Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Priyaranjan Biswal

Tragedy

4  

Priyaranjan Biswal

Tragedy

ରକ୍ତ ରଞ୍ଜିତ ପ୍ରେମ ଦିବସ

ରକ୍ତ ରଞ୍ଜିତ ପ୍ରେମ ଦିବସ

4 mins
331



   ଦୃତ ଗତିରେ ଆଗକୁ ମାଡି ଚାଲିଥାଏ ଏକ ବସ୍। ବସ୍ ଭିତରେ ଥାଆନ୍ତି ତିରିଶିରୁ ଚାଳିଷି ଜଣ ଯାତ୍ରୀ। ହଠାତ୍ ସୁନିଲ କହିଲା ଭାଇମାନେ ଯିଏ ଯାହା ସହ କଥା ହେବାକୁ ଚାହୁଁଛ, କଥା ହେଇଯାଆ। ପୋଷ୍ଟରେ ପହଞ୍ଚିଗଲେ ସମସ୍ତଙ୍କ ମୋବାଇଲ୍ ସିଜ୍ କରିନିଆଯିବ। ସମସ୍ତେ ତରବର ହୋଇ ନିଜ ନିଜର ଫୋନ ବାହାର କରି କଲ୍ କରିବାକୁ ଆରମ୍ଭ କଲେ।


    ସମୀର ଫୋନ୍ କଲା ନିଜ ସ୍ତ୍ରୀ ସୋନାଲୀକୁ। ଫୋନ୍ ରିସିଭ୍ କରି ସୋନାଲି କହିଲା କଣ ଏବେ ମନେ ପଡିଲା ତୁମର ଘରେ ଗୋଟେ ସ୍ତ୍ରୀ ଅଛି ବୋଲି? ବାହାଘରର ଆଠଦିନ ବି ପୁରିନି ମତେ ଛାଡି ତୁମେ ଚାଲିଗଲ ନିଜ କର୍ତ୍ତବ୍ଯ ପାଳନ କରିବା ପାଇଁ। ହେଲେ ସେଠି ଗଲାପରେ ତୁମେ ମୋ କଥା ପୁରାପୁରି ଭୁଲିଗଲାପରି ମନେ ହୁଏ। ସମୀର କହିଲା ଆରେ ତୁମେ ଯଦି ସବୁବେଳେ ମୋ ଉପରେ ଏମିତି ରାଗିବ, ତେବେ ମୁଁ କଣ କରିପାରିବି କୁହ? ତୁମେତ ଜାଣିଛ ଫଉଜି ମାନଙ୍କ ଜୀବନ କେତେ କଷ୍ଟକର। ଦେଶର ସୁରକ୍ଷା ଆମପାଇଁ ସର୍ବ ପ୍ରଥମ। ଆଉ ସେଥିରୁ ସମୟ ମିଳିଲେ ଘର ପରିବାର କଥା ଚିନ୍ତା। ସୋନାଲୀ କହିଲା ତାବୋଲି ତୁମେ ଭୁଲିଯିବ ଆଜି ଦିନର ବିଷେସତ୍ୱ? ସମୀର କହିଲା କିଏ ତୁମକୁ କହିଲା ମୁଁ ଭୁଲି ଯାଇଛି ବୋଲି? ମୋର ସବୁ ମନେ ଅଛି, ଆଜି ହେଉଛି ଫେବୃୟାରୀ ୧୪ ତାରୀଖ, ପ୍ରେମର ଦୀବସ। ଆଉ ଆମ ବିବାହର ପ୍ରଥମ ବାର୍ଷିକୀ। ଏବେ ସିନା ମୁଁ ଯାଇପାରୁନି, କିନ୍ତୁ ଅଳ୍ପଦିନ ପରେ ନିଶ୍ଚିତ ଯିବି, ତୁମ ପାଇଁ ନାଲି ଶାଢି, ଚୁଡି,ଅଳତା, ଅଉ ଉପହାର ମଧ୍ଯ କିଣିସାରିଛି। ଖାଲି ଛୁଟି ମିଳିଲେ ପହଞ୍ଚିବି।


