Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Bidyut lata Mishra

Inspirational

3  

Bidyut lata Mishra

Inspirational

ରୁମାଲ

ରୁମାଲ

4 mins
481


ଘରଟିରେ ଆଜି ଗହଳି ଚହଳି ଲାଗି ରହିଥିଲା,ଅଭିନନ୍ଦନର ସୁଅ ଛୁଟୁଥିଲା । ସ୍ନେହୀ ,ମେଳାପୀ,ପରୋପକାରୀ ସ୍ୱପ୍ନା କିନ୍ତୁ ଅନ୍ୟମନସ୍କ ଥିଲା । ମନରେ ଢେଉଖେଳୁଥିଲା ବାହାଘର କଥା । ବାପାଙ୍କ ପାଇଁ ସେ କ'ଣ ବୋଝ ଥିଲା ଏତେ ଜଲଦି ତାର ବାହାଘର କରୁଥିଲେ । କଲେଜ ଦୂର ଥିବାରୁ ଦୁଇ ବର୍ଷ ହେଲା ଦଶମ ସାରି ଘରେ ଥିଲା ସ୍ୱପ୍ନା,ଏହି ଦୁଇ ବର୍ଷଟି ପକ୍କା ଘରଣୀ ହେବାର ତାଲିମ ଦେଉଥିଲା ମାଆ ।

ବାହାଘର କଥା ଶୁଣି ପାଦ ତଳେ ଲାଗୁନଥିଲା ବୋଉର । ଏତେ ଭଦ୍ର ମାର୍ଜିତ ପରିବାର, ଉଚ୍ଚଶିକ୍ଷିତ ବର ,ସର୍ବଗୁଣସମ୍ପନ୍ନ ଆଉ କ'ଣ ଦରକାର । ଶେଷରେ ବାହାଘର ସରିଲା,ବହୁତ ଆଡମ୍ବରରେ । ଧଳା ରଙ୍ଗର ଗୋଲାପ ଫୁଲ ସଜ୍ଜିତ ଗାଡ଼ିରେ ବସି ସ୍ୱପ୍ନା ତାର ଅସରନ୍ତି ସ୍ବପ୍ନକୁ ସମାଧି ଦେଇ ଯାଉଥିଲା ଶାଶୂଘର । ଅଧିକ ପାଠ ପଢିବା ସ୍ବପ୍ନ,ଚାକିରୀ କରିବା ସ୍ବପ୍ନ,ବୁଲିବା ସ୍ବପ୍ନ,ନୂଆ ନୂଆ ଜାଗା ଦେଖିବା ସ୍ବପ୍ନ ଓଃ ଆହୁରି କେତେ କ'ଣ । ସବୁଥିରେ ପୁର୍ନଛେଦ ପଡିଥିଲା । ଏସବୁ ମନେ ପକାଇ ଧକେଇ ଧକେଇ କାନ୍ଦୁଥିଲା ସ୍ୱପ୍ନା । ଶାଶୂ ଘର ପାଖେଇବାକୁ କିଛି ସମୟ ବାକି ସ୍ୱାମୀ ହାତକୁ ବଢାଇଦେଲେ ଗୋଟେ ଧଳା ରୁମାଲ । "ନିଅ ମୁଁହ ପୋଛିଦିଅ ନହେଲେ ସବୁ କହିବେ ଏଇ ନାକ କାନ୍ଦୁରି କି ବୋହୁ କରି ଆଣିଛନ୍ତି । "ହସି ଉଠିଲେ ଡ୍ରାଇଭର, ସ୍ୱାମୀ ଆଉ ଦିଅର । ଦୁଃଖ ଯେମିତି ଦୁଇଗୁଣ ବଢିଗଲା । ତଥାପି ରୁମାଲ ଟିରେ ଲୁହ ପୋଛିଦେଲା ସ୍ୱପ୍ନା,ଧଳା ରୁମାଲ ରେ ଲାଗିଗଲା ସ୍ୱପ୍ନା ଆଖିର କଜ୍ଜଳ ମିଶା ଲୁହ । ଫେରେଇବା ପୂର୍ବରୁ ସ୍ୱପ୍ନା କହିଲା "ମୁଁ ସଫା କରି ଦେଇଦେବି କଜ୍ଜଳ ଲାଗିଗଲା । "କିନ୍ତୁ ସେ ହସି ହସି ରୁମାଲ ଟି ନେଇ ପକେଟରେ ରଖିଦେଲେ ଯେମିତି ସେଇଟା ରୁମାଲ ନୁଁହ ଗୋଟେ ମୂଲ୍ୟବାନ ଉପହାର ।

ନଣନ୍ଦ ରାଣୀ ମୋର ଏରୁଣ୍ଡି ଉପରେ ବସି ନଣନ୍ଦ ପୁଟୁଲି ମାଗୁଥିଲେ,ସୁନା କାନର ଦେଖି କହିଉଠିଲେ ଏଇଟା ସୁନା ନା ପିତଳ । ଘର ର ଏରୁଣ୍ଡି ବନ୍ଧ ନ ମାଡୁଣୁ ଏହି ପ୍ରଶ୍ନ ରେ ପୁଣି କୋହ ଉଠିଲା ମନରେ । ହଠାତ ମୋର ଭୟଭାବ ଦେଖି ସମସ୍ତେ ହସିଉଠିଲେ ,"ଆରେ ଭାଉଜ ଏଇଟା ଥଟା ଥିଲା,ସତ ଭାବିଲକି??"

