେ, ତା ପରି ପିଲା ଏ ଆଖ ପାଖରେ ମିଳିବେନି, ବହୁତ ଭଲ ପିଲା ଆଉ ତୁ ଯଦି ତାକୁ ମନା କରିବୁ ତେବେ ମୋ ଇଜ୍ଜତ ର କଣ ହବ । ଅନ୍ୟମାନେ କହିଲେ, ଯୋଡି ବହୁତ ସୁନ୍ଦର ମାନିବ । ବନ୍ଧୁ ପରିଜନ ବି କହିଲେ, ଦି ଜଣକୁ ବହୁତ ମାନିବ । ଯୋଡି ସୁନ୍ଦର ଦିଶିବ । ମିକି ସବୁ ଶୁଣିଲା, କଣ ବା ଆଉ କାହାକୁ କହିବ । ମନରେ ମନରେ କୋହର ଧୂଆଁ କୁହୁଳି କୁହୁଳି ଯାଉଛି । ମନରେ ଅସଂଖ୍ୟ ପ୍ରଶ୍ନ ସାଙ୍ଗକୁ ଅସୀମ କ୍ଳେଶ । ହୃଦୟ ଛଟପଟ ହେଉଛି । ଦୁଃଖର ଦରିଆ ପାରି କରୁ କରୁ ମଝି ନଈରେ ଝଡ ଆସିଲା ଭଳି ଅଥୟ ଅଶାନ୍ତ ହେଇ ଉଠୁଛି ତା ହୃଦୟ ।


ତିଥିବାର ଆସିଗଲା । ବାହାଘର ଦିନ ଆସି ପହଞ୍ଚିଲା । ସବୁ ଝିଅର ଇଚ୍ଛା ଥାଏ ଭଲ ଘର ଭଲ ବରଟିଏ ପାଇଁ । କିନ୍ତୁ ମିକି ଇଚ୍ଛା କରିବା ବିନା ହିଁ ତା ନାପସନ୍ଦ ର ପୁଅ ସହ ଆଜି ତାର ବାହାଘର । ସମସ୍ତେ ଆସିଲେ । ଭୋଜି ଖାଇ ଆଶୀର୍ବାଦ ଦେଇ ଗଲେ । ବାହାଘର ବି ସରିଗଲା । ଏବେ ଆରମ୍ଭ ହେଲା ଜୀବନ ର ଲମ୍ବା ରାସ୍ତା । ଯେଉଁ ରାସ୍ତା ଚାଲି ଜାଣିବାର ଏତିକି ଟିକିଏ ବି ଧାରଣା ନ ଥିଲା ମିକିକୁ, ତାକୁ ହିଁ ବାନ୍ଧି ଦେଲେ ବିବାହ ନୁହଁ ବିବାଦର ବନ୍ଦନରେ । ମିକି ର କିନ୍ତୁ ଦେହ ପ୍ରାଣ କମ୍ପି ଉଠୁଥିଲା । ନା ସେ ଖୁସି ରେ କିଛି କହି ପାରୁଥିଲା ନା ସହି ପାରୁଥିଲା । ସେ ରାସ୍ତାରେ ପାଦ ପକାଉ ପକାଉ ଟଳମଳ ହେଇ ଯାଉଥିଲା ତା ପାଦ ଦୁଇ । ତାର ଅନିଚ୍ଛା ସତ୍ତ୍ୱେ ବି ତା ଦ୍ୱାରା ସବୁ କାର୍ଯ୍ୟ ବାଧ୍ୟ ରେ କରାଯାଉଥିଲା । ତା ଉପରେ ପୁଣି ଯଦି ସେ ଟିକେ ଦୁଃଖରେ ଦି ଟୋପା ଲୁହ ଗଡେଇଦିଏ ଆଉ ଯେବେ ଶାଶୁ ନଣନ୍ଦ ଜାଣନ୍ତି କେତେ କଣ କହି ତାକୁ ତାନା ମାରୁଥିଲେ, କହୁଥିଲେ କି, କଣ ଯେ ହଉଚି ୟା କୁ, କାହିଁକି ଯେ ସବୁବେଳେ ଏମିତି ହଉଚି, ଦେଖ ତ ଟିକେ ଲୋକେ ହେଲେ କଣ କହିବେ । ସେ ଯେ କେତେ କଷ୍ଟରେ ଗୋଟେ ଗୋଟେ କାମକୁ କିପରି କରୁଛି, ସେ କଥା କାହାକୁ ବା ଜଣା । ଏକାନ୍ତରେ ମନ ଭରିକି ବହୁତ ଗୁଡ଼ାଏ ଲୁହ ଝରାଇ ଦିଏ । ଆଖି ଦି'ଟା ବେଙ୍ଗ ଭଳି ଫୁଲିଯାଏ ସକାଳକୁ । ସେଇଟା ଦେଖି ଆଉ କେହି କିଛି ନ କହୁ ବୋଲି ସକାଳେ ଟିକେ ଡେରି ରେ ଘରୁ ବାହାରିଲେ ତା ଚାରିପାଖ ସମାଲୋଚକ ସଦସ୍ୟଗଣ ପ୍ରସ୍ତୁତ ହେଇ ଯାଇଥିବେ ତା ସମାଲୋଚନା, ନିନ୍ଦା-ଚର୍ଚ୍ଚା କରିବାକୁ କି ସେ ଦିନ ଆଠଟା ଯାଏଁ ଶୋଇଛି ବୋଲି ।


