ରକ୍ତଭିଜା ଗୋଲାପ
ରକ୍ତଭିଜା ଗୋଲାପ
ଅନୁ ଆଉ ରାହୁଲ ପରସ୍ପରକୁ ଖୁଵ ଭଲପାନ୍ତି l କଲେଜ ସମୟରୁ ତାଙ୍କ ଏ ସମ୍ପର୍କ l ଦିହେଁ ଚାକିରୀପାଇଁ ପଢାପଢି କଲେ... ରାହୁଲର ଚାକିରୀ ପ୍ରଥମେ ହେlଇ ଯିବାରୁ ନିଷ୍ପତି ନେଲେ ବିବାହ କରିବାକୁ l
ନିଷ୍ପତି ନେଇ ରାହୁଲ ଆସି ଘରେ ଜଣେଇବ ଭାବିଲା.....
(ଘରେ ମାଆ କିଛି କାମ କରୁଥାନ୍ତି I
ରାହୁଲକୁ ପାଖେ ଛିଡା ଦେଖି....)
ମାଆ କହିଲେ.... "ହଇରେ.. ତୋତେ ସେତେବେଳୁ ଦେଖୁଛି... କଣ କହିବି କହିବି ଭାବୁଛୁ... କଥା କଣ?... କହୁନୁ! କୋଉ ଶୁଭ ବେଳା ଦେଖୁଛୁ କି??? ଯେମିତି ପୁଅ ମୋର ବିବାହ କରିବ!!!
ରାହୁଲ :--(ଥର ଥର କଣ୍ଠ ରେ )ହଁ...!ମାଆ!!! ବିବାହ କରିବି!!
ମାଆ :--କଣ କହିଲୁ?ତୋ ମୁଣ୍ଡ ଠିକ ଅଛି ତ??? କାଲିକା ପିଲା l ବୟସ ପୋଛିଶି--- ଛବିଶ ହେବ l
ଏତେ କମ ବୟସ ରେ କରିବୁ କଣ???ସଂସାର ଭାର ଉଠାଇ ପାରିବୁ ତ??
ରାହୁଲ:-- ମାଆ.. ମୋ ସାଙ୍ଗ ଝିଅମାନଙ୍କ ତ ପିଲାପିଲି
ହେଲେଣି l ମୁଁ ବିବାହ କରିବାରେ ଅସୁବିଧା କଣ???
ମାଆ:-- ଆରେ.. ସେମାନେ ଝିଅ ପିଲା... ବୟସ ବେଶୀ ହେଲେ କିଏ ବିବାହ କରିବ ତାଙ୍କୁ l
ରାହୁଲ :--କଣ ମାଆ... ତୁ ବି ସେଇ ପୁରୁଣାକାଳିଆ କଥା ଧରି
ବସିଛୁ l ଯୁଗ କେତେ ଆଗକୁ ଗଲାଣି l କିନ୍ତୁ ତୋ ଚିନ୍ତl ବଦଳୁନି l
ମାଆ :-(ସାମାନ୍ୟ ଆଖିରୁ ଲୁହ ଝରେଇବା
ଅଭିନୟ କରି....) ହାୟ.....ମୋ କପାଳ ମୋ ପୁଅକୁ କିଏ ଗୁଣି ଗାରେଡି କଲା ରେ... ସେ ଆଜି ତା' ମାଆ କୁ ଭୁଲ ବୁଝୁଛି l
ରାହୁଲ :--(ମାଆ ପାଖକୁ ଭିଡି ଯାଇ )ନାଇଁ ମାଆ!!ତୁ ଏମିତି
କାହିଁକି ଭାବୁଛୁ l
(ରାହୁଲ ମନେ ମନେ ଚିନ୍ତା କଲା... (ଏଇଟା ଉଚିତ ସମୟ ନୁହଁ ମାଆ ଙ୍କୁ କିଛି କହିବାକୁ ଭାବି ଚୁପ ରହିଲା l)
ତା ପର ଦିନ ଅନୁକୁ ଭେଟି ସବୁ କଥା କହିଲା l
ଅନୁ :-- ହଁ... ବାବା...!! ତମ ମାଆ ଠିକ କହିଛନ୍ତି l25/26 ବର୍ଷ ପୁଅ ପିଲା ପାଇଁ ବହୁତ କମ ବୟସ l କିନ୍ତୁ ଝିଅ ପିଲା ପାଇଁ???