 ଅଜଣା ଜାଗାରେ ମତେ ଲାଗୁଥିଲା ଯେମିତି ମୁଁ ଏକ ଆସାମୀ ,ଥରକୁ ଥର ଆସି ଜଣେ ଲେଖା ଜେରା କରୁଥାନ୍ତି । କରଣ ପରିବାରରେ ଚଉଠି ପୂର୍ବରୁ ସ୍ୱାମୀ ସ୍ତ୍ରୀ ଦେଖା କରନ୍ତିନି । ଘରକୁ ପର କରିବା ଦୁଃଖ ରେ ଅନ୍ନ ରୁଚୁ ନଥାଏ ମୋତେ,ନଣନ୍ଦ ଦିଅର ମାନେ କହୁଥାନ୍ତି,"ଏବେଠୁ ଏତେ ଅଧର୍ଯ୍ୟ ହେଲଣି,ଖାଦ୍ୟ ବି ରୁଚୁନି ତୁମକୁ । "

ମନରେ ରାଗ ଥିଲେ ବି ଉପରେ ମୁରୁକିହସିବାକୁ ହେଉଥିଲା ।

ଚଉଠି ରାତିରେ ସ୍ୱାମୀ ଏକ ରୂପା ଫରୁଆରୁ ଟିକେ ସିନ୍ଦୁର ମଥାରେ ଆଉ ସିଂଥି ରେ ପିନ୍ଧାଇ ଦେଇଥିଲେ ହାତର ଚୁଡିକୁ ଦେଖି କହୁଥିଲେ ,"ତୁମେ ବହୁତ ସୁନ୍ଦର । "ଏଇ ସିନ୍ଦୁର ତୁମକୁ ସବୁଦିନ ମନେ ପକାଇବ ମୁଁ ତୁମ ପାଖରେ ଅଛି ।

ସେଇ ତିନିପଦ କଥାରେ କି ଯାଦୁ ଥିଲା କେଜାଣି ସ୍ଵପ୍ନାର ମନରୁ ସବୁ ସଂଶୟ,ଭୟ ଦୂର ହୋଇ ଯାଇଥିଲା । କିଛି ନକହିଲେ ବି ସ୍ୱାମୀ ପଢୁଥିଲେ ତାର ନିରବ ସମ୍ମତି ।

ପରଦିନ ସକାଳେ ସମସ୍ତଙ୍କ ପ୍ରଶ୍ନ ଚଉଠି ରାତିର ଉପହାର କ'ଣ ଥିଲା । ସ୍ୱପ୍ନା ହସିଥିଲା ଖାଲି । ବିବାହ ର ଦିନ କେଇଟା ରେ ସ୍ୱାମୀ ଚାଲିଗଲେ ନିଜ କର୍ମସ୍ଥଳୀକୁ । ଶନି ବାର ଆସନ୍ତି ଆଉ ସୋମବାର ଚାଲିଯାନ୍ତି । ଅନ୍ୟଦିନେ ସାହିପଡିସା ନଣନ୍ଦଙ୍କ ଗହଳି ଲାଗେ ସ୍ୱପ୍ନା ପାଖେ ବୁଣାବୁଣି ଶିଖିବାକୁ କିନ୍ତୁ ଏହି ଦୁଇଦିନ ଶାଶୂ ବାହାରରୁ ବିଦା କରିଦିଅନ୍ତି । ବୁଝିପାରେନି ସ୍ୱପ୍ନା ସେମାନେ ନ ଆସିବା କାରଣ ପରଦିନ ସେମାନେ ଆସି ଥଟ୍ଟା କରନ୍ତି,"ବଡ ଚାଲାକ ତୁମେ ଶାଶୂକୁ ଯଗେଇ ଦିନବେଳରେ ସ୍ୱାମୀ ପ୍ରେମ ନାଈଁ । "