ମିକି ଜୀବନରେ ଯେତିକି ବି ଲୋକ ଅଛନ୍ତି ଖାଲି ତାକୁ ନିଜ ଆୟତ୍ତ କରିବା, ଆୟତ୍ତ ରେ ରଖିବା ହିଁ ତାଙ୍କୁ ଜଣା, ତାଙ୍କ ଆୟତ୍ତାଧିନରେ ଥିଲେ ହିଁ ଭଲ, ନ ହେଲେ ଚକିରେ ପେଶୀ ଦେଲା ଭଳି ଚାପ ଦେଉଥିଲେ ସମସ୍ତେ ତାକୁ । ସ୍ୱାମୀ ସହ ବି ମନ ମିଶେଇକି ରହି ପାରୁ ନ ଥିଲା । ଏଥିରେ ଦୁନିଆକୁ ମିକିର ଭୁଲ ସଫା ସଫା ଦିଶୁଥିଲା । ଘରେ ବସିକି ଚର୍ଚ୍ଚା ହେଉଥିଲା ଶାଶୁ ନଣନ୍ଦ ର । ନା ସେ ତାର କେୟାର୍ କରୁଥିଲା ନା ତା ସ୍ବାମୀ ତାର କେୟାର୍ କଲେ ତାକୁ ଭଲ ଲାଗୁଥିଲା । କାହାକୁ କାହାର ଖବର ନାହିଁ । ମିକି ଯଦି କେତେବେଳେ କିଛି କଥା ପାଇଁ ଦୁଃଖରେ ଥିବ ଆଉ ଭଲସେ କଥା ହେଇ ପାରୁନଥିବ ଆଉ ତା ଶୁଖିଲା ମୁହଁ ଭିତରୁ ଯଦି ଉତ୍ତର ରେ କହିବା ନା କିଛି ହେଇନି, ତେବେ ସ୍ୱାମୀଠୁ ଶୁଣିବାକୁ ପଡୁଥିଲା, ଆକ୍'ଚୁଲି ତମେ ନିଜକୁ ଭାବୁଛ କଣ ମିକି, ମୋ ପାଖରେ ତମର ଏ ଶୁଖିଲା ମୁହଁ ଦେଖେଇବନି ବୁଝିଲ, ଦିନ ରାତି ମୁଁ ତମ ପଛରେ ହିଁ ପଡ଼ିଥିବି ବୋଲି ଭାବୁଚ ନା କଣ ? କଣ ହେଲା କଣ ହେଲା ବୋଲି ପଚାରିବା ମତେ ବୁଝୁନି ଆଉ ମୁଁ ତମ ପଛରେ ଭାଗି ଭାଗି ସେମିତି କିଛି ପଚାରି ପାରିବିନି । କଥା ଟିକେ ବି ଭଲସେ ହେଇପାରୁନ କି ? ଏମିତି ଆଉ କେତେ କଣ ।


