Sunita Kumari Pradhan

Crime

4.5  

Sunita Kumari Pradhan

Crime

ରକ୍ତର ଋଣ ପରିଶୋଧ

ରକ୍ତର ଋଣ ପରିଶୋଧ

5 mins
268


ଦୁଇ ଦିନ ହେଲା ପ୍ରିତମର ମୋବାଇଲ୍ କୁ ଫୋନ କରୁଥିଲା ଶାଶ୍ଵତ। ପ୍ରିତମ ର ଫୋନ ବାରମ୍ବାର ସ୍ଵିଚ୍ ଅଫ୍ କହୁଥିଲା।ପ୍ରିତମ ର କୌଣସି ଖୋଜ ଖବର ନଥିଲା।

ଭାରି ବ୍ୟସ୍ତ ଲାଗୁଥିଲା ଶାଶ୍ଵତ କୁ।ଦୁଇ ବର୍ଷ ହେଲାଣି କେବେ ଏମିତି ହୋଇନଥିଲା। ପ୍ରିତମ ର ଭାବନା ରେ ବୁଡି ରହିଲା ଶାଶ୍ଵତ। ଶାଶ୍ଵତ ଓପ୍ରିତମ୍ ରୁମ୍ ମେଟ୍।ଅଲଗା ଅଲଗା ସହରରୁ ଆସିଥିଲେ ଭୋପାଳ କୁ ଚାକିରି କରିବା ନିମନ୍ତେ।ଗୋଟିଏ ନାମୀ କମ୍ପାନୀ ରେ ଚାକିରି କରୁଥିଲେ ଦୁହେଁ।ସେହି ଅଫିସ ରେ ହିଁ ଦେଖା ସାକ୍ଷାତ ଓ ତାପରେ ବନ୍ଧୁତା।ଖୁବ୍ ନିବିଡ ବନ୍ଧୁ ଥିଲେ ସେମାନେ।ତାପରେ ଗୋଟିଏ ଫ୍ଲାଟ୍ ରେ ରହୁଥିଲେ। କିନ୍ତୁ ଶାଶ୍ଵତ ଲକ୍ଷ୍ୟ କରୁଥିଲା,ଏଇ କେତେଦିନ ହେଲା ପ୍ରିତମ ଭାରି ଅନ୍ୟମନସ୍କ ରହୁଥିଲା।ଚିନ୍ତାଗ୍ରସ୍ତ ଥିଲା ଭଳି ଲାଗୁଥିଲା। ଶାଶ୍ଵତ କଣ ହୋଇଚି ତୋର?ଭାରି ଚିନ୍ତା ରେ ଥିଲା ଭଳି ଲାଗୁଛି। ନା କିଛି ନୁହଁ।ଦେହ ଟା ଟିକେ ଭଲ ଲାଗୁନି।କହିଲା ପ୍ରିତମ। କିଛି ତୋ ଗୋଟେ କଥା ଅଛି ଯାହା ତୁ ମୋତେ କହିବାକୁ ଚାହୁନୁ।ମୋତେ ତୋ ସାଙ୍ଗ ବୋଲି ଭାବୁନି ବଢେ ତେଣୁ କିଛି କହିବାକୁ ଚାହୁଁନୁ। ନା ସେମିତି କିଛି ନାହି।ଯଦି ସେମିତି କିଛି ଥାନ୍ତା ମୁଁ ତୋତେ ପ୍ରଥମେ କହି ଥାଆନ୍ତି।କହି କଥାଟା କୁ ବାଁରେଇ ଦେଲା ପ୍ରିତମ। ଦୁଇ ଦିନ ତଳେ ଶାଶ୍ଵତ ର ନାଇଟ ସିଫ୍ଟ୍ ଡ଼ିଉଟି ଥିଲା,ସେଦିନ ସନ୍ଧ୍ୟା ରେ ଅଫିସ ଚାଲିଯାଇଥିଲା।ଅଫିସ ରେ କିନ୍ତୁ ପ୍ରିତମକୁ ଦେଖିପାରିଲା ନାହିଁ।ବୋଧେରୁମ୍ କୁ ଯାଇ ଥିବ ଭାବିଫୋନ କଲା।ନା ଫୋନ ଲାଗିଲାନି।ତା ପର ଦିନ ଅଫିସ ରୁ ଫେରି ଦେଖିଲା ଏବେ ବି ପ୍ରିତମ ଘରେ ନଥିଲା।ଫୋନ ଲଗେଇଲା, ପୁଣି ସ୍ଵିଚ ଅଫ୍ ।ତା ର ଯେତେ ଜଣ ସାଙ୍ଗ ସମସ୍ତଙ୍କୁ ଫୋନ କଲା,ଅଫିସ ରେ ଫୋନ କରି ପଚାରିଲା ନା କେହି ଦେଖି ନାହାଁନ୍ତି ପ୍ରିତମକୁ।