ରଞ୍ଜନ ଫୋନ୍ କଲା ନିଜ ସ୍ତ୍ରୀ ପାଖକୁ, ହେଲେ କଲ୍ ରିସିଭ୍ କଲା ତାର ମାଆ। ରଞ୍ଜନ କହିଲା ମାଆ ପ୍ରଣାମ। ପଲକ କୁଆଡେ ଗଲା? ତା ମାଆ କହିଲେ ଆରେ ପାଗଳା ତୁ ବାପା ହେଇଯାଇଛୁରେ। ଏଇ ଦଶମିନିଟ୍ ପୂର୍ବରୁ ତୋର ଦୁଇଟି ଯାଆଁଳା ଝିଅ ହେଇଛନ୍ତି। ମାନେ ଆମ ଘରକୁ ଦୁଇ ଜଣ ଲକ୍ଷ୍ମୀ ଆସିଛନ୍ତିରେ। ରଞ୍ଜନ ବହୁତ ଖୁସି ହୋଇଗଲା। ଓଠରେ ହସ ଆଉ ଆଖିରେ ଖୁସିର ଲୁହ। ମାଆ କହିଲେ ଏଇ ନେ ପଲକ ସହ କଥା ହୋ। ପଲକ୍ ଫୋନ୍ ଧରି ରଞ୍ଜନ ତୁମେ ବାପା ହେଇଗଲ, ଆଉ ମୁଁ ମାଆ। ରଞ୍ଜନ କହିଲା ହଁ ପଲକ ମୁଁ ଆଜି ବହୁତ ଖୁସି। କାଲି ଛୁଟି ଆବେଦନ କରି ଶିଘ୍ର ଘରେ ପହଞ୍ଚିବି


ସାନୁ ଫୋନ୍ କଲା ତା' ଘରକୁ। ମାଆ ଫୋନ ରିସିଭ୍ କଲେ। ସାନୁ କହଲା ମାଆ ପ୍ରଣାମ। ମାଆ କହଲେ, ଥାଉ ଥାଉ ତୋ ଭକ୍ତି ସେତିକି ଥାଉ। ଆରେ ରୂପାର ବାପା,ମାଆ ଆସିଥିଲେ। ସାନୁ କୋଉ ରୂପା? ମାଆ କହିଲେ ଓଃ ବିଲେଇ ଲୁଚିଲୁଚି କ୍ଷୀର ପିଉଚି, ଭାବୁଚି କେହି ଦେଖିପାରୁନାହାଁନ୍ତି। ଆରେ ତୋ କଲେଜ ସାଙ୍ଗ। ଯାହାର ଫୋଟକୁ ତୁ ତୋ ଛାତିରେ ମାରିଛୁ। ମୁଁ ବାହାଘର ଠିକ୍ କରିସାରିଛି। ଏଥର ଆସିଲେ ରୂପାକୁ ମୋ ଘରକୁ ବହୁ କରି ଆଣିବୁ। ନହେଲେ ତୋ କାନ ମୋଡି ଛିଡେଇ ଦେବି। ସାନୁ ଖୁସି ଓ ଲାଜର ସହିତ ହଉ ମାଆ ମୁଁ ଶିଘ୍ର ଛୁଟି ନେଇ ଘରକୁ ଯିବାପାଇଁ ଚେଷ୍ଟା କରିବି। ଆଉ ତତେ ବହୁ ପରସା ଖୋଇକି ଫେରିବି।


   ସାଜନ ଫୋନ କଲା ନିଜ ସ୍ତ୍ରୀ ରୋଜିକୁ। ଆଉ ପଚାରିଲା ମୁନି କଣ କରୁଛି? ରୋଜି କହିଲା ସିଏ ଶୋଇଛି। ତା'ଦେହ ଏବେ କେମିତି ଅଛି? ରୋଜି ଆଖିର ଲୁହକୁ ଫୋଛି, ହୃଦୟରେ ନିଜ କୋହକୁ ଚାପି କହିଲା ହଁ ଏବେ ଭଲ ଅଛି। ହେଲେ ଡାକ୍ତର କହିଛନ୍ତି ତା ପାଖରେ ଅାଉ ତିନିମାସ ସମୟ ଅଛି। ସିଏ ଏବେ ତୁମକୁ ବହୁତ ଖୋଜୁଛି। ଠିକ୍ ଏହି ସମୟରେ ଉଠି ପଡିଲା ମୁନି। ରୋଜି ପାଖରୁ ଫୋନ ଛଡେଇ ନେଇ କହିଲା ବାପା ମାମା ନା ସବୁବେଳେ ଲୁଚିଲୁଚି କାନ୍ଦୁଛନ୍ତି। ଯେତେ ପଚାରିଲେ କିଛି କହୁ ନାହାଁନ୍ତି। ତୁମେ ଯଲଦି ଆସ ତାଙ୍କୁ ବୁଝେଇ ଦେବ। ଆରେ ମୋ ବାପା ସୀମାରେ କେତେ ଶତ୍ରୁକୁ ମାରି ଗଡେଇ ଦଉଛନ୍ତି, ଆଉ ମୁଁ ଏଇ ସାମାନ୍ଯ ରକ୍ତ କର୍କଟ ରୋଗଟାକୁ ହରେଇ ପାରିବିନି? ଏଇ ସାମାନ୍ଯ ଦେହ ଖରାପରେ କାହିଁକି ମାମା ଏତେ ଚିନ୍ତିତ ମୁଁ ବୁଝିପାରୁନି। ମୁଁ ଆଉ ତାଙ୍କୁ ସମ୍ଭାଳି ପାରିବିନି। ତୁମେ ଶୀଘ୍ର ଘରକୁ ଆସି ନିଜ ସ୍ତ୍ରୀକୁ ସମ୍ଭାଳ। ସାଜନ ନିଜର କାନ୍ଦକୁ ଲୁଚାଇ କହିଲା ହଁ ମୁଁ ଛୁଟି ଆବେଦନ କରିଛି, ମଞ୍ଜୁର ହେଲେ ଶୀଘ୍ର ଘରେ ପହଞ୍ଚିବି।