ରାହୁଲ :-- ତମେ ଏ କଣ କହୁଛ l ମୋ ମାଆ ଙ୍କ ପରି!!
ଅନୁ :--(ଆଖିରୁ ଲୁହ ଲୁଚେଇ )ଆରେ... ଠିକ ତ କହୁଛି
ତମର ଚlକେରି ବି ନୂଆ ହେଇଛି l ପୁଣି ବାପାମାଆଙ୍କ ଗୋଟେ ପୁଅ l ତାଙ୍କ ବି କିଛି ଆଶl ଥିବ l
(ମୋ କଥା ଛାଡ... ବାପା ଯିବା ପରୋଠୁ .... ମାଆଙ୍କ ଦେହ ସବୁବେଳେ ଅସୁସ୍ଥ ରହୁଛି, ଆଉ ଭଉଣୀ ମାନଙ୍କ ପଢା ଦାୟିତ୍ୱ ବୁଝୁ ବୁଝୁ ପଢାରେ ଧ୍ୟାନ ଦେଇ ପାରିଲିନି l ନ ହେଲେ ଆଜି ତମେ ଯଉ ପୋଷ୍ଟ ରେ ଅଛ, ମୁଁ ମଧ୍ଯ ଥାନ୍ତି l)
ରାହୁଲ :--ସେକଥା କଣ ମୁଁ ଜାଣିନି କି? କଲେଜରେ ବି ପରା..ମୋ ଠୁ ତମେ ଆଗୁଆ ଥିଲ l
ଅନୁ :--(ଦୁଃଖରେ.... ଲମ୍ବା ନିଶ୍ୱାସ ଛାଡି )ଛାଡ.... ସେ ପୁରୁଣl କଥା!! Job ନ ହେଲେ... ଭଲ... ର କିଛି ମାନେ ନ ଥାଏ l ତମେ ଭଲ ଭାବରେ ଜାଣ...ମାଆଙ୍କ ପେନସନ ବି ଖୁଵ କମ ଆସୁଛି lସେତକ ଟଙ୍କା ରେ ଆମେ ଚାରି ଜଣ ଚଳୁଛୁ
କେମିତି.....?? ତମେ ବୁଝି ପାରିବନି l
(ଅନୁ ବଡ ଝିଅ, ତାକୁ ଲାଗି ଆଉ ଦିଭଉଣୀ
ଛୋଟ ଅଛନ୍ତି )
ରାହୁଲ :--ଆରେ ତମକୁ ତ କେତେ ଥର କହିଛି...
ମୋ ଦରମା ଟଙ୍କା ନେଇ ନିଅ l ମୋର କିଛି ଅସୁବିଧା ନାହିଁ l ତମ ଟଙ୍କା ମୋ ଟଙ୍କା କଣ?କିନ୍ତୁ ତମେ ଯେଉଁ ସ୍ୱାଭିମାନୀ ଝିଅ ନା ...ତମକୁ କିଏ ବୁଝେଇବ???