ଶେଷ ରେ ଅନ୍ୟଉପାୟ ନ ପାଇ ପୋଲିସ ରେ complain ଦେଲା।ପ୍ରିତମର ଫୋଟୋ ଓ ଗାଆଁ ଠିକଣା,ନିଜର କଣ୍ଟାକ୍ତ ନମ୍ବର ଦେଇ ଚାଲି ଆସିଲା ଥାନାରୁ। ହଠାତ୍ ମୋବାଇଲ ରିଙ୍ଗରେ ଧ୍ୟାନ ଭଗ୍ନ ହେଲା ତାର। ଥାନାର ନମ୍ବର।ମନକୁ ପାପ ଛୁଇଁଲା କିଛି ହୋଇ ନି ତୋ ପ୍ରିତମର।! ଫୋନଟି ଉଠେଇ ହ୍ୟାଲ କହିବାମାତ୍ରେ ,ସେପଟରୁ ଥାନା ବାବୁ ଥାନାକୁ ଆସିବାକୁ କହିଲେ। ତର ତର ହୋଇ ଦୌଡିଲ୍ ଥାନାକୁ। ଥାନା ବାବୁ କହୁଥିଲେ ଆଜି ସକାଳୁ ନଈ ପଠାରୁ ଏକ ଲାସ୍ ମିଳିଛି।ତୁମେ ଯେଉଁ ନିଖୋଜ ଯୁବକ ଙ୍କର ନିଖୋଜ ରିପୋର୍ଟ କରିଥିଲ ସେ ବ୍ୟକ୍ତି ଓ ଏ ଲାସ୍ ସେହି ଏକା ବ୍ୟକ୍ତି ର ଭଳି ଲାଗୁଛି। ଏକଥା ଶୁଣିବା ମାତ୍ରେ ତା କାନ ମୁଣ୍ଡା ଝାଇଁ ଝାଇଁ ହୋଇଯାଇଥିଲା।ନିଜକୁ ସମ୍ଭାଳି ଶବ ଟିକୁ ଚିହ୍ନଟ କରିଲା। ଭୋ ଭୋ ହୋଇ କାନ୍ଦିଲା ସେ।ଏଇଟା ଯେ ତାର ଅତି ଆଦରର ସାଙ୍ଗ ପ୍ରିତମର ଲାସ୍।।ମନେ ପଡ଼ିଗଲା ବର୍ଷକ ତଳର କଥା, ଯେଉଁଦିନ ତା ର ଗୋଟିଏ ବଡ଼ accident ହୋଇଥିଲା ସେହିଦିନ ଏହିପ୍ରିତମ୍ ହିଁ ମେଡିକାଲ୍ ରେ ରାତିଦିନ ରହି,ନିଜ ବ୍ଲୋଡ୍ ଦେଇ ତା ଜୀବନ ରକ୍ଷା କରିଥିଲା।ଆଜି ତା ଆଖି ସାମନା ରେ ତା ସାଙ୍ଗ ର ନିର୍ଜୀବ ଶରୀର।ବାକ ଶୂନ୍ୟ ହୋଇଯାଇଥିଲା ସେ।