ଛାତିତଳେ ଅଜସ୍ର ଅଶ୍ରୁର ଧାର, ବହିଯିବାକୁ ଚାହୁଁଚି କିନ୍ତୁ କଷ୍ଟର ମାତ୍ରା ଏତେ ବଢି ଗଲାଣି ଯେ ନୟନଯୁଗଳ ମଧ୍ୟ କମ୍ ପଡିଯାଉଛି, କିନ୍ତୁ ଅଥୟ ଆକୁଳ ହୃଦୟଅ ଅପେକ୍ଷା କରିଛି ସେଇ ରାତ୍ରିର ଦ୍ଵିତୀୟ ପ୍ରହରକୁ, ଯେତେବେଳେ ସମସ୍ତେ ଶୋଇବେ, ମନ ଭରିକି ଟିକିଏ କାନ୍ଦିବ ବୋଲି । ଜୀବନଟା ତାର ନର୍କ ପାଲଟି ଗଲା । ନା ଜୀଇଁ ପାରୁଛି ନା ମରିପାରୁଛି । ତାଙ୍କ ଦି ଜଣଙ୍କ ଯୋଡି ଅନ୍ୟ ମାନଙ୍କ ସୁନ୍ଦର ଦିଶୁଥିଲା କିନ୍ତୁ, ତାକୁ ସୁନ୍ଦର ଦିଶୁଥିଲା କି ନାହିଁ କେହି ତା ମନକୁ ବୁଝିଲେନି । କ୍ଳେଶରେ ସଢି ଯାଉଥିଲା କୋହଭରା ହୃଦୟଟି ତାର । ଅନ୍ୟ ଆଖିରେ ସୁନ୍ଦର ଦିଶିଲା ସେଥିପାଇଁ ସଭିଏଁ ମଜା ନେଲେ, ଉପଭୋଗ କଲେ । କିନ୍ତୁ ଏବେ ଭୋଗିବା ଲୋକ ଭୋଗୁଛି । କେହି ତ ସାଥ୍ ଦେଉନାହାନ୍ତି । ଆଉ ଏବେ ସାଥ୍ ଦେଉନାହାନ୍ତି ତେବେ କାହିଁକି ସେମାନେ କହୁଥିଲେ ଯୋଡି ମାନୁଚି, ସୁନ୍ଦର ଦିଶୁଚି ବୋଲି କାହିଁକି ବାଧ୍ୟ କରୁଥିଲେ । କିଏ ଦେଲା ତାଙ୍କୁ ସେ ଅଧିକାର?


ହେ ପ୍ରିୟ ମାଁ ବାପା ଯେଉଁ ଶିଶୁ ଆପଣ ଙ୍କ କୋଳ ମଣ୍ଡନ କରି ଆପଣ ଙ୍କ ଓଠରେ ଖୁସି ଭରିଦେଲା, ଯାହାର ଆଗମନ ରେ ଆପଣ ଙ୍କ ଘରକୁ ମିଠେଇର ପାହାଡ ଆସିଥିଲା, ଯାହାର ଛୋଟ ବଡ ସମସ୍ତ ଇଚ୍ଛା କୁ ନ କହୁ କହୁ ଆପଣ ପୂରଣ କରୁଥିଲେ, କଣ୍ଡେଇ ଘୋଡା କହିଲେ ସତ ସତିକା ଘୋଡା କିଣି ଦେଉଥିଲେ, ତାକୁ କାହିଁକି? ତା ପାଇଁ ଥିବା ସ୍ନେହକୁ କାହିଁକି ଅନୁଶାସନ ରେ ରୂପାନ୍ତରିତ କରିଦେଲେ? ତା ପାଇଁ ଥିବା ମମତା କୁ କାହିଁକି କାହିଁକି ଆୟତ୍ତ ର ରୂପ ଦେଇଦେଲେ? ଆପଣ ଙ୍କ ପିଲା ଛୋଟ ଥିଲେ ହିଁ ତାକୁ ସ୍ନେହ ଦେବେ ତା ଇଚ୍ଛାରେ ଯାହା ଚାହିଁବ ଦେବେ ଆଉ ବଡ ହେଇଗଲେ ନିଜ ଆୟତ୍ତ କରି ନିଜ ଇଚ୍ଛାରେ ରଖିବେ, ଏମିତି କାହିଁକି? ଜୀବନର ସବୁଠୁ ବଡ ନିଷ୍ପତ୍ତି, ତା ଜୀବନର ଲମ୍ବା ରାସ୍ତା ଚାଲିବା ପାଇଁ କେଉଁ ବାଟରେ ସେ କେମିତି ଯିବ ଏ ନିଷ୍ପତ୍ତି ମଧ୍ୟ ଆପଣ କରିବେ? ସେ କିପରି ଚାଲିବ କେମିତି କାହା ସହ ଖାପ ଖୁଆଇ ଚଳିବ, ସେ ଜାଣିବା ବିନା ବୁଝିବା ବିନା ଆପଣ ତାକୁ ଏ ରାସ୍ତା ଦେଖେଇଦେବେ? ଯେବେ ସମସ୍ୟା ଜଟିଳ ହେଇଯିବ ଆଉ ତା ଆଖିରେ ଲୁହର ବନ୍ୟା ଆସିଯିବ, ପୋଛିଦବା ପାଇଁ ଆପଣଙ୍କ ପଣତ ବି କମ୍ ପଡିଯିବ, ଆଉ ସେତେବେଳେ କହିବେ ଏୟା ହିଁ ତୋ କପାଳରେ ଥିଲା ମାଁ, ଏମିତି କାହିଁକି? ଆପଣଙ୍କ ପାଇଁ ନିଜ ପିଲାର ଖୁସିର ମାନେ କଣ କିଛି ନାହିଁ? କିନ୍ତୁ ଆପଣ ଙ୍କୁ ଲୋକେ କଣ କହିବେ ସେ କଥା ଚିନ୍ତା ଅଛି, ଇଜ୍ଜତର କଥା ଚିନ୍ତା ଅଛି । କିନ୍ତୁ ଆପଣ ଙ୍କ ପାଇଁ ହିଁ ଆପଣ ଙ୍କ ପିଲା ନିଜ ଖୁସି କୁ ବଳି ଦେଇ ଦିନ ରାତି କ୍ଳେଶର ପୋଖରୀରେ ଉବୁଟୁବୁ ହେଉଚି । ହେଲେ ଆପଣଙ୍କୁ ତ ପର କଥା ଇଜ୍ଜତ କଥା ଚିନ୍ତା ଅଛି । କେବଳ ମାଁ ବାପା ହିଁ ପିଲାଙ୍କ ପାଇଁ ନିଜ ଖୁସି କୁ ପଛରେ ପକାଇ ପିଲାଙ୍କ ଖୁସି କୁ ପ୍ରାଧାନ୍ୟ ଦେଇ ନଥାନ୍ତି । ଏମିତି ପିଲା ବି ଅଛନ୍ତି, ନିଜ ଜୀବନ କୁ ମାଁ ବାପା ଙ୍କ ପାଇଁ ବି ନର୍କ ରେ ପକେଇଦିଅନ୍ତି ଆଉ ନିଜ ଖୁସି କୁ ଭୁଲି ଯାଆନ୍ତି । ଆପଣ ମାଁ ବାପା ହେଇ କିନ୍ତୁ ବୁଝି ପାରନ୍ତିନି ।