    ମୁନା ଫୋନ୍ କଲା ତା' ବାପାଙ୍କୁ ଆଉ କହିଲା ବାପା ପ୍ରଣାମ। ବାପା କହିଲେ ହଁ ଖୁସିରେ ରହ। ଆରେ ଅନୁର ବାହାଘର ଠିକ୍ ହେଇଛି ତୁ ଆସିଲେ ତାର ବାହାଘର କରିବା। ପିଲାଟି ବିଡିଓ ଅଛି। ମୁନା କହିଲା ବାପା ତୁମେ ଦେଖିଛ ମାନେ ସବୁ ଠିକ୍ ଥିବ। ମୁଁ ଛୁଟି ନେଇ ଶିଘ୍ର ଘରକୁ ଯିବାକୁ ଚେଷ୍ଟା କରୁଛି। ବାପା କହିଲେ ହଁ ଭାବୁଛି ସିନୁର ବି ବିବାହ ପାଇଁ ବର ଖୋଜିଦେବି, ଏକାଥରେ କରିଦେବା। ତାପରେ ବି ଆହୁରି ତିନି ଭଉଣୀ ଅଛନ୍ତି। ମୁନା କହିଲା ହଉ ଆପଣଙ୍କୁ ଯାହା ଠିକ୍ ଲାଗୁଛି କରନ୍ତୁ। ମୁଁ କେବଳ ଆପଣଙ୍କ ଅନୁସାରେ ସବୁକାମ କରିବାକୁ ଚାହେଁ।


    ରାକେଶ ଫୋନ୍ କଲା ତାର ପ୍ରେମିକା ରୁବି ପାଖକୁ। ରୁବି ଫୋନ୍ ରିସିଭ୍ କଲା, ମାତ୍ର କିଛି ନକହି ନୀରବ ରହିଲା। ରାକେଶ କହିଲା ପ୍ରେମ ଦିବସର ହାର୍ଦ୍ଧିକ ଅଭିନନ୍ଦନ। ହେଲେ ରୁବି ନୀରବ। ରାକେଶ କହିଲା ଆରେ ପାଗିଳି କି ତକୁହ , ଆଜି ମୁଁ କଥା ହଉଛି ତୁମେ ହଉନ, କାଲି ତୁମେ କଥା ହେବାକୁ ଚାହୁଁଥିବ, କିନ୍ତୁ କିଏ କହିବ ମୁଁ ଥିବି କି ନଥିବି? ରୁବି କହିଲା ସେମିତି କଥା କହିଲେ ମାରିକି ମୁଣ୍ଡ ଫଟେଇ ଦେବି ତୁମର। ଆଉ ଏମିତି କେବେ କହିବନି କହିଦଉଛି। ହେଇ ପାଗିଳି କଥା କହିଲାରେ। ଆଇ ଲଭ୍ ୟୁ ପାଗିଳି। ଏଥର ଗଲେ ତୁମ ପାଇଁ କଣ ନେବିକୁହ?


     ସମସ୍ତେ ନିଜର ଆତ୍ମୀୟ ସ୍ୱଜନଙ୍କ ସହ ଏହିପରି ଭାବରେ କଥା ହେବାରେ ମସଗୁଲ୍ ଥାଆନ୍ତି। ଠିକ୍ ଏହି ସମୟରେ ଶୁଭିଲା ଏକ ବିରାଟ ବିସ୍ଫୋରଣର ଶବ୍ଦ। ସମସ୍ତଙ୍କ ସ୍ୱର ଏକାଥରେ ନୀରବୀଗଲା। ସମସ୍ତଙ୍କର ଆତ୍ମୀୟମାନେ ଏପରି ଏକ ଶବ୍ଦ ଶୁଣି ଚମକି ଉଠିଲେ। ଏକ ଅଜଣା ଭୟ ସେମାନଙ୍କ ମନକୁ ବିଚଳିତ କରିବାକୁ ଲାଗିଲା। ସେମାନେ ଯେତେ ଫୋନ୍ କଲେ ବି ଆଉ ଫୋନ୍ ଲାଗିଲାନି।