ପାରିପାର୍ଶ୍ବିକ ତଥ୍ୟ ରୁ ଜଣା ପଡ଼ୁଛି ଏହା ଏକ ଆତ୍ମହତ୍ୟା।ପଷ୍ଟମର୍ତମ୍ ପରେ ହିଁ ଠିକ୍ କଥା ଟି ଜଣା ପଡ଼ିବ। ସେ ଏମିତି ଆତ୍ମହତ୍ୟା କରିବା ଭଳି ପିଲା ନୁହଁ।ଭାରି ଦୃଢ଼ ମନବୋଳ୍ ଓ ମାନସିକତା ର ପିଲା ସେ।ନା ସାର୍ ସେ କେବେ ଆତ୍ମହତ୍ୟା କରିପାରିବନି ନିଶ୍ଚିତ କେହି ତାର ହତ୍ୟା କରିଛି। ତାର କାହା ସହ ଶତ୍ରୁତା ଥିଲା କି? ଥାନା ବାବୁ ଙ୍କ କଥା ଶୁଣି ସେ କହିଲା ନା ମୋ ସାଙ୍ଗର ଏମିତି କେହି ଶତ୍ରୁ ନଥିଲେ ଯେ କେହି ତାର ମର୍ଡର୍ କରିଁବ। ଭାରି ଭଲ ପିଲା।ଭଦ୍ର ମେଳାପି ଓ ଶାନ୍ତ ଷିଶ୍ଟ୍।କାହା ସହ ଶତ୍ରୁତା ନଥିଲା ତାର। ସେ କିଛି ଦିନ ହେଲା ଭାରି ଟେନସନ୍ ରହୁଥିଲା।ବହୁତ୍ ଥର ପଚାରିବା ସତ୍ତ୍ଵେ କିଛି କହୁନଥିଲା।କିଛି ଗୋଟିଏ ଘଟଣା ଘଟିଛି ସାର୍।ଯେଉଁଟା କି ତା ମୃତ୍ୟୁର କାରଣ। ଶୁଣନ୍ତୁ ପୋଲିସର କାମ ହେଲା ସତ୍ୟାସତ୍ୟ ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦେବା।କିନ୍ତୁ

ସନ୍ଦେହ ର ବଳୟ। ଭିତରେ ପ୍ରଥମେ ଆପଣ ହିଁ ଆସୁଛନ୍ତି ଶାଶ୍ଵତ ବାବୁ। ତେଣୁ ଆମ enquiry ନ ସରି ଲା ପର୍ଯ୍ୟନ୍ତ ଆପଣ କୁଆଡେ ଯାଇପାରିବେନି। ଠିକ୍ ଅଛି ସାର୍। ମୋ ସାଙ୍ଗ ର ଅପରାଧୀ କୁ ଧରିବା ନିମନ୍ତେ ମୁଁ ସବୁ କରିବାକୁ ପ୍ରସ୍ତୁତ ଅଛି। ପ୍ରିତମର ଘର ଲୋକଙ୍କୁ ଖବର ଦିଆ ଗଲା।ଗାଆଁ ରୁ ଆସି ପହଞ୍ଚି ଗଲେ ତା ବାପା ଭାଇ।କି ବୁକୁଫ ଟା କ୍ରନ୍ଦନ।

ବାରମ୍ବାର ମୂର୍ଚ୍ଛା ଯାଉଥିଲେ ତା ବାପା। ସେମାନଙ୍କ ଲୁହ ଦେଖି ପ୍ରିତମ ମନେ ମନେ ଶପଥ କରିଲା ଯେ ଯେମିତି ହେଉ ଶାଶ୍ଵତ ର ହତ୍ୟାକାରିକୁ ଧରି ତାଙ୍କୁ ଦଣ୍ଡ ଦେଇ ତା ରକ୍ତର ଋଣ ଶୁଝିବ।ଏମାନଙ୍କ ଆଖି ମରୁ ଯେଉଁ ଲୁହ ଝରୁଛି ସେହି ଅପରାଧୀ ଙ୍କ ଦେହରୁ ସେତିକି ରକ୍ତ ନ ଝରିବା ଜାୟେନ ସେ ଶାନ୍ତି ରେ ନିଃଶ୍ୱାସ ମାରିବ ନାହିଁ। ଏହାର ଦୁଇ ଦିନ ପରେ ତା ଅଫିସ ର କିଛି ଫାଇଲ ଖୋଜୁ ଖୋଜୁ ଗୋଟିଏ ଚିଠି ଟିଏ ପାଇଲା।ସେଇଟା ଯେ ପ୍ରିତମ ର ଅକ୍ଷର, ଏଥିରେ ସନ୍ଦେହ ନଥିଲା।ଥର ଥର ହାତ ରେ ଚିଠି ଟି ଏକା ନିଃଶ୍ୱାସ ରେ ପଢିବାକୁ ଲାଗିଲା।

