STORYMIRROR

Sunanda Mohanty

Tragedy Fantasy Others

3  

Sunanda Mohanty

Tragedy Fantasy Others

ରୋବୋ ଗୁରୁ

ରୋବୋ ଗୁରୁ

3 mins
135

ଜଣେ ରାଜା ଥିଲେ । ଅମର ହେବା ତଥା ଅଖଣ୍ଡ ଯୌବନର ଅଧିକାରୀ ହେବା ଥିଲା ତାଙ୍କର ସବୁଠାରୁ ବଡ଼ ଅଭିଳାଷ । ଥରେ ସେ ଭେଟିଲେ ଜଣେ ରୋବୋ ଗୁରୁଙ୍କୁ । ରୋବୋ ଗୁରୁ ଜଣକ ଥିଲେ ଜଣେ ଅସାଧାରଣ ଯୋଗ ପୁରୁଷ ।ତାଙ୍କ ମୁଁହଁ କୁଆଡେ ରୋବର୍ଟ ଭଳି ଚଉଡା ଥିଲା ତ ତାଙ୍କୁ ଲୋକେରୋବୋ ଗୁରୁ ବୋଲି ଡାକୁଥିଲେ।ନିଜର ସମସ୍ତ ପ୍ରଶ୍ନ ପଚାରି ସହଜ ସୁଲଭ ଉତ୍ତର ସହିତ ଉଦାହରଣ ପାଇ ଖୁସିହେଇ ବହୁତ କିଛି ଶିକ୍ଷା ପାଉଥିଲେ।ଘୋର ବର୍ଷା ହେଉଥିଲା ବେଳେ ରାଜା ନିଜ ଅଭିଳାଷ ବିଷୟରେ ତାଙ୍କୁ କହିଲେ ।ସେତେବେଳକୁ ବର୍ଷାରେ ମଧ୍ୟ ରୋବୋ ଗୁରୁ ଯୋଗସ୍ଥ ଥିଲେ. ଯୋଗରୁ ଉଠିଲା ପରେ ସେ କହିଲେ -- ଅମରତ୍ବ ପ୍ରାପ୍ତି ? ଅଖଣ୍ଡ ଯୌବନ ? ଆଉ ଥରେ ଚିନ୍ତା କରି କୁହ । ରାଜା କିନ୍ତୁ ଥିଲେ ସେହି ଗୋଟିଏ ଜିଦରେ । ତେଣୁ ରୋବୋ ଗୁରୁ ରାଜାଙ୍କୁ କହିଲେ -- ତାହା ହେଲେ ମୋ ସାଙ୍ଗରେ ଆସ । ଏହା କହି ଗୁରୁ ରାଜାଙ୍କୁ ଏଭଳି ଏକ ସ୍ଥାନକୁ ନେଇଗଲେ, ଯେଉଁଠି ଜଣେ ସୁଦର୍ଶନ ପୁରୁଷ ଛାତିରେ ହାତ ପିଟି କାନ୍ଦୁଥିଲେ । କିନ୍ତୁ ତାଙ୍କ କ୍ରନ୍ଦନ ସ୍ବର କାହାକୁ ଶୁଭୁ ନ ଥିଲା ।

     ରାଜା ପଚାରିଲେ -- ମହାତ୍ମା, ୟେ କିଏ ?ରୋବୋ ଗୁରୁ କହିଲେ -- ୟେ ତୁମ ଭଳି ଜଣେ ମୂଢମତି । ଏହି ବ୍ଯକ୍ତି ତପସ୍ୟା କରି ଅମରତ୍ବ ଏବଂ ଅଖଣ୍ଡ ଯୌବନ ଲାଭ କଲା ବେଳେ ହୃଦୟଙ୍ଗମ କରି ପାରି ନ ଥିଲେ ଯେ ତାହା କିଭଳି ଏକ ଅଭିଶାପ ହୋଇପାରେ । କାରଣ ତାଙ୍କ ପୁତ୍ର, କନ୍ୟା ଓ ପୌତ୍ର ଆଦି ଜଣ ଜଣ କରି ଜରାଗ୍ରସ୍ତ ହୋଇ ଚାଲିଗଲେ । ସେ ବୁଝି ପାରି ନ ଥିଲେ ଯେ ଦିନେ ସମ୍ପୂର୍ଣ୍ଣ ଭାବେ ବନ୍ଧୁ ଓ କୁଟୁମ୍ବହୀନ ହୋଇଯିବ । ସେ ସେଭଳି ହୋଇଗଲେ । ଏଵେ ସେହି ଅବସ୍ଥାରେ ସେ ଚିରନ୍ତନ ଭାବେ କ୍ରନ୍ଦନ ରତ । ରାଜା ଏବେ ଟିକିଏ ଭାବିଲେ । ତା ପରେ କହିଲେ -- ମହାତ୍ମା, ଏବେ ମୁଁ ଭାବୁଛି ଭଗବାନ ମୃତ୍ୟୁ ଭଳି ଚିଜଟିଏ ଏ ସଂସାରରେ କାହିଁକି ରଖିଛନ୍ତି ।ରୋବୋ ଗୁରୁ କହିଲେ ନହେଲେ କଣ ସଂସାରରେ କେହି କାହାକୁ ଭୟ କରିବେ ନା ପ୍ରଣିତ ନିୟମ କାନୁନ ମାନି ଚାଲିବେ? କାଳ ବଳେ ମୃତ୍ୟୁ ଆସିବା ସତ୍ୟ ଜାଣି ମଣିଷ ଜୀବନରେ ସୁକର୍ମ ତଥା ଧର୍ମ କରିଥାଏ।ରୋବୋ ଗୁରୁ କହିଲେ ରାଜନ ଗପ ଟିଏ କହୁଛି ଶୁଣନ୍ତୁ।