ପିଲାଟି କିଛି ନ ଦେଖିଲା ବୁଝିଲା ବେଳେ ମାଁ ବାପା ଯେତିକି ଅଧିକ ତାଙ୍କ ପାଇଁ କଲେ ମଧ୍ୟ ତାଙ୍କ କୁନି ପ୍ରାଣ ବୁଝି ପାରିବନି ଯେ ତାଙ୍କ ମାଁ ବାପା ତାଙ୍କ ପାଇଁ କରୁଛନ୍ତି କଣ ବୋଲି । କିନ୍ତୁ ସେ ଯେତେବେଳ ମାଁ ଙ୍କ ମମତା ଆଉ ବାପାଙ୍କ ସ୍ନେହ ଖୋଜନ୍ତି ସେତିକି ବେଳେ ହିଁ ସେଇ ସ୍ନେହ ମମତା ଅନ୍ୟ କିଛି ନାଁ ରେ ରୂପାନ୍ତର ହେଇ ସାରିଥାଏ । ଆଉ ସେ ଟିକି ପ୍ରାଣରେ ଆଘାତ ଲାଗେ ଆଉ ସେ ଭାବେ ତାଙ୍କ ମାଁ ବାପା ତାଙ୍କୁ ଭଲ ପାଉନାହାନ୍ତି । ଖାଲି ତାଗିଦ୍ କରୁଛନ୍ତି, ଇଚ୍ଛା କଲା ଜିନିଷ କିଣିଦଉନାହାନ୍ତି । ଭାଙ୍ଗିପଡ଼େ ସେ, ଟିକିଏ ପ୍ରେମ ପାଇଁ ତା ବ୍ୟାକୁଳ ହେଇଉଠେ ତା ପ୍ରାଣ । ଏପଟ ସେପଟ ସାହାରା ଖୋଜେ ସେ । ଆଉ ଶେଷରେ କିଛି ପିଲା ବାଳୁଙ୍ଗା ହେଇଯାଆନ୍ତି । ଏତିକି ବେଳେ ଆପଣ ରାଗିକି କୁହନ୍ତି, ଆମେ ତମ ପାଇଁ କେତେ କଣ ନ କରିଛୁ କେତେ କଣ ସହିଚୁ, ଏୟା କରିଚୁ ସେୟା କରିଛୁ । ଆଜ୍ଞା, ପିଲାଟା ଯେତେବେଳେ ଆପଣଙ୍କ କାମର ମହତ୍ତ୍ୱ ବୁଝି ନାହିଁ ଯେତେ କଲେ ସେ କଣ ବୁଝିବ । ସେ ବୁଝିଲା ବେଳକୁ ଆପଣ କରନ୍ତୁ । ଦେଖିବେ ସେ ବି ଆପଣ ଙ୍କୁ ବହୁତ ଭଲ ପାଇବ । କହିବ ମୋ ମାଁ ବାବା ଇଜ୍ ଦି ବେଷ୍ଟ୍ । ଆପଣ ଙ୍କ ସ୍ନେହପ୍ରେମ ହିଁ ତା ପାଇଁ ସବୁକିଛି ।