ମାଇ ଡିଅର ଶାଶ୍ଵତ,

କେମିତି କହିବି ଜାଣିପାରୁନି।ଆଜି ହୁଏ ତୋ ତୋତେ କହିଦେଲେ ମୋ ଭଳି କେତେ ଜଣ ନିରୀହ ଙ୍କ ଜୀବନ ବଞ୍ଚିଯିବ।ମୁଁ ଏମିତି ଏକ ଚକ୍ର ଵ୍ୟୁହ ମଧ୍ୟ ରେ ଫସି ଯାଇଛି ଯେ ଯେଉଁଥିରୁ ବାହାରିବା ର ରାସ୍ତା ପାଉନି।ଯେଉଁ ଦୋଷ ମୁଁ କରିନି ତାର ଦଣ୍ଡ ହୁଏ ତୋ ମୋତେ ମୋ ଜୀବନ ହାରି ଦେବାକୁ ପଡ଼ିବ।


ଆଜିକୁ ୧୫ଦିନ ତଳେ ମୁଁ ସନ୍ଧ୍ୟା ବେଳ କୁ ଅଫିସ ରୁ ଫେରୁିଥିଲି।ବାଟ ରେ ଜଣେ ବୟସ୍କା ମହିଳା ନିଜ ଗୋଡ ଯନ୍ତ୍ରଣା ହେବାର ବାହାନା କାଢି ମୋତେ ଲିଫ୍ଟ ମାଗିଲେ।ମୁଁ ଦୟା କରି ତାଙ୍କୁ ତାଙ୍କ ଘର ନିକଟ ରେ ଛାଡି ଦେଲି।ମୋତେ ସେ ବାଧ୍ୟ କରି ତାଙ୍କ ଘର କୁ ଡାକି ଚାହା ପିଇବାକୁ ଦେଲେ।ମହିଳା ଜଣକ ଙ୍କ ବ୍ୟବହାର ଏତେ ଭଲ ଥିଲା ଯେ ସନ୍ଦେହ ର ପ୍ରଶ୍ନ ଉଠୁନଥିଲା।


ଚାହା ପିଇବା ପରେ ମୋ ମୁଣ୍ଡ ଟା ଝିମ୍ ଝିମ୍ ହୋଇ ଗଲା।ଆଖି ପଡି ଯାଉଥିଲା।ମୁଁ ଉଠିବା କୁ ଚେଷ୍ଟା କରିବା ପୂର୍ବରୁ ପଡି ଯାଇଥିଲି।ଏହାପରେ କଣ ହେଲା ମୁଁ ଜାଣି ପାରିଲିନି।

କିନ୍ତୁ ପ୍ରାୟ ଦୁଇ ଘଣ୍ଟା ପରେ ଯେତେବେଳ ଚେତା ଫେରିଲା ସେ ଭଦ୍ର ମହିଳା ମୋତେ ଏମିତି ଏକ ଭିଡ଼ିଓ ଦେଖେଇଲା ଯାହା ଦେଖି ମୋ ମୁଣ୍ଡ ଭିତର ଟା କଣ ହୋଇଗଲା।ମୋ ବେହୋସ୍ ର ସୁଯୋଗ ନେଇ ଏମିତି ଏକ ଅଶ୍ଳୀଳ ଭିଡିଓ ବନେଇଥିଲେ ଯେଉଁଥିରେ କି ମୁଁ ଦୋଷୀ ଲାଗୁଥିଲି।