    ବାରଣାସୀର ଗଙ୍ଗା ନଦୀ କୂଳରେ ଜଣେ ଗୁରୁଜୀ ରହୁଥିଲେ । ତାଙ୍କର ଅନେକ ଶିଷ୍ୟ ଥିଲେ । ଶିକ୍ଷା ଶେଷ ହେବା ପରେ ଗୁରୁଦେବ କିଛି ଶିଷ୍ୟଙ୍କୁ ଆଶୀର୍ବାଦ ଦେଇ ବିଦାୟ କରିବାକୁ ବାହାରିଲେ । ସକାଳୁ ଗଙ୍ଗା ସ୍ନାନ କରିବା ପରେ ଗୁରୁଦେବ ଏବଂ ତାଙ୍କର ଶିଷ୍ୟମାନେ ପୂଜା କରିବାକୁ ବସିଗଲେ । ସମସ୍ତେ ଧ୍ଯାନ କରୁଥିବା ସମୟରେ ଜଣେ ଶିଶୁର ସ୍ବର ଶୁଭିଲା । ସେ ସାହାଯ୍ୟ ପାଇଁ ଡାକୁଥିଲା । ଏହି ସମୟରେ ଜଣେ ଶିଷ୍ୟ ନିଜ ଜୀବନକୁ ବାଜି ଲଗାଇ ନଦୀ ଗର୍ଭକୁ ଡେଇଁ ପଡିଲା । ସେ କୌଣସି ପ୍ରକାରେ ଉକ୍ତ ଶିଶୁକୁ ବଞ୍ଚାଇ ନଦୀ କୂଳକୁ ନେଇ ଆସିଲା । କିନ୍ତୁ ଗୁରୁଦେବ ସମସ୍ତ ଘଟଣା କ୍ରମକୁ ନିଜ ଆଖିରେ ଦେଖୁଥିଲେ ।

    ଏଥର ଗୁରୁଦେବ ସମସ୍ତଙ୍କୁ କହିଲେ, ଜଣେ କାନ୍ଦୁଥିବା ଶିଶୁର ଡାକ ଶୁଣି ତୁମ ମାନଙ୍କର ଜଣେ ଶିଷ୍ୟ ତାକୁ ବଞ୍ଚାଇବା ଲାଗି ନଦୀକୁ ଡେଇଁ ପଡିଲା । ଶିଷ୍ୟମାନେ କହିଲେ, ସେ ପୂଜା ସ୍ଥାନରୁ ଉଠିଯାଇ ଅଧର୍ମ କରିଛି । ଏହାଶୁଣି ଗୁରୁଦେବ କହିଲେ, ଅଧର୍ମ ସେ ନୁହେଁ, ତୁମେ ମାନେ କରିଛ । ତୁମେ ବୁଡି ଯାଉଥିବା ଏକ ଶିଶୁର ଡାକ ଶୁଣି ପାରିଲ ନାହିଁ । ପୂଜା-ପାଠ, ଧର୍ମ-କର୍ମର ଉଦ୍ଦେଶ୍ୟ ହେଉଛି ପ୍ରାଣୀ ମାନଙ୍କର ରକ୍ଷା କରିବା । ତୁମେ ଆଶ୍ରମରେ ଧର୍ମ ଶାସ୍ତ୍ର, ବ୍ଯାକରଣ, ଧର୍ମ-କର୍ମ ଆଦିରେ ପାରଙ୍ଗମ ହେଲ, କିନ୍ତୁ ଧର୍ମର ମର୍ମ ଏଯାଏଁ ବୁଝି ପାରିଲ ନାହିଁ । ପରୋପକାର ଏବଂ ସଙ୍କଟରେ ପଡିଥିବା ପ୍ରାଣୀର ଉଦ୍ଧାର ଠାରୁ ବଡ଼ ଧର୍ମ ଆଉ ନାହିଁ ।ଗଳ୍ପଟି କହିସାରି ରୋବୋ ଗୁରୁ କହିଲେ ମୃତ୍ୟୁ ଭୟ ଅଛି ବୋଲି ମଣିଷ ନ୍ୟାୟ, ଧର୍ମ, ସୁକର୍ମ କରି ମଣିଷପଣିଆର ଧର୍ମ ନିଭେଇ ଚାଲିଛି. ରୋବୋ ଗୁରୁ ସେହି ବର୍ଷାରେ ଯୋଗାସୀନ ହେବା ପୂର୍ବରୁ ରାଜା ତାଙ୍କ ଭୁଲ ବୁଝି ରାଜନଅର ଫେରିଯାଇଥିଲେ।

ସୁସ୍ଥ ନିରାମୟ ଶରୀର ପାଇଁ ଯୋଗ ଏକମାତ୍ର ଉପାୟ ବୋଲି କହିଥିବା ରୋବୋ ଗୁରୁ ଯୋଗସ୍ଥ ହେବା ପୂର୍ବରୁ ରାଜା ଫେରିଆସିଥିଲେ ନଅରକୁ ଓ ରାଜ୍ୟବାସୀମାନଙ୍କୁ ଯୋଗକରି ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ।



Rate this content
Log in

Similar oriya story from Tragedy