ଶାଶୂ ସେଦିନ ମୁଁହ ସୁଖେଇ କହିଲେ ,"ମଧୁର ଇଛା ତୁ ପାଠ ପଢେ ,ତୁ କ'ଣ ପାରିବୁନି । " ଶାଶୂଙ୍କ ପ୍ରେରଣା ଆଉ ସ୍ୱାମୀଙ୍କ ଉର୍ଚ୍ଛାହ ଯୋଗୁଁ ସେ ପଢିଥିଲା ଆଉ ଆଜି ଶିକ୍ଷୟତ୍ରୀ ଭାବେ ବେଶ ପରିଚିତ ଚେହେରା । ଅବସରକୁ ଆଉ ତିନି ବର୍ଷ ଅଛି । ଝିଅ ,ପୁଅ ଦୁହେଁ ବାହା ହୋଇଗଲେଣି । ଦୁହିଁଙ୍କ ଇଛା ରେ ସେମାନଙ୍କ ପାଇଁ ସତପାତ୍ର ଖୋଜିଥିଲେ ସ୍ୱପ୍ନା ଓ ତା ସ୍ବାମୀ । ଆଜି ୪୦ତମ ବିବାହବାର୍ଷିକୀ ପୁଅ ଝିଅ ସବୁ ନିଜ ପୁଅ ଝିଅଙ୍କୁ ନେଇ ଆସିଥାନ୍ତି । ମନ୍ଦିର ଯିବାକୁ ସଯ ହୋଉଥାନ୍ତି ସ୍ୱପ୍ନା । ସ୍ୱାମୀ ଅବସର ପରେ ଘରେ ୪୦ ବର୍ଷ ର ବୈବାହିକ ଜୀବନରେ ଅନେକ ବର୍ଷ ଏକୁଟିଆ କଟିଛି ଦୁଇଜଣଙ୍କ ଆଉ ସ୍ୱପ୍ନା ବି ତିନିବର୍ଷ ପରେ ଅବସର ନେବେ । ସିନ୍ଦୁର ଟୋପା ଟିକୁ ହଳଦୀ ରେ ଅତି ସୁନ୍ଦର ଭାବେ ଲଗାନ୍ତି ସ୍ୱପ୍ନା,ସହକର୍ମୀ ମାନେ ବି ବେଳେ ବେଳେ ପଚାରନ୍ତି ଏତେ ସୁନ୍ଦର ଭାବେ କିଭଳି ଆପଣ ଲଗାନ୍ତି ଆଉ ସକାଳୁ ସଞ୍ଜ କିପରି ସିନ୍ଦୁର ଠିକ ସେମିତି ରୁହେ । କିନ୍ତୁ ସ୍ୱପ୍ନା ଉତ୍ତରରେ କେବଳ ମୁରୁକି ହସି ଥାନ୍ତି । ଯେମିତି ଚଉଠି ରାତି ପରଦିନ ଲାଜେଇ ଯାଇଥିଲେ ଜା ନଣନ୍ଦ ଙ୍କ ଆଗେ । ଏଇ ସିନ୍ଦୁର ପରା ଚଉଠିରାତି ଉପହାର । ୪୦ବର୍ଷ ଧରି ରୂପା ଫରୁଆଟି ସେଇମିତି ଅଛି ତାଙ୍କ ସହ ।

ସନ୍ଧ୍ୟାରେ ସରପ୍ରାଇଜ ପାର୍ଟି ରଖିଥିଲେ ପୁଅ ଆଉ ଝିଅ । ଆନନ୍ଦ ମୟ ପରିବେଶ ରେ ସ୍ୱାମୀ ବଢ଼େଇଦେଲେ ସ୍ୱପ୍ନା ହାତକୁ ଗିଫ୍ଟବକ୍ସଟିଏ । ଗିଫ୍ଟବକ୍ସ ଟିକୁ ଖୋଲିବାକୁ ସମସ୍ତେ ବାଧ୍ୟ କଲେ ସ୍ୱପ୍ନାକୁ,ଆଉ ସ୍ୱପ୍ନା ଗିଫ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ" । ଭିତରେ ଥିଲା ରୁମାଲ ଟିଏ, ଧଳା ରଙ୍ଗର ,ବହୁତ ପୁରୁଣା,୪୦ବର୍ଷ ପୁରୁଣା,ଲୁହ ମିଶା କଜ୍ଜଳ ଠାଏ ଠାଏ ଲାଗିଥିଲା ।

ପୁଣି ସ୍ୱପ୍ନା ଆଖିରୁ ଲୁହ ପଡୁଥିଲା ରୁମାଲଟି ଉପରେ କିନ୍ତୁ ଫରକ ଏତିକି ଥିଲା,"୪୦ ବର୍ଷ ତଳେ ନିଜ ବାପଘରକୁ ଛାଡି ଆସିବାର ଦୁଃଖର ଲୁହ ଥିଲା ଆଉ ଏବେ ଦାମ୍ପତ୍ୟ ଜୀବନରେ ସ୍ୱାମୀ ଓ ଶାଶୂଘରୁ ପାଇଥିବା ଅନାବିଳ ସ୍ନେହ ପ୍ରେମ ପାଇଁ ଆନନ୍ଦାଶ୍ରୁ ।


Rate this content
Log in

More oriya story from Bidyut lata Mishra

Similar oriya story from Inspirational