ସେହି ଭିଡିଓଦେଖେଇ ମୋତେ ବ୍ଲାକ ମେଲ୍ କରିବାକୁ ଲାଗିଲେ। ମୋର ସମସ୍ତ ଟଙ୍କା ନେଇଗଲେ ଓ ଆଉ ଏହା ଧମକ ଦେଲେ ଯେ ମୁଁ ଯଦି ପୋଲିସ ପାଖକୁ ଯାଏ କିମ୍ବା କାହାକୁ କୁହେ ମୋ ଭିଡ଼ିଓ ଟି ଭାଇରାଲ କରି ଦେବେ।ମୋତେ ରେପ୍ କେଶ ରେ ଫସେଇଦେବେ।


ଭିଡିଓ ଟି ଏମିତି ହୋଇଥିଲା ଯେ ମୋ କଥା କୁ କେହି ବିଶ୍ୱାସ କରି ନଥାନ୍ତେ,ତେଣୁ ମୁଁ ଚୁପ୍ ରହିବାକୁ ବାଧ୍ୟ ହେଲି।କିନ୍ତୁ ଆଜି ପୁଣି ଥରେ ସେମାନେ ଟଙ୍କା ପାଇଁ ମୋତେ ଫୋନ କରିଥିଲେ।ପୁରାପୁରି ପଚାଶ ହଜାର ଟଙ୍କା।ମୋ ପାଖରେ ଏତେ ଟଙ୍କା ନାହିଁ କହିବାରୁ ମୋତେ ଧମକ ଦେଲେ ଯେମୋର ସବୁ ସାଙ୍ଗ ଙ୍କୁ ସେଣ୍ଡ କରିବେ ବୋଲି।ଏ ଚିଠି ଟି ମିଳିବା ବେଳକୁ ହୁଏତ ମୋ ଭିଡିଓ ଟି ଭାଇ ରାଲ୍ ହୋଇଯାଇଥିବା।


ମୁଁ ଏ ଚକ୍ରବ୍ୟୁହ ରୁ ବୋଧ ହୁଏ ଆଉ ବାହାରି ପାରିବି ନାହି।ତେଣୁ ମୁଁ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଛି।

ତୁ ହୁଏ ତୋ ଏ ଚିଠି ପଢ଼ିବା ବେଳକୁ ମୁଁ ଆଉ ଏ ଦୁନିଆ ରେ ନଥିବୀ।ସେମାନଙ୍କ ଠିକଣା ଟି ତଳେ ଲେଖିଦେଇଚି।ମୋ ମୃତ୍ୟୁ ପାଇଁ ସେ ସ୍ତ୍ରୀ ଲୋକ ଓ ତା ଝିଅ ମାନେ ହିଁ ଦାୟୀ।


ଇତି 

ତୋର ସାଙ୍ଗ 

ପ୍ରିତମ।


ଶାଶ୍ଵତ ଚିଠି ଟି ନେଇ ଥାନା ବାବୁ ଙ୍କ ପାଖକୁ ଦୌଡିଲା।ଥାନା ବାବୁ ଚିଠି ଟି ପଢି ସବୁ ଘଟଣା ବୁଝି ଯାଇଥିଲେ ଓ ଶାଶ୍ଵତ ସହ କିଛି ବିଚାର ବିମର୍ଶ କରିଲେ।