ପୁଣି ଆପଣ ଯୋଉ ପିଲାର ଛୋଟ ରୁ ବଡ ସବୁ ଜିନିଷ ତା ଇଚ୍ଛା ରେ ଦେବେ ହେଲେ ସେ କାହାକୁ ବାହା ହବ ଆଉ ତା ଇଚ୍ଛା କଣ, ତା ନିଜ ଖୁସି କୁ ହିଁ ତା ହାତରୁ ଛଡେଇ ଜୀବନ ର ଏତେ ବଡ ନିଷ୍ପତ୍ତି ଟା ଆପଣ କାହିଁକି ନେଉଛନ୍ତି? କଣ ଲୁହକୁ, ଦୁଃଖକୁ, ବିବାଦକୁ ଆପଣଙ୍କ ପିଲା ର ଚିର ସହଚର କରେଇବା ପାଇଁ । ତା ଲାଇଫ୍ ର ନିଷ୍ପତ୍ତି ତ ଆପଣ ନେଇଗଲେ କିନ୍ତୁ ଭୋଗ ତ ସେ ହିଁ କରୁଛି, ଆଉ ଏସବୁ କାହା ପାଇଁ... ଆପଣଙ୍କ ପାଇଁ। ଆପଣଙ୍କ ସେଇ ପ୍ରେମ ଟିକକର ଅଭାବ ପାଇଁ ସ୍ନେହ ମମତା ଟିକକ ର ଅଭାବ ପାଇଁ । ତା ଟିକି ଖୁସି ଟିକୁ ବୁଝିନପାରିବା କାରଣକୁ ପାଇଁ । ଆଉ ଯେତେବଳେ ଆପଣ ତାକୁ ସ୍ନେହ କରିବା ଛାଡି ଆୟତ୍ତ କରିବା ଆରମ୍ଭ କରିଦେଲେ ସେତେବେଳଠୁ ହିଁ ଆପଣ ଆପଣ ଙ୍କ ପିଲା ପାଇଁ ଅନ୍ୟାୟ କରି ବସିଲେ । ଆଉ ଆପଣ ନିଜ ପିଲାର ଇଚ୍ଛା, ଖୁସିଟାକୁ ଜାଣି ପାରିଲେ ନାହିଁ । ତେବେ ଏ ରୂପାନ୍ତର କଣ ପାଇଁ? କାହିଁକି ତାକୁ ସ୍ନେହ ପ୍ରେମ ଟିକିଏ ଦେବା ଜାଗାରେ ଆପଣ ତାକୁ ହିଁ ନିଜ ଆୟତ୍ତଅଧିନ କରିବାକୁ ଚେଷ୍ଟା କରୁଚନ୍ତି? କୋହଭାର ହୃଦୟ ଭିତରୁ ଶୁଣା ଯାଉଛି ଏମିତି ସବୁ କେତେ କଥା । ଏସବୁ ଭାବି ଭାବି ନିଥିରି ଯାଉଛି ଦୁଇ ଆଖିରୁ ଲୋତକ ର ନିମ୍ନମୁଖୀ ସ୍ରୋତ । କାହା ପାଖେ କହୁନି ସିନା କିନ୍ତୁ ନିଜେ ହିଁ ନିଜ ଭିତରେ ଲଢେଇ କରୁଛି ଏହିସବୁ କଥା କହି ।


ହେ, ମାଁ ବାବା !! ଆପଣ ଙ୍କ ସ୍ନେହ ମମତା ହିଁ ଆପଣ ଙ୍କ ସନ୍ତାନ ଙ୍କ କାମ୍ୟ, ଅନ୍ୟଥା କିଛି ନୁହଁ ।


Rate this content
Log in

Similar oriya story from Classics