ଅନୁ :-- ତା ହେଲେ.....ଜାଣି କି ଅବୁଝା ହେଉଛ କାହିଁକି??? (ରାଗି କି... ତମେ କଥା ବୁଲାଇବାରେ ମାହିର ଅଛ ...... ରାହୁଲ!!! ଆମେ ଆମ ବିବାହ ବିଷୟ ରେ କଥା ନହେଇ କଣ ସବୁ ଏଜେବାଜେ ଗୋପୁଛେ.... )
ରାହୁଲ :-(ପ୍ରେମରେ ଅନୁକୁ ପାଖକୁ ଭିଡି ନେଇ )ଆରେ!!!ମୁଁ ବି ତ ସେଇ କଥା ଭାବୁଥିଲି !! ତମେ ମୋ ମନ କଥା ବୁଝିଗଲ l
ଅନୁ :--ହଉ...ତମ ରସିକ କଥା ସେତିକି ଥାଉ...!ଏପଟେ ଚିନ୍ତାରେ ମୋ ମୁଣ୍ଡ ବିନ୍ଧୁଚି... ଆଉ ତମକୁ ସବୁ ମଜାକ ଲାଗୁଚି!! ନା...!
ରାହୁଲ :-- ହଉ ହଉ... ଏତେ ରାଗନି କୁହ...ମୁଁ ଚୁପ ରହି
ଶୁଣୁଛି l
ଅନୁ :--ଦେଖ... ରାହୁଲ... ତମକୁ ଏ ସବୁ କଥା ସାଧାରଣ ଲାଗିପାରେ, କାରଣ ତମ ମାଆବାପା ଉଭୟ ଅଛନ୍ତି lତେଣୁ ମୋ ମନକଥା ତମେ ମୋ ପରି.......ଅନୁଭବ କରିନପାର...କାରଣ ତମେ ମୋ ଜାଗାରେ ନାହଁ l ପୁଣି ମୁଁ ଗୋଟେ ଝିଅ ପିଲା... ଆଉ ତୁମେ ଏକଥା ବି ଜାଣ... ଯେ,(ସମାଜ ଗୋଟେ ଝିଅକୁ କୋଉ ନଜର ରେ ଦେଖେ l)
(ଅନୁ କୁ ଆଲିଙ୍ଗନ କରି...)କଣ ଯେ ସମାଜ କଥା ଭାବୁଛ ... ଆମକୁ ନେଇ ପରା... ସମାଜ!!!... ସମାଜ କୁ ନେଇ କଣ ଆମେ???)
ଅନୁ :--ତମକୁ ବୁଝାଇବା ବହୁତ ମୁସ୍କିଲ...
ରାହୁଲ :- ତମେ ଚିନ୍ତା କରନି ଅନୁ... ମୁଁ ଅଛି ନା... ସବୁ ଠିକ
ହେଇ ଯିବ....l
(ଅନୁ :--ତମେ.....
ରାହୁଲ :--ପାଟି ରେ ହାତ ଦେଇ...,ଚୁପ....ଆଉ କିଛି କୁହ ନି...ତମେ...ଏତେ କଥା କହି ଥକି ଯାଅନି??
ଅନୁ କୁ ଆଲିଙ୍ଗନ କରି.....
(ମୁଁ ଜାଣେ ଅନୁ ତମେ କାହିଁକି ଚିନ୍ତା କରୁଛ... କେବଳ ମୋତେ 25ବର୍ଷ ହେଇନି... ତମକୁ ମଧ୍ୟ ହେଲାଣି, ଏକଥା ମୁଁ ଭୁଲିନି l ଆଉ ଏ କଥା ବି ମନେ ଅଛି... ଯେ.. ଗୋଟେ ଝିଅ ପାଇଁ ଏ ବୟସ କେତେ ବେଶୀ )
ଅନୁ :--(ନିଜ ଲୁହକୁ ଚାପି ଧରି...) ମୋ ଧନ... ବହୁତ ସ୍ମାର୍ଟ ହେଇ ଗଲେଣି!
ରାହୁଲ :- ଆଉ ନୁହେଁ ତ କଣ???କ'ଣ ଆଗରୁ ନ
ଥିଲି....କି???କହି...ଦିଜଣ ଯାକ ହସି ଉଠିଲେ
ରାହୁଲ... ମାଆ କୁ ଯାଇ ବୁଝାଇବାକୁ ଚେଷ୍ଟା କଲା l ପ୍ରଥମେ ପ୍ରଥମେ ମନl କଲେ... କିନ୍ତୁ ପୁଅ ର ଖୁସି ପାଇଁ ରାଜି ହେଇ ଗଲେ l
(କିନ୍ତୁ ମନ ଦୁଃଖ ଏଇଥିପାଇଁ ଯେ... ପୁଅ ବିନା ଯୌତୁକ ରେ ବିବାହ କରିବାକୁ ଜିଦ କରୁଛି ..)
ମାଆ :--ତୁ ମୋର ଗୋଟେ ବୋଲି ପୁଅ... କେଡେ ଧୂମଧାମରେ
ବାହାଘର କରନ୍ତି l କେତେ ଜିନିଷ ଘରକୁ ଆସନ୍ତା lଠିକ ସମୟ ରେ..... ଆସିଲେ ବାପା
(ପ୍ରଶାନ୍ତ)ରାହୁଲ କୁ ପଳେଇ ଯିବାକୁ ଇସାରା କଲେ ...
ପ୍ରଶାନ୍ତ :-(ରାହୁଲ ର ବାପା ).... ଲକ୍ଷ୍ମୀପ୍ରତିମା ପରି ବୋହୁଟେ ପାଉଛ... କୌଣସି ଗୁଣ ରେ କମ ନୁହଁ... ତଥାପି ତମମନ ବୁଝୁନି l
ଶାନ୍ତି :-- (ମାଆ ) ହଁ ମୋ.... ତମେ ତ ଗୋଟେ, କଥା କହୁଛ...
ସୁନ୍ଦରତା କୁ କଣ ମୁଁ ଧୟୀ କି ଖାଇବି l
ପ୍ରଶାନ୍ତ :--ତମ ମନରୁ... ଲୋଭ ଯିବନି!! ଧନ୍ୟ ତୁମ ଚିନ୍ତା-
ଧାରା l ଏତେ ଧନ ସମ୍ପତି ଥାଇ ମଧ୍ୟ ମନରେ ଟିକେ ଖୁସି ନାଇଁ l
ଶାନ୍ତି :-- ହୋଇଓ.... କେମିତିକା କଥା କହୁଛ ଭୋଲା.... l
ଗୋଟେ ବୋଲି ପୁଅ ମୋର lଏତକ ଇଚ୍ଛା... ଖଣ୍ଡେ କରିପାରିବିନି l
ପ୍ରଶାନ୍ତ :--ତମେ ଠିକ କହୁଛ ଯେ, ଶାନ୍ତି... କିନ୍ତୁ ତାଙ୍କ ପରିସ୍ଥିତିକୁ ବି ଟିକେ ଅନlଅ l ଲୋକେ କଣ କହିବେ...?
ଆମକୁ ପୁଣି ତାଙ୍କୁ ସାହାଯ୍ୟ କରିବା କଥା!!
ଶାନ୍ତି :-- ଦେଖ ଦେଖ... ଆଉ ଏତେ ମହାନ କଥା ଗୁଡାକ କହି ମୋ ମନ ଅଶାନ୍ତି କରାଅନି କହିଦେଉଛି l ନ ହେଲେ.....
ପ୍ରଶାନ୍ତ :--ନ ହେଲେ କଣ?? ତମେ କହିବାକୁ କଣ ଚାହୁଁଛ??
ଶାନ୍ତି :--ବାହାଘର ଭାଙ୍ଗି ଦେଵି l
ପ୍ରଶାନ୍ତ :-ତମେ କେମିତିକା ନିଷ୍ଠୁର ଲୋକ ହୋ l
ନିଜ ଜୀଧି ପାଇଁ.. ନିଜ ପୁଅ ରାହୁଲ.. ର ମନଭାବ ର ମୂଲ୍ୟ କିଛି ନାହିଁ l
ଶାନ୍ତି :--ହଉ.. ଛାଡ ମ!! ତମେ ବି ସେଇ ଛୋଟ ଛୁଆ ଟା କଥା ଭାବୁଛ!!! ସେ ଅବୁଝା ଟୋକାଟା,ତlକୁ ଦୁନିଆଦାରି ଜଣା ନାହିଁ l ତମେ ଆଉ ମୋତେ ବୁଝାଅନି...କହିଦେଉଛି!!!
ପ୍ରଶାନ୍ତ :-"-ଦେଖିବ ଶାନ୍ତି... ତମେ ସିନା ବୁଝି ପାରୁନ... ମୋ କଥା ଏଵେ l କିନ୍ତୁ ଦିନ ଆସିବ... ତମର ଏଇ ଓହଂକାର ଆଉ ଚିନ୍ତାଧାରା ଯୋଗୁଁ... ବହୁତ ଅନୁତାପ କରିବ l କିନ୍ତୁ ସେତେବେଳେ ହୁଏତ ବହୁତ ଡେରି ଯାଇଥିବ l"
ଶାନ୍ତି ସେତେବେଳେ ପ୍ରଶାନ୍ତବାବୁ ଙ୍କ କଥା ବୁଝି ପରି ନ ଥିଲା
କିନ୍ତୁ......
(ଶାନ୍ତି ସତକୁ ସତ ଆଜି...ସେଇ ପୁରୁଣା...କଥାକୁ ବହୁତ ମନେ ପକେଇ ଝୁରି ହେଉଛି....
କିନ୍ତୁ ଲାଭ କଣ..?. ବହୁତ ଡେରି ହେଇ ଗଲାଣି l
କାରଣ ତାଙ୍କ ବୋହୂ ଅନୁ ଆଉ ଏ ଦୁନିଆଁ ରେ ନାହିଁ l)
ଭାସି ଅଶୁଛି... ସବୁ ପୁରୁଣା ଦୃଶ୍ୟ...
ଯେତେବେଳେ ପୁଅ ନୂଆ ନୂଆ ଅନୁର ହାତ ଧରି ଏ ଘରକୁ ଆଣିଥିଲା l କେତେ ଖୁସି ନ ଥିଲା ସତେ lତାଙ୍କ ଖୁସର ସଂସାର କୁ ସମସ୍ତେ ଉଦାହରଣ ଦେଉଥିଲେ lକିନ୍ତୁ ଅନୁ ଦୁଇ ଝିଅ ର ଜନନୀ ବୋଲି... କେଡେ କଥା ଶୁଣିବାକୁ ନ ପଡିଛି ତାକୁ lଆଉ ଜୈତୁକ ପାଇଁ ସବୁ ଦିନ ଗଂଜଣା lକିନ୍ତୁ ଅନୁ ସବୁ ମୁହଁ ବନ୍ଦ କରି ସହି ଯାଉ ଥିଲା lକାରଣ ରାହୁଲ କାଳେ ମନ ଦୁଃଖ କରିବେ lମାଆ-ପୁଅଙ୍କ ସମ୍ପର୍କ ଖରାପ ହେବ ଭାବି ଚୁପ ରହୁ ଥିଲା ଅନୁ,ଘରକୁ କିଛି ଜଣାଉ ନ ଥିଲା l କାରଣ ମାଆଙ୍କ ଦେହ ଖରାପ ବୋଲି ଭଲ ଭାବରେ ଜାଣି ଥିଲା lମନ ହାଲୁକା କରିବାକୁ ଡାଏରୀର ସାହାରା ନିଏ,ଆଉ ଲୁଚାଇ ରଖେ... ମନର ଯେତେ ତକ ଦୁଃଖ ଆଉ ଭାବନା କୁlଏହି ସମୟ ମଧ୍ୟରେ କେତେଥର ସେ ଜିଦି ନ କରିଛି ଚାକିରୀ କରିବାକୁ lଥରେ ଚାକିରୀ ହେଇକି ମଧ୍ଯ ମନl କରି ଦେଲେ ଶାଶୁ l ବୋହୂ ଚlକେରି କଲେ... ଘରେ କିଏ ରହିବ l ଯଦି ଚlକେରି କରିବୁ ଘର, ସ୍ୱାମୀ ଙ୍କୁ ସବୁ ଦିନ ପାଇଁ ଛାଡିବାକୁ ପଡ଼ିବ... ବୋଲି ଶାଶୁ ସର୍ତ ରଖିଲେ l ସେ ପରିବାର କୁ ବାଛିଲା l
ଏହି ସମୟ ଭିତରେ ବହୁ ବର୍ଷ ବିତିଗଲାଣି l
ଚାକେରି ପାଇଁ ବୟସ ଗଡିଗଲାଣି l ଏହି ସମୟ ମଧ୍ୟରେ ମାଆଙ୍କୁ ମଧ୍ଯ ହରେଇ ସାରି ଥିଲା ଅନୁ l କିନ୍ତୁ ଶାଶୁଙ୍କ ଲୋଭ ମେଣ୍ଟି ନ ଥିଲା l ତା ସମସ୍ତ ଗହଣା.. ଜିନିଷ ସବୁ ନେଇ ଶାଶୁ ନିଜ ଝିଅକୁ ଦେଇ ଦେଲାଣି, ଅନୁ ର ଏଥିରେ ଦୁଃଖ ନାହିଁ... କାରଣ ତା ସବୁଠୁ ବଡ ଗହଣା ତ ତା ସ୍ୱାମୀ ଥିଲେ, ତାଙ୍କ ଭଲ ପାଇବା ଥିଲା... ଗହଣା ର କଣ ଦରକାର??? କିନ୍ତୁ ଅନୁ ସାନ ଝିଅର ଜନ୍ମ ପରେ ବହୁତ ଚୁପ ଚୁପ ରହୁଥିଲା l କାରଣ ଝିଅ ଜନ୍ମ ହେଇଛି ବୋଲି ଶାଶୁ ଦୁହିଁଙ୍କୁ ଠିକସେ ଖାଇବାକୁ ଦେଉ ନ ଥିଲେ l କାଳେ ପୁଅକୁ ଫୋନ ଯୋଗେ ଜଣେଇ ଦବ ଭାବି ଫୋନ ମଧ୍ଯ ଦେଉନଥିଲେ l ଦୁଇଦିନ ହେବ ଅନୁ କିଛି ଖାଇ ନ ଥିଲା..ଯାହା ଫଳରେ.. କ୍ଷୀର ହେଉ ନ ଥିଲା . କିନ୍ତୁ ଛୋଟ ପିଲାର ଭୋକ ତ ମେଣ୍ଟେଇବାକୁ ପଡିବ...ତେଣୁ ସେ ବାଧ୍ୟ ହେଇ ପେଜରେ ଲୁଣ ଦେଇ ତାକୁ ପିଇବାକୁ ଦେଉଥିଲା ... ପାଞ୍ଚ ମାସ ର ଶିଶୁ ଭୋକ ବା କିପରି ମେଣ୍ଟିବ???...ସେ ଦିନ ରାତି 4ଟା ରୁ ନାତୁଣୀ କାନ୍ଧିବା ଶୁଣି.. ଶାନ୍ତି ଦେଖିବାକୁ ଗଲା... ଯାଇ ଯାହା ଦେଖିଲା... ତା ହୋଶ ଉଡି ଗଲା.... କାରଣ...ଅନୁ ସବୁଦିନ ପାଇଁ ଆଖି ବନ୍ଦ କରି ଦେଇ ଥିଲା l କଣ କରିବ ଭାବି ପାରିଲାନି... ସଙ୍ଗେ ସଙ୍ଗେ ଝିଅ କୁ ଫୋନ କଲା...ସବୁ କଥା ଶୁଣି ଝିଅ ଉପାୟ ଦେଲା... ମାଆ ଚିନ୍ତା କର ନି lକରୋନା ସମୟ... କେହି ତୋତେ ସନ୍ଦେହ କରିବେନି l ଶାନ୍ତି ମଧ୍ୟ ସେଇୟା କଲା l
ପ୍ରଶାନ୍ତ କି ରାହୁଲ ଦିହେଁ ଘରେ ନ ଥିଲେ.... ସେମାନେ ଦିହେଁ ଆସିବାରୁ... କରୋନା ଯୋଗୁଁ ମୄର୍ତ୍ତୁ ହେଇଛି ବୋଲି ବିଶ୍ୱାସ କରେଇ ଦେଲା ଶାନ୍ତି l...
ଏହି ଘଟଣା କୁ ତିନିମାସ ହେଇ ଗଲାଣି... ନିଜ ଝିଅ ମାନଙ୍କ ବେଶ ଯତ୍ନ ନେଉଥିଲା ରାହୁଲ... l କିନ୍ତୁ ଘର ସଫା କରୁ କରୁ... ଅନୁ ର ଡାଏରୀ ତାକୁ ମିଳିଲା....
ଆଉ ତାକୁ ପଢି... ରାହୁଲ ର ହୋଷ ଉଡ଼ିଗଲାl ଅନୁ ର ଡାଏରୀ ତାଙ୍କ ପ୍ରେମ ଆରମ୍ଭ ରୁ ଥିଲା....ତା ଆଖିରୁ ଲୁହ ଝରୁ ଥିଲା କାରଣ....
ତାଙ୍କ ପ୍ରଥମ ଗୋଲାପ... .. ଶୁଖିଲା ଥିଲା... କିନ୍ତୁ ରାହୁଲ କୁ ଲାଗୁଥିଲା...ତା ଅନୁର ରକ୍ତରେ ଭିଜି ଗୋଲାପଟି ଲାଲ.. ଦେଖା ଯାଉଥିଲା l...
ଏ ସବୁ ମାଆ ଶାନ୍ତି ଦୂରରେ ଥାଇ ଦେଖୁ ଥିଲା ..
.. ପ୍ରଶାନ୍ତବାବୁ କହିଲେ.... ଏଵେ ତମେ ଖୁସି ତ!!! ଆଉ ଚାଲିଗଲେ l
ସେ (ରାହୁଲ )ଆଜିକାଲି ମାଆ (ଶାନ୍ତି ) ସହ ଆଉ ପୂର୍ବ ପରି ଆଉ କଥା ହୁଏ ନି l....
(ବହୁ ବର୍ଷ ବିତି ଯାଇଛି... ଝିଅ ଦିଟା ବଡ ହେଲେଣି l ରାହୁଲ ଦ୍ୱିତୀୟ ବିବାହ କରି ନି... ଅନୁ ର ସ୍ମୃତି ରେ ଜୀବନ ବିତେଇ ଚାଲିଛି....)
ଆଜି ବୃଦ୍ଧାବୟସରେ ଶାନ୍ତି... ଦୂରରୁ ନିଜ ପୁଅ ର ଏପରି ଅବସ୍ଥା ଦେଖି କେବଳ ଅନୁତାପ କରୁଛି... ଆଉ ଆଖିରୁ ଲୁହ ଗୋଡ଼ଉଛି... ପଛ କଥା ଭାବି...କିନ୍ତୁ ଲାଭ କଣ... ସମୟ ଗୋଡି ଯାଇଛି....
(ସମାଜରେ କେବେ ଝିଅପୁଅକୁ ସମାନ ସ୍ଥାନ ମିଳିବ??
ଆଉ କେବେ... ଯୌତୁକ ଦାବି ସରି ଯିବ????)