ଏହାର ଚାରି ପାଞ୍ଚ ଦିନ ପରେ ଶାଶ୍ଵତ ଗୋଟିଏ sales man ଭାବେ ସେ ସ୍ତ୍ରୀ ଲୋକ ଘରକୁ ଗଲା।

_ମା ଶାଢ଼ୀ ନେବ, ଶାଢ଼ୀ।

ସେ ସ୍ତ୍ରୀ ଲୋକ ଟି ମନା କଲା।ମାଉସୀ ଟିକେ ପାଣି ମିଳିବ।ଶୋଷ୍ ରେ ତଣ୍ଟୀ ସୁଖୀ ଗଲାଣି।

ସେ ସ୍ତ୍ରୀ ଲୋକ ପାଣି ଆଣିବାକୁ ଭିତର କୁ ଗଲା।ମନେ ମନେ ଭାରି ଖୁସି ଆଜି ଗୋଟିଏ ଶିକାର ଆପେ ଆପେ ତା ଜାଲ ରେ ଧରା ପଡ଼ିଛି। ପୁଅ ପାଣି ନିଅ। ଶାଶ୍ଵତ ଯେମିତି ପାଣି ପିଇିଚି ତା ମୁଣ୍ଡ ବୁଲେଇଲା,ସେ ସେଇଠି ଅଚେତ୍ ହୋଇ ପଡ଼ିଲା।ସେ ସ୍ତ୍ରୀ ଲୋକ ଓ ତା ଝିଅମାନେ ତାକୁ ଘର ଭିତରକୁ ନେଇଗଲେ।

ଶାଶ୍ଵତ ନିଜ ସାଥିରେ ଗୋଟିଏ କ୍ୟାମେରା ନେଇକି ଯାଇଥିଲା।ବାହାରେ ସାଧା ପୋଷାକ ରେ ପୋଲିସ ଫୋର୍ସ ମୁତୟନ ଥିଲେ। ଅଧ୍ ଘଣ୍ଟା ପରେ ହଠାତ୍ ପୋଲିସ ତାଙ୍କ ଘର ଉପରେ ଚଢାଉ କଲେ।ସେ ସ୍ତ୍ରୀ ଲୋକ ଓ ତାର ସହୋଜୋଗି ଓ ଏହି ଘୃଣ୍ୟ କାମ ରେ ସାହାଯ୍ୟ କରିଥିବା ତା ଝିଅ ମାନଙ୍କୁ ପୋଲିସ ଆରେଷ୍ଟ କଲା। ଘର ଭିତରୁ ଅନେକ ଆପତ୍ତି ଜନକ ସିଡି,ଭିଡିଓ କରିବା ପାଇଁ ବ୍ୟବହୃତ କ୍ୟାମେରା ଆଦି ଜବତ କଲା। ଏହି ଖବର ପ୍ରଚାରିତ ହେବା ପରେ ଅନେକ ଲୋକ ଯେଉଁ ମାନେ ସେମାନଙ୍କ ଶିକାର ହୋଇ ଥିଲେ ,ନିନ୍ଦା ଅପବାଦ ଭୟ ରେ ଚୁପ୍ ରହିଥିଲେ ସେମାନେ ଆଜି ଜଣେ ଜଣେ ପହଞ୍ଚି ସେ ସ୍ତ୍ରୀ ଲୋକ ବିରୁଦ୍ଧ ରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ।ପୋଲିସ ପାଖରେ ଏବେ ବଳିଷ୍ଠ ପ୍ରମାଣ ଥିଲା ଅଭିଯୁକ୍ତ ଙ୍କୁ ଦଣ୍ଡ ଦେବା ନିମନ୍ତେ।


ପାଖା ପାଖି ଦୁଇ ଘଣ୍ଟା ପରେ ଶାଶ୍ଵତର ଚେତା ଫେରୁଥିଲା।ସେ ଭାରୀ ଖୁସି ଥିଲା ଜେ ତା ସାଙ୍ଗ ର ହତ୍ୟାକାରୀକୁ ଦଣ୍ଡ ଦେବାରେ ସେ ସକ୍ଷମ ହୋଇପାରିଛି। ପ୍ରିତମର ମୃତ୍ୟୁକୁ ଏଗାର ଦିନ ହୋଇଯାଇଥିଲା ଓ ତା ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାରେ ସେ ସକ୍ଷମ ହୋଇିଥିବାରୁ ଏହା ଶାଶ୍ଵତ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଥିଲା ।


Rate this content
Log in

Similar oriya story from Crime