    କିଛି ସମୟ ପରେ ଟିଭିରେ ଖବର ଆସିଲା ଲଦାଖ ଠାରେ ଭାରତୀୟ ଜବାନ ମାନଙ୍କ ଏକ ବସ ଉପରେ ଅଜଣା ଆତଙ୍କବାଦୀଙ୍କ କାର ବୋମା ଆକ୍ରମଣ ଫଳରେ ଚାଳିସ ଯବାନ ଶହୀଦ ହୋଇଛନ୍ତି।

ଏ ଖବର ପାଇବାପରେ ଭାଙ୍ଗିପଡିଲେ ସହୀଦ ଯବାନଙ୍କ‌ ପରିବାର। ଭାଙ୍ଗିରୁଜି ରୁରମାର ହୋଇଗଲା ସେମାନଙ୍କ ଆତ୍ମୀୟ ମାନଙ୍କ ସବୁ ସ୍ୱପ୍ନ। ଭାରତର ପ୍ରତିଟି ଲୋକର ହୃଦୟକୁ ଥରାଇ ଦେଲା ଏଭଳି ଏକ ଆତଙ୍କବାଦୀ ବର୍ବର କାଣ୍ଡ। ଗୋଟିଏ ପଟେବିଶ୍ୱ ପାଳୁଥିଲା ପ୍ରେମ ଦିବସ। ଆଉ ବାଣ୍ଟୁଥିଲା ପ୍ରେମ। ଆଉ ଏପଟେ ସେଇ ପ୍ରେମ ଦିବସରେ ରକ୍ତ ରଞ୍ଜିତ ହୋଇ ପଡିଲା ଭାରତ ମାଆର ଶରୀର। ଆଉ ତାର କୋଳରେ ଛିନଛତ୍ର ହୋଇ ପଡିଥିଲା ତାର ବୀର ସନ୍ତାନ ମାନଙ୍କ ମର ଶରୀର। 


    ଏହି ଘଟଣାର ଠିକ୍ ମାସେ ପରେ ଭାରତୀୟ ସେନା ଆତଙ୍କବାଦୀଙ୍କ ଆଡାରେ କଲା ଏୟାର ଷ୍ଟ୍ରାଇକ୍। ଆଉ ଧ୍ୱଂସ କରିଦେଲା ସେମାନଙ୍କର ପ୍ରତିଟି ଆଡା ସ୍ଥଳୀ। ଆତଙ୍କବାଦୀଙ୍କ ସୁରକ୍ଷା କରୁଥିବା ବେଇମାନ ପାକିସ୍ତାନକୁ ମଧ୍ଯ ଦିଆଗଲା ଦୃଢ ଜବାବ। ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଥିବା ଶତ୍ରୁ ଦେଶର ଯୁଦ୍ଧ ବିମାନକୁବି ଆକାଶ ମାର୍ଗରେ ଧ୍ୱଂସ କରିଦେଲେ ଭାରତର ବୀର ଯବାନମାନେ। ଏହାପରେ କେବଳ ଆତଙ୍କବାଦୀ ନୁହେଁ ବରଂ ଆମର ଚିର ଶତ୍ରୁ ପାକିସ୍ତାନ ମଧ୍ଯ ପାଇଲା ପାନେ। 


    ଆମର ବୀର ଯବାନ ଶହୀଦ ହେଲେ ସତ ମାତ୍ର ଚିରଦିନ ଲାଗି ଅମର ହୋଇ ରହିଗଲେ ପ୍ରତିଟି ଭାରତୀୟଙ୍କ ହୃଦୟ କାନଭାସ୍ ରେ। ମୋ ଦେଶ ଭାରତର ପ୍ରତ୍ଯେକ ସହିଦ ଯବାନ ପାଇଁ ଆଜି ଆମେ ଗର୍ବିତ। ଆଉ ସେମାନଙ୍କ ପାଇଁ ଆମ ହୃଦୟ ପ୍ରତି ମୂହୁର୍ତ୍ତରେ ଜ୍ଞାପନ କରୁଛି ଗଭୀର ଶ୍ରଦ୍ଧାଞ୍ଜଳି।



Rate this content
Log in

More oriya story from Priyaranjan Biswal

Similar oriya story from Tragedy