STORYMIRROR

❤ବବିତା ❤

Romance Tragedy

3  

❤ବବିତା ❤

Romance Tragedy

ସମ୍ପର୍କ (ଭାଗ :-୧ )

ସମ୍ପର୍କ (ଭାଗ :-୧ )

2 mins
223

ସମ୍ପର୍କ ଚିର ସତନ୍ତ୍ର ପବିତ୍ର ଆଉ ଦୃଢ କରିବାକୁ ହେଲେ ସମ୍ପର୍କକୁ ସମୟ ଦେବାକୁ ପଡେ l ବେସ୍ତ ବହୁଳ ଜୀବନରେ କଣ ମୌକା ମିଳେ l ଆମକୁ ବାହାର କରିବାକୁ ପଡେ ନା ଶ୍ରଦ୍ଧା l

ଏମିତି କେତେ କଣ କହୁଥିଲା ସେ କିନ୍ତୁ ମୁଁ ଶୁଣି କି ଅଶୁଣା l ମୁଁ ବାରମ୍ବାର ଗୋଟିଏ କଥା କହୁଥାଏ ତମେ କିନ୍ତୁ ଏତେ ଅବୁଝା ହେଲେ କେମିତି ହେବ କହିଲ?

ମୁଁ ଯଦି କାମ କରିବିନି ଆମ ପରିବାର କେମିତି ଚଳିବ କହିଲ? ଏତେ ଦିନ ପରେ ଆସିଛ?କେମିତି ଅଛ? ପ୍ରଶ୍ନ କଣ ପଚାରିବ, ଏ ସବୁ କଥାର ଉତ୍ତର ଦେବାକୁ ସମୟ ନାଇଁ କାମ ପୁଣି ଅଛି ଆସନ୍ତାକାଲି ଫେରିବାକୁ ପଡିବ l

ଶ୍ରଦ୍ଧା ପୁଣି ପାଟି କଲା ହଁ ହଁ ତମେ କାହିଁକି କଥା ହେବ? କାହିଁକି ଘରେ ରହିବ l ଟିକେ ବସି କି କଥା ହେଉନ ଯାଇ ତମ କାମ କର ଦିନ ଆସିବ ମୁଁ ମନେ ପଡୁଥିବି ଯେ l ଯାଅ ଖାଲି ଏବେ ବି ଅଭିମାନ କରି କେମିତି ଆମ ସମୟ ବିତିଯାଉଛି ନା ଦେଖୁଛ ଆକାଶ, ଏହିପରି କେତେ ବର୍ଷ ବିତିଯାଇଛି l

    ତମ ଅପେକ୍ଷାରେ ମୋ ଲୁହ ଶୁଖି ଯାଇଛି l ତମେ ଘରକୁ ଆସିଲେ ଆଗରୁ ଲୁଚି କି ମୋତେ ଦେଖା କରିବାକୁ ଆସୁଥିଲ ହେଲେ ବିବାହ ପରେ ତମେ ଭୁଲିଗଲଣି l ପାଖରେ ଥାଇ ମୁଁ ପାଖରେ ନାହିଁ l

   କଣ ବିବାହ ପରେ ସବୁ ପରିବର୍ତ୍ତନ ହେଇଯାଏ? ଯେ ସାମାନ୍ୟ କଥା ହେବାକୁ ମଧ୍ୟ ସମୟ ନାହଁ l ଶ୍ରଦ୍ଧାକୁ ବୁଝାଇ ଦିଏ ମୁଁ ଆରେ ବେସ୍ତ କାହିଁକି ହେଉଛ ମୁଁ ତ ସବୁବେଳେ ତମର କୁଆଡେ କଣ ଚାଲି ଯାଉଛି ନା କିସ ଯେ ତମେ ଖାଲି ସବୁବେଳେ ଅଭିଯୋଗ କରୁଛ l କଣ ଟିକେ ଭଲ ମନ୍ଦ କଥା ହେବି ତମ ଶୁଖିଲା ମୁହଁ ଦେଖି ମୋତେ ରାଗ ଲାଗିଲାଣି l ଛାଡ଼ ତମକୁ ବୁଝେଇ ହେବନି କହି ରାଗି ଚାଲି ଆସିଲି l

   ସେ ଦିନ ଭାବୁଥିଲି, ଏ ଝିଅମାନଙ୍କୁ ବୁଝିବାକୁ ଭାରି ମୁସ୍କିଲ ପାଖରେ ନ ଥିଲେ ଝୁରି ହେବେ ଆଉ ପାଖକୁ ଗଲେ କେବଳ କିଚକିଚ ଓଃ ମଲା ମଣିଷଏ ଝିଅକୁ କେମିତି ବୁଝିବ? ଯେତେବେଳେ ଭଗବାନ ମଧ୍ୟ ହାର ମାନି ନିଅନ୍ତି l

     କିନ୍ତୁ ଯାହା ବି ହେଉ ରାଗିଲେ ବହୁତ ସୁନ୍ଦର ଦେଖାଯାଏ ଶ୍ରଦ୍ଧା l ହେଲେ କଥା ନ ହେଲେ ବହୁତ କଷ୍ଟ ହୁଏ ମୋତେ l ତାକୁ କେବେ କେମିତି ଉପହାର ଦେବାକୁ ଚାହେଁ ମୁଁ ହେଲେ ସେ କଣ କେବେ ନିଏ ଉଲଟା ଗାଳି କରିବ କଣ ଟଙ୍କା ଅଧିକ ହେଉଥିଲା ଏ ଜିନିଷ ଗୁଡା ନେଇ ଆସିଲ l ଏତେ କଷ୍ଟରେ ପରିଶ୍ରମ କରି ରୋଜଗାର କରୁଛ, ତାକୁ ସଂଚୟ କରି ରଖ l ଟଙ୍କା ନୁହେଁ ତମ ସମୟ ଦରକାର ସେ ସବୁବେଳେ ଜିଦ କରେ ତମେ ଚାଲି ଆସିବ ମୋ ସହ କିଛି କ୍ଷଣ ବିତେଇବ l ତମ ଛାତିରେ ମୁଣ୍ଡ ଲଗେଇ ବାସ ଏ ବିତୁଥିବା ସମୟକୁ ଅତିବାହିତ କରିବାକୁ ଚାହେଁ ମୁଁ l ତମ କିଛି ମୁହୂର୍ତକୁ ଆମ ସମୟ କରିବାକୁ ଚାହେଁ ଅନୁଭବ କରିବାକୁ ଚାହେଁ ।

    


   ମୋତେ ଦାମୀ ଶାଢ଼ୀ, ଗହଣା ଟଙ୍କା କିଛି ଦରକାର ନାହିଁ କିଛି ସମୟ ଦରକାର !

      ସେ କହୁଥିବା ସମୟରେ ତା ମୁହଁରୁ ମୋ ଆଖି ହଟେନି ତା ପ୍ରତି ଭଲ ପାଇବା ଆଉ ସମ୍ମାନ ଆହୁରି ବଢିଯାଏ ।

  


 ଶ୍ରଦ୍ଧା କହିଥିବା କଥାଗୁଡିକ ଆଜି ଭାରି ମନେ ପଡୁଛ !


              


Rate this content
Log in

Similar oriya story from Romance