STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ରଙ୍ଗ ଭରା ଦୁନିଆଁ

ରଙ୍ଗ ଭରା ଦୁନିଆଁ

1 min
131

କେହି ଜଣେ ସାଧୁ କହିଥିଲେ, ତୁମେ ଯଦି ଫୁଲକୁ ଭଲପାଅ ତେବେ ତାହାର ମୂଳରେ ପାଣିଦିଅ, ଯଦି ଫୁଲକୁ ପସନ୍ଦ କର ତେବେ ତାକୁ ତୋଳିନିଅ ।ରମାକାନ୍ତ ତାଙ୍କ ସାଙ୍ଗ ବିଜୟ ଦୁହିଁଙ୍କ ଭିତରେ ଆଲୋଚନା ।ଦୁଇଜଣ କବି ।ଆଜି ହୋଲି, କବିତାରେ ରଙ୍ଗ ଦେଇ ରଚନା କରିବା କଳା ଦୁହିଁଙ୍କୁ ଜଣା ।ରମା ପ୍ରଥମେ ତାଙ୍କ ରଚିତ କବିତା ପାଠ କଲେ ।ବିଜୟ ଶୁଣୁଥିଲେ କବିତା ।କବିତାର ଭାବର୍ଥ ଥିଲା, ଦୁନିଆଟା କେବଳ ରଙ୍ଗର ଖେଳ।ସାତ ରଙ୍ଗକୁ ନେଇ ଜୀବ କି ଜଡ ସୃଷ୍ଟି । ପଶୁ ପକ୍ଷୀ ଗଛଳତା ମନୁଷ୍ୟ ସମାଜ ରଙ୍ଗ ର ଦୁନିଆରେ ଜଣେ ଜଣେ କଳାକାର । ବିଜୟ କବିତାକୁ ଶୁଣି ବ୍ୟାଖ୍ୟା କରୁଥିଲେ । ରମା ପଚାରିଲେ, ଏହି ରଙ୍ଗ କଣ? ବିଜୟ କହିଲେ, ଗୋଟିଏ ପୁରାଣ କଥା ଶୁଣ। କୃଷ୍ଣ ଓ ସୁଦାମା ଦୁହିଜଣ ସହପାଠୀ । ଜଙ୍ଗଲର କାଠ ଆଣି ଦେବାକୁ ଗୁରୁ କହିଲେ । ଦୁଇଜଣ କାଠ ଆଣିବାକୁ ଜଙ୍ଗଲକୁ ଗଲେ ।ଗୁରୁ ସେମାନଙ୍କୁ ଭୋକ ଲାଗିଲେ କିଛି ଖୁଦ ଭଜା ଖାଇବା ପାଇଁ ଦେଇଥିଲେ ।ବନରେ ଭୀଷଣ ବର୍ଷା ହେବାରୁ ଦୁହେଁ ଗୋଟିଏ ବଡ଼ ଗଛରେ ଚଢି ଆଶ୍ରୟ ନେଲେ ।କୃଷ୍ଣ ନିଦରେ ସୋଇପଡିଲେ । ସୁଦାମାକୁ ପ୍ରବଳ ଭୋକ ଲାଗିବାରୁ ସବୁତକ ଖୁଦଭଜା ଖାଇଦେଲେ ,କୃଷ୍ଣ ନିଦରୁ ଉଠି ଭୋକରେ ଆଣିଥିବା ଖୁଦଭାଜ ମାଗିଲେ ।ସୁଦାମା ସବୁ ଖାଇଦେବା ଶୁଣି କହିଲେ ମୋ ଭାଗ ତୁମେ ସବୁ ଖାଇଦେଲ,ମୁଁ ଏବେ କଣ ଖାଇବି ।ତୁମେ ସବୁ ଖାଇଛ କାହାକୁ କହିବ ନାହିଁ ।ପରବର୍ତ୍ତୀ ସମୟରେ ସୁଦାମା ଦରିଦ୍ର ହେଲେ । କଥାର ତାତ୍ପର୍ଯ୍ୟ , କୌଣସି ବ୍ୟକ୍ତିର ହକ୍ ଛଡାଇନେଲେ, ମନୁଷ୍ୟ ଦରିଦ୍ର ହୁଏ ।ବଞ୍ଚିବାର ରଙ୍ଗ ସତ୍ୟ ନ୍ୟାୟ ଧର୍ମ ପରୋପକାର ଓ କର୍ମ ପ୍ରବଣ ରହିବା ।ରଙ୍ଗ ହେଉଛି କଲା ଯାହା ଶାନ୍ତି ଓ ସମୃଦ୍ଧି ପ୍ରଦାନ କରେ । ଦୁଇଜଣ ଏକମତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational